spot_img
Home Blog Page 6212

ଆଜି ବୃହସ୍ପତି ଓ ଶନି ଗ୍ରହର ମିଳନ, ୮୦୦ ବର୍ଷପରେ ଦେଖିବାକୁ ମିଳିବ ଏଭଳି ବିରଳ ଘଟଣା

0

ନୂଆଦିଲ୍ଲୀ: ସୌରମଣ୍ଡଳରେ ସୋମବାର ଦିନ ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ଆଜି ବୃହସ୍ପତି ଏବଂ ଶନି ଭଳି ଦୁଇଟି ବଡ଼ ଗ୍ରହ ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ସମାନ ଦେଖାଯିବ। ୧୭ଶହ ଶତାବ୍ଦୀରେ ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓଙ୍କ ଜୀବନକାଳରେ ଏହି ଦୁଇଟି ଗ୍ରହ ନିକଟତର ହୋଇଥିଲେ।

ମହାକାଶ ବିଜ୍ଞାନୀମାନଙ୍କ କହିବାନୁଯାୟୀ ସୌରମଣ୍ଡଳରେ ଦୁଇଟି ବଡ଼ ଗ୍ରହ ନିକଟତର ହେବା ବିରଳ ନୁହେଁ। କାହିଁକିନା ବୃହସ୍ପତି ପ୍ରତି ୨୦ ବର୍ଷରେ ପଡ଼ୋଶୀ ଗ୍ରହ ଶନିଙ୍କ ନିକଟ ଦେଇ ଅତିକ୍ରମ କରିଥାଏ। ହେଲେ ଏହା ଏତେ ନିକଟତର ହେବା ସ୍ୱତନ୍ତ୍ର।

ବୈଜ୍ଞାନିକ ମାନଙ୍କ ମତରେ ଦୁଇଟି ଗ୍ରହ ମଧ୍ୟରେ ଦୂରତା ସେମାନଙ୍କ ଦୃଷ୍ଟିକୋଣରୁ ମାତ୍ର ୦.୧ ଡିଗ୍ରୀ ରହିବ। ଯଦି ପାଣିପାଗ ଅନୁକୂଳ ରୁହେ ତାହେଲେ ସୂର୍ଯ୍ୟାସ୍ତ ପରେ ପୃଥିବୀର ବିଭିନ୍ନ ସ୍ଥାନରୁ ଏହାକୁ  ସହଜରେ ଦେଖିହେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧୨୨୬ରେ ମଧ୍ୟ ଏଭଳି ଘଟିଥିଲା। ଯାହାକି ଆଜିର ଘଟଣାକୁ ପାଖାପାଖି ୮ଶହ ବର୍ଷ ହେଉଛି।

 

ଯଦୁପୁରରେ SIT ଟିମ୍, ହେବ ପରୀ ହତ୍ୟାର ସିନ୍ ରିକ୍ରିଏସନ୍

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଏସଆଇଟି ଟିମ୍ ଖୋଳତାଡ ଜାରି ରଖିଥିବା ବେଳେ ଆଜି ଯଦୁପୁରରେ ପହଞ୍ଚିଛି । ପରୀର ମୃତଦେହ ଯେଉଁ ପୋଖରୀ ହୁଡ଼ାରୁ ମିଳିଥିଲା ତାହାର ଜଳକୁ ନିଷ୍କାସନ କରାଯିବ । ଯାହାଫଳରେ ହତ୍ୟା ପଛର ଅଧିକ ଗୁମର ଖୋଲିବ ବୋଲି ଏସଆଇଟି ପକ୍ଷରୁ ସୂଚନା ମିଳିଛି ।

ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ  ଧରି  ଏସଆଇଟି ଟିମ୍ ସିନ୍ ରିକ୍ରିଏଟ୍ କରିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ପୋକ୍‌ସୋ କୋର୍ଟରେ ପରୀ ହତ୍ୟା ଅଭିଯୁକ୍ତକୁ ହାଜର କରାଯିବ । ଏହା ପୂର୍ବରୁ ଏସଆଇଟି ଟିମ୍ ଅଭିଯୁକ୍ତର ଘରେ ପହଞ୍ଚି ତଦନ୍ତ ସହ ତା’ର ମା’ଙ୍କୁ ପଚରାଉଚରା କରୁଛି । କୋର୍ଟରେ ହାଜର ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏଟ୍ କରିବ ଏସଆଇଟି । ସୁରକ୍ଷା ଦୃଷ୍ଟିରୁ ଯଦୁପୁର ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ପରୀ ହତ୍ୟା ମାମଲାରେ ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା ଏସଆଇଟି ଟିମ୍ ।  ତାଙ୍କ ବିରୋଧରେ ଆଇପିସି ଧାରାର ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଭଳି ସଙ୍ଗୀନ ଦଫା ଲାଗିଛି ।  ତେବେ ଶନିବାର ନୟାଗଡର ଯଦୁପୁର ଗାଁର ଜଣକୁ ଉଠାଇ ନେଇଥିଲା ଏସ୍‌ଆଇଟି । ପଲିଗ୍ରାଫ ଟେଷ୍ଟ ପରେ ତାଙ୍କୁ ଅଟକ ରଖିଥିଲା । ଏପର୍ଯ୍ୟନ୍ତ ୩୪ଜଣଙ୍କୁ ଏସଆଇଟି ପଚରାଉଚରା କରିଥିବା ବେଳେ ୪ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି ।

ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏସ୍‌ଆଇଟି ସୂଚନା ଦେଇଥିଲା । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍-ଏସ୍‌ଆଇଟି ମାମଲାରେ ତଦନ୍ତ କରୁଛି । ଗତ ଜୁଲାଇ ୧୪ ତାରିଖରେ ନିଖୋଜ ହୋଇଯାଇଥିଲା ପରୀ । ଜୁଲାଇ ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା।

ପ୍ରଶାନ୍ତ କିଶୋରଙ୍କ ଖୋଲା ଚ୍ୟାଲେଞ୍ଜ: ବିଜେପି ଦୁଇ ଅଙ୍କ ହାସଲ କଲେ ଛାଡ଼ିଦେବି ଟ୍ୱିଟର୍

0

କୋଲକାତା: ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି। ବିଜେପି ପଶ୍ଚିମବଙ୍ଗରେ ସରକାର ଗଢ଼ିବା ନେଇ ସମସ୍ତ ପ୍ରକାର ଗୋଟି ଚଳାଇବା ଆରମ୍ଭ କରିଛି। ଏହାକୁ ନଜରରେ ରଖି ତୃଣମୂଳ କଂଗ୍ରେସ(ଟିଏମସି)ର ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଜନୈତିକ ପରାମର୍ଶ୍ୟଦାତା ପ୍ରଶାନ୍ତ କିଶୋର ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପ୍ରଶାନ୍ତ ଟ୍ୱିଟ୍ କରିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ସିଟ୍ ହାସଲ କରେ ତେବେ ସେ ଟ୍ୱିଟର ଛାଡ଼ିଦେବେ।

ପ୍ରଶାନ୍ତ ଗତ ସୋମବାର ଟ୍ୱିଟରରେ ଲେଖିଛନ୍ତି, ‘ଗଣମାଧ୍ୟମର ଏକ ବର୍ଗ ବିଜେପି ସପକ୍ଷରେ ମାହୋଲ ତିଆରି କରିବାକୁ ଚେଷ୍ଟା କରୁଛି। ଏଥିରୁ ସ୍ପଷ୍ଟ ହେଇଯାଇଉଛି ଯେ ବିଜେପି ଦୁଇ ଅଙ୍କ ବିଷିଷ୍ଟ ସିଟ୍ ହାସଲ କରିବାକୁ ସଂଘର୍ଷ କରୁଛି। ଯଦି ବିଜେପି ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରୁଛି ତେବ ମୁଁ ଟ୍ୱିଟର ଛାଡ଼ିଦେବି।’

ପ୍ରଶାନ୍ତ କିଶୋରଙ୍କ ଏହି ଟୁଇଟ୍‌ର ଜବାବ ଦେଇ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗର ପ୍ରଭାରୀ କୈଳାଶ ବିଜୟବର୍ଗ ଟ୍ୱିଟ୍ କରିଛନ୍ତି, ‘ପଶ୍ଚିମବଙ୍ଗରେ ବିଜେପିର ଯେଉଁ ସୁନାମି ନଚାଲିଛି, ସରକାର ଗଠନ ହେବା ପରେ ଏହି ଦେଶକୁ ନିର୍ବାଚନ ରଣନୀତିଜ୍ଞ ହରାଇବାକୁ ପଡ଼ିବ।’

ସୂଚନାଯୋଗ୍ୟ, ବିଜେପି ପାଇଁ ମିଶନ ପଶ୍ଚିମବଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ କେନ୍ଦ୍ରୀୟ ନେତୃତ୍ୱ କ୍ରମାଗତ ଭାବରେ ପଶ୍ଚିମବଙ୍ଗ ପରିଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଶାହ ଟିକିନିଖି ନଜର ରଖିବା ସହିତ ପ୍ରତିପକ୍ଷ ଦଳ ଟିଏମସିର ରଣନୀତି ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି।

ସ୍କାଏକିଙ୍ଗ୍‌ ଠକେଇ ମାମଲା, ଜେଲ୍ ଗଲେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।

ସୂଚନା ମୁତାବକ ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ରିମାଣ୍ଡ ଅବଧି ମଧ୍ୟରେ ସେ ଅନେକ ସତକଥା ମାନଥିଲେ । ସ୍କାଏକିଙ୍ଗରେ ୬୫ ଲକ୍ଷ ଠକେଇ ନେଇ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ।

ରିମାଣ୍ଡ ସମୟରେ ଜୁନିୟର ପାଠକ ଟାଟା କମ୍ପାନୀରେ ଏମଡି ନଥିବା କଥା ମାନିଥିଲେ। ଏପରିକି କିଭଳି ଆକାଶ ଟାଟାର ଫେକ ଲେଟର ତିଆରି କରିଥିଲେ ? କିଭଳି ଟାଟାର ଜିଏସ୍‌ଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ? ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରିବାକୁ ଜିଏସ୍‌ଟି ନମ୍ବର ବ୍ୟବହାର କରୁଥିଲେ ଆକାଶ । ଆଶାୟୀ ଚାକିରି ପ୍ରାର୍ଥୀ ଓ କମ୍ପାନୀଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ଟାଟା କମ୍ପାନୀର ଜିଏସ୍‌ଟି ନମ୍ବରକୁ ବ୍ୟବହାର କରିବା ଜୁନିଅର ପାଠକଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ଜେରା ବେଳେ ଏ ସବୁ କଥା ମାନିଛନ୍ତି ଆକାଶ ।

ସେପଟେ ବେନାମୀ ଟଙ୍କା କାରବାର ନେଇ ଇଡି ଖୋଳତାଡ କରୁଥିବା ବେଳେ ଖୁବଶୀଘ୍ର ପାଠକ ଓ ପାଣିଗ୍ରାହୀଙ୍କୁ ଜେରା କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସେବା ପ୍ରସ୍ତାବ, କର୍ମୀଙ୍କୁ ଦଳ ଓ ସରକାର ପାଇଁ ମାଗିଲେ ମତ

ଭୁବନେଶ୍ୱର: ବିଜେଡିର ରାଜ୍ୟ ପରିଷଦ ବୈଠକ ସୋମବାର ଦିନ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ପରିଷଦ ସଦସ୍ୟମାନଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ  ।

ସୂଚନା ଅନୁସାରେ ଏହି ବୈଠକରେ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଛନ୍ତି ସେ ।

ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା, ତାକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ । ଏହା ସହ ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଲୋଚନା କରାଯିବ। ଏହାସହ ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ଅବହେଳାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।

ମୟୁରଭଞ୍ଜର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ ସାଂସଦ ମମତା ମହନ୍ତ। ପୂର୍ବରୁ କଟକ ବଡ଼ ମେଡିକାଲକୁ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି

 

ଦେଶରେ କମୁଛି କରୋନା ସଂକ୍ରମଣ

0

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୨୪ହଜାର ୩୩୭ ନୁଆ ମାମଲା ନଜରକୁ ଆସିଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦ରେ ପହଞ୍ଚିଛି।

ଅନ୍ୟପଟେ ଗୋଟିଏ ଦିନରେ ୨୫ହଜାର ୭୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫରିଥିବାବେଳେ ଗୋଟିଏ ଦିନରେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦେଇଛି। ଏବେ ସୁଦ୍ଧା ଆକ୍ଟିଭ କେସ୍ ୩ଲକ୍ଷ ୩ହଜାର ୬୩୯ ରହିଥିବା ବେଳେ ମୋଟ ୧ଲକ୍ଷ ୪୫ ହଜାର ୮୧୦ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ହାର ଦିନକୁ ଦିନ କମୁଥିବା ବେଳେ ଆସନ୍ତା ଜାନୁୟାରୀ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଟିକା ଦେବା ନେଇ ସମସ୍ତ ଯୋଜନା ହୋଇଥିବା ବେଳେ ଏଥିରେ ଅବହେଳା କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

 

ଆସନ୍ତା ମାସରୁ ଦେଶରେ ଆରମ୍ଭ ହେବ ଟିକାକରଣ

0

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ। ତା’ସହ ସୁସ୍ଥ ରେଟ୍ ମଧ୍ୟ ବଢୁଛି। ଏବେ ଦେଶରେ ମୋଟ୍‌ ତିନି ଲକ୍ଷ ଆକ୍ଟିଭ୍ କେସ୍ ରହିଛି। ସଂକ୍ରମଣ କମୁଥିବା ବେଳେ ଟିକାକରଣକୁ ନେଇ ଆସିଛି ଖୁସି ଖବର। ଆସନ୍ତା ମାସରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

ଟିକା ଦେବା ନେଇ ସମସ୍ତ ଯୋଜନା ହୋଇଥିବା ବେଳେ ଏଥିରେ ଅବହେଳା କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଟିକା ଉପଲବ୍ଧ କରାଇବା ପାଇଁ ଏକ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରାଯାଇଛି। ୬ଟି ଟିକା  କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଥିବା ବେଳେ  ତିନୋଟି ଟିକା ପ୍ରି-କ୍ଲିନିକାଲ୍ ପର୍ଯ୍ୟାୟରେ ଅଛି। କିଛି ସପ୍ତାହରେ ଏସବୁର ପରୀକ୍ଷଣ ଶେଷ ହୋଇଯିବ। ଯାହାପରେ ଜାନୁଆରୀର ଯେକୌଣସି ସପ୍ତାହରେ ଟିକା କରଣ ଆରମ୍ଭ ହୋଇପାରେ ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଟିକାର ପ୍ରଭାବ ଓ ଗୁଣାବତ୍ତା ଉପରେ ଗୁରୁତ୍ୱ ଦିଆଯିବ। ବିଶେଷଜ୍ଞଙ୍କ ଉଦ୍ୟମ କ୍ରମେ ଦେଶକୁ ପୋଲିଓ ଫ୍ରି କରିବା ସମ୍ଭବ ହୋଇଛି। ସେହିଭଳି ଭାରତ କରୋନା ଫ୍ରି ମଧ୍ୟ ହେବ। ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଟିକାକରଣ ପାଇଁ  ଦେଶର ୩୦କୋଟି ଲୋକଙ୍କୁ ଅଗ୍ରାଧିକାର ତାଲିକାରେ ସାମିଲ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଯବାନ, ସଫେଇ କର୍ମଚାରୀ, ୫୦ରୁ ଅଧିକ ବୟସ୍କ ଓ ରୋଗାକ୍ରାନ୍ତ ଅଛନ୍ତି। ଯେଉଁମାନେ ଟିକା ନେବାକୁ ଇଚ୍ଛା କରିବେନି, ସେମାନଙ୍କୁ ବାଧ୍ୟ କରାଯିବନି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

 

ମଦ ପିଇ ଗାଡ଼ି ଚଳାଉଥିଲେ, ଭରିଲେ ୨୦ ହଜାର ଜରିମାନା

ଭୁବନେଶ୍ୱର: ରାଜଧାନୀରେ ୨ ଜଣ ବ୍ୟକ୍ତି ମଦ ପିଇ ଗାଡ଼ି ଚଳାଉଥିବା ଯୋଗୁଁ ସେମାନଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୂଚନା ମୁତାବକ ଗତକାଲି ଆରଟିଓ-୧ ପକ୍ଷରୁ ଆଚାର୍ଯ୍ୟ ବିହାର ଠାରେ ଚଢ଼ାଉ କରାଯାଇ ଦୁଇଜଣ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ୨ ଜଣ ଗାଡ଼ି ଚାଳକଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଜଣକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି।

ସେହିଭଳି ଅନ୍ୟ ଗାଡ଼ି ଚାଳକଙ୍କୁ ୫ ହଜାର ଟଙ୍କା ଜରିମାନା ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ସହିଦ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଏଥିସହିତ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା କରାଯାଇଛି ।

ତେବେ ଆଗାମୀ ଦିନରେ ଏଭଳି ଚଢ଼ାଉ ହେବ ବୋଲି ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରି ମାସରୁ ଆଉ ନିସ୍ତାର ମିଳିବନି। ଯଦି କେହି ମୋଟର ଯାନ ଆଇନ ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରାେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ସେନା ଉପରେ ଲଗାଇଥିଲା ସଙ୍ଗୀନ ଅଭିଯୋଗ

0

ନୂଆଦିଲ୍ଲୀ: ପାକିସ୍ତାନର ମିଛର ପର୍ଦ୍ଦାଫାଶ। ଭାରତୀୟ ସୈନ୍ୟ ଜାଣିଶୁଣି ଏଲଓସି ନିକଟରେ ଜାତିସଂଘର ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଜାତିସଂଘର କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନ ବିଫଳ ହୋଇଥିବା ବେଳେ ଏହାକୁ ଲୁଚାଇବା ପାଇଁ ପାକିସ୍ତାନ ଏଭଳି ମିଛ ଅଭିଯୋଗ ଆଣିଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ଶୁକ୍ରବାର LoC ନିତକଟରେ ଜାତିସଂଘ ମିଲିଟାରୀ ଅବଜରଭର୍ସ ଗାଡ଼ିକୁ ଚିରିକୋଟ ସେକ୍ଟରରେ ଭାରତୀୟ ସୈନ୍ୟ ଆକ୍ରମଣ କରିଥିବା ପାକିସ୍ତାନ ଅଭିଯୋଗ କରିଥିଲା। ତେବେ ସେହି ସେକ୍ଟରରେ ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କୌଣସି ଗୁଳି ବିନିମୟ ହୋଇନାହିଁ। ଜାତିସଂଘର ଯାନବାହାନର ଗତିବିଧି ଆଗରୁ ଜଣାଶୁଣା, ତେଣୁ ଏପରି କୌଣସି ଗୁଳି ବିନିମୟରେ ପ୍ରଶ୍ନ ଉଠୁନାହିଁ । ତେଣୁ ଏଭଳି ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ପାକିସ୍ତାନ ନିଜ ଦୋଷ ଦେଖୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି। ଏହି ଘଟଣାରେ ପାକିସ୍ତାନ ଅନୁସନ୍ଧାନ କରି ସଠିକ ମନ୍ତବ୍ୟ ଦେବାକୁ ଭାରତ କହିଛି।

 

ଫାଇଜର ଭାକ୍‌ସିନ୍ ଟିକାକରଣ ପରେ ଅସୁସ୍ଥ ହେଉଛନ୍ତି ଲୋକ

ୱାଶିଂଟନ: ଆମେରିକାରେ ଫାଇଜର ଭାକ୍‌ସିନ୍ ଟିକାକରଣ ପରେ କେତେକ ଲୋକ ଅସୁସ୍ଥ ହେଉଥିବା ଘଟଣା ନଜରକୁ ଆସିଛି। ଟିକା ନେବା ପରେ କେତେଜଣଙ୍କ କ୍ଷେତ୍ରରେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥିଲା। ଏହା ଜଣାପଡ଼ିବା ପରେ ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ପକ୍ଷରୁ ଏଭଳି ୫ଟି ମାମଲାର ଯାଞ୍ଚ ଆରମ୍ଭ ହୋଇଛି।

ଏଭଳି ମାମଲା ସମ୍ନାକୁ ଆସିବା ପରେ ସିକାଗୋସ୍ଥିତ ଆଡଭୋକେଟ୍ କଣ୍ଡେଲ ମେଡିକାଲ ସେଣ୍ଟରରେ ଟିକାକରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ସେଠାରେ ଆଜିଠାରୁ ପୁଣି ଟିକାକରଣ ଆରମ୍ଭ ହୋଇଛି ଏ ନେଇ ଫାଇଜର କମ୍ପାନୀ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପଟେ ଆଜିଠୁ ଆମେୋରିକାରେ ଦିଆଯିବ ମୋଡର୍ନା ଟିକା। ଏହି ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଉପରାଷ୍ଟ୍ରପତି ମାଇକ ପେନ୍ସ, ହାଉସ ସ୍ପିକର୍ ନାନସୀ ପେଲୋସି, ସିନେଟ୍ ମେଜରିଟି ଲିଡର ମିଚ୍ ମ୍ୟାକକୋନେଲ । ନବନିର୍ବାଚିତ ରାଷ୍ଟ୍ରପତି  ଜୋ ବିଡେନଙ୍କୁ ମଧ୍ୟ ସୋମବାର ଟିକା ଦିଆଯିବ ବୋଲି ସୂଚନା ମିଳିଛି।