spot_img
Home Blog Page 6275

ଟିକାକରଣ ପୂର୍ବରୁ ଖସୁଛି କରୋନା ଗ୍ରାଫ୍, ଦେଶରେ ଆଜି ୩୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଟିକା ଆସିବା ପୂର୍ବରୁ ଦେଶରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଦେଶରେ ଆଉ ୩୧ ହଜାର ୫୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ୪୧୨ ସଂକ୍ରମିତଙ୍କ ଜୀବନ ଯାଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି ।

ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨ରେ ପହଞ୍ଚିଛି । ସେଥି ମଧ୍ୟରୁ ୯୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୩ ଲକ୍ଷ ୭୨ ହଜାର ୨୯୩ ସକ୍ରିୟ ମାମଲା ରହିଛି । ସେପଟେ ୩ଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ଖୁବ ଶୀଘ୍ର ଭାରତରେ ବଣ୍ଟନ କରିବେ ଟିକା ।

ଭାରତରେ ଟିକାକରଣ ଆରମ୍ଭ ପାଇଁ ଅନୁମତି ମାଗିଥିବା ୩ଟି ସଂସ୍ଥାର ଆବେଦନ ଉପରେ ଡିସିଜିଆଇରେ ଚାଲିଛି ଆଲୋଚନା । ଖୁବଶୀଘ୍ର ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମିଳିପାରେ ଅନୁମତି । ସେମାନଙ୍କୁ ଅନୁମତି ମିଳିଲେ ଦେଶରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ଟିକା ଆବଶ୍ୟକ କରୁଥିବା ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ପ୍ରଦାନ କରିବେ ଏହି ଟିକା ।

ଚିଡିଆଖାନାରେ କରୋନା, ସିଂହ ସଂକ୍ରମିତ

ସ୍ପେନ: କରୋନା ମାନବ ସମାଜରେ ନିଜର ଅଧିକାର ଜାହିର କରିବା ପରେ ଏବେ ପଶୁଙ୍କ ମଧ୍ୟରେ ପ୍ରବେଶ କରିଛି । ସ୍ପେନର ବାରସେଲୋନା ଚିଡିଆଖାନାରେ କ୍ଷୀପ୍ର ବେଗରେ ବ୍ୟାପୁଛି କରୋନା । ବର୍ତ୍ତମାନ ସୁଦ୍ଧା ୪ ସିଂହ ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ କରିଛି ଚିଡିଆଖାନା ।

ସୁରକ୍ଷାକର୍ମୀଙ୍କ ତତ୍ୱାବଧାନରେ ସଂକ୍ରମିତ ସିଂହଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ସେମାନେ କେମିତି କରୋନା ସଂକ୍ରମିତ ହେଲେ ତାକୁ ନେଇ ଚାଲିଛି ତନାଘନା । ପୂର୍ବରୁ ନ୍ୟୁୟର୍କରେ ଗୋଟିଏ ବାଘ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ମାନବ ଜାତିକୁ କଲବଲ କରିବା ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏବେ ପଶୁ ପକ୍ଷୀଙ୍କୁ କରୋନା ହେଉଥିବା ଲକ୍ଷ୍ୟ କରାଯାଉଛି ।

କଳା ସାମ୍ରାଜ୍ୟର ଗୁମର ଖୋଲିବେ ଆକାଶ ! ୫ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି

ଭୁବନେଶ୍ୱର: ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଏହି ୫ ଦିନ ମଧ୍ୟ ଝାଳବୁହା ଜେରା କରିବ କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଜେରା ବେଳେ ସବୁ ଦୁର୍ନୀତିର ଚେର ଖୋଜିବ କ୍ରାଇମବ୍ରାଞ୍ଚ । ସେପଟେ ପାଠକ-ପ୍ରଦୀପ ବେନାମୀ ଅର୍ଥ କାରବାର ନେଇ ୩ଟି ମାମଲା ରୁଜୁ କରି ତନାଘନା କରୁଛି ଇଡି । ଖୁବ୍‌ଶୀଘ୍ର ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ ପୁଅ ୩ ଜଣଙ୍କୁ ଜେରା ପାଇଁ ସ୍ପେଶାଲ କୋର୍ଟରେ ଆବେଦନ କରିବ ଇଡି ।

ତେବେ ପାଣିଗ୍ରାହୀ ଓ ପାଠକ ବାପ ପୁଅଙ୍କର ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ କାରବାରର ପ୍ରମାଣ ମିଳିଛି । କମ୍ଭୁପାଣି ସାହୁ, ଏସ କେ ମହାରଣା, ରବୀନ୍ଦ୍ର ସାହୁ, ଗୁରୁମୁର୍ତ୍ତି ଅଏଲ କମ୍ପାନୀ, ସୂର୍ଯ୍ୟ ଫିଲିଂ ଷ୍ଟେସନ ମାଲିକ ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି । ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଣ୍ଟକୁ ୨ କୋଟି ୪୦ ଲକ୍ଷ ଆସିଛି । ଜେରା ପରେ ଆବଶ୍ୟକ ସ୍ଥଳେ ପ୍ରଦୀପ ଓ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇପାରେ ।

ଏଥିସହ ସ୍କାଏକିଙ୍ଗ୍‌ ଠକେଇ ମାମଲାରେ କମିଶନରେଟ୍‌ ପୋଲିସ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବାକୁ ପ୍ରସ୍ତୁତ ହେଉଛି । ଏନେଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ଅବଗତ କରାଇଛି କମିଶନରେଟ ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି ଖାରବେଳନଗର ଥାନା ପୋଲିସ । ଦିନେ ଦୁଇ ଦିନ ଭିତରେ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ପୌରାଣିକ କଥା ଚିତ୍ରରେ ଝଲସୁଛି ଗାଁ’ର କାନ୍ଥବାଡ଼

ଖୋର୍ଦ୍ଧା: ସହରର ପ୍ରତି କାନ୍ଥ ଯେତେବେଳେ ଝଲସିଲା । ଗାଁର କାନ୍ଥ କେମିତି ବା ଫିକା ପଡ଼ିଥାନ୍ତା । ସହରର କାନ୍ଥରେ ହୋଇଥିବା ବିଭିନ୍ନ ଚିତ୍ର ତାହାର ପ୍ରଭାବିତ କରିଛି ଗ୍ରାମାଞ୍ଚଳକୁ । ଏବେ ଗାଁ ଗହଳିରେ ଥିବା କାନ୍ଥ ଝଲସୁଛି ବିଭିନ୍ନ ସଚେତନତା ବାର୍ତ୍ତା ଏବଂ ଚିତ୍ରରେ । ଆଉ ଏହା ସମସ୍ତଙ୍କୁ ଉତ୍ସାହିତ କରିବା ସହ ସଚେତନତାର ବାର୍ତ୍ତା ଦେଉଛି ।

କାନ୍ଥରେ ଅଙ୍କା ଚାଲିଛି ଅନେକ ଅନେକ ବାର୍ତ୍ତା, ଚିତ୍ର । କେଉଁଠି ପୌରାଣିକ କଥା, କେଉଁଠି ସଂଗ୍ରାମର କାହାଣୀ, ପୁଣି ସ୍ୱଚ୍ଛତା, ଜଳ ସରକ୍ଷଣ, ଇତ୍ୟାଦି । ଇଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସୀମୋର ଗ୍ରାମ ପଞ୍ଚାୟତର କାନ୍ଥ । ରାଜ୍ୟ ସରକାରଙ୍କ ବାର୍ତ୍ତାକୁ ପାଥେୟ କରି ସରପଞ୍ଚଙ୍କ ଉଦ୍ୟମ, ସମସ୍ତିଙ୍କୁ ଉତ୍ସାହିତ କରିଛି ।

ସେହି ବାଟ ଦେଇ ଯାଉଥିବା ପିଲା ଠାରୁ ବୁଢା ସମସ୍ତେ ଅଟକି ଯାଉଛନ୍ତି ଏହି କାନ୍ଥ ପାଖରେ । ପୌରାଣିକ କଥାର ଚିତ୍ର ଦେଖି ଅତୀତର କାହାଣୀ ମଧ୍ୟ ମନେ ପକାଉଛନ୍ତି । ଯୁବ ପିଢ଼ି ସେଲଫି ନବାକୁ ମଧ୍ୟ ଲାଗି ପଡ଼ିଛନ୍ତି । ସମସ୍ତଙ୍କୁ ସଚେତ କରିବାର ଲକ୍ଷ ନେଇ ଚିତ୍ର ଶିଳ୍ପୀ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି।

ବିଶ୍ୱ ମାନବାଧିକାର ଦିବସ; ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବିଶ୍ୱ ମାନବାଧିକାର ଦିବସରେ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ସାମଜରେ ଅସମାନତା ଏବଂ ଭେଦଭାବର ମୂଳତ୍ପାଟନ ଜରୁରୀ । ମାନବ ଅଧିକାରର ରକ୍ଷା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକତା ରହିଛି । ପ୍ରତିବଦ୍ଧତାର ସହକାରେ ଅଧିକାର ପାଇଁ ଲଢେଇ ଲଢିବାକୁ ମାନବାଧିକାର ଦିବସରେ ଆହ୍ୱାନ ଦେଇଛନ୍ତି ନବୀନମ ପଟ୍ଟନାୟକ ।

ସେ କହିଛନ୍ତି, ନିଜର ଅଧିକାର ଏବଂ ସମାଜରେ ସ୍ୱୀକୃତି ପାଇଁ ସମସ୍ତକ ହକ ରହିଛି । ହାରିଯିବା ବୀରତାର ବାର୍ତ୍ତା ନୁହେଁ । ଆମେ ପ୍ରତିବଦ୍ଧ ହେବା । ହକ ପାଇଁ ସଂଗ୍ରାମ ସହ ନ୍ୟାୟୋଚିତ ସଂଘର୍ଷ କରିବା । ମୁଖ୍ୟତଃ ଉଚ୍ଚ-ନୀଚର ଭାବନାକୁ ପରିତ୍ୟାଗ କରି ସମାଜରେ ସମାନତାର ମଞ୍ଜି ବୁଣିବାକୁ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମିକ୍ସଚର-ଗ୍ରାଇଣ୍ଡର ପ୍ୟାକେଟରେ ନାଗ, ବିକଳରେ ଘର ବାହାରେ ଫୋପାଡ଼ିଲେ ପ୍ୟାକେଟ

ପୁରୀ: ଗ୍ରାଇଣ୍ଡର ପ୍ୟାକେଟରେ ନାଗ ସାପ । ବିକଳରେ ଅଖା ବ୍ୟାଗରେ ଗୁଡ଼ାଇ ଘରଠାରୁ ୨ କିଲୋମିଟର ଦୂରରେ ଫୋପାଡିଥିଲେ ଘର ଲୋକ । ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଆଜି ସକାଳୁ ସାଢ଼େ ୩ ଫୁଟ ଲମ୍ବର ନାଗଟିକୁ ମିକ୍ସଚର-ଗ୍ରାଇଣ୍ଡର ପ୍ୟାକେଟ ଭିତରୁ ବାହାର କରି ସୁରକ୍ଷିତ ଜଙ୍ଗଲରେ ଛାଡିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ବିଶ୍ୱଜିତ ପ୍ରଧାନଙ୍କ ପୂଜା ଘରେ ଏକ ସାପ ପସିବାର ଦେଖିଲେ ଗତକାଲି ରାତି ପ୍ରାୟ ୧୧ଟା ବେଳେ । ସାପ ଟିକୁ ଘର ଭିତରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ସାମନା ଘରେ ତଳେ ଥିବା ଏକ ମିକ୍ସଚର-ଗ୍ରାଇଣ୍ଡର ଥିବା ପ୍ୟାକେଟରେ ପଶି ଯାଇଥିଲା । ବିଶ୍ୱଜିତଙ୍କ ପରିବାର ସେଇ ପ୍ୟାକେଟକୁ ବନ୍ଦ କରିଦେଇଥିଲେ । ଅଧିକ ସୁରକ୍ଷା ପାଇଁ ଏକ ଅଖା ଗୁଡେଇ ଭଲ ଭାବରେ ନିବୁଜ କରି ପ୍ୟାକ କରିଦେଲେ ଯେମିତି କି ଆଉ ସାପ ବାହାରି ପାରିବନି । ଏହାପରେ ସ୍ଥାନୀୟ  ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ ।

ବିଳମ୍ବିତ ଶୀତ ରାତି ଏବଂ ସାପଟି ସୁରକ୍ଷିତ କବଜାରେ ଥିବାରୁ ସୁଶାନ୍ତ ସେଇ ଅଖା ଗୁଡା ବାକ୍ସକୁ ଘର ବାହାରେ ରଖିଦେବା ପାଇଁ ପରାମର୍ଶ ଦେଇ ସକାଳେ ଉଦ୍ଧାର ପାଇଁ ଆସିବା ପାଇଁ କହିଥିଲେ । ହେଲେ ଅତ୍ୟଧିକ ଭୟଭୀତ ହୋଇଥିବାରୁ ବିଶ୍ୱଜିତ ନିଜ ଘର ଠାରୁ ପ୍ରାୟ ୨ କିମି ଦୂର ପର୍ଯ୍ୟନ୍ତ ଯାଇ ରାସ୍ତା ତଳକୁ ସେଇ ପ୍ୟାକେଟ କୁ ଫିଙ୍ଗି ଦେଇ ଘରକୁ ଫେରିଥିଲେ । ସକାଳ ହେବା ପରେ ଯାଇ ଦେଖ    ନ୍ତେ ସେଇ ପ୍ୟାକେଟ ସେମିତି ଅବସ୍ଥାରେ ଥିଲା ।

https://www.facebook.com/NandighoshaTV/videos/1375456679452437

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ମିକ୍ସଚର-ଗ୍ରାଇଣ୍ଡରର ପ୍ୟାକେଟରୁ ନାଗ ସାପଟିକୁ ଉଦ୍ଧାର କରିଥିଲେ । ଏବଂ ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ତେବେ ସେହି ଗ୍ରାଇଣ୍ଡରକୁ ସାଧାରଣ ଭାବରେ ସାନିଟାଇଜ କରି ବ୍ୟବହାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ମାଆ ଛେଉଁଣ୍ଡ ହେଲା ଦିନକର ଶିଶୁ

ଭଦ୍ରକ: ଚିକିତ୍ସା ଅବହେଳାରୁ ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଏତଲା ଦେଇଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାଟି ହେଉଛି ଭଦ୍ରକ ସହରର । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାମରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।

ସୂଚନା ଅନୁସାରେ, ତିହିଡି ଥାନା କୋହ୍ଲ ଅଞ୍ଚଳର ଅର୍ଚନା ନାମକ ଜଣେ ପ୍ରସୂତି ମହିଳାଙ୍କୁ ପ୍ରସବ ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ପ୍ରସବ ପରେ ମହିଳା ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋକେ  ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ । ତେବେ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିଲା ।

ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାକୁ ନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଉକ୍ତ ନର୍ସିଂ ହୋମରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାରମ୍ଵାର ଉକ୍ତ ନର୍ସିଂ ହୋମ ରେ ଏଭଳି ଘଟଣା ହେଉଥିବାରୁ ଏମିତି ଅଭିଯୋଗ ମଧ୍ୟ ବାରମ୍ବାର ଆସୁଛି ।

ପାକିସ୍ତାନର ଶଙ୍କା; ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ସରକାର କରିବେ କି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ । କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ପାକିସ୍ତାନ ଉପରେ କରିବେ କି ରାତି ଅଧିଆ ଆକ୍ରମଣ । ଆମେ ନୁହେଁ ବଂର ପାକିସ୍ତାନ କରିଛି ଏପରି ଆଶଙ୍କା । ଖୋଦ ପାକିସ୍ତାନର କେତୋଟି ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି ଏପରି ଚାଞ୍ଚଲ୍ୟକର ଖବର । ଶାସନ ଗାଦିରେ ବସିଥିବା ହିନ୍ଦୁତ୍ୱବାଦୀ ମୋଦି, ନିଜ ଦେଶର ଧ୍ୟାନ ଭ୍ରଷ୍ଟ କରିବପାରନ୍ତି । କୃଷି ଆଇନ ବିରୋଧରେ ଜୋର ଧରିଥିବା ଚାଷୀ ଆନ୍ଦୋଳନରୁ ଦେଶବାସୀଙ୍କ ନଜର ହଟାଇବାକୁ ମୋଦି ସରକାର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି । ଏପରି ଏକ ଖବର ପ୍ରକାଶ କରିଛି, ପାକିସ୍ତାନର ପ୍ରମୁଖ ଖବର କାଗଜ ସଂସ୍ଥା ‘ଏକ୍ସପ୍ରେସ ଟ୍ରିବ୍ୟୁନ’ ।

 

ଗୋଟେପଟେ ଭାରତରେ କୃଷି ଆଇନ ପ୍ରତ୍ୟାହାର ଦାବି ଜୋର ଧରିଛି । ସ୍ଥିତି ଏମିତି ହୋଇଛି ଯେ, ସରକାରଙ୍କ ଲିଖିତ ପ୍ରସ୍ତାବ ପରେ ମଧ୍ୟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଂଗଠନ । ଏବଂ ଆଗକୁ ବ୍ୟାପକ ପ୍ରତିବାଦ, ପ୍ରତିରୋଧ କରିବାକୁ ଖୋଲା ଆହ୍ୱାନ ଦେଇଛନ୍ତି କୃଷକ । ଆଉ ଏପରି ସ୍ଥଳେ ପାକିସ୍ତାନର ଖବର ଏବେ ଚର୍ଚ୍ଚା ପାଲଟିଛି । ଏକ୍ସପ୍ରେସ ଟ୍ରିବ୍ୟୁନ କହିଛି, ଶୀଖ ଚାଷୀଙ୍କ ଆନ୍ଦୋଳନ ଭାରତ ସରକାରକୁ ହରଡ ଘଣାରେ ପକାଇଛି, ଫଳରେ ଏହି ଘଟଣାରୁ ଧ୍ୟାନ ହଟାଇବାକୁ ଭାରତ ଚକ୍ରାନ୍ତ ରଚୁଥିବା କହିଛି ପାକ୍ ର ଏହି ଖବର କାଗଜ ।

ଖବର କାଗଜରେ ପ୍ରକାଶ ମୁତାବକ, ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଭାରତ ସୀମାରେ ସେନାକୁ ସଜାଗ କରୁଛି । ଯେକୌଣସି ମୂହୂର୍ତ୍ତରେ ଭାରତୀୟ ସେନା ଏହି ଦୁଃସାହସ କରିପାରେ । ସେପଟେ ଏପରି ଖବର ପ୍ରକାଶ ପରେ ପାକିସ୍ତାନ ମଧ୍ୟ ନିଜ ସୀମାରେ ଅଧିକ ସଂଖ୍ୟକ ସେନାଙ୍କୁ ମୁତୟନ କରିଛି । ସୀମାରେ ସୁରକ୍ଷାକୁ କଡାକଡି କରିଛି  ।ଅନ୍ୟପଟେ ପାକ୍ ସରକାରର ବାଣିଜ୍ୟ ମନ୍ତ୍ରୀ ଭାରତୀୟ ଚାଷୀଙ୍କ ଆନ୍ଦୋଳନକୁ ନେଇ କରିଛନ୍ତି ବିବାଦୀୟ ଟ୍ୱିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ସେ କହିଛନ୍ତି, ନିର୍ଦୟ ମୋଦି ସରକାର ପଞ୍ଜାବ ଚାଷୀଙ୍କୁ ଅଣଦେଖା କରୁଛନ୍ତି । ଗୁଜରାଟର ହିନ୍ଦୁବାଦୀ ମୋଦି ସରକାର ପଞ୍ଜାବ କୃଷକଙ୍କ ପାଇଁ କାଣିଚିଏ ଆନ୍ତରିକତା ପ୍ରଦର୍ଶନ କରୁ ନାହିଁ ବୋଲି କହିଛନ୍ତି ପାକ୍ ମନ୍ତ୍ରୀ ।

ସୈତାନୀ ପାକିସ୍ତାନର ଏପରି ବଦମାସୀ କିଛି ନୂଆ ନୁହେଁ  । ପୁଲୱାମାରେ ପାକିସ୍ତାନ ଆତଙ୍କୀଙ୍କ ଉତ୍ପାତ ପରେ ୨୦୧୯ ଫେବୃୟାରୀରେ ଆକାଶ ମାର୍ଗରୁ ଶତ୍ରୁ ରାଷ୍ଟ୍ରର ଶିବିରକୁ ଧ୍ୱସଂ କରିଥିଲା ଭାରତୀୟ ସେନା  । ଭାରତର କଡା ଜବାବରେ ଥରହର ହୋଇପଡିଥିଲା ପଡୋଶୀ ପାକ୍  । ଏବେ ପୁଣି ଥରେ ଶଙ୍କା ପ୍ରକାଶ କରିଛି ଖୋଦ ପାକିସ୍ତାନର ଖବର କାଗଜ ସଂସ୍ଥା  ।  ଭାରତ କେତେବେଳେ ମଧ୍ୟ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଖବର ପ୍ରକାଶ ପାଇଛି  । ପାକିସ୍ତାନ ଖବର ସଂସ୍ଥାର ଏପରି ଲେଖା ଖୋଦ ନିଜ ଦେଶବାସୀଙ୍କୁ କରିଛି ଭୟଭୀତ   ।

ରାସ୍ତାରେ ଠେଲି ମହିଳାଙ୍କ ଠାରୁ ଝାମ୍ପିନେଲେ ଟଙ୍କା ବ୍ୟାଗ୍

ଜଗତସିଂହପୁର: ବିଚ ବଜାରରେ ଲୁଟ୍ । ବ୍ୟାଙ୍କରୁ ଫେରୁଥିବା ବେଳେ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଗଳଧାରୀ ଅଞ୍ଚଳର । ବାଇକରେ ଯାଉଥିବା ବେଳେ ୪ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ଘଟଣା ସ୍ଥଳରେ ତନାଘନା କରୁଛି ପୋଲିସ ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଗଳଧାରୀ ଅଞ୍ଚଳର ମାଆ ସନ୍ତୋସି ଏସ ଏସ ଗ୍ରୁପ ଅଲଣାହାଟ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଗ୍ରୁପର ୩ ଲକ୍ଷ ଟଙ୍କା ନେଇ ଫେରୁଥିଲେ । ସେହି ସମୟରେ ଦୁଇଟି ମଟର ସାଇକେଲରେ ୪ ଜଣ ଯୁବକ ହଟାତ୍ ସେମାନଙ୍କୁ ରାସ୍ତ ଉପରେ ଠେଲିଦେଇଥିଲେ । ମହିଳାଙ୍କୁ ଗାଡ଼ିରେ ବସାଇ ଆଣୁଥିବା ସମ୍ପର୍କିୟ ପୁତୁରା ଏବଂ ମହିଳା ଜଣଙ୍କ ରାସ୍ତା କଡରେ ପଡିଯାଇଥିଲେ ।

ଏହାପରେ ସେମାନ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବାସହ ଯୁବକଙ୍କୁ  ଏକ ଖଣ୍ଡା ଦେଖାଇ ଧମକ ଦେଇଥିଲେ । ଏହାପରେ ମହିଳାଙ୍କ ହାତରୁ ଖସିପଡିଥିବା ଟଙ୍କା ବ୍ୟାଗ ଟିକୁ ଝମ୍ପି ଚମ୍ପଟ ମାରିଥିଲେ। ଖବର ପାଇ ଜଗତସିଂହପୁର ଏସଡିପିଓଙ୍କ ନେତୃତ୍ୱରେ ନାଉଗାଁ ଥାନାର ଏକ ପୋଲିସ ଟିମ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରିରଖିଛି ।

ମେଡିକାଲ କଲେଜ ପ୍ରତିଷ୍ଠା ଓ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡକରା

ଭଦ୍ରକ: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦାବିରେ ଆଜି ବନ୍ଦ ପାଳୁଛି କଂଗ୍ରେସ  । ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡକରା ଦିଆଯାଇଥିବା ବେଳେ, ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି  । ସେପଟେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି  ।

ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ଫଳରେ ଯାତାୟତ ବାଧା ସୃଷ୍ଟି ହେବା ସହ । ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଛି । ସକାଳୁ କଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯିବା ସହ ବିଭିନ୍ନ ଛକରେ ବନ୍ଦ ପାଳନ କରାଯାଉଛି ।