ସୋସିଆଲ୍ ମିଡିଆରେ ଭାଇରାଲ୍ ଶିଶୁର ଫଟୋ ବିରାଟ-ଅନୁଷ୍କାଙ୍କ ଝିଅର ନୁହେଁ, ସଫେଇ ଦେଲେ କୋହଲିଙ୍କ ଭାଇ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରେ ଏକ କନ୍ୟା ସନ୍ତାନର ଆଗମନ ହୋଇଛି । ଯାହାକୁ ନେଇ ପୂରା ପରିବାରରେ ଆନନ୍ଦ ଉଲ୍ଲାସ ଖେଳିଯାଇ ଥିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଶିଶୁ ଫଟୋକୁ ନେଇ ଚର୍ଚ୍ଚା ହେଉଛି ।

କିଛି ସମୟ ପୂର୍ବରୁ ବିରାଟଙ୍କ ଭାଇ ବିକାଶ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଭାଇରାଲ୍ ହେଉଥିବା ଫଟୋ ଅନୁଷ୍କାଙ୍କ ଝିଅର ନୁହେଁ ବୋଲି ସଫେଇ ଦେଇଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ‘‘ମୁଁ ଗତକାଲି ପୋଷ୍ଟ କରିଥିବା ଚିତ୍ର କେବଳ ଏକ ପ୍ରତୀକାତ୍ମକ । ଏହା ଶିଶୁର ପ୍ରକୃତ ଫଟୋ ନୁହେଁ’’।

ଶିଶୁ ଜନ୍ମ ଖବର ପ୍ରଚାରିତ ହେବାପରେ ବିରୁଷ୍କାଙ୍କ ଝିଅର ଫଟୋ ତଥା ଝଲକ ଦେଖିବା ଲାଗି ବହୁତ ଉତ୍ସାହିତ ରହିଥିଲେ ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକ ମାନେ । ନିକଟରେ ବିରାଟଙ୍କ ଭାଇ ବିକାଶ କୋହଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ଶିଶୁର ପାଦର ଫଟୋ ଶେୟାର କରିଥିଲେ । ଯାହାକୁ ପ୍ରଶଂସକ ମାନେ ଅନୁଷ୍କାଙ୍କ ଝିଅ ବୋଲି ଭାବି ନେଇଥିଲେ । ଏହି ଫଟୋ ଶେୟାର ହେବାର କିଛି ସମୟ ପରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ  ବିରାଟ ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜାନୁଆରୀ ୧୧ ତାରିଖରେ ଶିଶୁ କନ୍ୟାର ପିତାମାତା ପାଲଟିଛନ୍ତି ବିରାଟ କୋହଲି ଓ ଅନୁଷ୍କା। କନ୍ୟା ସନ୍ତାନର ଜନକ ହୋଇଥିବା ନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ବିରାଟ । ଉଭୟ ଝିଅ ଓ ପତ୍ନୀ ଅନୁଷ୍କା ଶର୍ମା ସୁସ୍ଥ ଥିବା ସେ କହିଥିଲେ।

Leave a Reply