spot_img
Home Blog Page 6309

ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

0

ନୂଆଦିଲ୍ଲୀ: କରୋନା ଭାଇରସ୍ ରୋଗର ପ୍ରତିକାର ଏବଂ ଚିକିତ୍ସାରେ ଆୟୁର୍ବେଦର ବ୍ୟବହାର ନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ପ୍ରତି ରବିବାର ଅନୁଷ୍ଠିତ ହେଉଥିବା ‘ରବିବାର ସମ୍ୱାଦ’ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ, ରୋଗ ପରିଚାଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରୀକ ଉପସ୍ଥାପନା ଅଛି । ଏଥିରେ କୌଣସି ରୋଗର ଚିକିତ୍ସା କରିବା ଏବଂ ତାହାର ନିରାକରଣ ନିମନ୍ତେ ସାମଗ୍ରୀକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ । ତେଣୁ ପରୀକ୍ଷାମୂଳକ ଅଧ୍ୟୟନ ସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ-୧୯ ନେଇ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି ।

            କରୋନା କାଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ବୃଦ୍ଧି ଏବଂ ଆବଶ୍ୟକତାକୁ ଚାହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସମୟ-ସିଦ୍ଧ ଏବଂ ପ୍ରମାଣଭିତ୍ତିକ ପ୍ରାକୃତିକ ଆୟୁଷ ଉପଚାର ବ୍ୟବହାର ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସର୍ବସାଧାରଣଙ୍କ ଲାଗି ଉପଦେଶାବଳୀ ପ୍ରଚାର କରିଛି  । ଗୁଡୁଚି, ଅଶ୍ୱଗନ୍ଧା, ଗୁଡୁଚି ଓ ପୀପଳି ମିଶ୍ରଣ ଏବଂ ଆୟୁଷ-୬୪। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍‌ ଏବଂ ପ୍ରଦାହ ନିରୋଧୀ ଗୁଣ ଥିବା କଥା କେତେଗୁଡ଼ିଏ ଉଲ୍ଲେଖନୀୟ ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ବର୍ଦ୍ଧନ ବୁଝାଇ କହିଛନ୍ତି।

ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୬ ରାଜ୍ୟର ୧ ଲକ୍ଷ ଲୋକଙ୍କୁ ଦିଆଗଲା ସମ୍ପତ୍ତି ରେକର୍ଡ

ସମସ୍ତଙ୍କୁ ଚକିତ କରୁଛି ୪ ବର୍ଷର ବାଳକର ସନ୍ତରଣ, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଝାରସୁଗୁଡ଼ା: ଚକିତ କରୁଛି ୪ ବର୍ଷର ଛୁଆ । ଯେଉଁଠି ପାଣିକୁ ଦେଖିଲେ ୪୦ ବର୍ଷିଅଙ୍କୁ ବି ଡର ଲାଗେ । ସେଠି ୪ ବର୍ଷର ଛୁଆ ପାଣିକୁ ଦେଖିଲେ ବେଶ୍ ଖୁସି ହୋଇଯାଉଛି । ଆପଣ ଭାବୁଥିବେ ଛୁଆଟି ପାଣିରେ ଖେଳିବା ପାଇଁ ଖୁସି ହେଉଥିବ । ଜମା ନୁହେଁ ବରଂ ସନ୍ତରଣ ପ୍ରତି ଛୁଆଟିର ରହିଛି ଅଦ୍ୟମ ଆଗ୍ରହ । ସନ୍ତରଣରେ ସମସ୍ତଙ୍କୁ ଚକିତ କରୁଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କୁନି ପୁଅ ଦୁର୍ଗା ପ୍ରସାଦ ।

4 Year Old Boy Durga Prasad Swimming In 100 Meter Pond Without Hassle

ଦୁର୍ଗାକୁ ମାତ୍ର ୪ ବର୍ଷ । ହେଲେ ତା ପ୍ରତିଭା ଦେଖି ସମସ୍ତେ ବିସ୍ମିତ । ଦୁର୍ଗାର ସନ୍ତରଣ ଆଗରେ ହାର୍ ମାନୁଛନ୍ତି ସମସ୍ତେ । ଯୁବକ ତ ଯୁବକ ବୟସ୍କ ବି ଦୁର୍ଗାର ସନ୍ତରଣକୁ କରୁଛନ୍ତି ସଲାମ୍ । ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରାଚକା ଗାଁର ସସ୍ମିତା ଧୂରୁଆଙ୍କ କୁନି ପୁଅ ଦୁର୍ଗା । ଗାଁ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ୧୦୦ ମିଟର ଦୂରତାକୁ ଅତି ସହଜରେ ପହଁରି ପହଁରି ଅତିକ୍ରମ କରି ପାରୁଛି ଏହି ବାଳକ । ଦୁର୍ଗାର ଏହି ଜଳକ୍ରୀଡ଼ି ଦେଖିବାକୁ ଗାଁ ପୋଖରୀରେ ବି ଲାଗୁଛି ଭିଡ଼ ।

4 Year Old Boy Durga Prasad Swimming In 100 Meter Pond Without Hassle

୪ ବର୍ଷରୁ ସନ୍ତରଣରେ ଦକ୍ଷତା ଦେଖାଇଥିବା ଦୁର୍ଗା ସନ୍ତରଣର ପ୍ରଶିକ୍ଷଣ ନେଇନି କି ତାକୁ କେହି ପହଁରିବା ଶିଖାଇ ନାହାଁନ୍ତି । ଗାଁରେ ପୋଖରୀରେ ଗାଧୋଇବା ବେଳେ ନିଜେ ସେ ସନ୍ତରଣ ଶିଖିଥିବା କହିଛନ୍ତି ପରିବାର ଲୋକ । ପିଲାଟି ବେଳରୁ ଦୁର୍ଗାର ସନ୍ତରଣ ପ୍ରତି ରହିଛି ଅହେତୁକ ଆଗ୍ରହ । ପୁଅକୁ ସନ୍ତରଣରେ ଉଚ୍ଚକୋଟିର ପ୍ରଶିକ୍ଷଣ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥର ଅଭାବ ଥିବା ମାଆ ସୁସ୍ମିତା ଧୂରୁଆ କହିଛନ୍ତି । ଦୁର୍ଗାକୁ ସରକାରୀ ପ୍ରଶିକ୍ଷଣ ମିଳିଲେ ଆଗକୁ ଦେଶ ପାଇଁ ଦୁର୍ଗା ଗୌରବ ଆଣିବ ବୋଲି ଆଶା ରଖିଛି ପରିବାର ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି, ପ୍ରତ୍ୟେକ ଦିନ ଯୋଗ ଦେଉଛନ୍ତି ଶତାଧିକ କର୍ମୀ

ତିର୍ତ୍ତୋଲ/ଭୁବନେଶ୍ୱର,   ଆସନ୍ତା ନଭେମ୍ବର ୩ରେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ଗତ ୯ ତାରିଖରେ ନିର୍ବାଚନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜନୈତିକ ଘଟଣାକ୍ରମରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ କିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି ।

ସେପଟେ ଶାସକ ବିଜେଡି ଏବଂ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ । ମାତ୍ର ବିଜେଡି ସ୍ଥାନୀୟ ଅଞ୍ଚଳରେ ସଙ୍ଗଠନ ଉପରେ ଅଧିକ ଗୁରୁତ୍ୱ ଦେଇଛି ।  ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ପ୍ରତିଦିନ ବିରୋଧୀ କଂଗ୍ରେସ ଏବଂ ଭାଜପାର କର୍ମୀମାନେ ବିଜେଡିରେ ମିଶୁଛନ୍ତି । ସେହିକ୍ରମରେ ରବିବାର ମୁଲିସିଂହ ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ରରେ  ହୋଇଥିବା ଏକ  ମିଶ୍ରଣ ପର୍ବରେ ୫୦ ଅଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।  ଗଞ୍ଜାମ ଜିଲା ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଆବାହକତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ବିଜେଡିରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ରହିଛନ୍ତି- ଓମ ପ୍ରକାଶ ସାହୁ, ଯୁଗଳ କିଶୋର ନାୟକ, ବିସନପୁର ସରପଞ୍ଚ ବସନ୍ତ ମହାପାତ୍ର, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ସୁଜାତା ମହାନ୍ତି ଓ ରଘୁନାଥପୁର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ରଜତ ପାତ୍ର  । ସବୁଠୁ ଉଲ୍ଲେଖନୀୟ କଥା ଏହିକି ଯେ, ଏହି ମିଶ୍ରଣ ପର୍ବରେ କୋଭିଡ଼ ସଂକ୍ରାନ୍ତୀୟ ସମସ୍ତ ନିୟମ ପାଳନ କରାଯାଇଥିଲା । ମିଶ୍ରଣ ପର୍ବରେ କର୍ମୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

 

୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ପ୍ରଦେଶରେ ସରକାରୀ ଚାକିରି ପାଇଁ ଦେବାକୁ ପଡ଼ିବନାହିଁ ସାକ୍ଷାତକାର

0

ନୂଆଦିଲ୍ଲୀ: ୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ପ୍ରଦେଶରେ ସରକାରୀ ଚାକିରି ନେଇ ସାକ୍ଷାତକାରକୁ ଉଚ୍ଛେଦ କରିଦେଇଛନ୍ତି । ଏ ନେଇ ଶନିବାର  କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚିତ କରିଛନ୍ତି । କାର୍ମିକ ମନ୍ତ୍ରାଳୟର ବୟାନ ଅନୁଯାୟୀ ୨୦୧୬ ପରେ କେନ୍ଦ୍ର ସରକାର ଗ୍ରୁପ ବି (ନନ୍ ଗେଜେଟେଡ୍) ଏବଂ ଗ୍ରୁପ ସି ପଦବୀ ପାଇଁ ସାକ୍ଷାତକାରକୁ ଉଚ୍ଛେଦ କରିଦେଇଛନ୍ତି ।

ସାକ୍ଷାତକାର ବନ୍ଦ କରିବାକୁ ସୁପାରିସ୍

୨୦୧୫ରେ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦି ସାକ୍ଷାତକାର ବନ୍ଦ କରିବା ନେଇ ପରାମର୍ଶ ଦେଇଥିଲେ । ଏବଂ ଲିଖିତ  ପରୀକ୍ଷା ଆଧାରରେ ଚାକିରି ପାଇଁ ଚୟନ କରିବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ୧ ଜାନୁଆରୀ ୨୦୧୬ଠାରୁ କେନ୍ଦ୍ର ସରକାରରେ ଭର୍ତ୍ତି ନେଇ ସାକ୍ଷାତକାର ସମାପ୍ତ କରିବା ନେଇ ପ୍ରକ୍ରିୟା ପୂରା କରିସାରିଛନ୍ତି ।

ମହାରାଷ୍ଟ୍ର ଏବଂ ଗୁଜୁରାଟ ସାକ୍ଷାତକାର କରିବାକୁ ଚାହୁଁଛନ୍ତି

ମହାରାଷ୍ଟ୍ର ଏବଂ ଗୁଜୁରାଟ ଭଳି କିଛି ରାଜ୍ୟ ଏହି ନିୟମ ଲାଗୁ କରିବାକୁ ନେଇ ତତ୍ପର  ଥିବା ବେଳେ କିଛି ରାଜ୍ୟ ସମାପ୍ତ କରିବାକୁ ଅନିଚ୍ଛୁକ ଥିଲେ ଚାକିରି ପାଇଁ ସାକ୍ଷାତକାର କରିବାକୁ ଚାହୁଁଥିଲେ । ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ବହୁତ ବୁଝାଶୁଝା ଏବଂ ବାରମ୍ୱାର ମନେପକାଇବା ପରେ କଶ୍ମୀର ଏବଂ ଲଦାଖ ସହିତ ଭାରତର ସମସ୍ତ ୮ କେନ୍ଦ୍ର ଶାସିତ ପ୍ରଦେଶ ଏବଂ ୨୩ ରାଜ୍ୟ ସରକାର ସାକ୍ଷାତକାର ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି ।

କୋଭିଡ୍ ଗାଇଡଲାଇନରେ କାଲିଠୁ OJEE, ୩ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର: କାଲିଠୁ ଓଜେଇଇ । କୋରୋନା କଟକଣା ଭିତରେ ଜେଇଇ ମେନ୍ ଢାଞ୍ଚାରେ ସମ୍ପୂର୍ଣ୍ଣ ଅନଲାଇନରେ ହେବ ଓଜେଇଇ ପରୀକ୍ଷା । ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ OJEE ପରୀକ୍ଷା ହେବ । ଦିନକୁ ମୋଟ ତିନୋଟି ସିଫ୍ଟରେ ପରୀକ୍ଷା ହେବା ସହ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ହେତୁ ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି ।

OJEE Exam From Tomorrow

ରାଜ୍ୟର ୨୧ଟି ସହରରେ ମୋଟ ୫୪ଟି ଓ ରାଜ୍ୟ ବାହାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ୍ କଟକଣା ଦୃଷ୍ଟିରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ପ୍ରତି ସିଫ୍ଟ ପରୀକ୍ଷା ପରେ ହଲକୁ ବିଶୋଧନ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ମାସ୍କ, ନିଜସ୍ୱ ସାନିଟାଇଜର ଓ ପାଣି ବୋତଲ ଆଣିବାକୁ କୁହାଯାଇଛି ।

ବିଏମସି ଅଞ୍ଚଳରୁ ଆଉ ୨୯୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୯ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୧୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥି ସହ ଗତ ୨୪ ଘଣ୍ଟାରେ ୩୫୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

BMC Reports 290 Covid Cases In 10th October 2020  

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ଚନ୍ଦ୍ରଶେଖରପୁରରୁ ୧୧, ସତ୍ୟନଗରରୁ ୧୧, ବରମୁଣ୍ଡାରୁ ୧୧, ନୟାପଲ୍ଲୀରୁ ୧୦, ଓଲ୍ଡ ଟାଉନରୁ ୧୦, ଲକ୍ଷ୍ମୀ ସାଗରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ମାମଲା ମଧ୍ୟରୁ ବରମୁଣ୍ଡାରୁ ୭ ଜଣ, ସତ୍ୟନଗରରୁ ୫ ଜଣ, ୟୁନିଟ୍-୬ରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

BMC Reports 290 Covid Cases In 10th October 2020  

ଏଯାବତ୍ ରାଜଧାନୀ ଅଞ୍ଚଳରୁ ୨୫ ହଜାର ୪୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୭ ଜଣଙ୍କ ମୃତ୍ୟୁ ହେଲାଣି । ୨୧ ହଜାର ୮୯୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ୩ ହଜାର ୪୨୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଚାରି ବର୍ଷ ହେବ ଡିପ୍ରେସନ ସହ ଲଢ଼େଇ କରୁଛନ୍ତି ଆମିର ଖାନଙ୍କ ଝିଅ ଇରା, ଭିଡିଓ ସେୟାର କରି କହିଲେ ଏମିତି କଥା

ନୂଆଦିଲ୍ଲୀ: ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓଟି ଦେଖିସାରିବା ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି । ଭିଡିଓ ମାଧ୍ୟମରେ ଆମୀରଙ୍କ ଝିଅ କହୁଛନ୍ତି ଯେ, ସେ ଡିପ୍ରେସନ ସହ ସଂଘର୍ଷ କରୁଛନ୍ତି । ସେ ଗତ ଚାରି ବର୍ଷ ଧରି ଡିପ୍ରେସନ ସହ ମୁକାବିଲା କରିଆସୁଛନ୍ତି । ଇରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

https://www.instagram.com/p/CGK5pCuAqdG/?utm_source=ig_embed

ଡିପ୍ରେସନ ସହ ଲଢ଼ୁଛନ୍ତି ଆମୀରଙ୍କ ଝିଅ

ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ଇରା ଖାନ ଏଥର ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଭିନ୍ନ କଥା ସେୟାର କରିଛନ୍ତି । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସେ ନିଜ ଜୀବନର ଯନ୍ତ୍ରଣାକୁ ଅତି ସାହସର ସହ ସମସ୍ତଙ୍କ ସହ ସେୟାର କରିଛନ୍ତି । ଭିଡିଓରେ ଇରା କହୁଛନ୍ତି- ହେଲୋ, ପୂର୍ବ ୪ ବର୍ଷ ହେବ ମୁଁ ଡିପ୍ରେସନରେ ଅଛି । ଏଥିପାଇଁ ମୁଁ ଡାକ୍ତରଙ୍କ ପାଖରେ ଚିକିତ୍ସା କରୁଛି । ବର୍ତ୍ତମାନ ମୁଁ ଭଲ ଅଛି । ମୁଁ ମାନସିକ ସ୍ୱାସ୍ଥ୍ୟ ଉପରେ କିଛି କରିବାକୁ ଚାହୁଁଥିଲି । କିନ୍ତୁ କ’ଣ କରିବି ବୁଝିପାରୁନଥିଲି ।  କିନ୍ତୁ ବର୍ତ୍ତମାନ ଏହି ଭିଡିଓ ମାଧ୍ୟମରେ ଇରା କହୁଛନ୍ତି ଯେ ସେ ସମସ୍ତଙ୍କୁ ତାଙ୍କ ଜୀବନ ଯାତ୍ରା ବିଷୟରେ କହିବାକୁ ଚାହୁଁଛନ୍ତି ଯେଉଁଥିରେ ସେ ଡିପ୍ରେସନ ସହ ଲଢ଼େଇ କରୁଥିଲେ । ଭିଡିଓ ଶେଷରେ, ସେ ଏକ ପ୍ରଶ୍ନ କରିଛନ୍ତି ଯେ – ମୋ ପାଖରେ  ସବୁକିଛି ଥାଇ ବି ମୁଁ ଡିପ୍ରେସନର ଶିକାର କାହିଁକି ?

ଇରା ଖାନଙ୍କ ଏହି ଭିଡିଓରେ ଅନେକ ପ୍ରକାର ପ୍ରତିକ୍ରିୟା ଆସୁଛି । ସମସ୍ତେ ଇରାଙ୍କ ସାହସକୁ ପ୍ରଶଂସା କରୁଛନ୍ତି । ନିଜ ଡିପ୍ରେସନ ବିଷୟରେ ଖୋଲିକି କଥା ହେବା ସହଜ ନଥାଏ । କିନ୍ତୁ ଇରା ସମସ୍ତଙ୍କ ସାମ୍ନାରେ ଏହାକୁ ସେୟାର କରିଛନ୍ତି ।

୧୪ ଯାଏଁ ତୁହାକୁ ତୁହା ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ବିଗତ ତିନିଘଣ୍ଟା ଧରି ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣ ପୂର୍ବରେ ବିଶାଖାପାଟଣାଠାରୁ ୪୦୦ କିମି ଦୂରରେ ଥିବାବେଳେ ଆନ୍ଧ୍ରର କାକିନଡ଼ାଠାରୁ ୪୫୦ କିମି ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ ଗଭୀର ଅବପାତର ରୂପ ନେବ । ୧୨ ଅକ୍ଟୋବର ରାତିରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳର ନରସପୁର-ବିଶାଖାପାଟଣା ଦେଇ ଅତିକ୍ରମ କରିବା ଆଶଙ୍କା ରହିଛି ।

Depression over west central Bay of Bengal Orange Warning Issued To 5 District

ପ୍ରଭାବରେ ରାଜ୍ୟରେ ୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ । ୧୨ ତାରିଖ ସକାଳ ୮ଟା ୩୦ ଯାଏଁ ରାଜ୍ୟର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରୁ ୧୩ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Depression over west central Bay of Bengal Orange Warning Issued To 5 District

ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ସକାଳରୁ ୧୪ ଯାଏଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ୧୩ ତାରିଖ ଯାଏଁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

କେବେଠୁ ଆରମ୍ଭ ହେଉଛି ନବରାତ୍ରୀ ? ଜାଣନ୍ତୁ ଚୌକି ସ୍ଥାପନ ଠାରୁ ଆରମ୍ଭ କରି ନବମୀ ପୂଜା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ

0

ପିତୃପକ୍ଷ ସରିବା ସହିତ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଚଳିତ ବର୍ଷ ଏପରି ହୋଇନାହିଁ । ସେପ୍ଟେମ୍ବର ୧୭ ତାରିଖ ଦିନ ଶ୍ରାଦ୍ଧ ଅମାବାସ୍ୟା ପରେ ପିତୃପକ୍ଷ ସମାପ୍ତ ହୋଇସାରିଛି । କିନ୍ତୁ ହିନ୍ଦୁ ପଞ୍ଚାଙ୍ଗ ମୁତାବକ ଚଳିତ ବର୍ଷ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଦୁର୍ଗାପୂଜା ହେବ । ଏହି ଅବସରରେ ମାଆ ଦୁର୍ଗାଙ୍କୁ ନଅ ଦିନ ଯାଏଁ ନଅ ରୂପରେ ପୂଜା କରାଯାଏ । ନବରାତ୍ରୀ ବିଳମ୍ବରେ ଆରମ୍ଭ ହେଉଥିବାରୁ ସମ୍ପୂର୍ଣ୍ଣ ୯ ଦିନର ସୂଚନା ନିମ୍ନରେ ପ୍ରଦାନ କରାଯାଇଛି ।

କାହିଁକି ବିଳମ୍ବରେ ଆରମ୍ଭ ହେଉଛି ନବରାତ୍ରୀ

ଜ୍ୟୋତିଷଙ୍କ ମୁତାବକ, ଶ୍ରାଦ୍ଧ ଅମାବାସ୍ୟା ପରେ ଅଧିମାସ ଲାଗୁ ହେବାରୁ ନବରାତ୍ରୀ ଏକ ମାସ ବିଳମ୍ବରେ ଆରମ୍ଭ ହେଉଛି । ଅଧିମାସ କାରଣରୁ ନବରାତ୍ରୀ ସହିତ ଦଶହରା ଏବଂ ଦିପାବଳୀ ମଧ୍ୟ ବିଳମ୍ବରେ ଅନୁଷ୍ଠିତ ହେବ । ନଭେମ୍ବର ୨୫ରେ ଦେବଉଠାଣୀ ଏକାଦଶୀ ଅନୁଷ୍ଠିତ ହେବ ଏହା ସହିତ ଚତୁର୍ମାସ ସମାପ୍ତ ହେବ । ଏହା ପରେ ବିବାହ, ବ୍ରତଘର ଭଳି ମଙ୍ଗଳ କାର୍ଯ୍ୟ ଆରମ୍ଭ ହେବ ।

ଅଧିମାସ କଣ ?

ହିନ୍ଦୁ ପଞ୍ଚାଙ୍ଗରେ ୧୨ଟି ମାସ ଥାଏ । ଏହା ସୂର୍ଯ୍ୟଙ୍କ ସଂକ୍ରାନ୍ତି ଏବଂ ଚନ୍ଦ୍ରଙ୍କ ଉପରେ ଆଧିରିତ ଥାଏ । ପ୍ରତି ବର୍ଷ ସୂର୍ଯ୍ୟ ଏବଂ ଚନ୍ଦ୍ର ମାସରେ ପ୍ରାୟ ୧୧ ଦିନର ଅନ୍ତର ଆସିଯାଏ । ଏହି ଅନ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତି ତିନ ବର୍ଷକୁ ଥରେ ଏକ ମାସ ଅଧିକ ବଢ଼ିଥାଏ । ଯାହାକୁ ଅଧିମାସ କୁହାଯାଏ । ଅଧିମାସରେ ଶୁଭକାର୍ଯ୍ୟ କରିବା ପାଇଁ ବାରଣ କରାଯାଇଥାଏ ।

ଶାରଦୀୟ ନବରାତ୍ରୀର କାର୍ଯ୍ୟସୂଚୀ

୧୭ ଅକ୍ଟୋବର- ମାଆ ଶୈଳପୁତ୍ରୀଙ୍କ ପୂଜା ଘଟସ୍ଥାପନ

୧୮ ଅକ୍ଟୋବର- ମାଆ ବ୍ରହ୍ମଚାରିଣୀ ପୂଜା

୧୯ ଅକ୍ଟୋବର- ମାଆ ଚନ୍ଦ୍ରଘଣ୍ଟା ପୂଜା

୨୦ ଅକ୍ଟୋବର- ମାଆ କୁଷ୍ମାଣ୍ଡା ପୂଜା

୨୧ ଅକ୍ଟୋବର- ମାଆ ସ୍କନ୍ଦମାତା ପୂଜା

୨୨ ଅକ୍ଟୋବର- ଷଷ୍ଠୀ ମାଆ କାତ୍ୟାୟନୀ ପୂଜା

୨୩ ଅକ୍ଟୋବର- ମାଆ କାଳରାତ୍ରୀ ପୂଜା

୨୪ ଅକ୍ଟୋବର- ମାଆ ମହାଗୌରୀ ଦୁର୍ଗା ପୂଜା

୨୫ ଅକ୍ଟୋବର- ମାଆ ସିଦ୍ଧିଦାତ୍ରୀ ପୂଜା

ଭୁବନେଶ୍ୱର ପରେ ବୋଲଗଡ଼ ଅଞ୍ଚଳରେ କୋଭିଡ଼ ନିୟମ ଭାଙ୍ଗିଲେ ଭାଜପା ଏମପି ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦଳୀୟ ମିଶ୍ରଣ ପର୍ବ ଆଳରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରି ଭିଡ଼ ଜୁଟାଇବା ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସ୍ଥାନୀୟ ଅଞ୍ଚଳର ରାଜନେତା ରାଇ ମୋହନ ପରିଡ଼ା ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ହୋନ ରହୁ । କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯିବ । ବୋଲଗଡ଼ ଥାନା ଅନ୍ତର୍ଗତ ପାଟପୁର ଶାସନ, ଆଳିକମ, ଶ୍ରୀରାମପୁର ଅଞ୍ଚଳରେ ସାଂସଦ ଏପରି ଭିଡ କରି କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଭାଜପା ସାଂସଦ ଅପରାଜିତା ଷଡଙ୍ଗୀ । କରୋନା ସମୟରେ କୋଭିଡ଼ ନିୟମ ଭାଙ୍ଗିବା ପାଇଁ ବେଶ୍ ଚର୍ଚ୍ଚାରେ ରହି ହୋଇ ଆସୁଛନ୍ତି ।  ନିକଟରେ ଅପରାଜିତାଙ୍କ ଜନ୍ମ ଦିନ ତାଙ୍କ ପଳାସପଲ୍ଲୀସ୍ଥିତ ଅଫିସରେ ପାଳନ ହୋଇଥିଲା । ଏଥିରେ ସାଂସଦଙ୍କ ସମେତ ଯୋଗଦାନ କରିଥିବା ମହିଳା ଏବଂ ଯୁବକମାନେ ତଲ୍ଲୀନ ହୋଇ ନୃତ୍ୟରେ ମଜି ଯାଇଥିଲେ, ତାହା ପୁଣି ଆଧୁନିକ ଗୀତର ତାଳେତାଳେ । ଗୀତରେ ନାଚିବା ଅଥବା ଗୀତ ଗାଇବା ଖରାପ କଥା ନୁହେଁ । ହେଲେ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ମାନବ ସମାଜ ପାଇଁ ଭ୍ୟାକ୍ସିନ ଆସିନାହିଁ । ତେଣୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅପରାଜିତାଙ୍କ ସେହି ଜନ୍ମଦିନ ଉତ୍ସବରେ ନା ଥିଲା କାହା ମୁହଁରେ ମାସ୍କ, ନା ଥିଲା ସାମାଜିକ ଦୂରତା । ଏହି ଭିଡିଓ ଭାଇରାଲ ହୋଇଥିଲା ସାମାଜିକ ଗଣମାଧ୍ୟମରେ । ଯାହାକୁ ନେଇ  ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରେ ଭୁବନେଶ୍ୱର ମହାନଗର ନିୟମ ପକ୍ଷରୁ ସାଂସଦ ମହୋଦୟାଙ୍କ କାର୍ଯ୍ୟାଳୟ ସିଲ୍ କରାଯାଇଥିଲା ।

ଏହାକୁ ଅପରାଜିତା ପ୍ରତିବାଦ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଶାସନ ଉପରେ ବର୍ଷିଥିଲେ । ଏପରି କି ଶାସକ ଦଳର କିଛି ଫଟୋଚିତ୍ର ପ୍ରଦର୍ଶନ କରି ଆକ୍ଷେପ କରିଥିଲେ । ଆଗାମୀ ୧୫ ଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ଜନଶୁଣାଣି କରିବେ ବୋଲି କହିଥିଲେ । କେବଳ ସେତିକି ନୁହେଁ, ରବିବାର ଲକ୍ଷ୍ମୀସାଗର ଅଞ୍ଚଳରେ ଏପରି କରିଥିବା ମଧ୍ୟ ଅଭିଯୋଗ ହୋଇଛି ।