ଶିବସେନାର ଦବଙ୍ଗଗିରି; ବିଚ୍ ବଜାରରେ ବିଜେପି ନେତାଙ୍କ ମୁହଁରେ ବୋଳିଲେ କାଳି, ଦେଖନ୍ତୁ ଭିଡିଓ

1 min read

ମୁମ୍ବାଇ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବା ମହଙ୍ଗା ପଡ଼ିଛି ବିଜେପି ନେତାଙ୍କୁ । ମହାରାଷ୍ଟ୍ରରେ ମେଣ୍ଟ କ୍ଷମତାରେ ଥିବା ଶିବସେନା କର୍ମୀ ବିଚ୍ ରାସ୍ତାରେ ଦବଙ୍ଗଗିରି ଦେଖାଇଛନ୍ତି । ସୋଲାପୁରର ପନ୍ଧରପୁରରେ ସ୍ଥାନୀୟ ବିଜେପି ନେତା ଶିରିଶ କାତେକରଙ୍କ ମୁହଁରେ ଶିବସେନା କର୍ମୀ କାଳି ବୋଳିବା ସହ ତାଙ୍କୁ ଶାଢ଼ି ପିନ୍ଧାଇ ବଜାରରେ ବୁଲାଇଥିବା ଅଭିଯୋଗ ହୋଇଛି । ଭାଇରାଲ୍ ଭିଡିଓରେ ଶିବସେନା ଉତ୍ତରୀୟ ପକାଇଥିବା କିଛି ଲୋକ ଶିରିଶଙ୍କୁ ପ୍ରଥମେ କାଳି ବୋଳୁଛନ୍ତି । ପରେ ପରେ ଶାଢ଼ି ପିନ୍ଧାଉଛନ୍ତି । ସଂଖ୍ୟାଧିକ ଲୋକଙ୍କ ସାମ୍ନାରେ ବିଚ୍ ବଜାର ଉପରେ ଏଭଳି ଖାପ୍ ପଞ୍ଚାୟତ କରିଛି ଶିବସେନା ।

ସଂଖ୍ୟାଧିକ ଲୋକ ଉପସ୍ଥିତ ଥିଲେ ବି କେହି ବିରୋଧ କରୁନାହାଁନ୍ତି । ଭାଇରାଲ୍ ଭିଡିଓରେ ଜଣେ ପୋଲିସ ଅଧିକାରୀ ଶିବସେନାଙ୍କୁ କର୍ମୀଙ୍କୁ ବାରମ୍ବାର ଅଟକାଉ ଥିଲେବି ସେମାନେ ଶୁଣୁନାହାଁନ୍ତି । ସୂଚନା ଅନୁସାରେ ବିଜେପି ନେତା ଶିରିଶ ମହାରାଷ୍ଟ୍ରରେ ବର୍ଦ୍ଧିତ ବିଦ୍ୟୁତ୍ ଦର ନେଇ ପ୍ରତିବାଦ କରୁଥିଲେ । ଯାହାର ଫଳ ସ୍ୱରୂପ ଶିବସେନା କର୍ମୀ ତାଙ୍କୁ କାଳି ମାଡ଼ କରିଥିଲେ । ସେସବୁ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଛି ।

Shiv Sena workers allegedly pour black ink on a BJP leader

ଘଟଣାକୁ ବିଜେପି ବିରୋଧ କରିବା ସହ ଗୁଣ୍ଡାଗିରି ଆଖ୍ୟା ଦେଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଏନୀଲ୍ ଦେଶମୁଖ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା ରାମ କଦମ ଦାବି କରିଛନ୍ତି । ମହାରାଷ୍ଟ୍ରରେ ସାଧୁସନ୍ଥ, ପୋଲିସ କିମ୍ବା ସାଧାରଣ ଲୋକ କେହି ବି ସୁରକ୍ଷିତ ନୁହଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ, ଗଣତନ୍ତ୍ରରେ  ଗୋଟିଏ ରାଜନୀତିକ ଦଳର ଅନ୍ୟ ଦଳ ନେତାଙ୍କ ପ୍ରତି ଏଭଳି ଆଚରଣ କେତେ ଶୋଭନୀୟ ?

Leave a Reply