spot_img
Home Blog Page 6277

କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଦାବି, ବୃଦ୍ଧି କର କୋଇଲା ରୟାଲଟି

ଭୁବନେଶ୍ୱର: କୋଇଲା ରୟାଲଟି ବୃଦ୍ଧି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଖଣି ସଂସ୍କାର ପ୍ରସଙ୍ଗ ଉଠାଇଛନ୍ତି । ଏଥିରେ କୋଇଲା ରୟାଲଟି ବୃଦ୍ଧି ନେଇ ପୁଣି ଥରେ ଦାବି କରିଛନ୍ତି ନବୀନ । ଏଥିପାଇଁ ୨୦୧୭ରୁ ରୟାଲଟି ସଂଶୋଧନ ଦାବି କରି ଆସୁଛି ଓଡ଼ିଶା । ୨୦୧୭ ସେପ୍ଟେମ୍ବରରୁ କୋଇଲା ରୟାଲଟି ସଂଶୋଧନ ହୋଇନି । ଅନ୍ୟପଟେ କ୍ଲିନ ଏନର୍ଜୀ ସେସ୍ ବହୁଗୁଣ ହୋଇଛି । ଏହାଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେଉନାହିଁ । ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶିଳ୍ପାନୁଷ୍ଠାନକୁ ବିନା ବାଧାରେ ଖଣିଜ ଦ୍ରବ୍ୟ ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ନିଯୁକ୍ତି ଓ ରାଜ୍ୟ ରାଜସ୍ୱ ଆଦାୟ ସୁରକ୍ଷିତ ରହିବ । କୋଇଲା ଖଣି ଅକସନ ଓ ଖଣି ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । କୋଇଲା ବ୍ଲକର ଅକସନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନରେ ସମସ୍ୟା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଶିଳ୍ପାନୁଷ୍ଠାନଗୁଡ଼ିକ ପ୍ରଭାବିତ ହେଉଛନ୍ତି ଏବଂ ଖଣିଜ ସମ୍ପଦର ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି । ଏଥିପାଇଁ ସ୍ପଞ୍ଜ ଆଇରନ ଓ ଏମଏସଏମଇ କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେଉଛି ।

ରାଜ୍ୟର ନିଯୁକ୍ତି ଓ ରାଜସ୍ୱ ଆଦାୟ କ୍ଷତିଗ୍ରସ୍ତ ହେଉଛି ବୋଲି ଜଣାଇଛନ୍ତି ନବୀନ । ଏଦିଗରେ ରାଜ୍ୟ ଓ କେନ୍ଦ୍ରୀୟ ଉଦ୍ୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ନବୀନ ପରାମର୍ଶ ଦେଇଛନ୍ତି । ଶିଳ୍ପାନୁଷ୍ଠାନ ନିକଟରେ ଖଣିଜ ସମ୍ପଦ ପହଞ୍ଚାଇବାର ମଧ୍ୟ ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଖଣି ବ୍ୟବସାୟରେ ସରକାରୀ ଉଦ୍ୟୋଗର ସମ୍ପୃକ୍ତି ଦରବୃଦ୍ଧିକୁ ନିୟନ୍ତ୍ରଣ କରିବ । ଏମଏସଏମଇ କ୍ଷେତ୍ରଗୁଡ଼ିକ ଏହାଦ୍ୱାରା ଉପକୃତ ହେବେ । ଅବଧି ସରିଥିବା କିଛି ଖଣିର ସଂରକ୍ଷଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଓଏମସିକୁ ଏହି ଖଣି ପ୍ରଦାନ କରିବାକୁ ପ୍ରସ୍ତାବ ସହ ଖଣିକ୍ଷେତ୍ରରେ ଅଧିକ ସଂସ୍କାର ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରବର୍ତ୍ତାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ବିରୋଧୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଏଥିସହିତ ଚାଷୀ ଆନ୍ଦୋଳନକୁ ସମର୍ଥନ ମଧ୍ୟ ବଢ଼ିବାରେ । ଏହି ଆଇନ ପ୍ରତ୍ୟାହାର କରିବା ନେଇ ସରକାରଙ୍କୁ ପ୍ରବର୍ତ୍ତାଇବା ନେଇ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ । ମିଳିତଭାବେ ବିରୋଧୀ ଦଳ ଗୁଡ଼ିକ ରାଷ୍ଟ୍ରପତିଙ୍କୁ ଭେଟି ଏ ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ, ପୁଣି ଦେଲେ ଆନ୍ଦୋଳନର ଆହ୍ୱାନ

            ମୁଖ୍ୟ ବିରୋଧୀ କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସମେତ ଡିଏମ୍‌କେ, ସିପିଆଇ-ଏମ୍‌ର ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅନୁରୋଧ କରିବା ସହ ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ, ଉପଯୁକ୍ତ ଆଲୋଚନା ଏବଂ ପରାମର୍ଶ ବିନା କେନ୍ଦ୍ର ସରକାର ଚାଷ ବିଲ୍ ପାରିତ କରିଛନ୍ତି । ଏଣୁ କୃଷି ବିଲ୍ ଉପରେ ଗଭୀର ଆଲୋଚନା ନେଇ ଚୟନ କମିଟିକୁ ପଠାଇବାକୁ ସେମାନେ ରାଷ୍ଟ୍ରପତିଙ୍କ କହିଛନ୍ତି । ଯେଉଁଭଳି ଭାବେ କୃଷି ଆଇନ ଲାଗୁ କରାଗଲା ଏହା ଦେଶର କୃଷକଙ୍କ ପାଇଁ ଅପମାନ ସଦୃଶ୍ୟ । ଏହି ବିଲକୁ ରଦ୍ଦ କରିବା ନିହାତି ଜରୁରି ।

 

କ୍ୟାବିନେଟରେ ସରକାରଙ୍କ ସଂକଳ୍ପ; ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର: ସର୍ବସମ୍ମତି କ୍ରମେ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି ପ୍ରସ୍ତାବ। ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସଂକଳ୍ପ । ଚାଷୀ ଏବଂ କୃଷିକୁ ନେଇ ସମଗ୍ର ଦେଶରେ ଏକପ୍ରକାର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାର କୃଷିଙ୍କ ହିତ ସାଧନରେ କୃଷି ନୀତି ୨୦୨୦ ସମୃଦ୍ଧିକୁ ଦେଇଛନ୍ତି ମଞ୍ଜୁରୀ । ଏହି ସଂକଳ୍ପରେ କୃଷକଙ୍କ ପାଇଁ ରାଜ୍ୟ ସରକାର ଏମଏସପି ଦେଢ ଗୁଣା ଦାବି କରିଛନ୍ତି । ସ୍ୱାମିନାଥନ କମିଶନ ଅନୁସାରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବଢାଇବାକୁ ଦାବି ରଖିଛନ୍ତି ରାଜ୍ୟ ସରକାର । ସେହିପରି ଚାଷୀଙ୍କ ଆୟ ଦେଢଗୁଣା କରିବା ନେଇ ପୂର୍ବରୁ ରାଜ୍ୟ ସରକାର ୨ ଥର ଜଣାଇଛନ୍ତି ଦାବି ।

 

ସରକାର ସଂକଳ୍ପରେ କହିଛନ୍ତି, ଗତ ୧୬ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଅଛି । କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସିକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ସେହିପରି ଆଦିବାସୀ ଅଞ୍ଚଳର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆରମ୍ଭ ହୋଇଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଥିବା ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍‌ରେ ଏଗ୍ରୀ କ୍ଲଚର ପ୍ରଡକ୍ସନ କମିଟି ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରିଛନ୍ତି । ତେଣୁ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କ ଆଯ ବୃଦ୍ଧିକୁ ଗୁରୁତ୍ୱ ଦେବାକୁ କହିଛନ୍ତି ସରକାର ।

ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହା ତାର ହକ୍‌ । ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର । ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଆମ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ୱାର୍ଥକୁ ଅଣଦେଖା କରି ବିକାଶର ସ୍ୱପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି । ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ ବୋଲି ସଂକଳ୍ପରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର ।

ସାହାଯ୍ୟ କରିବାକୁ ସମ୍ପତ୍ତି ବନ୍ଧକ ରଖିଲେ ସୋନୁ: ୧୦ କୋଟି ଟଙ୍କା କଲେ ସଂଗ୍ରହ

ମୁମ୍ୱାଇ: ମହାମାରୀ ସମୟରେ ମାନବିକତାର ଆଉ ଏକ ନିଦ୍ଦର୍ଶନ ସୃଷ୍ଟି କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ ।  ଅସହାୟଙ୍କୁ ସାହାଯ୍ୟ କରିବା ନେଇ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଏହି ବଲିଉଡ ଅଭିନେତା । କରୋନା ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସିରହିଥିବା ବେଳେ ସେମାନଙ୍କ ଘର ବାହୁଡ଼ା ନେଇ ପରିବହନର ବ୍ୟବସ୍ଥା କରିଥିଲେ ସୋନୁ । ତାଙ୍କର ଏହି କାର୍ଯ୍ୟରୁ ସବୁ ବର୍ଗର ଲୋକ ପ୍ରଶଂସା କରିଥିଲେ । ଆଉ ଏବେ ମଧ୍ୟ ସେ ନିଜ ସ୍ୱଅର୍ଜିତ ଅର୍ଥରେ ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି । ଅସହାୟ ଓ ଗରିବ ଲୋକଙ୍କ ମେସିହା ରୂପେ ଉଭା ହୋଇଥିବା ସୋନୁ ସୁଦ୍‌ଙ୍କର ଆଉ ଏକ ମହାନତା ଏବେ ଲୋକଲୋଚନକୁ ଆସିଛି। ଅଭିନେତା ସୋନୁ ସୁଦ ତାଙ୍କର ଏହି ସହଯୋଗ ଜାରି ରଖିବା ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି । ଏବଂ ଏ ବାବଦକୁ ସେ ୧୦ କୋଟି ଟଙ୍କା  ଯୋଗାଡ଼ କରିଛନ୍ତି ।

Sonu Sood wins heart yet again, mortgages his eight properties in Juhu to raise Rs 10 crore for the needy

                ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ସୋନୁ ଦୁଇଟି ଦୋକାନ ଘର, ଜୁହୁ ଶିବ ସାଗର ସିଜିଏଚ୍ଏସ୍  ସ୍ଥିତ ୬ଟି ଫ୍ଳାଟ୍‌କୁ ସେ ବନ୍ଧକ ରଖିଛନ୍ତି । ଷ୍ଟାଣ୍ଡର୍ଡ ଚାର୍ଟଡ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଏହି ଋଣ ପ୍ରଦାନ କରାଯାଇଛି । ତେବେ ଋଣ ପାଇବା ନେଇ ୫ ଲକ୍ଷ ଟଙ୍କାର ରେଜିଷ୍ଟ୍ରେସନ୍ ଫି’ ମଧ୍ୟ ସୋନୁ ସୁଦଙ୍କ ପକ୍ଷରୁ ଭରାଯାଇଛି । ରିୟଲ ଇଷ୍ଟେଟ୍ ଏକ୍ସପର୍ଟଙ୍କ କହିବାନୁଯାୟୀ ଏଭଳି ଲୋନ୍ ପାଇଁ ବାର୍ଷିକ ୧୨-୧୫ ପ୍ରତିଶତ ସୁଧ ଦେବାକୁ ପଡ଼େ । ଯାହା ସାଧାରଣ ହୋମ୍ ଲୋନଠାରୁ ଢ଼େର ଅଧିକ । ଅପରପକ୍ଷରେ ସମସ୍ତ ସମ୍ପତ୍ତି ସୋନୁ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେଳେ ତାଙ୍କ ପତ୍ନୀ ଏ ନେଇ ରାଜି ଥିଲେ କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା

କ୍ୟାବିନେଟର ନିଷ୍ପତ୍ତି: କନ୍ଧମାଳରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି କୋରାପୁଟରେ ଥିବା ମେଡିକାଲ କଲେଜ ସଂଖ୍ୟା ୬୫୦କୁ ବୃଦ୍ଧି କରିବା ସହ ଏଥିପାଇଁ ରାଜ୍ୟ ସରକାର ୬୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାପୁର୍ଜୀ- ପାଲୋନଜୀ ଆଣ୍ଡ କମ୍ପାନୀକୁ ସରକାର ଏହି ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି ।

ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କ ଚିକିତ୍ସାରେ ଆବ୍ୟଶକତା ଏବଂ ରାଜ୍ୟରେ ଡାକ୍ତର ସଂଖ୍ୟା ବୃଦ୍ଧି କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି  ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି  ।  ଆଜିର କ୍ୟାବିନେଟ ବୈଠକ ସଂଧ୍ୟା୬ଟା ୪୫ରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି  ସରକାର ।

କୋଭିଡ ଗାଇଡଲାଇନରେ ହେବ ଓସିଏଲ୍ ଲିଗ୍

ଭୁବନେଶ୍ୱର: କରୋନା ଭିତରେ ଓସିଏଲ୍ ଲିଗ୍ । ବାରବାଟୀରେ ବୋହିବ କ୍ରିକେଟରଙ୍କ ଝାଳ । କୋଭିଡ୍ ନିୟମ ମାନି ଚାଲିବ ମ୍ୟାଚ । କରୋନା ପାଇଁ ଓସିଏର ଘରୋଇ କ୍ରିକେଟ ସିଜିନ ଏଥର ବେସ ବିଳମ୍ବିତ ହୋଇଛି । ଫଳରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିବାକୁ ଏଥର ଓସିଏ ଓଡିଶା କ୍ରିକେଟ ଲିଗ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ମଧ୍ୟ ଭାଗରେ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା 12 ତାରିଖ ରୁ କଟକର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଳୀ ଚୟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ।

ଏଥିରେ ରାଜ୍ୟର ୧୬୮ ଖେଳାଳି ଭାଗ ନେବା ନେଇ ହୋଇଛି ନିଷ୍ପତି । ଓସିଏର ନିଷ୍ପତି ମୁତାବକ, ଖେଳାଳୀ ଚୟନ କୋଭିଡ୍ କଟକଣା ମଧ୍ୟରେ କରାଯିବା ପରେ ଶ୍ରେଷ୍ଠ  ୮୪ ଖେଳାଳୀଙ୍କୁ ନେଇ 6 ଟି ଟିମ ଗଠନ କରାଯିବ । ଏହି ଟିମଗୁଡିକ ମଧ୍ୟରେ ବାରବାଟୀରେ ଫ୍ଲଡ ଲାଇଟରେ ମ୍ୟାଚ ଖେଳାଯିବ । ଏଥର 8 ମାସ ହେବ କରୋନା ପାଇଁ ଖେଳ ବନ୍ଦ ଥିବାରୁ ଏବେ ଓସିଏ ଲିଗ ପାଇଁ ବେଶ ଉତ୍ସାହିତ ଯୁବ କ୍ରିକେଟର ।

ମାଡ଼ି ଆସୁଛି ବିନାଶକାରୀ ବରଫ ପାହାଡ଼ A-68

ନୂଆଦିଲ୍ଲୀ:   ଇତିହାସ ହୋଇଯାଇଛି ଟାଇଟିନିକ ଜାହଜ । କିନ୍ତୁ ତାହାକୁ ଭୁଲି ହେଉନାହିଁ । ଭୁଲି ହେଉନାହିଁ ସେହି ଭୟଙ୍କର ପରିସ୍ଥିତିକୁ । ଯାହା ହଜାର ହଜାର ଲୋକଙ୍କ ଜୀବନ ନେଇଛି । ଏହି କାହାଣୀ ଯିଏ ଶୁଣିଛି, ତା’ ଛାତି ଥରି ଉଠିଛି । ଟାଇଟନିକକୁ ଭାଙ୍ଗିରୁଜି ଚୁରମାର କରିଦେଲା ଏକ ବିରାଟ ବରଫ ପାହାଡ଼ । ଏବେ ପୁଣି ସେହିଭଳି ଏକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଯାହାକୁ ନେଇ ବୈଜ୍ଞାନିକ ଚେତାବନୀ ଦେଲେଣି । ତାହା ମଧ୍ୟ ବିଶ୍ୱର ବିରାଟ ଆଇସବର୍ଗ । ଏହି ଆଇସବର୍ଗ ଏବେ ବିନାଶକାରୀ ସାଜିବା ପାଇଁ ପ୍ରସ୍ତୁତ ।

ବ୍ରିଟିଶ ଟାପୁ ଆଡ଼କୁ ମାଡ଼ି ଆସୁଛି ଏକ ଟ୍ରିଲିୟନ ଟନ୍‌ଆଇସବର୍ଗ । ହଜାର ହଜାର ସିଲ ମାଛ,ପେଙ୍ଗୁଇନ ଏବଂ ଅନ୍ୟ ଜୀବ ମାନଙ୍କ ଉପରେ ସଙ୍କଟର ମାତ୍ରା ବଢୁଛି । କ’ଣ ଏହି ଆଇସବର୍ଗ? ଏହା କେଉଁଠାରୁ ଆସିଲା? ଏମିତି ଅନେକ ପ୍ରଶ୍ନ । ଏହାକୁ ନେଇ ବାୟୋଲୋଜିଷ୍ଟଙ୍କ ଚେତାବନୀ କିନ୍ତୁ ଆପଣଙ୍କୁ ଅଧିକ ଡରାଇପାରେ । ଯଦି A-68 ନାମକ ଏହି ବରଫ ପାହାଡ଼ ଟାପୁ ସହିତ ଧକ୍କା ହୁଏ ତେବେ ପର୍ଯ୍ୟାବରଣ ଉପରେ ଗଭୀର ଆଘାତ ପଡ଼ିବ । ଲକ୍ଷାଧିକ ଜୀବଙ୍କ ଜୀବନ ଚାଲିଯିବ ଆଉ ସେମାନେ ବେଘର ହୋଇଯିବେ । ଆକଳନ ଅନୁସାରେ ଏହି ଆଇସବର୍ଗର ଓଜନ ପ୍ରାୟ ଏକ ଟ୍ରିଲିୟନ ଟନ୍‌ ଏବଂ ଏହାର ଗଭୀରତା କେବଳ ୨୦୦ ମିଟର । ଏହି କାରଣରୁ ଏହାର ମାଟି ସହିତ ଧକ୍କା ହେବାର ଆଶଙ୍କା ଅନ୍ୟ ଆଇସବର୍ଗ ତୁଳନାରେ ଯଥେଷ୍ଟ ଅଧିକ ।

ଏହି ଆଇସବର୍ଗ ତିନି ବର୍ଷ ପୂର୍ବେ ଆଣ୍ଟାର୍କଟିକା ଆଇସ ସେଲ୍ଫରୁ ବିଛିନ୍ନ ହୋଇ ଯାଇଥିଲା, ଏବଂ ୧୦ ହଜାର ମାଇଲ ରାସ୍ତା ଅତିକ୍ରମ କରି ଦକ୍ଷିଣ ଆଟଲାଣ୍ଟିକରେ ଦକ୍ଷିଣ ଜର୍ଜିୟାରୁ ୧୨୫ ମାଇଲ ଦୂରରେ ପହଞ୍ଚିଛି । ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେ ଡାକ୍ତର ଏଣ୍ଡ୍ରୁ ଫ୍ଲେମିଂଙ୍କ ବୁତାବକ ଆସନ୍ତା ଦୁଇ ତିନି ସପ୍ତାହ ପରେ ଏହାର ସ୍ଥିତିକୁ ନେଇ ସ୍ପଷ୍ଟ ଚିତ୍ର ନଜର ଆସିବ । ଏବେ ଏହା ଦକ୍ଷିଣ ଜର୍ଜିୟାର ଆକାର ନେଇଛି । ଫେବୃୟାରୀରେ ମହାସାଗରରେ ବିଛିନ୍ନ ହେବାପରେ ହଜାର ହଜାର ଛୋଟ ଛୋଟ ଟୁକୁଡ଼ାରେ ଖଣ୍ଡ ବିଖଣ୍ଡିତ ହୋଇଗଲା, କିନ୍ତୁ ଏବେ ମଧ୍ୟ ଏହାର ଏକ ବିଶାଳ ଖଣ୍ଡ ବିନାଶ ପାଇଁ ପ୍ରସ୍ତୁତ ରହିଛି ।

ଫ୍ଲେମିଙ୍ଗଙ୍କ ଅନୁସାରେ, ଏହା ବିଶ୍ୱର ଏପର୍ଯ୍ୟନ୍ତ ସବୁଠାରୁ ବୃହତ୍‌ ଆଇସବର୍ଗ । ମୂଳ ବରଫରୁ ଏହା ଏକ-ଚତୁର୍ଥାଂଶ ଭାଙ୍ଗି ଅଲଗା ହୋଇଯାଇଛି । ଅଲଗା ହୋଇଥିବା ବରଫ ଖଣ୍ଡ ଛୋଟ ଛୋଟ ଆଇସବର୍ଗରେ ପରିଣତ ହୋଇଛି । ଏହାଦ୍ୱାରା ଜାହଜ ଗୁଡ଼ିକ ପାଇଁ ସଙ୍କଟ ଅଧିକ ବଢିପାରେ । କୂଳ ନିକଟରେ ପାଣିର ତାପମାତ୍ରା ଅଧିକ ଓ ଏହା ସହିତ ମାଡ଼ ହେଉଥିବା ଲହଡ଼ି ଏହାକୁ ଅଧିକ ପ୍ରଭାବିତ କରୁଛି । ଯଦି ଏହି ବରଫ ପାହାଡ଼ ଦକ୍ଷିଣ ଜର୍ଜିୟା ସହିତ ଧକ୍କା ନ ହୁଏ ତେବେ ଏକ ବିରାଟ ସଙ୍କଟ ଟଳିଯିବ ଏବଂ ଧୀରେ ଧୀରେ ଏହା ମାହାସାଗରରେ ମିଶିଯିବ ।

ବ୍ରିଟିଶ ଆଣ୍ଟାର୍କଟୀକା ସର୍ଭେର ବାୟୋଲୋଜିଷ୍ଟ ପ୍ରଫେସର ଟାର୍ଲିଙ୍ଗ ଚେତାବନୀ ଦେଇଛନ୍ତିଯେ, ଯଦି ଏହି ବିନାଶକାରୀ ଟାପୁ ସହିତ ଧକ୍କା ହୁଏ ତେବେ ପରିସ୍ଥିତି ଅସହ୍ୟ ହୋଇପଡ଼ିବ । ଆଇସବର୍ଗରୁ ବାହାରିବାକୁ ଥିବା ଥଣ୍ଡା ଏବଂ ଫ୍ରେଶ ପାଣି କାରଣରୁ ଖାଦ୍ୟ ଶୃଙ୍ଖଳର ସବୁଠାରୁ ନିମ୍ନରେ ଥିବା ଜୀବ ମାନଙ୍କ ଉପରେ ବିପଦ ବଢିଯିବ । ସେହି ଜୀବ ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ଯେଉଁମାନେ ଏହି ନିମ୍ନ ସ୍ତରର ଜୀବଙ୍କୁ ଖାଇ ବଞ୍ଚୁଛନ୍ତି । ପେଙ୍ଗୁଇନ ଏବଂ ସିଲ ଭଳି ଜୀବଙ୍କ ପାଇଁ ସଙ୍କଟ ଯଥେଷ୍ଟ ଅଧିକ ବଢିଯିବ । ପ୍ରଜନନ ଉପରେ ପ୍ରଭାବ ପଡ଼ିବ । ଯଦି ପାଣି ଭିତରେ ଥିବା ଏହା ଜୀବଙ୍କ ସଙ୍କଟ ବଢୁଛି ତେବେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢିବା ସୁନିଶ୍ଚିତ । କିନ୍ତୁ ଏଥିରୁ ଏକ ଫାଇଦା ମଧ୍ୟ ହୋଇପାରେ । ଏହାଦ୍ୱାରା ସମୂଦ୍ର ପାଣିର ଉର୍ବରତା ବଢିପାରେ ।

ତେବେ ଦକ୍ଷିଣ ଜର୍ଜିୟାରେ ୪.୫ ଲକ୍ଷ ପେଙ୍ଗୁଇନ,୧୦ ଲକ୍ଷ ୟେଲୋ କ୍ରାଷ୍ଟ ମ୍ୟାକ୍ରୋନି ପେଙ୍ଗୁଇନ ଏବଂ ହଜାର ହଜାର ଜେଣ୍ଟୁ ଏବଂ ଚୀନ୍ସଟ୍ରାପ ପେଙ୍ଗୁଇନ ଅଛନ୍ତି । ଏଠାରେ ଦୁଇଟି ଆଣ୍ଟାର୍କଟିକା ସର୍ଭେ ରିସର୍ଚ ଷ୍ଟେସନ ରହିଛି ।

ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ଦରମା । ଆପଣ ଦରମା ବାବଦକୁ ପାଉଥିବା ଇନ୍ ହ୍ୟାଣ୍ଡ ବା ଟେକ୍ ହୋମ୍ ଟଙ୍କା ପୂର୍ବାପେକ୍ଷା କମିପାରେ । ସରକାର ଦ୍ୱାରା ପ୍ରଣିତ ନୂଆ ଓ୍ୱେଜ୍ ଆଇନ୍ (Wage Rule) ଆନୁଯାୟୀ କମ୍ପାନୀମାନେ ଦରମା ଢାଞ୍ଚାରେ ପରିବର୍ତ୍ତନ କରିବେ । ଯାହା ଅପ୍ରେଲ ପହିଲାରୁ ଲାଗୁ ହେବ । ଆଉ ଏହି ନୂଆ ନିୟମ ଯୋଗୁଁ ଆପଣଙ୍କ ଇନ୍ ହ୍ୟାଣ୍ଡ ଟଙ୍କା କମିପାରେ । ସରକାରଙ୍କ ଏହି ନୂଆ ନିୟମ ଅନୁଯାୟୀ କମ୍ପାନୀମାନଙ୍କ ପକ୍ଷରୁ ଆପଣଙ୍କୁ ଦିଆଉଥିବା ବିଭିନ୍ନ ଭତ୍ତା ଯେଭଳି କି, ଡିଏ, ଇଏ, ଓଭର ଟାଇମ୍ ଓ ଟିଫିନ୍ ଭଳି ବିଭିନ୍ନ ଭତ୍ତା  ବାଦଦକୁ ପାଉଥିବା ଟଙ୍କା ମୋଟ ଦରମାର ୫୦ ପ୍ରତିଶତ ଅତିକ୍ରମ କରିବନାହିଁ ।

Your Take-Home Salary May Reduce From April Next Year

ଏହି ନିୟମ କାର୍ଯ୍ୟକାରୀ ଦ୍ୱାରା କମ୍ପାନୀ ଗୁଡ଼ିକୁ କର୍ମଚାରୀଙ୍କ ବେସିକ୍ ପେ’ ବଢ଼ାଇବାକୁ ପଡ଼ିବ । ଏହା ଦ୍ୱାରା ଗ୍ରାଚୁଟି ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍‌)ରେ ଆପଣଙ୍କ ଅଂଶ ବଢ଼ିବ ।            ପ୍ରାୟ କମ୍ପାନୀ ଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ଦରମରେ ବେସିକ୍ ପେ’ ମିଳୁଥିବା ଭତ୍ତା ତୁଳନାରେ କମ୍‌ ଥାଏ । ତେବେ ଏହି ନିୟମ ଶୀଘ୍ର ଲାଗୁ ହେବାକୁ ଥିବା ବେଳେ ଏହାର ବିଶେଷ ପ୍ରଭାବ ଘରୋଇ ସେକ୍ୱରରେ ଦେଖିବାକୁ ମିଳିବ  । କାହିଁକି ନା ସାଧାରଣତଃ ଘରୋଇ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀ କମ୍ ବେସିକ୍ ପେ’ ପାଇଥାନ୍ତି ।

Your Take-Home Salary May Reduce From April 2021 But It's Not All Bad News

            ତେବ ନୂଆ ନିୟମ ଯୋଗୁଁ କର୍ମଚାରୀଙ୍କ ବେସିକ୍ ପେ’ ମୋଟ ଦରମାର ୫୦ ପ୍ରତିଶତ କରିବାକୁ ବାଧ୍ୟ ହେବେ । ତେବେ ଏହି ନୂଆ ଆଇନ ଦ୍ୱାରା ଟେକ୍ ହୋମ୍ ସେଲେରୀ ମଧ୍ୟ କମିପାରେ । କିନ୍ତୁ ଏହା ଦ୍ୱାରା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଅଧିକ ସୁନିଶ୍ଚିତ ହେବ ଏବଂ ଅବସର ପରର ସୁବିଧା ପୂର୍ବାପେକ୍ଷା ଭଲ ହେବ ।

ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ, ପୁଣି ଦେଲେ ଆନ୍ଦୋଳନର ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ନା । ୧୪ ଦିନର ଚାଷୀ ନିଆଁକୁ ଲିଭାଇବାକୁ ସରକାର ଢାଳିଥିଲେ ପ୍ରସ୍ତାବର ପାଣି । କିନ୍ତୁ ଏହି ଲିଖିତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି କୃଷକ । ପ୍ରସ୍ତାବ ନୁହେଁ, ଆଇନ ରଦ୍ଦ କରନ୍ତୁ ସରକାର । ଏପରି ତମାମ ଦାବି ରଖି ଆନ୍ଦୋଳନରେ ଅଡି ବସିଛନ୍ତି ଚାଷୀ । ମୋଦି ସରକାରଙ୍କ ଲିଖିତ ପ୍ରସ୍ତାବ ଜାରି ହେବା ପରେ ଚାଷୀ ସଙ୍ଗଠନର ନେତାଙ୍କ ଦ୍ୱାରା ଡକାଯାଇଥିଲା ଏକ ସାମ୍ବାଦିକ ସମ୍ମିଳନୀ । ସେପଟେ ସରକାର ଯଦି ଆଇନ ରଦ୍ଦ ନକରନ୍ତି, ତେବେ ୧୨ ଡିସେମ୍ବରରେ ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ବନ୍ଦ କରାଯିବ ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆହ୍ୱାନ ଦେଇଛନ୍ତି ଚାଷୀ ନେତା ।

ଚାଷୀ ନେତା ଦର୍ଶନ ପାଲଙ୍କ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି, କେନ୍ଦ୍ର ସରକାଙ୍କ ବିରୋଧରେ ଆନ୍ଦୋଳନ ଆଗକୁ ଆହୁରି ବ୍ୟାପକ ହେବ । ଦେଶର ସମସ୍ତ କୃଷକଙ୍କୁ ‘ଦିଲ୍ଲୀ ଚଲୋ’ଡାକରା ଦିଆଯିବ । ସମସ୍ତ ରାଜ୍ୟରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ । ଏହା ସହ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ଚାଷୀ ସଙ୍ଗଠନ ଘେରାଉ କରିବ ବୋଲି ଖୋଲା ଆହ୍ୱାନ ଦେଇଛନ୍ତି ଚାଷୀ ନେତା । ସେପଟେ ହଠାତ୍ ଚାଷୀଙ୍କ ଏପରି ଧମକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଆଜି କୃଷକ ଏବଂ ଚାଷୀଙ୍କ ମଧ୍ୟରେ ରହିଥିଲା ୬ଷ୍ଠ ବୈଠକ । ସେପଟେ ରାତିଅଧିଆ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଚାଷୀ ନେତା ଭେଟିବା ପରେ  ସ୍ଥଗିତ ରହିଥିଲା ବୈଠକ । ଏବଂ ଆଜି କେନ୍ଦ୍ର ସରକାର ଜାରି କରିଥିଲେ ୮ଟି ଲିଖିତ ପ୍ରସ୍ତାବ । ଚାଷୀ ଏହି ପ୍ରସ୍ତାବରେ ରାଜି ହେବା ନେଇ ଭାବି ବସିଥିଲେ ସରକାର । କିନ୍ତୁ ହଠାତ ଚାଷୀ ନେତାଙ୍କ ସାମ୍ବାଦିକ ସମ୍ମିଳନୀ ବଦଳାଇ ଦେଇଛି ମୋଡ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ, ତୀବ୍ର ପ୍ରତିବାଦ ଏବଂ ଧର୍ମଘଟର ଧମକ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଥିବେବେଳେ, ଏନେଇ କେନ୍ଦ୍ରର ଆଭିମୁଖ୍ୟ ଏବେ ଜଣା ପଡ଼ିନାହିଁ ।

ସନ୍ଧ୍ୟାରେ କ୍ୟାବିନେଟ, ୧୦ ପ୍ରସ୍ତାବକୁ ମିଳିବ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ସଂଧ୍ୟା ୬ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ସୂଚନା ଅନୁଯାୟୀ ବୈଠକରେ ୧୦ଟି ପ୍ରସ୍ତାବକୁ ମିଳିବ ମଞ୍ଜୁରୀ । ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ ପାଇଁ ହଜାରେ କୋଟିର ଟେଣ୍ଡର ପ୍ରସ୍ତାବକୁ ମଧ୍ୟ ଆଜିର କ୍ୟାବିନେଟରେ ମଞ୍ଜୁରୀ ମିଳିବା ନେଇ ନିଷ୍ପତି ହୋଇଛି ।

ସଂନ୍ଧ୍ୟାରେ ବସିବାକୁ ଥିବା ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ହୋଇପାରେ ଆଲୋଚନା । ସେପଟେ ୧୦ଟି ପ୍ରସ୍ତାବ ମଧ୍ୟରୁ ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବ । ଏଥିସହ ଗୃହ, ସାଧାରଣ ପ୍ରଶାସନ ଓ ଜଳ ସମ୍ପଦ ବିଭାଗର କେତେକ ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିବା ନେଇ ନିଷ୍ପତି ହୋଇଛି ।