ସୁଶାନ୍ତ କିଛି କରି ଦେଖାଇବାର ଇଚ୍ଛାରେ ବିତାଇଥିଲେ ୩୦ ବର୍ଷ, ପରେ ଭାବିଲେ ମୁଁ ଭୁଲ ଗେମ୍‌ ଖେଳୁଛି

1 min read
NCB Busted Another Module Of Drug Supply In Mumbai TV Actress Intercepted Red Handed Buying Drugs

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଲିଓଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା। ସୁଶାନ୍ତଙ୍କ ମୃତ୍ୟୁକୁ ଏଇ ଭିତରେ ୭ ମାସ ପୁରିଗଲାଣି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହର ଘେରରେ ରହିଛି। ଯେତିକି ଶୀଘ୍ର ସୁଶାନ୍ତ ସିଂଙ୍କ ମୃତ୍ୟୁ ଚହଳ ସୃଷ୍ଟି କରିଥିଲା ସେତିକି ଶୀଘ୍ର କୁଆଡ଼େ ମିଳେଇ ଗଲା ଏହି ଚର୍ଚ୍ଚା। ତାଙ୍କ ବିୟୋଗ ବଲିଉଡ ପାଇଁ ଏକ ଅପୁରଣିୟ କ୍ଷତି ବୋଲି ପ୍ରମାଣିତ ହୋଇଛି। ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ଆଉ ସେପଟେ ସୁଶାଙ୍କ ପରିବାର ସୁଶାନ୍ତଙ୍କର କିଛି ନା କିଛି ସ୍ମୃତିକୁ ଭାଇରାଲ କରି ଫ୍ୟାନ ମାନଙ୍କୁ ଏକଜୁଟ କରି ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଏହି ସମୟରେ ସୁଶାନ୍ତଙ୍କ ଏକ ପୁରୁଣା ନୋଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନୋଟ୍ ନିଜେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭାଇରାଲ ହୋଇଥିବା ସୁଶାନ୍ତଙ୍କ ଏହି ନୋଟରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏହି ଚିଠିରେ ସେ ନିଜର କିଛି କଥାକୁ ଲେଖିଛନ୍ତି।

ସୁଶାନ୍ତ ଲେଖିଛନ୍ତି କି ମୁଁ ମୋ ଜୀବନର ୩୦ ବର୍ଷ କେବଳ କିଛି କରି ଦେଖାଇବାର ଇଚ୍ଛାରେ ବିତାଇଦେଇଛି। ମୁଁ ଭଲ ଟେନିସ୍ ଖେଳିବାକୁ ଚାହୁଁଥିଲି, ଭଲ ଗ୍ରେଡ୍ ପାଇବାକୁ ଚାହୁଁଥିଲି। ଯାହା ପାଇଁ ମୁଁ ସବୁକିଛିକୁ ସେହି ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଥିଲି। ସେ ଆହୁରି ମଧ୍ୟ ଲେଖିଛନ୍ତି କି- ବୋଧେ ମୁଁ ଏହି ସବୁଥିରେ ଖୁସି ନଥିଲି। ଯେଉଁଥି ପାଇଁ ଆହୁରି ଅଧିକ ପାଇବାକୁ ଆଶା କରିଥିଲି। ଏତେ ସବୁ ପରେ ଶେଷରେ ମୁଁ ବୁଝିଥିଲି କି ମୁଁ ଅଧିକ ଆଶା କରି ଜୀବନର ଭୁଲ ଗେମ ଖେଳୁଛି। ଏଭଳି କିଛି ଲେଖିଛନ୍ତି ସୁଶାନ୍ତ।

ସେପଟେ ସୁଶାନ୍ତଙ୍କ ଏଭଳି ନୋଟ ଭାଇରାଲ କରିବା  ବେଳେ ଶ୍ୱେତା ବହୁତ ଭାବପ୍ରବଣ ହୋଇଥିଲେ। ଆଉ ଏହି ନୋଟ ପଢ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ ମାନେ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି। ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ଏମିତି ଅନେକ କିଛି ସେୟାର କରି ଫ୍ୟାନ ମାନଙ୍କୁ ଏକଯୁଟ କରି ରଖିଛନ୍ତି ।

Leave a Reply