spot_img
Home Blog Page 6171

ନନ୍ଦିଘୋଷ ଟିଭିର ପ୍ରଭାଵ: ଯୋଗାଣ ବିଭାଗ ବାତିଲ କଲା ୧ ହଜାର ୯୬ ଭୂତ ରାସନ କାର୍ଡ

ରାଉରକେଲା: ନନ୍ଦିଘୋଷ ଟିଭିର ପ୍ରଭାଵ । ରାଉରକେଲା ସହରରେ ୧ ହଜାର ୯୬ ଭୂତ ରାସନ କାର୍ଡ ବାତିଲ କଲା ଯୋଗାଣ ବିଭାଗ । ଯୋଗାଣ ବିଭାଗ ଓ ଭିଜିଲାନ୍‌ସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଭୂତ ରାସନ କାର୍ଡ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି  ଏହାସହ ଯୋଗାଣ ବିଭାଗର ବିଭିନ୍ନ ରେକର୍ଡ ଭିଜିଲାନ୍‌ ବିଭାଗ ପକ୍ଷରୁ ଜବତ କରାଯାଇଛି । ଭୂତ ରାସନ କାର୍ଡରେ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିବା  ରାଉରକେଲା ସହରର ୧୨୩ ଜଣ କଣ୍ଟ୍ରୋଲ ଡିଲରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ତେବେ କେଉଁ ଅଧିକାରୀ ଏହି ରାସନ କାର୍ଡ ମଞ୍ଜୁର କରିଥିଲେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ସାମଗ୍ରୀ କିଏ କିଏ  ହଡ଼ପ କରିଛନ୍ତି ସେନେଇ ଜୋଗାଣ ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହାସହ ଯେଉଁ ୧୨୩ଜଣ କଣ୍ଟ୍ରୋଲ ଡିଲର ଏହି ସାମଗ୍ରୀ ବଣ୍ଟନ କରିଛନ୍ତି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଯୋଗାଣ ବିଭାଗ ସୂଚନା ଦେଇଛି ।

ରାଉରକେଲା ଯୋଗାଣ ବିଭାଗରେ ଭୂତ ରାସନ କାର୍ଡ ଥିବା ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରାଯାଇଥିଲା । ରାଉରକେଲାର ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହିମଧ୍ୟରେ ରାଜ୍ୟ ସରକାର ଯେଉଁ ଲକଡାଉନ ସହାୟତା ୧ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କିନ୍ତୁ ପ୍ରାୟ ୧୩୩୦ ରାସନକାର୍ଡ ହିତାଧିକାରୀ ସେହି ସହାୟତା ନେଇ ନଥିଲେ ।

କଣ ପାଇଁ ଏହି ହୀତାଧିକାରୀମାନେ ସହାୟତା ନେଉ ନାହଁନ୍ତି ଏନେଇ ସନ୍ଦେହ ବଢିଥିଲା । ଯୋଗାଣ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ସହାୟତା ନେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବି ସେମାନେ ସହାୟତା ନେଉ ନଥିଲେ । ୧୩୩୦ ହିତାଧିକାରୀଙ୍କ ମଧ୍ୟରୁ ୧୦୯୬ ଜଣ ହିତାଧିକାରୀ ଯୋଗାଣ ବିଭାଗ ଓ ରାଉରକେଲା ମହାନଗର ନିଗମକୁ ମଧ୍ୟ ଆସି ନଥିଲେ । ତେବେ ଏନେଇ ତଦନ୍ତ ହେବା ପରେ ୧୦୯୬ ଭୂତ ରାସନ କାର୍ଡ ହୋଇଥିବା ଜଣା ପଡ଼ିଥିଲା ।

ଅପରାହ୍ନ ୪ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ, ନୂଆବର୍ଷରୁ ବନ୍ଦ

ପୁରୀ: ମନ୍ଦିର ଖୋଲିବା ପରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ। ପର୍ଯ୍ୟାୟ କ୍ରମେ ପ୍ରତିଦିନ ୩ଟି ସିଫ୍ଟରେ ୱାର୍ଡ ୱାରୀ ଦର୍ଶନ ଚାଲିଛି। ଭଡାଟିଆ ଓ ପୁରୀରେ ରହୁଥିବା କର୍ମଜୀବୀ ମଧ୍ୟ ଦର୍ଶନ ସୁଯୋଗ ପାଇଛନ୍ତି ।

ସୂଚନା ଅନୁସାରେ ଆଜି ୨ଟି ସିଫ୍ଟରେ ଅପରାହ୍ନ ୪ଟା ଯାଏଁ ୨୮, ୨୯ ଓ ୩୧ ନମ୍ବର ୱାର୍ଡବାସୀ ଜଗା ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ହେଲେ ୪ଟା ପରଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଯଦିଓ ଦର୍ଶନ ବନ୍ଦ ରହିବ ତଥାପି ଶ୍ରୀଜିଉଙ୍କ ନୀତିକାନ୍ତି ପୂର୍ବବତ୍ ଜାରି ରହିବ। ପୂର୍ବ ନିର୍ଦ୍ଦେଶ ମୁତାବକ ଆସନ୍ତା କାଲି ଏବଂ ଶନିବାର ୨ଦିନ ଜଗନ୍ନାଥ ଦର୍ଶନ ବନ୍ଦ ରହିବ ।  ପୁଣି ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।

Puri Jagannath Temple To Be Reopen For Devotee From January 3 WIth Covid Guidelines 

ମନ୍ଦିର ଖୋଲିବା ପରେ ସର୍ବସାଧାରଣ ମହାବାହୁଙ୍କ ଦର୍ଶନ ଆରମ୍ଭ କରି ପାରିବେ । ସକାଳ ୮ରୁ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥର କିନ୍ତୁ ପୁରୀ ସହ ବାହାର ଜିଲ୍ଲାବାସୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ । ପ୍ରଶାସନର ନିୟମ ଅନୁଯାୟୀ ସାଙ୍ଗରେ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବାହାର ଜିଲ୍ଲାର ଭକ୍ତ ।

ଗତ ୨୬ ତାରିଖଠାରୁ ୱାର୍ଡ ୱାରି ପୁରୀବାସୀଙ୍କ ଚାଲିଛି ଜଗନ୍ନାଥ ଦର୍ଶନ । ଲୋକଙ୍କ ସହଯୋଗକୁ ଦେଖି ପୁରୀରେ ରହୁଥିବା କର୍ମଜୀବୀ, ସରକାରୀ କର୍ମଚାରୀ ଓ ଭଡାଟିଆମାନଙ୍କ ପାଇଁ ପ୍ରଶାସନ ଦର୍ଶନ ଅନୁମତି ଦେଇଥିଲେ । ଗତ ୯ ମାସ ଧରି ହୁଣ୍ଡିର ଆୟ ସମସ୍ତଙ୍କୁ ଚିନ୍ତିତ କରିଥିବା ବେଳେ ଏବେ ଦାନ ବଢିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ସ୍ୱାଗତ କରିଥିବା ସୂଚନା ମିଳୁଛି ।

ତେବେ ନିକଟରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ତଦନୁଯାୟୀ ମାର୍କେଟ ଛକ ନିକଟ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବା ବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପାଇଁ ଆସୁଥିଲେ ପୁରୀବାସୀ ଟୋକନ ନେଇ ଆସିବେ ବୋଲି କୁହାଯାଇଥିଲା। ଟୋକନ ସହ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ଆଣିବା ଜରୁରୀ । ଏହାବ୍ୟତୀତ ମନ୍ଦିର ଭିତରେ ଏବଂ ବାହାରେ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଉଲ୍ଲେଖ କରାଯାଇଥିଲା ।

ଆହୁରି ମଧ୍ୟ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ କରାଯାଇଥିଲା । ଏପରିକି ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମୃତକ ଜଣକ ହେଉଛନ୍ତି ବାଳକାଟି ଅଂଚଳର ସୂର୍ଯ୍ୟକାନ୍ତ ମହାନ୍ତି । ତେବେ ଭୁଲ ଇଞ୍ଜେକ୍ସନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଗତ ୨୭ ତାରିଖରେ ଦୁର୍ଘଟଣାରେ ଆହତ ହେବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲା । ଏମିତି ଗତ ରାତିରେ ମଧ୍ୟ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଥିଲେ ବି  ଆଜି ସକାଳେ ତାଙ୍କର ମୃତ୍ୟୁ କିପରି ହେଲା ସେନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିଥିଲେ ବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେମାନେ ପରିସରରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଉତ୍ତେଜନା ପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭଙ୍ଗାରୁଜା କରିବା ସହ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

ମୟୁରଭଞ୍ଜରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନଖଣ୍ଡ ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁଧିଆଣୀ ରେଞ୍ଜ କୁଁଜିଆ ଗାଁରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ ଉପଦ୍ରବ କରୁଛନ୍ତି ।

ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି । ଯେଉଁଥିପାଇଁ ସ୍ଥାନୀୟ ଲୋକ ମାନେ ଉତ୍ତେଜିତ ହେବା ସହ ଦୁଧିଆଣି ରେଞ୍ଜ ସମୁଖରେ ରାସ୍ତା ରୋକ କରିଛନ୍ତି । ଗତ କିଛି ଦିନ ହେବ ୨୨ ଟିକିଆ ହାତୀପଲ ବିଉଁରିଆ ଗାଁରେ ଉତ୍ପାତ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ୍ୟ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ନେଇ ସେମାନେ କହିଛନ୍ତି ।

ଯେଉଁଥିପାଇଁ ଗ୍ରାମବାସୀ ଆଜି ସକାଳୁ ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରିଛନ୍ତି ।

ଗତ ଡିସେମ୍ବର ୨୯ ତାରିଖରେ ଟାଙ୍ଗୀ ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ। ସେହିପରି ନିରାକାରପୁର ଡିଆ ଗ୍ରାମରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ଧାନକୁ କିଛି ଜଙ୍ଗଲୀ ହାତୀମାନେ ନଷ୍ଟ କରିଥିଲେ।  ୨ ହଜାରରୁ ଅଧିକ ଧାନ କଳେଇ ଖାଇ ଦେବାସହିତ ଦଳିଚକଟି ନଷ୍ଟ କରିଦେଇଥିବା ନେଇ ଚାଷୀମାନେ  ଅଭିଯୋଗ କରିଥିଲେ।

ଏହା ପୂର୍ବରୁ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ ସୋନପୁରରୁ ଆସିଥିବା ହାତୀପଲ।  ଏପରିକି ଏହି ହାତୀପଲ ସେ ସମୟରେ ଭେଡେନ୍ ବ୍ଲକର ସିଆଳଖଣ୍ଡହତା ଏବଂ ମହୁଲପାଲି ପଞ୍ଚାୟତ ସମେତ  ଅଞ୍ଚଳତୁରୁମ, କେଶେରୀପାଲି, ବୁଦେଲବାହାଲି, ମେହେନା, ଭାଲୁପାଳି ଗାଁର ଅନେକ ଚାଷୀଙ୍କ ଫସଲ ହାତୀ ପଲ ନଷ୍ଟ କରିଥିବା ନେଇ ଗତ ଡିସେମ୍ବର ୨୪ ତାରିଖରେ ଅଭିଯୋଗ ହୋଇଥିଲା । ସେ ସମୟରେ ହାତୀ ପଲଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ।

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୨ ଅଟକ

ଭଦ୍ରକ: ନକଲି ନକଲିରେ ହଜୁଛି ଅସଲି ଜିନିଷର ପରିଚୟ । ଅତ୍ୟାବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସାମାନ୍ୟ ସାମଗ୍ରୀ ସବୁଥିରେ ନକଲି ଜିନିଷର ଛାପ । ଗତକାଲି କଟକର ନକଲି ପନୀର ଜବତ ହେବା ପରେ ଏବେ ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଭଦ୍ରକରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଗାଡି ଜବତ କରିଛି ଟାଉନଥାନା ପୋଲିସ ।  

ଏବଂ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଏକ ଗାଡ଼ିରେ ନକଲି ଜର୍ଦ୍ଦା ଯାଉଥିବା ପୋଲିସ ଖବର ପାଇଥିଲା । ପରେ ଏଥିରେ ବ୍ୟବହୃତ ହୋଇଥିବା ଗାଡ଼ିଟିକୁ ଧରିବାକୁ ପ୍ରୟାସ କରିଥିଲା ପୋଲିସ ।

ଏବଂ ଟେମ୍ପୋ ସହ ଆଉ କାରକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଦୁଇଟି ଗାଡିକୁ ଥାନାକୁ ଆଣିବା ସହ ଏଥିରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ସମ୍ପୃକ୍ତ ବ୍ୟକ୍ତି ପାଟଣାସାହିରୁ ନକଲି ଜର୍ଦ୍ଦା ନେଇ ବାହାର ଜିଲ୍ଲାକୁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ପରୀକ୍ଷା ତାରିଖ ଗୁରୁବାର ଦିନ ପ୍ରକାଶ ପାଇବାକୁ ଯାଉଛି।  ଏନେଇ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

ସୂଚନା ମୁତାବକ ଆଜି ସନ୍ଧ୍ୟା ୬ଟା ବେଳେ ତାରିଖ ଘୋଷଣା କରାଯିବ । ଏସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିୟାଲ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ସିବିଏସ୍ଇ ଓ୍ୱେବସାଇଟରୁ ପରୀକ୍ଷା ସମ୍ପର୍କୀତ ସବିଶେଷ ତଥ୍ୟ ପାଇପାରିବେ । ଏହଛଡ଼ା ଫେବୃୟାରୀ ପୂର୍ବରୁ ପରୀକ୍ଷା ଶେଷ ହେବ ବୋଲି ପୋଖରିୟାଲ ସୂଚନା ଦେଇଛନ୍ତି । ତେବେ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରକାଶ କରିଥିଲେ ।

ପୂର୍ବରୁ ୨୦୨୧ରେ କେଉଁ ସବୁ ପରୀକ୍ଷା କେବେ ହେବ ସେନେଇ ଚଳିତ ବର୍ଷ ଶେଷରେ ଘୋଷଣା କରାଯିବ ବୋଲି ପ୍ରକାଶ କରାଯାଇଥିଲା । ଯେଉଁ ତାରିଖ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିବାକୁ ଯାଉଛି।

ସୂଚନାଯୋଗ୍ୟ, ୨୦୨୦ ବର୍ଷରେ କରୋନା ଯୋଗୁଁ ସିବିଏସଇର କେତେକ ପରୀକ୍ଷା ବିଳମ୍ବିତ ହୋଇଥିଲା । ଏପରିକି କୋଭିଡ୍ ପାଇଁ କ୍ଲାସ୍ ରୁମ୍ ପରିବର୍ତ୍ତେ ଅନଲାଇନରେ ପାଠପଢ଼ା ଚାଲିଛି । ଏସବୁ ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରୀକ୍ଷା ତାରିଖ ଘୋଷଣା କରିବେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆହୁରି ମଧ୍ୟ ନିକଟ ଅତୀତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜାନୁଆରୀ ଓ ଫେବ୍ରୁଆରୀ ମାସରେ CBSE ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଥିଲେ । ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷା ପାଇଁ ନୂଆ ତାରିଖ ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ପ୍ରକାଶ କରିଥିଲେ ।

ଶିକ୍ଷା ସମ୍ବାଦର ୨୨ତମ ସଂସ୍କରଣ କାଳରେ ଆଜି ଶିକ୍ଷକଙ୍କ ସହ ଲାଇଭ୍ ଅନଲାଇନ୍ ମତ ଆଦାନପ୍ରଦାନ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଥିଲେ । ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷାମନ୍ତ୍ରୀ ଆଲୋଚନା କାଳରେ କରୋନା କାରଣରୁ ପରୀକ୍ଷା ପରିଚାଳନାରେ ଆସୁଥିବା ସମସ୍ୟା ବାବଦରେ ମଧ୍ୟ ସେ ମତ ରଖିଥିଲେ ।

କପିଳାଶ ଯିବ ଗଞ୍ଜାମରୁ ଉଦ୍ଧାର ହାତୀ ଛୁଆ

ଟିକିଟି: ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ଯିବ। ଏନେଇ ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଛନ୍ତି।

ଯାହାକୁ ଦୃଷ୍ଟିରେ ରଖି ହାତୀ ସିଫ୍ଟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯିବ। ଏନେଇ କପିଳାଶ ଚିଡିଆଖାନାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ତେବେ ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଛି ।

ସୂଚନାଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀ ଛୁଆଟିକୁ ଛାଡି ଚାଲି ଯାଇଥିଲେ ହାତୀ ପଲ। ଯାହା ପରେ ହାତୀ ଛୁଆକୁ ଚିଡିଆଖାନା ପଠାଇବାକୁ ସ୍ଥିର କରିଥିଲା ବନବିଭାଗ ।

ଏହି ୧୦ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗି ଦେଇଥିଲେ । ଯାହା ପରେ ହ୍ରଦରେ ଭିତରେ ପଶିକି ଯିବା ବେଳେ ସେଠାରେ ଫସି ଯାଇଥିଲେ। ଏପରିକି ସେମାନେ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ଦେଇଥିବା ନେଇ ସୂଚନା ମିଳିଥିଲା।

ହେବନି ନୂଆବର୍ଷ ସେଲିବ୍ରେସନ୍ ଆଜି ରାତିରୁ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଏଥର କୋଭିଡ୍ କଟକଣା ପାଇଁ ଦିଲ୍ଲୀରେ ହେବନି ନୂଆବର୍ଷ ସେଲିବ୍ରେସନ୍‌ । ଆଜି ରାତି ୧୧ ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣା ପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବାରଣ କରାଯାଇଛି । ୨୦ ଜଣଙ୍କଠାରେ ୟୁକେ କରୋନା ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ନୂଆ ବର୍ଷ ପାଳନ ନେଇ କଟକଣା ଜାରି କରିବାକୁ କୁହାଯାଇଛି ।

ସର୍ବ ସାଧାରଣ ସ୍ଥାନରେ ସେଲିବ୍ରେସନ୍ ଓ ଏକତ୍ରିକରଣ ମନା କରାଯାଇଛି । ଏକାଠି ହୋଇପାରିବେନି ୫ରୁ ଅଧିକ ଲୋକ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  ପକ୍ଷରୁ ଏହି ଗାଇଡ଼ଲାଇନ ଜାରି କରାଯାଇଛି । ରାତି ୧୧ଟା ପରଠାରୁ କୌଣସି ଉତ୍ସବ, ସମାବେଶ ଆଦି ନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ଜିଲା ପ୍ରଶାସନକୁ ଏନେଇ ସଜାଗ କରାଯାଇଛି ।

ସେପଟେ ମୁମ୍ବାଇ ବି ଆଜି ରାତି ୧୧ଟା ପରେ ଜନସମାଗମ, ନିଉ ଇୟର ପାର୍ଟି ଉପରେ ରୋକ ଲଗାଇଲା ମୁମ୍ବାଇ ପୋଲିସ । କଟକଣା ଠିକ୍‌ରେ ପାଳନ ହେଉଛି କି ନାହି, ତା’ ଉପରେ ନଜର ରଖିବାକୁ ମ୍ୟୁନିସିପାଲିଟି ଏରିଆରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏହାଛଡ଼ା ୮ଟି ଡ୍ରୋନ୍‌ ସାହାଯ୍ୟରେ ଏ ସବୁ ଉପରେ ନଜର ରଖିବ ମୁମ୍ବାଇ ପୋଲିସ ।

ଦିନରେ ଜଙ୍ଗଲରେ, ରାତି ହେଲେ ଜନବସତି ମୁହାଁ ହେଉଛନ୍ତି ଭାଲୁ ପଲ

ଭୁବନେଶ୍ୱର: ଶୀତୁଆ ରାତିକୁ ଗାଁ ଦାଣ୍ଡରେ ନିର୍ଭୟରେ ବୁଲୁଛି ଭାଲୁ । ଭାଲୁ ଭୟରେ ସଞ୍ଜ ନବୁଡ଼ୁଣୁ କବାଟ କିଳୁଛନ୍ତି ଗାଁଲୋକେ । ଗୋଟିଏ କି ଦୁଇଟି ଭାଲୁ ନୁହେଁ ଗାଁ ଦାଣ୍ଡରେ ଚାଲିଛି ଭାଲୁ ପଲଙ୍କ ରାଜୁତୀ । ସନ୍ଧ୍ୟା ହେଲେ ମାତ୍ରେ ଗାଁ ମୁହାଁ ହେଉଛନ୍ତି ଭାଲୁ ପଲ, ଭୟରେ ତାଟି କବାଟ ପକାଉଛନ୍ତି ଲୋକେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଲଦିଯୋଡ଼ି ଗ୍ରାମର ଦୃଶ୍ୟ ସାମ୍ନାକୁ ଆସିଛି ।

କେମିତି ଭାଲୁ ଆସି ଗାଁଦାଣ୍ଡରେ ବୁଲୁଛି ବେଳେ ବେଳେ ପାଖରେ ଥିବା ବିଦ୍ୟାଳୟ ଭିତରକୁ ବି ପଶିଯାଉଥିବାର ନଜିର ରହିଛି । ଖାଦ୍ୟ ଅନ୍ୱେଷଣରେ କେବେ କେବେ ଭାଲୁ ଚାଲିଆସନ୍ତି ଗାଁକୁ । ଭୟରେ ଲୋକେ ସନ୍ଧ୍ୟା ନହେଉଣୁ କବାଟ ବନ୍ଦ କରି ଘରେ ରହୁଛନ୍ତି । ଏହି ରାସ୍ତା ଦେଇ ବିଳମ୍ବିତ ରାତି ଯାଏଁ ଲୋକଙ୍କ ଯାଆସ ଲାଗିରହୁଥିଲା ବେଳେ କିଛିଦିନ ତଳେ ଗାଁର ଦେବକି ବିଶୋଇଙ୍କୁ ଭାଲୁ ମାନେ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ସମସ୍ତେ ଏବେ ଆତଙ୍କିତ ଅବସ୍ଥାରେ  ।

ସନ୍ଧ୍ୟା ହେଲେ ଭାଲୁ ଗାଁ ମୁହାଁ ହୋଉଥିବାରୁ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି ଗାଁ ଲୋକେ ସମସ୍ତଙ୍କ ମନରେ ଭାଲୁ ଆକ୍ରମଣର ଭୟ । ତେବେ ବନବିଭାଗକୁ ବାରମ୍ବାର କହିବା ସତ୍ତ୍ୱେ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ଗ୍ରାମବାସୀ ଏହାସହ ବନବିଭାଗ ପକ୍ଷରୁ ସୁରକ୍ଷା କର୍ମୀ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

୨୦୨୧ରେ ଏହିସବୁ ଫିଲ୍ମର ହେବ ହିନ୍ଦୀ ରିମେକ୍, ଜାଣନ୍ତୁ କେଉଁ ବଲିଉଡ଼ ଷ୍ଟାରମାନଙ୍କୁ ନେଇ ହେବ ଏହି ରିମେକ୍

୨୦୨୦ରେ ଏହିପରି ଅନେକ ଫିଲ୍ମ ରିଲିଜ ହୋଇଛି ​​ଯାହା କିଛି ସାଉଥ ଫିଲ୍ମର ହିନ୍ଦୀ ରିମେକ୍ ଥିଲା । ଆସନ୍ତା ବର୍ଷ ମଧ୍ୟ ଏହା ପୁଣି ରିପିଟ ହେବାକୁ ଯାଉଛି । ଫିଲ୍ମ ନିର୍ମାତାମାନେ ପୁଣି ଥରେ ଅନ୍ୟ ଭାଷାରେ ନିର୍ମିତ ହିଟ୍ ଫିଲ୍ମର ରିମେକ ନିର୍ମାଣ କରିବା ମଧ୍ୟ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ୨୦୨୧ରେ କେଉଁସବୁ ଫିଲ୍ମର ରିମେକ ଆସିବାକୁ ଯାଉଛି ।

ଜର୍ସି

ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ଜର୍ସି କିଛି ହେବ ଚର୍ଚ୍ଚାରେ ରହିଛି ।  ଏହି ଫିଲ୍ମ ୨୦୧୯ରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍ ହେବ ଯାହା ଏହି ସମାନ ଟାଇଟଲ୍ ସହିତ ମୁକ୍ତିଲାଭ କରିଥିଲା  । ଗୌତମ ଟିନ୍ନାନୁରୀ ତେଲୁଗୁ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏବଂ ସେ ଏହି ରିମେକ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମରେ ସାହିଦ କପୁର ଅର୍ଜୁନ ରାୟଚାନ୍ଦ ଭୂମିକାରେ ନଜର ଆସିବେ ।

ଲାଲ ସିଂହ ଚଢା

ଦୀର୍ଘ ଦିନ ଧରି ଆମୀର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ଲାଲ ସିଂ ଚଢା ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି । ହଲିଉଡର ସୁପରହିଟ୍ ଫିଲ୍ମ ଫରେଷ୍ଟ ଗାମ୍ପର ଏହି ରିମେକରେ ଆମୀର ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଦି ଗାର୍ଲ ଅନ ଦି ଟ୍ରେନ

୨୦୧୫ରେ ରିଲିଜ ହୋଇଥିବା ପୁସ୍ତକ Paula Hawkin ପଲା ହକିନ୍ ଉପରେ ଆଧାର କରି ଏହି ଫିଲ୍ମ ୨୦୧୬ ରେ ମୁକ୍ତିଲାଭ କରିଥିଲା । ଯାହା ବର୍ତ୍ତମାନ ବଲିଉଡରେ ପୁନଃ ନିର୍ମାଣ ହେବ ।  ଫିଲ୍ମରେ ଏମିଲି ବ୍ଲଣ୍ଡ ଜଣେ ଛାଡପତ୍ର ପାଇଥିବା ମଦ୍ୟପ ମହିଳା ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ରିମେକ୍ ଫିଲ୍ମରେ ପାରିନୀତି ଚୋପ୍ରା ଏହି ଭୂମିକାରେ ନଜର ଆସିବେ ।

ବିକ୍ରମ ବେଧା

୨୦୨୧ରେ ତାମିଲ ଭାଷାରେ ଏହି ଟାଇଟଲରେ ନିର୍ମିତ ଫିଲ୍ମର ରିମେକ୍ ବଲିଉଡ ଆସିବାକୁ ଯାଉଛି । ତେବେ ଏହି ଫିଲ୍ମରେ ସୈଫ ଅଲ୍ଲି ଖାନ ଏବଂ ଆମୀର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ରେମ୍ବୋ

ଏହା ଏକ ବ୍ଲକବଷ୍ଟର ହଲିଉଡ ଫିଲ୍ମର ରିମେକ୍ ହେବ । ଟାଇଗର ସ୍ରଫଙ୍କ ଅଭିନୀତ ଫିଲ୍ମ ରାମ୍ବୋ ଗତ ବର୍ଷେ ହେବ ଚର୍ଚ୍ଚାରେ ରହିଆସିଛି । ସିଲବେଷ୍ଟରଙ୍କ ଭୂମିକାରେ ଟାଇଗର ନଜର ଆସିବେ । ଫିଲ୍ମର ପୋଷ୍ଟର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି।

ତଡପ୍

ସାଉଥ୍ ଫିଲ୍ମ RX100 ହିନ୍ଦୀ ଫିଲ୍ମ ତଡପ୍ ନାଁରେ ନିର୍ମାଣ ହେବ । ତେବେ ଫିଲ୍ମର କାହାଣୀ ସମାନ ରହିବ । ମିଲାନ ଲୁଥ୍ରିଆ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ବେଳେ ଏହି ଫିଲ୍ମରେ ଏହି କାହାଣୀ ଲେଖିଛନ୍ତି ରଜତ ଆରୋରା । ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ରିମେକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।

 ଦି ଇଣ୍ଟର୍ନ

ଏହା ମଧ୍ୟ ଏକ ରିମେକ୍ ଫିଲ୍ମ ହେବ ଯାହାର ଚର୍ଚ୍ଚା କ୍ରମାଗତ ଭାବରେ ଚାଲିଛି । ମୂଳ ଫିଲ୍ମର କାହାଣୀ ହେଉଛି ପ୍ରାୟ ୭୦ବର୍ଷ ବୟସ୍କା ବିଧବା ମହିଳା ଯିଏ କାମରୁ ଫେରି ଇଣ୍ଟର୍ନ ଭାବରେ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ଏହି କାହାଣୀ ପାଇଁ ଦୀପିକା ପାଦୁକୋନ ଏବଂ ଋଷି କପୁରଙ୍କୁ ମନୋନୀତ କରାଯାଇଥିଲା କିନ୍ତୁ ଋଷି କପୁର ଏହି ଫିଲ୍ମ କରିବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଦେଖିବାକୁ ପଡ଼ିବ ଯେ ଋଷି କପୁରଙ୍କ ସ୍ଥାନରେ କିଏ ଅଭିନୟ କରିବାକୁ ଯାଉଛନ୍ତି ।

ପ୍ରିୟ ସାଥୀ

୨୦୧୯ ମସିହାରେ, ଧର୍ମ ପ୍ରଡକ୍ସନ୍ ଏହି ସାଉଥ ସୁପରହିଟ୍ ଫିଲ୍ମର ରିମେକ୍ କରିବାକୁ ସେ ଅଧିକାର କିଣିଥିଲା ​ । ତେବେ, କରୋନା କାରଣରୁ ୨୦୨୦ ଅତ୍ୟନ୍ତ ଖରାପ ଥିଲା ଏବଂ ଏହି ଫିଲ୍ମରେ କୌଣସି କାମ ହୋଇପାରିବ ନାହିଁ । ଧର୍ମ ପ୍ରଡକ୍ସନ୍ ୨୦୨୧ରେ ଏହି ଫିଲ୍ମର ହିନ୍ଦୀ ରିମେକ୍ ହେବ ବୋଲି ଆଶା କରାଯାଉଛି ।