spot_img
Home Blog Page 6274

କୃଷକ ଆନ୍ଦୋଳନ ପ୍ରସଙ୍ଗ: ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ କୃଷି ମନ୍ତ୍ରୀ

0

ନୂଆଦିଲ୍ଲୀ: ନୂତନ କୃଷି ନୀତିକୁ ନେଇ କୃଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଅନେକ ସଙ୍ଗଠନ ଓ ରାଜନୖେତିକ ଦଳ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି । ଏପରିକି କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି ଚାଷୀ । ଅନ୍ୟପକ୍ଷରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସରକାର କୃଷି ସହ ଜଡିତ ୩ଟି ଆଇନ୍ ଆଣିଥିଲେ ଯାହାଉପରେ ସଂସଦରେ ସବୁ ଦଳର ସାଂସଦ ମାନେ ନିଜ ପକ୍ଷ ରଖିଥିଲେ । ଏପରିକି ଲୋକସଭା ଓ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା । ଦେଶ ଉତଥାନରେ କୃଷକଙ୍କ ଯୋଗଦାନ କିପରି ରହିପାରିବ ସେନେଇ ଆମେ ଚିନ୍ତା କରୁଛୁ ।

ଆହୁରି ମଧ୍ୟ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଚାଷୀ ମାନଙ୍କୁ ଅପିଲ୍ କରିବା ସହ କହିଛନ୍ତି ଯେ ସରକାର ଯେଉଁ କୃଷି ନୀତି ଆଣିଛନ୍ତି ତାଉପରେ ବିଚାର କରନ୍ତୁ । ଆପଣ ମାନେ ଯେତେବେଳେ ଚାହିଁବେ ସରକାର ଆଲୋଚନା କରିବାକୁ ରାଜି ଅଛନ୍ତି । ୨୦୦୬ରେ ସ୍ୱାମୀନାଥନ୍ ରିପୋର୍ଟ ଆସିଥିଲା ହେଲେ ଦୀର୍ଘ ଦିନର ଅପେକ୍ଷା ପରେ ଦେଢଗୁଣା ଏମଏସପି ଲାଗୁ ହୋଇପାରିଲା ନାହିଁ । ହେଲେ ମୋଦି ସରକାର ଆସିବା ପରେ ୫୦% ଲାଭରେ ଏମଏସପି ଘୋଷିତ ହୋଇଥିଲା ।

ଏସମ୍ପର୍କରେ କୃଷି ମନ୍ତ୍ରୀ କହିଛନ୍ତି ସରକାରଙ୍କ ପାଖରେ କୗେଣସି ପ୍ରକାରର ଅହଂଭାବ ନାହିଁ । ଆଇନକାନୁନର ଯେଉଁ ପ୍ରାବଧନ ଉପରେ କୃଷକମାନଙ୍କର ଆପତ୍ତି ରହିଛି ତାହା ଉପରେ ସରକାର ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି ।  ଏହି ଆଇନ କୌଣସି ପ୍ରକାରେ ଏମଏସପିକୁ ପ୍ରଭାବିତ କରିବ ନାହିଁ ।

 

ପ୍ରେମରେ ସଫଳତା ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ

ନୂଆଦିଲ୍ଲୀ:  ଆଜିକାଲିର ଯୁବପିଢି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ଅଧିକାଂଶ ସମୟରେ ସେମାନେ ଏଥିରେ ସଫଳ ହୋଇପାରନ୍ତି ନାହିଁ । ଏମିତିକି ବେଳେବେଳେ ସେମାନଙ୍କର ପିତା-ମାତା ତଥା ପରିବାର ବର୍ଗଙ୍କର ସହଯୋଗ ମିଳିନଥାଏ । ବେଳେବଳେ ପୁଅ ଓ ଝିଅଙ୍କର ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ପରିବାରର ସ୍ୱୀକୃତି ମଧ୍ୟ ମିଳିନଥାଏ ।

ଯଦି ଆପଣଙ୍କର ପ୍ରେମ ବିବାହକୁ ନେଇ ସେଭଳି କିଛି ସମସ୍ୟା ଦେଖାଯାଉଛି, ତାହେଲେ ଆପଣାନ୍ତୁ ଏହିସବୁ ଉପାୟ…

ରତ୍ନ ପଥର-  ଜ୍ୟାେତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆପଣ ହୀରା କିମ୍ବା ରତ୍ନ ପଥର ଧାରଣ କରିପାରିବେ । ଏପରିକି ଆପଣ ୧୬ ସୋମବାର ବ୍ରତ ରଖିପାରିବ । ଏହି ବ୍ରତ କରିବା ଦ୍ୱାରା ଭଗବାନ ଶଙ୍କରଙ୍କ କୃପା ପ୍ରାପ୍ତି ହୋଇଥାଏ ।

କୁଣ୍ଡଳୀରେ ରହିଥାଏ ପ୍ରେମ ବିବାହ ଯୋଗ-  କୁଣ୍ଡଳୀର ୫ମ ଓ ୭ମ ଭାବରେ ବିବାହ ସ୍ଥାନ ରହିଥାଏ । ପଞ୍ଚମ ଭାବର ସ୍ୱାମୀ ଚନ୍ଦ୍ର ଦେବ ହୋଇଥାନ୍ତି । ଯେଉଁଥିପାଇଁ ଆପଣଙ୍କୁ ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ଲାଗି ମୋତି ଧାରଣ କରିବାକୁ ପଡିବ । ଏମିତି କଲେ ଆପଣଙ୍କ ଇଚ୍ଛା ପୂର୍ତ୍ତି ହୋଇପାରେ ।

ମଙ୍ଗଳ ଦୋଷ- ମଙ୍ଗଳ ଦୋଷ ଲାଗି ପ୍ରେମ ବିବାହରେ ଅନେକ ସମସ୍ୟା ଉପୁଜିଥାଏ । ଏହି ଦୋଷକୁ ଦୂର କରିବା ଲାଗି ଜ୍ୟାେତିଷ ଶାସ୍ତ୍ରରେ କୁମ୍ଭ ବିବାହ ଓ ବଟ ବିବାହକୁ ପ୍ରମୁଖ ବୋଲି ମାନ୍ୟତା ରହିଛି ।

କେବେ ହେବ MBBS ପରୀକ୍ଷା ? ଜାଣନ୍ତୁ ୨୦୨୧-୨୪ ଯାଏ ପରୀକ୍ଷା ସୂଚୀ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ୍ ମେଡିକାଲ୍ କାଉନସିଲ୍ (NMC) ଗାଇଡଲାଇନ୍ ଅନୁସାରେ MBBS ପରୀକ୍ଷା ଲାଗି ତାରିଖ ପ୍ରକାଶ ପାଇଛି । ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଲାଗି ୨୦୨୧ରୁ ୨୪ ମସିହା ଲାଗି MBBS ପରୀକ୍ଷା ତାରିଖ ସ୍ଥିର ହୋଇଛି । ଏଥିସହ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେନେଇ ସୂଚନା ଦିଆଯାଇଛି ।

Tentative Schedule of MBBS Examinations For All Universities in Odisha From The Year 2021 to 2024
Portrait an unknown male doctor holding a stethoscope behind

୨୦୧୯ ବ୍ୟାଚରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପ୍ରଥମ ବର୍ଷ MBBS ପରୀକ୍ଷା ଆନାଟୋମି (ପ୍ରଥମ ଭାଗ) ୨୦୨୧ ଜାନୁଆରୀ ୧୧ ତାରିଖ । ଆନାଟୋମି (ଦ୍ୱିତୀୟ ଭାଗ) ୨୦୨୧ ଜାନୁଆରୀ ୧୫ ତାରିଖ । ଫିଜିଓଲୋଜି (ପ୍ରଥମ ଭାଗ) ୨୦୨୧ ଜାନୁଆରୀ ୧୮ ତାରିଖ । ଫିଜିଓଲୋଜି (ଦ୍ୱିତୀୟ ଭାଗ) ୨୦୨୧ ଜାନୁଆରୀ ୨୨ ତାରିଖ । ବାଓକେମିଷ୍ଟ୍ରୀ (ପ୍ରଥମ ଭାଗ) ୨୦୨୧ ଜାନୁଆରୀ ୨୭ ତାରିଖ । ବାଓକେମିଷ୍ଟ୍ରୀ (ଦ୍ୱିତୀୟ ଭାଗ) ୨୦୨୧ ଜାନୁଆରୀ ୩୦ ତାରିଖ ।

୨୦୧୮ ବ୍ୟାଚରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ବର୍ଷ MBBS ପରୀକ୍ଷା ପାଥୋଲୋଜି (ପ୍ରଥମ ଭାଗ) ୨୦୨୧ ମାର୍ଚ୍ଚ ୨ ତାରିଖ । ପାଥୋଲୋଜି (ଦ୍ୱିତୀୟ ଭାଗ) ୨୦୨୧ ମାର୍ଚ୍ଚ ୬ ତାରିଖ । ଫାର୍ମାକୋଲୋଜି (ପ୍ରଥମ ଭାଗ) ୨୦୨୧ ମାର୍ଚ୍ଚ ୧୦ ତାରିଖ । ଫାର୍ମାକୋଲୋଜି (ଦ୍ୱିତୀୟ ଭାଗ) ୨୦୨୧ ମାର୍ଚ୍ଚ ୧୫ ତାରିଖ । ମାଇକ୍ରୋବାଓଲୋଜି (ପ୍ରଥମ ଭାଗ) ୨୦୨୧ ମାର୍ଚ୍ଚ ୧୯ ତାରିଖ । ମାଇକ୍ରୋବାଓଲୋଜି (ଦ୍ୱିତୀୟ ଭାଗ) ୨୦୨୧ ମାର୍ଚ୍ଚ ୨୪ ତାରିଖ । FMT ପରୀକ୍ଷା ୨୦୨୧ ମାର୍ଚ୍ଚ ୩୦ ତାରିଖରେ ହେବ ।

 

Tentative Schedule of MBBS Examinations For All Universities in Odisha From The Year 2021 to 2024

୨୦୧୭ ବ୍ୟାଚରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତୃତୀୟ ବର୍ଷ (ପ୍ରଥମ) MBBS ପରୀକ୍ଷା

Tentative Schedule of MBBS Examinations For All Universities in Odisha From The Year 2021 to 2024

୨୦୧୬ ବ୍ୟାଚରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତୃତୀୟ ବର୍ଷ (ଦ୍ୱିତୀୟ) MBBS ଚୂଡ଼ାନ୍ତ ପରୀକ୍ଷା

Tentative Schedule of MBBS Examinations For All Universities in Odisha From The Year 2021 to 2024

ନଜର ପକାନ୍ତୁ କେବେ ପ୍ରକାଶ ପାଇବ, କେଉଁ ପରୀକ୍ଷା ଫଳ…

Tentative Schedule of MBBS Examinations For All Universities in Odisha From The Year 2021 to 2024

ମିସ୍ ଥାଇଲାଣ୍ଡ ଲାଗି କରୁଥିଲେ ଫଟୋସୁଟ; ପାଣିରେ ଖସିପଡିଲେ ୩୦ ମଡେଲ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ କିଛି ମଡେଲଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପ୍ରାୟ ୩୦ ଜଣ ମଡେଲ୍ ମିସ୍ ଥାଇଲାଣ୍ଡ ପାଇଁ ଫଟୋସୁଟ୍ କରୁଥିବା ବେଳେ ଅଚାନକ ପୋଲ ଭାଙ୍ଗି ଯାଇଥିଲା ।

ସୂଚନା ମୁତାବକ ପୋଲ ଉପରେ ମଡେଲ୍ ମାନେ ଠିଆ ହୋଇଥିବା ବେଳେ କ୍ୟାମେରାମ୍ୟାନ୍  ସେମାନଙ୍କର ଫଟୋସୁଟ୍ କରୁଥିଲେ । ଏହି ସମୟରେ ଅଚାନକ ପୋଲ ଭାଙ୍ଗିଯିବାରୁ ସବୁ ମଡେଲ୍ ତଳେ ଥିବା ପୋଖରୀରେ ଖସି ପଡିଥିଲେ।

ଏଭଳି ଘଟଣା ଘଟିଛି ଥାଇଲାଣ୍ଡର ଚାଙ୍ଗ ମଇରେ । ଏକ କାଫେରେ ଏହି ଫଟୋସୁଟ୍ ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏନେଇ କାଫେର ମାଲିକ Worapot Chatkanjana କୁହନ୍ତି ଯେ ପୋଲଟି ବହୁତ ମଜଭୁତ ରହିଥିଲା । ବୋଧହୁଏ ଓଜନ ଅଧିକା ହେବାରୁ ଏହି ଅଘଟଣ ଘଟିଛି । ସେ ମଡେଲ୍ ମାନଙ୍କ ଟ୍ରିଟମେଣ୍ଟ ପାଇଁ ପ୍ରାୟ ୧୨,୨୪,୧୮୮ ଟଙ୍କା ଦେଇଥିବା ଜଣାପଡିଛି ।

୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍, ୧୦ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିବାବେଳେ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Passenger Bus Over Turned In Rairangpur

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କାଳିକାପୁର ନିକଟରେ ‘ଆପୁ’ ନାମକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ବସଟି ରାଇରଙ୍ଗପୁରରୁ ଉଦଳା ଅଭିମୁଖେ ଯାଉଥିବା ବେଳେ ପଛ ଏକ୍ସସେଲଟି ଭାଙ୍ଗି ଯାଇଥିଲା । ଫଳରେ ବସଟି ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସର୍ବଧର୍ମ ବେଦ ମନ୍ତ୍ରରେ ଶେଷ ହେଲା ନୂତନ ସଂସଦ ଭବନର ଭୂମି ପୂଜନ

0

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ରାଜଧାନୀରେ ନିର୍ମାଣ ହେବାକୁ ଯାଉଥିବା ବହୁ ପ୍ରତିକ୍ଷୀତ ଏହି ନୂତନ ଅଟ୍ଟାଳିକାରେ ଆଧାର ଶିଳା ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଧର୍ମର ଧର୍ମଗୁରୁଙ୍କ ସମୁହ ବେଦ ପାଠ ସାଙ୍ଗକୁ ବିଶ୍ୱର ତମାମ ଦେଶର ବାଚସ୍ପତିଙ୍କ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟରେ ଶେଷ ହୋଇଛି ଭୂମି ପୂଜନ କାର୍ଯ୍ୟ ।

ଭୂମି ପୂଜନ ପରେ ଅଭିବାଦନ ଦେବା ଅବସରରେ ମୋଦି କହିଛନ୍ତି, ଆଜିର ଲୋକତନ୍ତ୍ର ଦେଶର ଗଣତାନ୍ତ୍ରିକ ଇତିହାସରେ ମାଇଲଖୁଣ୍ଟ । ଆମ ସଭିଙ୍କର ପୂଜ୍ୟ ମନ୍ଦିର । ସେଥିପାଇଁ ଦେଶର ଦାୟିତ୍ୱ ନେବା ପୂର୍ବରୁ ପ୍ରଥମେ ଏହି ମନ୍ଦିରର ମାଟି ମୁଣ୍ଡରେ ମାରିଥିବା କହିଛନ୍ତି ମୋଦି । ତେଣୁ ଦେଶର ଗଣତାନ୍ତ୍ରିକ ମନ୍ଦିରକୁ ନୂଆ ରୂପ ଦେବାକୁ ଏ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦେଶ ନୂଆ ସଂସଦ ଦେଖିବ ।

୬୦ ହଜାର ସ୍କୋୟାର ମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଥିବା ବେଳେ, ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଶେଷ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଲାଟେଷ୍ଟ ଟେକ୍ନୋଲୋଜରେ ନିର୍ମାଣ ହେବାକୁ ଯାଉଥିବା ଏହି ସଂସଦ ଭବନର କାର୍ଯ୍ୟ ଟାଟା କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ସର୍ବଧର୍ମ ପୂଜା ପାଠ ମଧ୍ୟରେ ଆଜି ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆ ବର୍ଷରୁ ଖୋଲିବ ସ୍କୁଲ, ଶନିବାର ଓ ରବିବାର ମଧ୍ୟ ପଢାଯିବ ପାଠ

ଭୁବନେଶ୍ୱର: ନୂଆ ବର୍ଷରେ ଖୋଲିବ ସ୍କୁଲ । ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଛି । ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ । ଏବଂ ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା କରିବା ସହ ଶନିବାର ଓ ରବିବାର ଛୁଟି ଦିନରେ କ୍ଲାସ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ study material  ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଯିବ ବୋଲି କହିଛନ୍ତି ମନ୍ତ୍ରୀ  । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଉପରୁ ଚାପ  କମିବା ସହ ପରୀକ୍ଷା ପାଇଁ ସହାୟ ହୋଇପାରିବ ।

ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି , ସମସ୍ତ ଅବଜରଭେସନ ଛାଡ଼ି ଦେଲେ ଶନିବାର ଓ ରବିବାର ମଧ୍ୟ ପାଠ ପଢାଇବାକୁ ପଡ଼ିବ । ୧୦୦ଦିନ ପାଠ ପଢାଇବାକୁ ନଷ୍ପତ୍ତି ନିଆଯାଇଛି  । ତେଣୁ ଶନିବାର ରବିବାର ବି ପାଠ ପଢାଇବାକୁ ହେବ  ।  ନଚେତ ୧୦୦ଦିନ ହୋଇପାରିବ ନାହିଁ ବୋଲି କହିଛନ୍ତି ସମୀର ଦାସ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ  । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବେ ସରକାର ।

ଯଦିଓ ଏସଆରସି ପୂର୍ବରୁ ସ୍ପଷ୍ଟ କରିଥିଲେ, ତଥାପି ସରାକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଅଧିକ ସଚେତନ ଅଛନ୍ତି । ତେଣୁ ଡିସେମ୍ବରରେ ସ୍କୁଲ ଖୋଲାଯାଇ ପାରିବ ନାହିଁ । ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମେ ସ୍କୁଲ ଖୋଲିବ, ଯେହେତୁ ସେମାନେ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ତେଣୁ ସରକାର ସେମାନଙ୍କ ପାଇଁ ଏହି ନିଷ୍ପତି ନେଇଛନ୍ତି । ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବିଚାର କରାଯିବ । ଏ ସମ୍ପର୍କରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତେଣୁ ଜାନୁଆରୀ ସୁଦ୍ଧା ସ୍କୁଲ ଖୋଲିବାକୁ ଆଶା କରିବା ବୋଲି କହିଛନ୍ତି ସମୀର ଦାସ  ।

ବିରୋଧିଙ୍କୁ ବିଜେଡିର ଜବାବ; ଦଳ ପାଇଁ ନୁହେଁ, ଚାଷୀଙ୍କ ପାଇଁ ସମର୍ପିତ ସରକାର

ଭୁବନେଶ୍ୱର: ଚାଷୀ ଓ ଚାଷ ପାଇଁ ବିଜେଡି ସବୁ ବେଳ ପାଇଁ ରହିଛି ବୋଲି କହିଲେ ବିଜେଡ଼ି ବିଧାୟକ ଦେବୀ ମିଶ୍ର। ଆଗରୁ ବିଧାନସଭାରେ ଦୁଇ ଥର ପ୍ରସ୍ତାବ ପାରିତ ହୋଇସାରିଛି । ଏବେ ପୁଣି କ୍ୟାବିନେଟରେ ସଂକଳ୍ପ ପାରିତ ହୋଇ କେନ୍ଦ୍ରକୁ ଜଣାଯାଇଛି । ଏବଂ ଏମଏସ ସ୍ଵାମୀନାଥନ କମିଟି ଫର୍ମୁଲା ଲାଗୁ କରିବା ପାଇଁ ଆଗରୁ ଦାବି କରାଯାଇଥିଲା । ଏହାକୁ ଅଧିକ ଦୃଢୀଭୁତ କରିବା ପାଇଁ କ୍ୟାବିନେଟ ମଂଜୁର କରିଛି । ଆଗ ଏମଏସପି ହେଲେ କରୋନା ବେଳେ ଯେଉଁ ବୋଝ ପଡିଛି ଚାଷୀ ହୁଏତ ସେଥିରୁ ରକ୍ଷା ପାଇବ । ଯଦି ଚାଷୀଙ୍କ ପାଇଁ କେହି କରୁଛନ୍ତି ଡ୍ରାମା କହୁଛନ୍ତି ବିରୋଧୀ, ତାହାଲେ ଆମେ ଡ୍ରାମା କରୁଛୁ । ମାଇଲେଜ୍ କିଛି ନୁହେଁ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରୁଛୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

ସେହିପରି ଏମଏସପି ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସମର୍ଥନ କରିଛନ୍ତି  । କହିଛନ୍ତି ଯେ, “ଚାଷୀଙ୍କ ଦାବି ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ । ଆମେ ଏମଏସପି ୨୯୩୦ ନିର୍ଦ୍ଧାରଣ କରିଥିଲୁ । ମୁଖ୍ୟମନ୍ତ୍ରୀ ସେହି ଦାବି ପୁଣି ଥରେ କରିଥିବାରୁ ମୁଁ ବହୁତ ଖୁସି” ବୋଲି କହିଛନ୍ତି ସୁରେଶ ରାଉତରାୟ  ।

ଗତକାଲି ଉତ୍ପାଦନର ଦେଢ ଗୁଣା ଏମଏସପି ବୃଦ୍ଧି ନେଇ କ୍ୟାବିନେଟ ସଂକଳ୍ପ ନିଆଯିବା ସହ କେନ୍ଦ୍ରକୁ ଜଣାଯାଇଛି । ପୂର୍ବରୁ ୨୦୧୭ ଓ ୨୦୧୮ ମସିହାରେ ଏ ନେଇ ୨ ଥର ଦାବି କରାଯାଇଥିଲା । ବିଧାନସଭାରେ ସର୍ବସମ୍ମତ ଭାବେ ପ୍ରସ୍ତାବ ପାରିତ ହେବା ପରେ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରାଯାଇଥିଲା ।

କୋଭିଡ ଫ୍ରି ହେଉଛି ରାଜ୍ୟ, ୨୫ ଜିଲ୍ଲାରୁ ୩୪୩ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ କୋଭିଡ ଫ୍ରି ହେଉଛି ରାଜ୍ୟ । ଆଜି ୩୦ ଜିଲ୍ଲା ମଧ୍ୟରୁ ୨୫ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ୫ଟି ଜିଲ୍ଲାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ୨୪ ଘଣ୍ଟାରେ ଆଉ ୩୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ବାରେଣ୍ଟାଇନରୁ ୧୯୭ ମାମଲା ଥିବା ବେଳେ ୧୪୬ ଲୋକାଲ କେସ ରହିଛି ।

ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ଅନଗୁଳ ଓ ଖୋର୍ଦ୍ଧାରୁ ୩୨ ଜଣ ଲେଖାଏଁ ଆକ୍ରାନ୍ତ, ମୟୂରଭଞ୍ଜରୁ ୨୦, ସମ୍ବଲପୁରରୁ ୧୫, କେନ୍ଦୁଝରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୧୭ ହଜାର ୪୧୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୩ ହଜାର ୩୮୩ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ଆଉ ୫ ସଂକ୍ରମିତଙ୍କ ଜୀବନ ଯାଇଛି ।

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିପାରେ ଶିକ୍ଷାନୁଷ୍ଠାନ । କଲେଜ ଖୋଲିବାକୁ ନେଇ ଗାଇଡଲାଇନ ରାଜ୍ୟ ସରକାର ପ୍ରସ୍ତୁତ କରିବେ । ପାଖାପାଖି ୩ ମାସ କ୍ଲାସରେ ପଢା ହେବାପରେ ପରୀକ୍ଷା ହେବ । ଚଳିତ ବର୍ଷ ପିଲାଙ୍କ ମଧ୍ୟରେ ପାଠ୍ୟକ୍ରମରକୁ ନେଇ ଅନେକ ଦ୍ୱନ୍ଦ ରହିଥିଲା । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଯଦି ସ୍କୁଲ ଖୋଲିବାରେ ଜାନୁଆରୀ କିମ୍ବା ଫେବ୍ରୁଆରୀରୁ ଅଧିକ ବିଳମ୍ବ ହୁଏ ତେବେ ପାଠ୍ୟ କ୍ରମ କମାଯିବା ସହ ପରୀକ୍ଷା ମଧ୍ୟ ଘୁଞ୍ଚା ଯାଇପାରେ ।

ତେବେ ନୂଆବର୍ଷରେ ଚୁଡାନ୍ତ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ ବୋଲି ଆଶା କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, UG ଓ PG ପାଇଁ ସେମିଷ୍ଟର ଘୁଞ୍ଚିବ । ୭୦-୮୦ ଦିନ ପାଠ କ୍ଲାସରେ ପଢେଇ ପରୀକ୍ଷା କରାଯିବ । କଲେଜ ଖୋଲିବାରେ ବିଳମ୍ବ ହେଲେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ ବୋଲି ଶାଶ୍ୱତ ମିଶ୍ର କହିଛନ୍ତି  । ତେବେ ଅନଲାଇ ପାଠପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ସେ କହିଛନ୍ତି  ।