ଏଣିକି ଦିଲ୍ଲୀରୁ ପଲ୍ଲୀକୁ ବ୍ୟାପିବ କୃଷକ ଆନ୍ଦୋଳନ: ରାକେଶ ଟିକାୟତ

ନୂଆଦିଲ୍ଲୀ: ୭୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନରେ ବସି ରହିଛନ୍ତି । ସେପଟେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଓ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବସୁଛି ମହାପଞ୍ଚାୟତ ପରେ ମହାପଞ୍ଚୟତ । ହରିୟାଣାର ସୁନହେଡ଼ା ସୀମାରେ ଆଜି ବସିଥିଲା ମହାପଞ୍ଚାୟତ । ଯେଉଁଥିରେ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ୩୬ଟି ସଂଗଠନର ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ମହାପଞ୍ଚାୟତକୁ ସମ୍ବୋଧନ କରିଥିଲେ ଚାଷୀ ନେତା ତଥା ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ମହାସଚିବ ରାକେଶ ଟିକାୟତ । ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ଟିକାୟତ । ସରକାର ତିନି ଆଇନ୍ ପ୍ରତ୍ୟାହାର କରୁ ନାହାଁନ୍ତି, ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନରେ ବସିଥିବା ଚାଷୀମାନଙ୍କୁ ଡରାଇବା ପାଇଁ ଉଦ୍ୟମ କରାଯାଉଛି । ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିବ ଏଥିରେ ଗରିବ ଓ ଶ୍ରମିକ ଶ୍ରେଣିର ଲୋକ ସାମିଲ ହେବେ ବୋଲି କହିଥିଲେ ଟିକାୟତ ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

 

 

Leave a Reply