ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି, ଦିଆସିଲି କାଠିରେ ତିଆରି କଲେ ଯୁଦ୍ଧ ଟ୍ୟାଙ୍କ

Matches Tank

ପୁରୀ: ଦିଆସିଲ କାଠିରେ ତିଆରି କଲେ ଭାରତୀୟ ସେନାର ଯୁଦ୍ଧ ଟ୍ୟାଙ୍କ । ଏଭଳି ଅଭିନବ ପ୍ରୟାସ କରି ସମସ୍ତଙ୍କୁ ଚକିତ କରିଛନ୍ତି ପୁରୀ କୁମ୍ଭାର ପଡ଼ାର ଯୁବଶିଳ୍ପୀ ଶାସ୍ୱତ ରଞ୍ଜନ ଦାସ । ତାଙ୍କର ଏଭଳି ବିରଳ କଳାକୃତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଜାତୀୟ ସେନା ଦିବସ ଉପଲକ୍ଷେ ସେ ଏଭଳି କଳାକୃତି କରିଛନ୍ତି । ପୂର୍ବରୁ ମଧ୍ୟ ସେ ଦିଆସିଲିରେ ଅନେକ କଳାକୃତି କରି ଲୋକଙ୍କୁ ଚକିତ କରିଛନ୍ତି । ଏବେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି । ପୂର୍ବରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥିଲେ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବେଳେ ମଧ୍ୟ ସେ ଦିଆସିଲି କାଠିରେ ଅବିକଳ ପ୍ରତିମୂର୍ତ୍ତି ତିଆରି କରିଥିଲେ । ଯାହାର ଫଟୋ ସାରା ରାଜ୍ୟ ସମେତ ଦେଶରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କଳାକୃତିକୁ ଢ଼େର ପ୍ରଶଂସା କରାଯାଇଥିଲା । ସେ ପୂର୍ବରୁ ଗାଭାସ୍କର ଟ୍ରଫି ମଧ୍ୟ ଦିଆସିଲିକାଠିରେ ତିଆରି କରିଥିଲେ ।

Matches Tank

ତେବେ ଜାତୀୟ ସେନା ଦିବସରେ ସେ ଯେଉଁ ଟ୍ୟାଙ୍କ ତିଆରି କରିଛନ୍ତି ସେଥିରେ ୨୨୫୪ ଦିଆସିଲି କାଠି ବ୍ୟବହାର କରିଛନ୍ତି । ପୂର୍ବରୁ ମହାପ୍ରଭୁଙ୍କ ମୂର୍ତ୍ତିରେ ସେ ୭୮୮୧ ଦିଆସିଲିକାଠି ବ୍ୟବହାର କରିଥିଲେ । ଆଉ ନାଗର୍ଜୁନ ବେଶ ମୂର୍ତ୍ତି ବେଳେ ସେ ୩୬୩୫ଟି କାଟି ବ୍ୟବହାର କରି ମୂର୍ତ୍ତି ତିଆରି କରିଥିଲେ ଏବଂ ୩୫୦୦ ଦିଆସିଲି କାଠିରେ ଗାଭାସ୍କର ଟ୍ରଫି ପ୍ରସ୍ତୁତ କରିଥିଲେ ।

ଦିନ ରାତି ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବେ ପ୍ରତ୍ୟେକ ଭରାତୀୟ ତଥା ସମଗ୍ର ଭାରତ ବର୍ଷକୁ ରକ୍ଷା କରୁଥିବା ସେନା ଏହି ଦିବସକୁ ପାଳନ କରିଥାଏ । ତେବେ ଦେଶମାତୃକା ଲାଗି ଜୀବନ ଉତ୍ସର୍ଗ କରିଥିବା ଏହି ପ୍ରକୃତ ହିରୋ ମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ସେ ଟ୍ୟାଙ୍କ ତିଆରି କରିଛନ୍ତି ।

Leave a Reply