spot_img
Home Blog Page 6317

ଏମଡିଏଚର ୪ ଭାଇରାଲ୍ ଟିଭି ବିଜ୍ଞାପନ; ଯାହାପାଇଁ ଫେମସ୍ ହୋଇପାରିଥିଲେ ’ମସଲା କିଙ୍ଗ୍’

ନୂଆଦିଲ୍ଲୀ: ଏମଡିଏଚ୍ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାେ । ଧର୍ମପାଲ ମସଲା ଦୁନିଆର ବାଦଶାହ ରୂପେ ପରିଚିତ ଥିଲେ ।

ସେ କେବଳ ଯେ ମସଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ତା’ନୁହେଁ ସେ କିଛି ଟିଭି ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ । ଏପରିକି ତାଙ୍କ ମସଲା ଉପରେ ନିର୍ମିତ ଟିଭି ବିଜ୍ଞାପନ ଗୁଡିକ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ବି ହୋଇଥିଲା ।

ଦେଖନ୍ତୁ, ତାଙ୍କର ସେଭଳି କିଛି ଟିଭି ବିଜ୍ଞାପନ…

ଏହି ବିଜ୍ଞାପନ ଗୁଡିକରେ ବ୍ୟବହୃତ ହୋଇଥିବା ଲାଇନ୍ ଗୁଡିକ ଯେ କୗେଣସି ବ୍ୟକ୍ତିର ହୃଦୟକୁ ଛୁଇଁପାରିବ । ଆଉ ଉକ୍ତ ବିଜ୍ଞାପନରେ ସର୍ବଦା ଭାରତୀୟ ପରମ୍ପରା, ପାରିବାରିକ ମୂଲ୍ୟବୋଧ, ବିବାହ, ଉତ୍ସବ ଆଦି ନଜର ଆସିଥାଏ ।

ଧର୍ମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମହାଶୟ ଚୁନି ଲାଲ୍ ଗୁଲାଟି ଓ ମାତାଙ୍କ ନାମ ମାତା ଚନନ ଦେବୀ । ଛୋଟ ବ୍ୟବସାୟରୁ କାରବାର ଆରମ୍ଭ କରିଥିବା ଧର୍ମପାଲ ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

https://youtu.be/69fNsRbM_-Q

 

ଅନଲାଇନ ନୁହେଁ ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଅନଲାଇନ ନୁହେଁ ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା  । ରାଜ୍ୟରେ ଯେତେବେଳେ ବି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ, କେବଳ ଅଫ୍‌ଲାଇନ୍‌ରେ ହିଁ ହେବ ।  ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ହେବାନେଇ ସୂଚନା । ରାଜ୍ୟରେ ଯେତେବେଳେ ବି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ କେବଳ ଅଫଲାଇନରେ ହେବ । ଚଳିତ ବର୍ଷ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷାରେ ବିଳମ୍ବ ହେବ ।

ଆସନ୍ତା ଫେବ୍ରୁୟାରି କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ପରୀକ୍ଷା ବିଳମ୍ବ ହେବ। ଆମେ ଅନଲାଇନ ପାଠପଢା ମାଧ୍ୟମରେ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ହେଉନାହିଁ । ପରୀକ୍ଷା ପାଇଁ ପାଠପଢ଼ା ନିହାତି ଆବଶ୍ୟକ। ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। SRCଙ୍କ ଗାଇଡ୍‌ଲାଇନ୍‌କୁ‌ ବିଭାଗ ଅନୁଧ୍ୟାନ କରୁଛି । ସବୁ ଦିଗକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

ସ୍କୁଲ ଫି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର କୌଣସି ନୀତି ନାହିଁ। କେବଳ କରୋନା ପାଇଁ ସ୍କୁଲ ଫି ଛାଡ ପ୍ରସଙ୍ଗ ରେ ହାଇକୋର୍ଟ ଉତ୍ତର ମାଗିଥିଲେ । ଏଥିପାଇଁ ବିଭାଗ ପାଖରେ କୌଣସି ନୀତି ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

ସ୍ତ୍ରୀ ଉପରକୁ ଚଳାଉଥିଲେ ଗୁଳି; ହେଲେ ବଳି ପଡିଲା ପଡିଶା ଘରର ନାବାଳକ ପୁଅ

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ମୗେରଦାବାଦରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରବାରିକ ଝଗଡା ଯୋଗୁଁ ବଳି ପଡିଛି ଜଣେ ୭ ବର୍ଷର ପୁଅ ।

ସୂଚନା ଅନୁଯାୟୀ ଜନପଦ ସ୍ଥିତ ମୗେରଦାବାଦ ଥାନା ଅନ୍ତର୍ଗତ ସିଭିଲ୍ ଲାଇନର ହିମଗିରି କଲୋନୀରେ ଏହି ଅଘଟଣ ଘଟିଛି । ସମ୍ପୃକ୍ତ କଲୋନୀରେ ରହୁଥିବା ଖୁବ ସିଂହ ଓ ତାଙ୍କ ପତ୍ନୀ ମମତାଙ୍କ ଘରୋଇ କଳି ଏତେ ମାତ୍ରାରେ ବଢିଯାଇଥିଲା ଯେ ସ୍ୱାମୀ ଜଣକ ଗୁଳି ଚଳାଇବାକୁ ପଛାଇନଥିଲେ । ଘରର ଛାତ ଉପରକୁ ଯାଇ ମମତାଙ୍କ ଉପରକୁ ଗୁଳି ଚଳାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ।

ହେଲେ ଦୁର୍ଭାଗ୍ୟବଶତଃ ସାମ୍ନା ଛାତରେ ମା’ ସହ ପଢୁଥିବା ୭ ବର୍ଷୀୟ ପୁନିତର ବେକରେ ଯାଇ ଗୁଳି ବାଜିଥିଲା । ପୁନିତ ସହ ତାଙ୍କ ମା’ ମଧ୍ୟ ଆହତ ହୋଇପଡିଥିଲେ ।

ମାଆ-ପୁଅଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ମାନେ ଏକଜୁଟ ହେବା ସଙ୍ଗେସଙ୍ଗେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ପୁଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ଚାଲିଛି ଆଲୋଚନା, ବାହାରିବ କି ସମାଧାନର ବାଟ ?

ଭୁବନେଶ୍ୱର: ଆନ୍ଧ୍ର ଓଡିଶା ସୀମା ବିବାଦ ମାମଲା । ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ସୀମାରେ ପହଞ୍ଚିଛନ୍ତି କୋରାପୁଟ ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ସୁନାବେଡା ଓ ଜାମୁଗୁଡା ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ ପହଞ୍ଚିଛନ୍ତି କୋରାପୁଟ ଜିଲ୍ଲା ପାଳ ଓ ବିଶାଖାପାଟଣା ଉପଜିଲ୍ଲାପାଳ । ଉଭୟଙ୍କ ଉପସ୍ଥିତିରେ ଦୁଇ ପକ୍ଷଙ୍କୁ ନେଇ ଚାଲିଛି ଆଲୋଚନା ।

Assembly Speaker Will Seek Report On Andhra Odisha Border Dispute

ତେବେ ଏହି ଆଲୋଚନାରୁ କୌଣସି ସମାଧାନର ବାଟ ବାହାରିପାରେ ବୋଲି ଆଶା କରାଯାଉଛି । ଜମିବାଡ଼ିକୁ ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ସମ୍ବାଇ ପଞ୍ଚାୟତ ନିକଟରେ ଆନ୍ଧ୍ର ସହ ଲାଗିଛି ବିବାଦ । ଓଡ଼ିଶାର ଜାମୁଗୁଡା ଗାଁଲୋକ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଆନ୍ଧ୍ରର କିଛି ଲୋକ ଆକ୍ରମଣ ଉଦ୍ୟମ କରିଥିଲେ । ପୂର୍ବରୁ ସୁନାବେଡ଼ା ଗାଁରେ ଜମି ଅକ୍ତିଆର ପାଇଁ ଆନ୍ଧ୍ର ଲୋକ ଅପଚେଷ୍ଟା କରିଥିଲେ । ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ଜାମୁଗୁଡ଼ା ନିକଟରେ ପଥର ପକାଇ ଓ ଚୂନ ମାରି ସୀମା ଚିହ୍ନଟ କରାଯାଇଥିଲା । ଯାହାର ସମାଧାନ ପାଇଁ ଚାଲିଛି ପ୍ରୟାସ ।

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ତାଲିକା ଦେଲେ ଅତନୁ, ପଚାରିଲେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଇବା କ’ଣ ?

ଭୁବନେଶ୍ୱର: ପାଠକ ବାପପୁଅଙ୍କ କଳା କାର୍‌ନାମା ପଦାକୁ ଆସିବା ପରେ ସବୁକଥା ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଏହା ପରେ ମଧ୍ୟ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ପ୍ରଦୀପଙ୍କ ବିରୋଧରେ ବି ଅଭିଯୋଗ ଆସିଛି, ତାଙ୍କ ଚେହେରା ବି ମଇଳା ହୋଇଛି, ଆଉ ଅଧିକ ସେ ମଇଳା କରିବା ଉଚିତ ନୁହେଁ ।

ଏବେ ଖାଲି ଆଈ ମା’ କାହାଣୀ ପରି ପ୍ରଦୀପ ପାଣିଗ୍ରାହୀ ଗପୁଛନ୍ତି, ମିଛ ଗପ ଅନ୍ତତଃ ନ ଗପନ୍ତୁ । ଅତନୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ କାର୍ଯ୍ୟଶୈଳୀ ବାବଦରେ ସମସ୍ତେ ଜାଣନ୍ତି । କୌଣସି ଲୋକ ଯେତେ କ୍ଷମତାଶାଳୀ ହେଲେ ବି ଯଦି ଜନବିରୋଧୀ କାର୍ଯ୍ୟ କରନ୍ତି, ବିଜେଡିରେ ତାଙ୍କର ସ୍ଥାନ ନାହିଁ । ଏହା ବିଗତ ଦିନରେ ବି ଘଟିଛି । ମନ୍ତ୍ରୀମାନେ ବି ଛାୟା ଦୁର୍ନୀତିରେ ବିଦା ହୋଇଛନ୍ତି ।

ଓଡ଼ିଶାବାସୀ କୋଭିଡ୍‌ ସମୟରେ ଡହଳବିକଳ ହେଉଥିବା ବେଳେ ପ୍ରଦୀପ ପାଣଇଗ୍ରାହୀ ପ୍ଲିଜର ଟ୍ରିପ୍‌ରେ ଯାଇଥିଲେ । ଏ କଥା ବଜାରରେ ବୁଲୁଛି । ଏ କ’ଣ ଜନବିରୋଧୀ ନୁହେଁ କି ? ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଇବା କ’ଣ ଜନବିରୋଧୀ ନୁହେଁ ? ଠକାମୀକୁ କ୍ଲିନ ଚିଟ୍ ଦେବା କ’ଣ ଜନବିରୋଧୀ ନୁହେଁ ? ଏହାର ଅନେକ ଉଦାହରଣ ଅଛି ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କୁଆଡୁ ଆସୁଥିଲା ଏତେ ଟଙ୍କା ? କିଏ ଦେଉଥିଲା ଓ କିଏ ନେଉଥିଲା ?

ଭୁବନେଶ୍ୱର: ଦଳରୁ ବହିଷ୍କାର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜକୁ ସଚ୍ଚୋଟ ବୋଲି ପ୍ରମାଣ କରିବାକୁ ଗଣମାଧ୍ୟମରେ ଗଳାଫଟାଇ ଚିତ୍କାର କରିଆସୁଛନ୍ତ । କିନ୍ତୁ ତାଙ୍କ ଅସଲ ଚେହେରା ଧିରେ ଧିରେ ଖୋଲିବାରେ ଲାଗିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଆକାଶଙ୍କ ଆକାଉଣ୍ଟରେ ପ୍ରକୃତରେ ୮ କୋଟି ଥିଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଦୃଢତାର ସହିତ କହିଥିଲେ । କିନ୍ତୁ ଭିଜିଲାନ୍ସର ତଦନ୍ତ ପରେ ୮କୋଟି ବା ୧୨ କୋଟି ନୁହେଁ ବରଂ ୧୪ କୋଟି ୭୭ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଥିବା ଜଣାପଡିଛି ।

ଏଥିରେ ବେନାମୀ ଟ୍ରାଞ୍ଜାକ୍ସନ ଥିବା ଦର୍ଶାଇ ଏହାର ତଦନ୍ତ ଇଡି ଓ ଆୟକର ବିଭାଗ କରୁ ବୋଲି ଭିଜିଲାନ୍ସ ସୁପାରିସ କରିଛି । ଫଳରେ ପ୍ରଦୀପଙ୍କ ମୁହଁ ଟାଣ କୁଆଡେ ଗଲା ବୋଲି ପ୍ରଶ୍ନ ଉଠୁଛି । ଏହା ପ୍ରମାଣ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସତରେ କଣ ଇସ୍ତଫା ଦେବେ ବୋଲି ପ୍ରଶ୍ନ ଉଠିଛି । ସେହିଭଳି ନିଜକୁ ସଚ୍ଚୋଟ ବୋଲି ପ୍ରମାଣିତ କରିବାକୁ ବିଧାୟକ ବାରମ୍ବାର କହୁଥିଲେ, ମୋର ସବୁ ଆକାଉଣ୍ଟ ଯାଞ୍ଚ କରାଯାଉ । କିଛି ଯଦି ବାହାରିବ ତାହାଲେ ଯାହା ଦଣ୍ଡ ଦେଲେ ତାକୁ ମୁଁ ସ୍ୱୀକାର କରିବି । କିନ୍ତୁ ଗତକାଲିଠୁ ସୋସିଆଲ୍ ମିଡିଆରେ ବିଧାୟକଙ୍କ ଆଇସିସିଆଇ ବ୍ୟାଙ୍କରେ ଥିବା ଏକ ଆକାଉଣ୍ଟର ୪ ମାସର ସବିଶେଷ ତଥ୍ୟ ଘୁରି ବୁଲୁଛି ।

ଉପରେ ଦିଆଯାଇଥିବା ଫଟୋରେ ଆପଣଙ୍କ ସ୍ପଷ୍ଟ ଜାଣିପାରୁଥିବେ । ବିଧାୟକଙ୍କ ଆକାଉଣ୍ଟ ନମ୍ବର ହେଲା, ୨୦୩୬୦୧୫୦୧୯୪୮ । ଏହି ଆକାଉଣ୍ଟଟି ବ୍ରହ୍ମପୁରରେ ରହିଛି । ଆକାଉଣ୍ଟରେ କେତେ ଟଙ୍କା ରହିଛି, ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ଆକାଉଣ୍ଟରେ ଗତ ଅଗଷ୍ଟ ମାସରୁ ଅଦ୍ୟାବଧି ଦୁଇ ଚାରି ଜଣ ଲୋକ ଓ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ଓ ଏହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହାର ପ୍ରମାଣ ମଧ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ବହୁତ ଟ୍ରାନଜାକ୍ସନ ହୋଇଛି, ହେଲେ ଆମେ ଯେଉଁ ଦୁଇ ଚାରି ଜଣଙ୍କ କଥା କହୁଛୁ, ସେମାନେ ହେଲେ ରବୀନ୍ଦ୍ର ସାହୁ, ସୂର୍ଯ୍ୟ ଫିଲିଂ ଷ୍ଟେସନ୍, ଗୁରୁମୂର୍ତ୍ତି ଅଏଲ କମ୍ପାନୀ, କମ୍ଭୁପାଣି ସାହୁ । ଏକା ରବୀନ୍ଦ୍ର କୁମାର ସାହୁ ଗତ ୪ମାସ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ପାଖାପାଖି ୭୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ସେହିଭଳି ସୂର୍ଯ୍ୟ ଫିଲିଂ ଷ୍ଟେସନ ୪୦ ଲକ୍ଷ, ଗୁରୁମୂର୍ତ୍ତି ଅଏଲ କମ୍ପାନୀ ୪୦ ଲକ୍ଷ, କମ୍ଭୁପାଣି ସାହୁ ପାଖାପାଖି ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ଏପରିକି ଆକାଶ ପାଠକ ମଧ୍ୟ ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଆକାଉଣ୍ଟ ଡିଟେଲ୍ସରୁ ଜଣାପଡିଛି ।

ଏହାବ୍ୟତୀତ ଏହି ଆକାଉଣ୍ଟରେ ହେମନ୍ତ କୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ କୁମାର ଲେଙ୍କା ଆଦି ବିଭିନ୍ନ ଲୋକ ଲକ୍ଷ ଲକ୍ଷ ଟଙ୍କା ଦାଖଲ କରିଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକାଉଣ୍ଟରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ୨ଲକ୍ଷ ୫୦ହଜାର ଟଙ୍କା ଗତ ସେପ୍ଟେମ୍ବର ୩ ତାରିଖରେ ଡିପୋଜିଟ୍ କରିଛନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ା ବିଧାୟକ ନା ଆଉ କେହି ତାହା ତଦନ୍ତ ସାପେକ୍ଷ । ଏବେ ପ୍ରଶ୍ନ ଉଠୁଛି, ଏହି ରବୀନ୍ଦ୍ର ସାହୁ କିଏ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ? ପୁଣି କିଏ ଏହି କମ୍ଭୁପାଣି ସାହୁ ? ଗୁରୁମୂର୍ତ୍ତି ଅଏଲ କମ୍ପାନୀ ଚଲାଇଛି କିଏ ? ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବା କାହିଁକି ?

ଏଠି ପ୍ରଶ୍ନ ଉଠୁଛି, ଭାବୀ ଶ୍ୱଶୂର ଅର୍ଥ ଯୋଗାଡ଼ କରି ଭାବୀ ଜାମାତାଙ୍କୁ ଦେଉଥିଲେ ଆଉ ସେହି ଅର୍ଥରେ ଭାବୀ ଜାମାତା ଦୁଇ ପରିବାରଙ୍କୁ ଧରି ଅୟସ କରୁଥିଲେ । ସୋସିଆଲ୍ ମିଡିଆରେ ଏହି ଆକାଉଣ୍ଟ ଡିଟେଲସ ଘୁରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିବା ସାଙ୍ଗକୁ ତାଙ୍କ ପାଇଁ ସାଧାରଣରେ ଶହ ଶହ ପ୍ରଶ୍ନ ତିଆରି ହେବାରେ ଲାଗିଛି । ଆକାଉଣ୍ଟ ଡିଟେଲ୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଥିରେ ମାତ୍ର ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ କେମିତି ଭର୍ତ୍ତି ହୋଇଛି ଲକ୍ଷ ଲକ୍ଷ ଟଙ୍କା, ପୁଣି କେମତି ଉଠାଯାଇଛି ଲକ୍ଷାଧିକ ଟଙ୍କା । ପ୍ରଦୀପଙ୍କ ଏହି ଗୋଟିଏ ଆକାଉଣ୍ଟ ଓ ଏଥିରେ ହୋଇଥିବା କାରବାର ତାଙ୍କ ଧଳା କମିଜ ତଳେ ରହିଥିବା କଳା କାରନାମାର ପ୍ରମାଣ ଦେଉନାହିଁ କି ? ଏବେ ଏହି ଆକାଉଣ୍ଟ ସଂପର୍କରେ ପ୍ରଦୀପ ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେବାରେ ଲାଗିଲାଣି ।

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ୪୩୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର କମିବାର ଲାଗିଛି । ୨୪ ଘଣ୍ଟାରେ ୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୪୯ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୮୫ ରହିଛି । ସେହିପରି ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନଭେମ୍ବରରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ କମିବାରେ ଲାଗିଛି ।

ବୁଧବାର ଦିନ ଚିହ୍ନଟ ହୋଇଥିବା ସଂମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ରହିଛନ୍ତି  । ତେବେ ଖୋର୍ଦ୍ଧାରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି, ଅନୁଗୁଳରୁ ୪୫, ସୁନ୍ଦରଗଡ଼ରୁ ୪୧, ନୂଆପଡାରୁ ୩୦, ବଲାଙ୍ଗୀରରୁ ୨୯, କଟକରୁ ୨୮, ମୟୂରଭଞ୍ଜରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗୁରୁବାର ଦିନ ଆଉ ୫ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୭୫୮କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୧୭ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ସୁଦ୍ଧା କରୋନାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୩ହଜାର ୩୯୪ ସଂକ୍ରମିତ ଏବଂ ରାଜ୍ୟରେ ବର୍ତ୍ତମାନ ୪ହଜାର ୮୧୫ ଜଣ ସକ୍ରିୟ ମାମଲା ରହିଛି ।

ଦିନେ ୧୫୦୦ ଟଙ୍କା ନେଇ ଆସିଥିଲେ ଭାରତ; ପରେ ବନିଗଲେ ମସଲା ଜଗତର କିଙ୍ଗ୍

ନୂଆଦିଲ୍ଲୀ: ଏମଡିଏଚ୍ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଧର୍ମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମହାଶୟ ଚୁନି ଲାଲ୍ ଗୁଲାଟି ଓ ମାତାଙ୍କ ନାମ ମାତା ଚନନ ଦେବୀ । ଛୋଟ ବ୍ୟବସାୟରୁ କାରବାର ଆରମ୍ଭ କରିଥିବା ଧର୍ମପାଲ ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ଆସନ୍ତୁ ଜାଣିବା କିଭଳି ଥିଲା ମସଲା ଦୁନିଆର ବାଦଶାହ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଧର୍ମପାଲ ଗୁଲାଟିଙ୍କର ଜୀବନ ଯାତ୍ରା-

ମସଲା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଧର୍ମପାଲ ଜଣେ ସମାଜସେବୀ ଭାବେ ଶେଷ ନିଶ୍ୱାସ ଖୁବ୍ ସକ୍ରିୟ ଥିଲେ।

୧୯୩୩ ମସିହାରେ ସେ ୫ମ ଶ୍ରେଣୀ ପାଠପଢା ସମାପ୍ତ କରିବା ପୂର୍ବରୁ ବିଦ୍ୟାଳୟ ଛାଡିଦେଇଥିଲେ। ୧୯୩୭ ମସିହାରେ ସେ ପିତାଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାବୁନ୍, କପଡା, ହାର୍ଡୱେର୍, ଚାଉଳର ବ୍ୟବସାୟ ମଧ୍ୟ କରିଥିଲେ ।

ପିତାଙ୍କ ‘ମହେଶିଆନ୍ ଡି ହାଟୀ’ ଦୋକାନରେ ବାପାଙ୍କୁ ସହଯୋଗ କରିବା ଆରମ୍ଭ କରିଥିଲେ । ଯାହା ‘ଦେଗି ମିର୍ଥ’ ନାମରେ ଜଣାଶୁଣା ଥିଲା । ଏପରିକି ସେ ଘର ଘର ବୁଲି ମଧ୍ୟ ମସଲା ବିକ୍ରି କରୁଥିଲେ ।

ଭାରତ-ପାକିସ୍ତାନ ବିଭାଜନ ପରେ ସେ ଦିଲ୍ଲୀ ପଳାଇ ଆସିଥିଲେ। ୧୯୪୭ ମସିହା ସେପ୍ଟେମ୍ବର ୨୭ରେ ତାଙ୍କ ପାଖରେ ମାତ୍ର ୧୫ଶହ ଟଙ୍କା ଥିଲା। ଯେଉଁଥିରୁ ୬୫୦ ଟଙ୍କାରେ ଏକ ଘୋଡାଗାଡି କିଣି ନୂଆଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ପର୍ଯ୍ୟନ୍ତ ଚଳାଇଥିଲେ।  ପରେ ସେ ଏହାକୁ ଭାଇକୁ ଦେଇ ଦେଇଥିଲେ ଏବଂ କରୋଲ ବାଗର ଅଜମଲ ଖାନ ରୋଡରେ ଏକ ଛୋଟିଆ ଦୋକାନରେ ମସଲା ବିକ୍ରି କରିବା ଆରମ୍ଭ କରିଥିଲେ ।

ତାଙ୍କର ସେହି ମସଲା ବ୍ୟବସାୟ ଭଲ ଚାଲିଥିଲା ବେଳେ ପରବର୍ତ୍ତୀ ସମୟରେ ଏମଡିଏଚ୍ ବ୍ରାଣ୍ଡ ମୁଣ୍ଡ ଟେକି ଠିଆ ହେବା ସହ ସଫଳତାର ଶିଖରରେ ପହଞ୍ଚି ପାରିଥିଲା ।

ପରେ ସମାଜସେବା କରିବାକୁ ଯାଇ ସେ ହସ୍ପିଟାଲ ଓ ବିଦ୍ୟାଳୟ ଆଦି ନିର୍ମାଣ କରିଥିଲେ । ତେବେ ତାଙ୍କ ଦ୍ୱାରା ଆଜିଯାଏଁ ୨୦ରୁ ଅଧିକ ବିଦ୍ୟାଳୟ ନିର୍ମିତ ହୋଇଥିବା ନେଇ ସୂଚନା ମିଳିଛି ।

କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକୁ ଦିନ ନିୟନ୍ତ୍ରଣରେ ଆସୁଛି କରୋନା । ନମୁନା ପରୀକ୍ଷଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୬୦ ଲକ୍ଷ ନମୁନା ପରୀକ୍ଷଣ ହୋଇଛି । ସେହିପରି ରାଜ୍ୟରେ ୪.୫ ମାସରେ ପ୍ରଥମ ଥର ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ହଜାର ତଳକୁ ଖସିଛି ।

ନମୁନା ପରୀକ୍ଷଣରେ ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବା ନେଇ ଟ୍ୱିଟ ଯୋଗେ ନିଜ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ସାଢେ ୪ମାସ ଭିତରେ ପ୍ରଥମଥର ପାଇଁ ୫ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଏହା କେବଳ କରୋନାକୁ ହରାଇବାର ରାଜ୍ୟବାସୀଙ୍କ ଭିତରେ ଥିବା  ସ୍ପୃହା , ଅନୁଶାସନ ଓ ନିଷ୍ଠା ପାଇଁ ସମ୍ଭବ ହୋଇଛି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୪ ଘଣ୍ଟା ମଧ୍ୟରେ ଭାରତରୁ ୩୫,୫୫୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫ ହଜାର ୫୫୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୫ ଲକ୍ଷ ୩୪ ହଜାର ୯୬୫ ରେ ପହଞ୍ଚିଛି ।

ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ୧ ଲକ୍ଷ ୩୮ ହଜାର ୬୪୮ ଲୋକ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରେ ୪ ଲକ୍ଷ ୨୨ ହଜାର ୯୪୩ଟି ମାମଲା ସକ୍ରିୟ ରହିଛି । ସେପଟେ ଗୋଟିଏ ଦିନରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ଏଯାବତ୍ ୮୯ ଲକ୍ଷ ୭୩ ହଜାର ୩୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।