spot_img
Home Blog Page 6276

ନୂତନ ସଂସଦ ଭବନର ଆଜି ଭୂମି ପୂଜନ

ନୂଆଦିଲ୍ଲୀ:  ନୂତନ ସଂସଦ ଭବନର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ହାଇ ଟେକନିକାଲ ଏବଂ ପେପରଲେ ସଂସଦ ଭବନ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ୬୦ ହଜାର ସ୍କୋୟାର ମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି । ସେହିପରି ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ନିଷ୍ପତି ନେଇଛନ୍ତି ସରକାର ।

ଲାଟେଷ୍ଟ ଟେକ୍ନୋଲୋଜରେ ନିର୍ମାଣ ହେବାକୁ ଯାଉଛି ସଂସଦ ଭବନ । ନିର୍ମାଣ ହେବାକୁ ଥିବା ଏହି ଭବନରେ ସମସ୍ତ ସାଂସଦଙ୍କ ପାଇଁ ରହିବ କାର୍ଯ୍ୟାଳୟ । ନୂତନ ସଂସଦ ଭବନରେ ସମସ୍ତ କାର୍ଯ୍ୟ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ କରାଯିବ । ଏନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପରିବର୍ତ୍ତିତ ଆଧୁନିକତାକୁ ଅନୁଧ୍ୟାନ କରି ସମସ୍ତ କାର୍ଯ୍ୟ କିପରି ଡିଜିଟାଲ ଉପାୟରେ ଏବଂ ଟୋକ୍ନୋଲୋଜି ବ୍ୟବହାର ଦ୍ୱାରା କରାଯାଇପାରିବ, ସେନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ନୂତନ ଭବନରେ କରାଯିବ । ।

ସୂଚନା ମୁତାବକ ସଂସଦ ଭବନରେ ୧୬,୯୨୧ ବର୍ଗ ମିଟର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ କରାଯିବ । ଭବନକୁ ତିନି ମହଲା ବିଶିଷ୍ଟ କରାଯିବା ସହ ତ୍ରିକୋଣୀୟ ମଧ୍ୟ କରାଯିବ । ଯଦ୍ୱାରା ଦୂରରୁ ଦେଖିଲେ ସମଗ୍ର ଭବନକୁ ସହଜରେ ଦେଖିପାରିବେ ଦର୍ଶକ । ଅନ୍ୟପଟେ ଏହି ତିନିମହଲାକୁ ଜାତୀୟ ପତାକାର ତିନୋଟି ରଙ୍ଗରେ ଆଛାଦିତ କରାଯିବ । ପ୍ରତି ଧାଡିରେ ଦୁଇ ଜଣ ସାସଂଦ ବସିବା ପାଇଁ ସିଟକୁ ଡବଲ ସିଟର କରାଯିବ । ସେହିପରି ଡାଇନିଙ୍ଗ ରୁମ, କମିଟି ରୁମ, କନଫରେନ୍ସ ରୁମ, ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯିବାର ନିଷ୍ପତି ନିଆଯାଇଛି ।

ଅମାନିଆ ତୈଳ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ବୋଲ ମାନୁନି ତୈଳ ଦର । ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରର ବୃଦ୍ଧି ସହ ଦେଶରେ ମଧ୍ୟ ଅହେତୁକ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଏପରି ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାହକ ।

ଗତ ୧୮ ଦିନରେ ୧୫ ଧର ବୃଦ୍ଧି ଘଟିଛି ରେଟ୍ । ଅନ୍ତ୍ରରାଷ୍ଟ୍ରୀୟ ତୈଳ ଦର ସହ ଦେଶରେ ମଧ୍ୟ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଏବେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ 48.62 ଡଲାର ରହିଥିବା ବେଳେ, ଗତ ଜୁନ ମାସରେ 36 ଡଲାର ରହିଥିଲା । କରୋନା ମହାମାରୀ ବେଳେ ଆର୍ଥିକ ସ୍ଥିତି ସୁଧୁରି ନାହିଁ, ତେଣୁ ଏହି ପରିସ୍ଥିତିରେ ଏଭଳି ତେଲ ଦର ବୃଦ୍ଧି ଯୋଗୁଁ ଖାଉଟି ଏକପ୍ରକାର ମହଙ୍ଗା ମାଡର ସମ୍ମୁଖୀନ ହୋଇଛନ୍ତି ।

ମାନବ ଅଧିକାର କ’ଣ ? କାହିଁକି ପାଳନ କରାଯାଏ ବିଶ୍ୱ ମାନବ ଅଧିକାର ଦିବସ

ନୂଆଦିଲ୍ଲୀ:: ଆଜି ମାନବିକ ଅଧିକାର ଦିବସ  । ପ୍ରତିବର୍ଷ  ଡିସେମ୍ୱର ମାସ ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ  । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମଣିଷ । ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ସମ୍ମାନ ଓ ନ୍ୟାୟ ପାଇବେ ସେନେଇ ବିଶ୍ୱସମୂହ ମାନବିକ ଅଧିକାର ଦିବସ ପାଳନ କରୁଛି ।

୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭାରେ ଡିସେମ୍ୱର ୧୦ ତାରିଖକୁ ମାନବ ଅଧିକାର ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୪୮ଟି ଦେଶ ଏକାଠି ହୋଇ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହି ଦିନକୁ ପାଳନ କରିଥିଲେ । ସେହିପରି ୧୯୯୩ ମସିହାରେ ମାନବିକ ଅଧିକାର ସଂଜ୍ଞା ସହ ମାନବିକ ଅଧିକାର ସୁରକ୍ଷା ଆଇନ୍ ଭାରତ ସଂସଦରେ ପ୍ରଣୀତ ହୋଇଥିଲା। ସେହି ବର୍ଷ ଜାତୀୟ ସ୍ତରରେ ମାନବ ଅଧିକାର କମିସନର୍ ଗଠନ ମଧ୍ୟ କରାଯାଇଥିଲା ।

ମାନବ ଅଧିକାର କ’ଣ ?

ମାନବ ଅଧିକରାର ଅର୍ଥ ହେଉଛି  ସମସ୍ତଙ୍କୁ ସବୁ ଅଧିକାର ଦେବା ,  ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ । ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ ।

ମାନବ ଅଧିକାରର ମହତ୍ତ୍ୱ

ଦୁନିଆରେ ସବୁ ଲୋକଙ୍କର ସମାନ ଅଧିକାର ରହିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଏବଂ କୌଣସି ଜିନିଷରେ ଭେଦ ଭାବ କରାଯାଇ ପାରିବ ନାହିଁ ଏଥିପାଇଁ ଅଧିକାରର ନିର୍ମାଣ କରାଯାଇଛି । କୌଣସି ବି ବ୍ୟକ୍ତି କିଛି ବି ପରିସ୍ଥିତିରେ କାହା ଅଧିକାରରୁ ଛଡ଼ାଇ ନେଇ ପାରିବ ନାହିଁ । ଏହାସହ କୌଣସି ସରକାର କିମ୍ବା ସଂସ୍ଥା କାହା ସହ ଭେଦ ଭାବ ମଧ୍ୟ କରିପାରିବେ ନାହିଁ ।

ଆଜି କେଉଁ ରାଶିର ଲୋକଙ୍କର ଅର୍ଥ ଲାଭ ହେବ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୧୦/୧୨/୨୦୨୦, ଗୁରୁବାର, ବିଛା ମାସର ୧୯ଦିନ

୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ମାଗଶିର କୃଷ୍ଣ ୧୦ମୀ ଦିବା ୧୨:୫୨ ଗତେ ୧୧ଶୀ

– କନ୍ୟା ରାତ୍ର ୯:୫୧ ଗତେ ତୁଳା

– ହସ୍ତା ଦିବା ୧୦:୫୦ ଗତେ ଚିତ୍ରା

– ଘାତ ଚନ୍ଦ୍ର – ବୃଷ ରାଶିର ରାତ୍ରି ୦୯:୫୧ ପଯ୍ୟନ୍ତ

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ଉତ୍ତରେ ଦିବା ୧୨:୫୨ଗତେ ଆଗ୍ନୟେ

– ପୁଷ୍କର ଦୋଷ – ନାସ୍ତି

– ନିଷିଦ୍ଧ ଖାଦ୍ୟ – ଆମିଶା, ଶିମ୍ବ ଓ କଳମ ସାଗ

ଶୁଭ ମୂହୁର୍ତ୍ତ –

ପ୍ରାତଃ ୦୬:୧୫ ରୁ ୦୭:୪୧

ସନ୍ଧ୍ୟା ୦୫:୫୭ ରୁ ରାତି ୦୯:୨୮

ରାତ୍ର ୦୧:୨୦ ରୁ ୦୩:୩୭

ଅଶୁଭ ମୂହୁର୍ତ୍ତ –

ଦିବା ୧ଟା ରୁ ସଂଧ୍ୟା ୦୫:୦୫

ରାତ୍ର ୧୧:୩୯ ରୁ ରାତ୍ର ୦୧:୧୯

୧୦.୧୨.୨୦

ଗୁରୁବାର

ମେଷ ରାଶି

ଆଶ୍ୱିନୀ – ଆଜି ସକାଳୁ ତୁଳସିଚଉରା ମୂଳରେ ଜଳ ଅର୍ପଣ କରି ମଥାରେ ଚଉରାମୂଳ ମାଟିକୁ ଟିକା ଲଗାନ୍ତୁ ଦିନଟି ମନମୁତାବକ ରହିବ ।

ଦ୍ୱିଜା ନକ୍ଷତ୍ର – ଆଜି ଗୋଟେ କଳାକମ୍ବଳ କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଏବଂ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

କୃତ୍ତିକା ନକ୍ଷତ୍ର – ଆଜି ଅଶ୍ୱତ୍ଥମୂଳରେ ରାଶିତେଲର ଦ୍ୱୀପଦେଇ ଓଁ ହଂ ହନୁମତେ ନମଃ ୨୭ଥର ଜପକରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ନିଳ ରଙ୍ଗ

– ହନୁମାନ ମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି ଲାଲରଙ୍ଗର ବସ୍ତ୍ର ଦେବୀଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ କଲ୍ୟାଣ ହେବ ।

ରୋହିଣି ନକ୍ଷତ୍ର – ଆଜି ଆତ୍ମଶାନ୍ତି ଭରା ଦିବସଟି ରହିବ, ଦୁର୍ଗା ମା’ଙ୍କର ବ୍ରତ ରଖନ୍ତୁ କଲ୍ୟାଣ ହେବ ।

ମୃଗଶିରା ନକ୍ଷତ୍ର – ଚାକିରି ଏବଂ ବ୍ୟବସାୟ ଜନିତ କାର୍ଯ୍ୟରେ ଉନ୍ନତି ହେବ, ପାରାଙ୍କୁ ଚଣା କିମ୍ବା ଗହମ ଖୁଆଇବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସୁନେଲି

– ୭ଟି ବେଲପତ୍ର ଭଗବାନ ଭୋଲାନାଥଙ୍କୁ ଚଢାନ୍ତୁ କଲ୍ୟାଣ ହେବ ।

ମିଥୁ ରାଶି

ମୃଗଶିରା ନକ୍ଷତ୍ର – ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ ।

ଆର୍ଦ୍ରା ନକ୍ଷତ୍ର – ଆଜି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନହେଲେ ନିଜର କ୍ଷତି ହେବ, ହନୁମାନ ଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ତେଣୁ ଓଁ ମା ପାବତୀ ଦେବୀ ନମଃ ୧୦୮ ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ଆଜି ପାଖରେ ଗୋଟେ ସବୁଜ ବର୍ଣ୍ଣର ରୁମାଲ ରଖନ୍ତୁ କଲ୍ୟାଣ ହେବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଆଜି ନିଜର କୌଣସି ସଂପର୍କିୟଙ୍କ ସହଯୋଗରେ କାର୍ଯ୍ୟ ପୁରଣ ହେବ, କିଛି ଖାଦ୍ୟ କୌଣସି କଳା ଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ଦ୍ୱନ୍ଦପୂର୍ଣ୍ଣ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ସମସ୍ୟା ଉପୁଜିବ, ଓଁ ନମଃ ଶିବାୟ ୧୦୮ଥର ଜପ କରନ୍ତୁ କଲ୍ୟାଣ ହେବ ।

ଅଶ୍ଲେଷା ନକ୍ଷତ୍ର – ପ୍ରତି ମୂହୁର୍ତ୍ତରେ ମନ ଭିତରେ କିଛି ଚିନ୍ତା ରହିବ ତେଣୁ ସ୍ନାନସାରି ମହାମୃତ୍ୟୁଞ୍ଜୟ ୫୪ଥର ପାଠକରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ଆଜି ମା’ ଲକ୍ଷ୍ମୀଙ୍କର ଅନ୍ନଭୋଗ ଲଗାଇ ଗାଇଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ଆଜି ଆପଣଙ୍କୁ ଯୋଗ୍ୟତା ବିକାଶ କରିବାର ସୁଯୋଗ ମିଳିବ ଏବଂ କିଛି ନୂଆ ଶିଖିବାର ଆଗ୍ରହ ଦିନଭରି ବ୍ୟସ୍ତ ରଖିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ମଲ୍ଲି, ଟରାଟ, ଚମ୍ପା ନିଜ ଗୃହରେ ମା ଲକ୍ଷ୍ମୀଙ୍କୁ ସଜାନ୍ତୁ ଆର୍ଶିବାଦ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଭାବିଥିବା କିମ୍ବା ଚେଷ୍ଟା କରୁଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବାରେ ବାଧା ଉପୁଜିବ, ଆଜି ଖଣ୍ଡେ ଅଦା ପାଟିରେ ରଖି ଦିନ ଅତିବାହିତ କରନ୍ତୁ ।

– ଶୁଭ ରଙ୍ଗ – ସବୁଜ

– ତମ୍ବାର ପାତ୍ରରେ ଜଳ, ଲାଲ ଚନ୍ଦନ ଏବଂ ଗୁଡ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ କଲ୍ୟାଣ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ବିଷ୍ଣବେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ହସ୍ତା ନକ୍ଷତ୍ର – ଆଜି କାମଗୁଡିକ ଅଧୁରା ରହିଯିବ ଓ ଆତ୍ମବଳ କମିଜିବ ତେଣୁ ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

ଚିତ୍ରା ନକ୍ଷତ୍ର – ଛେନାର ମଣ୍ଡା ପିଠା ମାଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ୧୦୮ଥର ଓଁ ହଂ ହନୁମତେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ୨୧ଥର ଓଁ ରାଧାବଲ୍ଲଭାୟ ନମଃ ଜପ କରିନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଶରୀରରେ ଯନ୍ତ୍ରଣା ଭୋଗିବେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ କଲ୍ୟାଣ ହେବ ।

ସ୍ୱାତୀ ନକ୍ଷତ୍ର – ଖୁସିପରିବେଷ ସହିତ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ସ୍ନାନପରେ ଗୃହର ଦକ୍ଷିଣ ଦିଗରେ ହନୁମାନଙ୍କ ନିମନ୍ତେ ଘୃତଦ୍ୱୀପ ଦିଅନ୍ତୁ କଲ୍ୟାଣ ହେବ ।

ବିଶାଖା ନକ୍ଷତ୍ର – ନିଜର ଆତ୍ମିୟ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କର ସହଯୋଗ ରହିବ ଫଳରେ ଦିନଟି ସହଜରେ କଟିବ, ଲବଙ୍ଗ ପାଟିରେ ରଖି ଦିନକାଟନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧଳା

– ଚନ୍ଦନ ଟିକା ମଥାରେ ଲଗାନ୍ତୁ କଲ୍ୟାଣ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ବାଧାବିଘ୍ନର ସୂଚନା ରହିଛି ତେଣୁ ଆଜି ନିଜର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଏବଂ ରୁଟିଗୁଡ ଗାଇଙ୍କୁ ଖୁଆନ୍ତୁ କଲ୍ୟାଣ ହେବ ।

ଅନୁରାଧା ନକ୍ଷତ୍ର – ମାନସିକଚାପ ବଢିବ, ଆର୍ଥିକ ଅଭାବ ରହିବ ତେଣୁ ଆଜି କାଉଙ୍କୁ ରୁଟି ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ଆଜି ଆତ୍ମସମ୍ମାନ ବୃଦ୍ଧି ହେବ ଏବଂ ଶୁଭରେ ଶୁଭରେ ଦିନ କଟିବ, ପାଠ୍ୟ ଉପକରଣ ଗରିବ ପିଲାଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

– ଶୁଭରଙ୍ଗ – ଖଇରିଆ

– ଆମିଷ ଖାଇନ୍ତୁ ନାହିଁ ଏବଂ ଗାୟତ୍ରି ମନ୍ତ୍ର ୨୭ଥର ଜପ କରନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ମୂଳା ନକ୍ଷତ୍ର – ଟଙ୍କାପଇସାର ଅଭାବି ଅବସ୍ଥା ରହିବ ତେଣୁ ମନେ ମନେ ଓଁ କୁବେରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି ମନ ଦୁର୍ବଳ ରହିବ, ସ୍ନାନବେଳେ ତେଲ ଲଗାଇବେ ନାହିଁ ଏବଂ ବାଧିଲା ଭଳିଆ କାହାକୁ କହିବେ ନାହିଁ  ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ, ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧଳା

– ଆଜି ଘର ସାମ୍ନାରେ କିଛି ମୁଗ ଛିଞ୍ଚିଲେ କଲ୍ୟାଣ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆଜି ରୁଟିଗୁଡ ବୃଷଭଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୂରଣ ହେବ ଓ ଏହା ସହ ଅର୍ଥ ଲାଭ ହୋଇପାରେ ।

ଶ୍ରବଣା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଧନିଷ୍ଠା ନକ୍ଷତ୍ର – ଆଜି ବାରିଅଁଳା ବୃକ୍ଷର ଚେର ପାଖରେ ରଖିବେ ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

– ଶୁଭ ରଙ୍ଗ – ସବୁଜ

– ହରେ କୃଷ୍ଣ ହରେ ରାମ ୧୦୮ ଜପ କରୁନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ସ୍ନାନସାରି ହନୁମାନ ଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ଶତଭିଷା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଆଜି ବଉଳକୋଳି ଗଛ ମୂଳରେ ହଳଦିଜଳ ଦିଅନ୍ତୁ କଲ୍ୟାଣ ହେବ ।

ପର୍ବଭାଦ୍ର ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ସ୍ନାନପରେ ଲକ୍ଷ୍ମୀଙ୍କର ସ୍ତୁତି କିମ୍ବା ଶ୍ରୀସୁକ୍ତ ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ ରଙ୍ଗ

– କ୍ଷିରିପୁରି କରି ୭ଟି ଛୋଟ ପିଲାଙ୍କୁ ଖୁଆନ୍ତୁ କଲ୍ୟାଣ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଜିବକୁ ଖାଇବାକୁ ଦିଅନ୍ତୁ ମନର ଆଶା ପୂରଣ ହେବ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ଗଙ୍ଗାଜଳ ସହିତ ହଳଦି ମିଶାଇ ଗୃହରେ ମାଲକ୍ଷ୍ମୀଙ୍କୁ ସ୍ନାନକରାନ୍ତୁ ଏବଂ ପାଦୁକା ପାଆନ୍ତୁ ଆର୍ଶିବାଦ ମିଳିବ ।

ରେବତୀ ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରିବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ

– ଖାଇଲାବେଳେ କ୍ଷିର କିମ୍ବା ଦହି ମିଶାଇ ଖାଆନ୍ତୁ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

୨ ଜିଲ୍ଲାକୁ କୁହୁଡ଼ି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ । ଗତ ୨୪ ଘଣ୍ଟାରେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  ।  ଦିନର ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ।

Winter

ବିଶେଷକରି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଏବଂ ନବରଙ୍ଗପୁରରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ି ଦେଖାଦେବ । ବୌଦ୍ଧ ଏବଂ ରାୟଗଡ଼ାରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ୨୦୦ ମିଟରରୁ କମ ରହିବ  ।  ଏହା ସହିତ  କଳାହାଣ୍ଡି, କନ୍ଧମାଳା, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ ଓ ନୟାଗଡ଼ରେ କୁହୁଡ଼ି ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ କହିଛି  ।

ସେହିପରି ରାଉରକେଲାରେ ଶୀତର ଲହରୀ ଜାରି ରହିଛି । ସକାଳୁ ସକାଳୁ କୁହୁଡିର ମୋଟା ଆସ୍ତରଣ ଅସ୍ତବ୍ୟସ୍ତ କରିଛି । ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀରୁ  ୧୨ ଡିଗ୍ରୀ ମଧ୍ୟରେ ରହୁଛି । ସକାଳ ୯ଟା  ଯାଏଁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ସକଳୁ ଚା ଦୋକାନରେ ଜମୁଛି ୱିଣ୍ଟର ଖଟି ।

 

ଆସନ୍ତା ୧୨ରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା 12 ତାରିଖରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଆଗାମୀ ପହିଲି ଭୋଗ ଏବଂ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ । ଆସନ୍ତା 15 ତାରିଖରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ନୀତି କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ କରାଯିବ ବୈଠକରେ କରାଯିବ ଆଲୋଚନା ।

ଏଥିସହ ଆସନ୍ତାବର୍ଷ ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ଓ 28ତାରିଖରେ ଦେଵା ଭିଷେକ ନୀତି ନେଇ ମଧ୍ୟ ନୀତି ନିର୍ଘଣ୍ଟ କରାଯିବ । ତେବେ ସବୁଠୁ ବଡ଼କଥା ହେଲା କରୋନା କଟକଣା ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘ 9ମାସ ହେବ ଭକ୍ତ ବଞ୍ଚିତ ଅଛନ୍ତି । ଖୁବଶୀଘ୍ର କିଭଳି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବାକୁ ଥିବା ବେଳେ ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ମଧ୍ୟ ବୈଠକରେ ହୋଇପାରେ ନିଷ୍ପତି ।

ପ୍ରାଥମିକ ସ୍ତରରେ ପ୍ରତିଦିନ ପ୍ରାୟ 4 ହଜାର ଭକ୍ତଙ୍କ ଦର୍ଶନ ପାଇଁ କୋଭିଡ଼ ନିୟମ ଅନୁପାଳନ କରି ବ୍ୟବସ୍ଥା କରାଯିବାକୁ ଲକ୍ଷ ରଖାଯାଇଛି। ସ୍ଥିତି କୁ ନଜରରେ ରଖି ଧୀରେ ଧୀରେ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ ଏନେଇ ଆସନ୍ତା 12 ତାରିଖରେ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯିବ ।

କେନ୍ଦ୍ର ଦେଲା ଜିଏସଟି କ୍ଷତିପୂରଣ ଅର୍ଥ, ଓଡ଼ିଶା ମିଳିଲା ୧୫୩୮କୋଟି ୫ ଲକ୍ଷ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବୁଧବାର ଆଉ ୬ ହଜାର କୋଟି ଟଙ୍କା ଜିଏସଟି କ୍ଷତିପୂରଣ ପ୍ରଦାନ କରିଛି । ଏଥିରୁ ୨୩ ରାଜ୍ୟକୁ ୫ ହଜାର ୫୧୬ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡିଶାକୁ କ୍ଷତିିପୂରଣ ବାବଦରେ ମିଳିଛି ୧୫୩୮ କୋଟି ୫ ଲକ୍ଷ ଟଙ୍କା  । ଏହାସହ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮୩ କୋଟି ୪୦ ଲକ୍ଷ ପ୍ରଦାନ କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ।

ଏହାକୁ ମିଶାଇ ୬ ଥରରେ ବ୍ୟାକ ଟୁ ବ୍ୟାକ ୩୬ ହଜାର କୋଟି ପ୍ରଦାନ କରିସାରିଲାଣି କେନ୍ଦ୍ର । ତେବେ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ପାଇଁ କେନ୍ଦ୍ର କରୁଛି ଋଣ । କେନ୍ଦ୍ର ଉପରେ ରାଜ୍ୟ ଗୁଡିକର ୧ ଲକ୍ଷ ୬ ହଜାର ୮୩୦ କୋଟି ଜିଏସଟି ବକେୟା ରହିଛି । ଷଷ୍ଠ ରିଲିଜରେ ଓଡ଼ିଶାକୁ ମିଳିଛି ୧୫୩୮ କୋଟି ୫ ଲକ୍ଷ ଟଙ୍କା । ଏହିକ୍ରମରେ କର୍ଣ୍ଣାଟକକୁ ସର୍ବାଧିକ ୪୯୯୨ କୋଟି ୮୫ ଲକ୍ଷ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର, ଦିବଙ୍ଗତ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ୧୫ ଲକ୍ଷର ସହାୟତା

ଭୁବନେଶ୍ୱର: ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସରକାରୀ ସହାୟତା । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ମୃତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା ରାଶି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ । କୋଭିଡରେ ଆକ୍ରାନ୍ତ ଥିବା ସାମ୍ବାଦିକ ପ୍ରବୀରଙ୍କ ଗତ ନଭେମ୍ବର ୫ତାରିଖରେ ପରଲୋକ ଘଟିଥିଲା ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତର ସୁଧ ପାଇବେ ଇପିଏଫ୍‌ ଜମାକାରୀ

0

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ଜାମକାରୀ ୮.୫ ପ୍ରତିଶତ ସୁଧ ପାଇବେ । ପ୍ରୋଫିଡେଣ୍ଟ ଫଣ୍ଡ ଅର୍ଗନାଇଜେସନ୍ ସେୟାର ମାର୍କେଟରେ ଥିବା ଇକ୍ୟୁଟି ହୋଲ୍ଡିଂ ବିକ୍ରି କରି ଏ ବାବଦକୁ ଆଶା ଠାରୁ ଅଧିକ ଟଙ୍କା ପାଇବ । ଗତ ୩ ମାସ ମଧ୍ୟରେ ଆଶାଠାରୁ ଅଧିକ ଅର୍ଥ ପାଇବ ଇପିଏଫ୍‌ଓ । ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ  ।

ତେବେ ପ୍ରାପ୍ତ ତଥ୍ୟ ମୁତାବକ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଏକ ପତ୍ର ଲେଖିଛି, ଯେଉଁଥିରେ ୧୯୦ ମିଲିୟନ ଇପିଏଫ୍ ଆକାଉଣ୍ଟଧାରୀଙ୍କୁ ୮.୫ ପ୍ରତିଶତ ସୁଧ ପ୍ରଦାନ ନେଇ କୁହାଯାଇଛି ।

ତେବେ ଅର୍ଥମନ୍ତ୍ରାଳୟ ନିକଟରେ ଏହି ସୁପାରିସ୍ ସ୍ଥଗିତ ଥିବା ବେଳେ ଏ ନେଇ ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି । ୨୦୧୯ ଆର୍ଥିକ ବର୍ଷରେ ଇପିଏଫ୍‌ଓ ୮.୬୫ ପ୍ରତିଶତର ସୁଧ ଦେଇଥିବା ବେଳେ ୨୦୨୦ ଆର୍ଥିକ ବର୍ଷ 8.5 ପ୍ରତିଶତର ସୁଧ ଗତ ୭ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ସୁଧହାର ମଧ୍ୟରେ ସର୍ବନିମ୍ନ ।

ଖୁବ ଶୀଘ୍ର ଭାରତରେ ଭ୍ୟାକ୍ସିନ, ଅନୁମତି ପାଇଁ ଆଲୋଚନା

ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ ଉଦାହରଣ ସାଜିବ ଭାରତ । କରୋନା ଭ୍ୟାକ୍ସିନ ସାରା ବିଶ୍ୱକୁ ଯୋଗାଇବ ଦେଶ । ଏନେଇ ପ୍ରସ୍ତୁତି ପହଁଚିଛ ଅନ୍ତିମ ଚରଣରେ । ଭାରତରେ ଟିକାକରଣ ଆରମ୍ଭ ପାଇଁ ଅନୁମତି ମାଗିଥିବା ୩ଟି ସଂସ୍ଥାର ଆବେଦନ ଉପରେ ଡିସିଜିଆଇରେ ଚାଲିଛି ଆଲୋଚନା । ଖୁବଶୀଘ୍ର ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମିଲିବ ଅନୁମତି ।

ସେମାନଙ୍କୁ ଅନୁମତି ମିଳିଲେ ଦେଶରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ଟିକା ଆବଶ୍ୟକ କରୁଥିବା ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଡିସିଜିଆଇକୁ ଅନୁମତି ମାଗିଥିଲେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ।

ସେପଟେ ବ୍ରିଟେନରେ ଜଣେ ଓଡ଼ିଆ ଡାକ୍ତର ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଛନ୍ତି । ୧୪ ଦିନ ବ୍ୟବଧାନରେ ସେ ଦୁଇଟି ଡୋଜ୍‌ ନେବେ । ଫାଇଜର ପକ୍ଷରୁ ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ବ୍ରିଟେନରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ବ୍ରିଟେନ ସରକାର ଟିକାକରଣ ପାଇଁ ଫାଇଜରକୁ ଅନୁମତି ଦିଆଯାଇଛି ।