ଟ୍ରେନ୍‌ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ନେଇ ନିଲମ୍ବିତ ହେଲେ ଦୁଇ ବନ ବିଭାଗ ଅଧିକାରୀ

ସୁନ୍ଦରଗଡ଼: ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ଘଟଣା। ଏହି ଘଟଣାରେ ଵିଶ୍ରା ଫରେଷ୍ଟର ରାଧାଗୋଵିନ୍ଦ ବହିଦାର ଓ  ମହିପାଣୀ ବିଟ ଫରେଷ୍ଟ ଗାର୍ଡ ଗୁରୁଦେଵ ଭୋଇଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି। ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ନହେବା ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ରାଉରକେଲା ଡିଏଫଓ ସଞ୍ଜୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।

ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ବରଣ କରିବା ଘଟଣା ପରେ ଆସନ୍ତା ଦିନରେ ଯେପରି ଟ୍ରେନ ଧକ୍କାରେ ଆଉ ହାତୀ ମୃତ୍ୟୁ ବରଣ ନକରିବେ ସେଥିପାଇଁ ଆସନ୍ତା କାଲି ରେଲୱେ ଓ ଵନ ବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେଵ। ଏହି ବୈଠକରେ ପିସିସିଏଫ, ଡିଏଫଓ ଏବଂ ଆରସିସିଏଫଙ୍କ ସହ ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଵେ ବୋଲି ରାଉରକେଲା ଡିଏଫଓ କହିଛନ୍ତି।

ସେପଟେ ଘଣ୍ଟା ପ୍ରତି ୮୦ କିଲୋମିଟରରୁ  ଅଧିକ ବେଗରେ ଟ୍ରେନ ଡ୍ରାଇଭର  ଟ୍ରେନ ଚଳାଉ ଥିବାରୁ ଦୁଇ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ଵରଣ କରିଥିବା ଵନ ବିଭାଗ ତଦନ୍ତରୁ ଜଣାପଡିବା ପରେ ଟ୍ରେନ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲା ମହିପାଣୀ ନିକଟରେ ଗତ ତିନି ତାରିଖ ରାତିରେ ୧୫ ଟିକିଆ ହାତିପଲ ମହିପାଣି ସଂରକ୍ଷିତ ଜଙ୍ଗଲରୁ ଝାଡ଼ଖଣ୍ଡ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଯଣା। ଯେଉଁଥିରେ ଦୁଇଯି ହାତୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିଲା।

Leave a Reply