spot_img
Home Blog Page 6285

ଅନଲାଇନରେ ଅବଢ଼ା ବିକ୍ରିକୁ ନେଇ ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଅନଲାଇନରେ ପ୍ରଥମେ ନିର୍ମାଲ୍ୟ ଏବେ ପୁଣି ଅବଢ଼ା ବିକ୍ରିକୁ ନେଇ ଅଭିଯୋଗ । ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଖୁଲମଖୁଲା କରାଯାଉଛି ଅପମାନ । ଏବେ ଅନ୍‌ଲାଇନ୍‌ରେ ଗୋଟେ ପରେ ଗୋଟେ ସଂସ୍ଥା ବିକ୍ରି କରୁଛନ୍ତି ମହାପ୍ରସାଦ । ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ସହ ଶୁଖିଲା ଭୋଗ ବି ବିକ୍ରି କରୁଥିବା ଅଭିଯୋଗ ହୋଇଛି  ।

ପୂର୍ବରୁ ଆମାଜନ ଇ-କମର୍ସ ସଂସ୍ଥା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆ ସଂହଦ୍ୱାରା ଥାନାରେ ଏତଲା ଦେଇଥିଲେ । ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆ ଯାଇଛି ।

ପୂର୍ବରୁ ନିର୍ମାଲ୍ୟ ପାଇଁ ଆଉ ଏବେ ଅବଢ଼ା ପାଇଁ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ୱାର ଥାନାରେ ଏତାଲା ଦେଇଛନ୍ତି । ତେବେ ମହାପ୍ରସାଦ ବ୍ୟବସାୟରେ ଆମାଜନ ଓ ପିନ୍‌ରେଷ୍ଟର ଆଭ୍ୟନ୍ତରୀଣ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଆୟୁର୍ବେଦିକ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତିକୁ ବିରୋଧ

କଟକ: ପୁଣି କେନ୍ଦ୍ର ସରକାରଙ୍କ ଆଉ ଏକ ଅନୁମତିକୁ ନେଇ ବିକ୍ଷେଭ । ଆୟୁର୍ବେଦିକ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତିକୁ ବିରୋଧ କରିଛି ଆଇଏମଏ । ଆୟୁର୍ବେଦିକ ଡାକ୍ତରଙ୍କ ଅସ୍ତ୍ରୋପଚାର ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କିଭଳି ଆୟୁର୍ବେଦିକ ଡାକ୍ତର ଅସ୍ତ୍ରୋପଚାର କରିପାରିବେ ଏନେଇ ବିରୋଧ କରିଛି ଆଇଏମଏ ।

ଏବଂ ଭାରତୀୟ କେନ୍ଦ୍ରୀୟ ଔଷଧ ପରିଷଦ ଓ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଆଇଏମଏ ତରଫରୁ ତୀବ୍ର ବିରୋଧ କରାଯାଇଛି । ଏନେଇ କଟକରେ ଏକ ଶୋଭାଯାତ୍ରାରେ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଯାଇ ତୁରନ୍ତ ଏହି ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରତ୍ୟାହାର ନକଲେ ୧୧ ତାରିଖରେ ଘରୋଇ ଡାକ୍ତରଖାନାଗୁଡିକ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀ!

ନୂଆଦିଲ୍ଲୀ: ସାରା ଦେଶରେ କୃଷକମାନଙ୍କ ଦ୍ୱାରା ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହ ବନ୍ଦୀ କରାଯାଇଥିବା ନେଇ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।

ଦଳର ଅଭିଯୋଗ ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ସହଯୋଗରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହ ବନ୍ଦୀ କରି ରଖିଛି । ଆଉ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏଭଳି କରିଛି।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ସାଂସଦ ପ୍ରବେଶ ବର୍ମା ଏବଂ ୩ ନଗର ନିଗମର ମେୟର ଧାରଣାରେ ବସିଛନ୍ତି। ଆପର ଅଭିଯୋଗ ଅନୁଯାୟୀ ଏହି ଧାରଣାର ବାହାନା କରି ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍ କରିଦେଇଛି।

ଯେମିତିକି କେଜ୍ରିୱାଲଙ୍କୁ କେହି ଭେଟିବାକୁ ଆସିପାରିବେ ନାହିଁ କିମ୍ବା ସେ କେଉଁ ଆଡକୁ ଯାଇପାରିବେ ନାହିଁ । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବୖେଠକକୁ ବାତିଲ କରାଯାଇଛି।

 

ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମକୁ ଆସନ୍ତାକାଲି କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ନବନିର୍ମାଣ କୃଷକ ସଙ୍ଗଠନ ସହ ତମାମ ବିରୋଧି ବନ୍ଦକୁ ସମର୍ଥନ କରୁଛନ୍ତି । ଏଥିପାଇ ସବୁ ପ୍ରକାର ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ସେହିପରି  ଆଜି ହେବାକୁ ଥିବା ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ତେଣୁ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମକୁ ଆସନ୍ତାକାଲି କରିବା ନେଇ ନିଷ୍ପତ୍ତି ନିଆଯାଇଛି  । ଆଜି ୫ ଜିଲ୍ଲାରେ ଇକୋ-ରିଟ୍ରଟ୍ ଉଦ୍‌ଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ।

ECO Retreat

ଭାରତ ବନ୍ଦ ପାଇଁ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । କଟକ, କନ୍ଧମାଳ, କେନ୍ଦ୍ରାପଡା, ପୁରୀ ଓ ସମ୍ବଲପୁରରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିବା ସୂଚନା । ତେବେ ଇକୋ-ରିଟ୍ରିଟ ସ୍ଥଗିତ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ଦିନେ ବିବାହ ପାଇଁ କରିଥିଲେ ଧର୍ମ ପରିବର୍ତ୍ତନ; ଜନ୍ମଦିନ ଅବସରରେ ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ଲଭଷ୍ଟାେରୀ ସମ୍ପର୍କରେ…

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ହି-ମ୍ୟାନ୍।

ଏହି ଅବସରରେ ଆସନ୍ତୁ ଜାଣିବା ଧର୍ମେନ୍ଦ୍ରଙ୍କ ସହ ହେମା ମାଲିନିଙ୍କ ଲଭଷ୍ଟାେରୀ ସମ୍ପର୍କରେ… ଦୁହେଁ ବିବାହ ପରେ ୪ ଦଶନ୍ଧିରୁ ଅଧିକ ସମୟ ଧରି ଏକାଠି ବୈବାହିକ ଜୀବନ ବିତାଉଛନ୍ତି।

କିଛି ଏହିପରି ଥଲା ଦୁହିଁଙ୍କର ପ୍ରଥମ ସାକ୍ଷାତ ଓ ପ୍ରେମ ସମ୍ପର୍କ-

ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ପ୍ରଥମେ ଫିଲ୍ମ ‘ତୁମ୍ ହସିନ୍ ମେନ୍ ଜୱାନ୍’ର ସେଟରେ ଦେଖା ହୋଇଥିଲା। ଯାହା ପରେ ଏହି ଯୋଡି ୪୦ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ୧୯୭୦ ଦଶକରେ ଯେତେବେଳେ ଦୁହେଁ ପ୍ରେମ ବନ୍ଧନରେ ଆବଦ୍ଧ ହୋଇଥିଲେ, ସେତେବେଳେ ଧର୍ମେନ୍ଦ୍ର ପ୍ରକାଶ କୗେରଙ୍କୁ ବିବାହ କରିସାରିଥିଲେ। ତାଙ୍କର ଚାରି ସନ୍ତାନ ମଧ୍ୟ ରହିଥିଲେ ।

ହେମା ମାଳିନୀଙ୍କୁ କେବଳ ଧର୍ମେନ୍ଦ୍ର ନୁହେଁ ଦୁଇଜଣ ସୁପରଷ୍ଟାର ଜିତେନ୍ଦ୍ର ଓ ସଞ୍ଜୀବ କପୁର ମଧ୍ୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ହେମା ମାଳିନୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ ଧର୍ମେନ୍ଦ୍ର ।

ଏକଦା ହେମା ମାଳିନୀ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଯେତେବେଳେ ଧରମ ଜୀଙ୍କୁ ଦେଖିଲି, ମୁଁ ଜାଣିଲି ଯେ ସେ କେବଳ ମୋ ପାଇଁ ତିଆରି ହୋଇଛନ୍ତି । ମୁଁ ତାଙ୍କ ସହିତ ମୋ ଜୀବନ ବିତାଇବାକୁ ଚାହୁଁଥିଲି । ମୁଁ ମଧ୍ୟ ଚାହୁଁଥିଲି ଯେ ଏହି ବିବାହକୁ ନେଇ କାହାକୁ ଅସୁବିଧା ନହେଉ । ମୁଁ ତାଙ୍କୁ ବିବାହ କରିଥିଲେ ବି ତାଙ୍କର ପ୍ରଥମ ପତ୍ନୀ ଏବଂ ପିଲାମାନଙ୍କୁ ତାଙ୍କ ଜୀବନରୁ କେବେ ଅଲଗା କରିବାକୁ ଚାହିଁନି ।

ବିବାହ ପାଇଁ ଉଭୟ ଧର୍ମ ପରିବର୍ତ୍ତନ କରିଥିଲେ-
ଯେହେତୁ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ । ଯେଉଁଥିପାଇଁ ହେମାଙ୍କୁ ବିବାହ କରିବା ପାଇଁ ଉଭୟଙ୍କୁ ପ୍ରଥମେ ଧର୍ମ ପରିବର୍ତ୍ତନ କରିବାକୁ ପଡିଥିଲା। ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାମ ଆୟେଶା ଏବଂ ଧର୍ମେନ୍ଦ୍ର ତାଙ୍କ ନାମ ଦିଲାୱର ଖାନ ରଖିଥିଲେ । ତେବେ ଏହି ଷ୍ଟାର ଦମ୍ପତିଙ୍କର ଦୁଇ ଝିଅ ରହିଛନ୍ତି ।

ଭାରତରେ ୩୦ ହଜାର ତଳକୁ ଖସିଲା ଦୖେନିକ ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦୖେନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୫୬୭ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୭ ଲକ୍ଷ ୦୩ ହଜାର ୭୭୦ରେ ପହଞ୍ଚିଛି ।

ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ମାେଟ୍ ୧ ଲକ୍ଷ ୪୦ ହଜାର ୯୫୮ ଲୋକ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରେ ୩ ଲକ୍ଷ ୮୩ ହଜାର ୮୬୬ଟି ସକ୍ରିୟ ମାମଲା ରହିଛି । ସେପଟେ ଗୋଟିଏ ଦିନରେ ୩୯ ହଜାର ୦୪୫ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ଏଯାବତ୍ ୯୧ ଲକ୍ଷ ୭୮ ହଜାର ୯୪୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୮୫ ବର୍ଷରେ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଏହି ଅଭିନେତା ଜଣକ ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ।

ଯିଏକି ନିଜର ବଳିଷ୍ଠ ଅଭିନୟ ତଥା ନିଆରା ଅନ୍ଦାଜ ଲାଗି ବଲିଉଡ ଜଗତରେ ରାଜ କରିଥିଲେ । ସେ ନିଜ କ୍ୟାରିୟର ପାଇଁ ଯେତିକି ସଂଘର୍ଷ କରିଥିଲେ, ତା’ଠୁ ଅଧିକ ଚର୍ଚ୍ଚାରେ ଥିଲେ ନିଜ ପ୍ରେମ ସମ୍ପର୍କ ପାଇଁ । ଏକଦା ବଲିଉଡର ଡ୍ରିମ୍ ଗାର୍ଲ ହେମା ମାଲିନିଙ୍କ ସହ ତାଙ୍କର ପ୍ରେମ କାହାଣୀ କୗେଣସି ଫିଲ୍ମର କାହାଣୀ ଠାରୁ କମ୍ ନଥିଲା ।

ଡ୍ରିମ୍ ଗାର୍ଲ ହେମାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସୁପରଷ୍ଟାରଙ୍କ ହୃଦୟ ଧଡକୁଥିଲା । ଏପରିକି ସେମାନେ ତାଙ୍କୁ ଜୀବନସାଥି କରିବାକୁ ଚାହୁଁଥିଲେ । ହେଲେ ଏଥିରେ ବାଜିମାତ୍ କରି ନେଇଥିଲେ ଧର୍ମେନ୍ଦ୍ର ।

ବଲିଉଡର ଏହି ହି-ମ୍ୟାନ୍ ଶୋଲେ, ଧରମବୀର, ପ୍ରତିଜ୍ଞା, ଅପନେ, ସୀତା ଓର୍ ଗୀତା, ତେହେଲକା, ଗଜବ, ଆଖେଁ, ୟମଲା ପଗଲା ଦିବାନା ଭଳି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ କିମିଆ କରିଥିଲେ ।

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାହିଁକି ପାଳନ ହୁଏ ପ୍ରଥମାଷ୍ଟମୀ ? ଏହାର କଣ ରହିଛି ମାହାତ୍ମ୍ୟ

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି । ପୂର୍ବରୁ ମାର୍ଗଶିର ମାସକୁ ବର୍ଷାରମ୍ଭର ପ୍ରଥମ ମାସ ଭାବେ ଗ୍ରହଣ କରାଯାଉଥିଲା । ଏହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କେହି କେହି ମତ ଦେଇଥାନ୍ତି । ଏହି ଦିନ ପ୍ରତ୍ୟେକଙ୍କ ଘରେ ପ୍ରଥମାଷ୍ଟମୀ ପାଳନ ହେବା ସହ ବନ୍ଧୁମାନଙ୍କ ଉପସ୍ଥିତିକୁ ନେଇ ଏକ ଖୁସିବାସିର ମାହୋଲ ସୃଷ୍ଟି ହୋଇଥାଏ । ପ୍ରଥମାଷ୍ଟମୀ ଦିନ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରଂପରା ରହିଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀ ମାନେ ।

ଜେ୍ୟଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି ସଂପାଦନ କରିଥାନ୍ତି । ଏଥିସହ ଘରେ ପ୍ରସ୍ତୁତ ହୋଇଥାଏ ଏଣ୍ଡୁରି ପିଠା । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରିପିଠା ଭୋଗ ହେବା ସହ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ସମସ୍ତେ ଖୁସି ହୋଇଥାନ୍ତି । ଏବଂ କେବଳ ଏହି ପର୍ବରେ ଏଣ୍ଡୁରିପିଠାର ପରମ୍ପରା ରହିଥାଏ ।

ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି ପୋଢୁଆଁ ହେବାପାଇଁ । ଏହିମଠର ଆରାଧ୍ୟ ଦେବତ। ବରୁଣେଶ୍ୱର ଓ ବଳଦେବ । ଏହି ମଠ ହତାରେ ଥିବା ପାପନାଶିନୀ ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀ ଦିନ ପାନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।

ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି ।

ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

ଦେଶର ବିଭିନ୍ନ ସ୍ଥାନରେ ‘ଭାରତ ବନ୍ଦ’ର ପ୍ରଭାବ; ମହାରାଷ୍ଟ୍ରରେ ରେଳରୋକ, ଓଡ଼ିଶା-ଆନ୍ଧ୍ରରେ ବିକ୍ଷୋଭ ପ୍ରଦର୍ଶନ

ମୁମ୍ବାଇ: କେନ୍ଦ୍ର ଆଣିଥିବା କୃଷି ଆଇନ ବିରୋଧରେ ଦେଶବ୍ୟାପୀ କୃଷକମାନେ ‘ଭାରତ ବନ୍ଦ’ କରୁଛନ୍ତି । ଯାହା ଫଳରେ ଆଜି ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକ୍କା ଜାମ କରାଯାଉଛି ।

ଏହି ବନ୍ଦକୁ ଅନେକ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ, ବହୁ ସଙ୍ଗଠନ ମଧ୍ୟ ଚାଷୀଙ୍କ ସପକ୍ଷରେ ବାହାରୁଛନ୍ତି । ଭାରତ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେଉଛି । ଆସନ୍ତୁ ଜାଣିବା କେଉଁ ସ୍ଥାନରେ ବନ୍ଦର କ’ଣ  ପ୍ରଭାବ ପଡିଛି ।

ମହାରାଷ୍ଟ୍ରରେ ବିକ୍ଷୋଭକାରୀ ମାନେ ରେଳ ରୋକ କରିବା ସହ ଧାରଣାରେ ବସିଛନ୍ତିି । କୃଷକ ମାନଙ୍କ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଲକ୍ଷ୍ନୗେରେ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ଦିଲ୍ଲୀର ଗୗେତମ ନଗରରେ ମଧ୍ୟ ଧାରା ୧୪୪ ଜାରି ରହିଛି ।

ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡାରେ ମଧ୍ୟ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ବନ୍ଦକୁ ପାଖାପାଖି ୨୪ରୁ ଅଧିକ ରାଜନୖେତିକ ଦଳ ସମର୍ଥନ କରୁଥିବା ସୂଚନା ମିଳିଛି ।

ଭାରତ ବନ୍ଦର ପ୍ରଭାବ ଓଡିଶାରେ ବି ପଡିଛି- 

୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ, ଚରମ୍ପା, ଧାମନଗର ଛକ ଓ ଭଣ୍ଡାରୀପୋଖରୀ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।  କୃଷକ ସଙ୍ଗଠନଙ୍କ ପକ୍ଷରୁ ଦିଆଯାଇଥିବା  ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ବରଗଡ ଜିଲ୍ଲାର ୧୨ଗୋଟି ବ୍ଲକରେ ସକାଳ ୬ଟାରୁ  ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ  ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି ।

ସେହିପରି ଓଡିଶାର ସମସ୍ତ ସରକାରୀ ଅଫିସ୍ ଗୁଡିକ ବନ୍ଦ ରହିଥିବା ବେଳେ ସୋନପୁର, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ ଆଦି ରାସ୍ତାକୁ ସଂମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି  । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି । ଏହାବ୍ୟତୀତ ରାଉରକେଲାରେ ମଧ୍ୟ ବନ୍ଦର ପ୍ରଭାବ ରହିଛି ।

ଘନ କୁହୁଡ଼ି ପାଇଁ ୟଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତର ପ୍ରଭାବ । ଏହାସହ ସାରା ରାଜ୍ୟରେ ଜାରି ରହିଛି ଘନ କୁହୁଡ଼ି । ଘନ କୁହୁଡ଼ିରେ ପାଖ ଜିନିଷ ଦେଖିବା ମଧ୍ୟ ଅସମ୍ଭବ ହେଉଛି । ଫଳରେ ରାସ୍ତାରେ ଜାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଏହାସହ ରାଜ୍ୟରେ ପାରଦ ଖସିବାରେ ଲାଗିଛି । ଦିନ ଅପେକ୍ଷା ରାତିରେ ପାରଦ ସାମାନ୍ୟ ଖସୁଛି । ଫଳରେ ରାଜ୍ୟରେ ଅଧିକ ଶୀତ ଅନୁଭୁତ ହେଉଥଛି । ସେହିପରି  ଗତ ୨୪ ଘଣ୍ଟାରେ ଫୁଲବାଣୀ ୮.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

ଘନ କୁହୁଡ଼ିର ଆସ୍ତରଣରେ ସକାଳ ୯ ଯାଏଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି  । ସେହିପରି ଦୁର୍ଘଟଣାର ଅନୁମାନ କରାଯାଇ ଘନ କୁହୁଡ଼ି କାରଣରୁ ରାଜ୍ୟର ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ସୋନପୁର, ନୟାଗଡ଼ ଓ ବରଗଡ଼ରେ ଘନ କୁହୁଡ଼ି ନେଇ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର  ।