spot_img
Home Blog Page 6168

ନୂଆବର୍ଷରୁ ନିସ୍ତାର ନାହିଁ, ବାଇକ୍ ପଛରେ ବସିଲେ ବି ପିନ୍ଧନ୍ତୁ ହେଲମେଟ୍

ଭୁବନେଶ୍ୱର: ସରିଲା ଡେଡ୍‌ଲାଇନ, ଆଉ ମିଳିବନି ତ୍ରାହି । କାଲିଠୁ ବାଇକ୍‌ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିନ୍ଧିବାକୁ ପଡ଼ିବ ହେଲମେଟ୍‌ । ନୂଆବର୍ଷରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ । ଯେଉଁମାନେ ହେଲମେଟ୍ ନପିନ୍ଧିବେ ସେମାନଙ୍କ ଡିଏଲ୍ ବାତିଲ୍ କରାଯିବ । ଏହାସହ ଗାଡ଼ିର କାଗଜପତ୍ର ଯାଞ୍ଚ ବି କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ନୂଆବର୍ଷରେ ଦୁଇଚକିଆ ଯାନ ନେଇ ବାହାରକୁ ବାହାରୁଛନ୍ତି କି ? ପଛରେ ସାଙ୍ଗ କି ପରିବାର ଲୋକ ବସିଛନ୍ତି କି ? ଯଦି ବସିଛନ୍ତି ତେବେ ନିଜେ ହେଲମେଟ୍ ପିନ୍ଧିବା ସହ ପଛ ବ୍ୟକ୍ତିଙ୍କୁ ବି ହେଲମେଟ୍ ପିନ୍ଧାନ୍ତୁ । ନହେଲେ ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କାରଣ ନୂଆବର୍ଷରୁ ଦୁର୍ଘଟଣାକୁ ରୋକିବା ପାଇଁ ବାଇକ୍ ଚାଳକଙ୍କ ପାଇଁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଉଛି ପରିବହନ ବିଭାଗ । ରାସ୍ତାକୁ ଆସିବା ପୁର୍ବରୁ ହେଲମେଟ୍ ପିନ୍ଧି ଆସିବା ପାଇଁ ପରିବହନ ମନ୍ତ୍ରୀ ନିବେଦନ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେବଳ ହେଲମେଟ୍ ଚେକିଂ ନୁହେଁ, ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତଗତିରେ ଗାଡ଼ି ଚଳାଇବା ଓ ବିନା କାଗଜପତ୍ରରେ ଗାଡ଼ି ଚଳାଇବା ଲୋକଙ୍କୁ ନୂଆବର୍ଷରୁ ନିସ୍ତାର ନାହିଁ । ଏ ସବୁ ଚେକିଂକୁ କଡ଼ାକଡ଼ି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି । ତେବେ ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ୍ ମିଳିନଥିବାରୁ ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋହଳ କରାଯାଇଛି ।

Pillion Helmet Compulsory In Odisha From 1st January

କରୋନା ଯୋଗୁଁ ରାଜ୍ୟରେ କୋହଳ ଥିବା ଚେକିଂ ବ୍ୟବସ୍ଥା ପୁଣି ଥରେ କଡ଼ାକଡ଼ି ହେବ । ଅନ୍ୟପଟେ ଫାସ୍‌ଟାଗ ମାଧ୍ୟମରେ ଟୋଲ୍‌ ଆଦାୟ ସମୟରେ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୧୫ ଯାଏ ସମୟ ସୀମା ବଢ଼ାଇ ଦିଆଯାଇଛି । ପୂର୍ବରୁ ଜାନୁଆରୀ ୧ ସୁଦ୍ଧା ସବୁ ଟୋଲ୍‌ ପ୍ଲାଜାରୁ ଫାସ୍‌ଟାଗ ଯୋଗେ ଶହେ ପ୍ରତିଶତ ଟୋଲ୍ ଆଦାୟ ପାଇଁ ନିର୍ଦ୍ଦେଶ ରହିଥିଲା ।

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୂରଲିଧରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଡକ୍ଟର ଏସ୍. ମୂରଲିଧରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ମୂରଲିଧର ଚେନ୍ନାଇରେ ୧୯୮୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ ୧୯୮୭ରେ ଦିଲ୍ଲୀ ପଳାଇ ଯାଇଥିଲେ । ୨୦୦୬ ମସିହାରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳଥିଲା ।

ଏସ୍. ମୂରଲିଧରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କ ନାଁ ସୁପାରିସ୍ କରିଥିଲା । ଏଥିସହ ଜଷ୍ଟିସ୍ ହିମା କୋହଲିଙ୍କୁ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଜଷ୍ଟିସ୍ ସଞ୍ଜିବ ବାନାର୍ଜୀଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି । ସହିଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କୋଭିଡ୍ ବିରୋଧରେ ଏହି ଲଢେଇରେ ଆମେ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଛନ୍ତି । ଏଥିସହ ସହିଦ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ।

Memorial To Build In Memory Of Martyred Covid Warrior In Bhubaneswar

ଏଥିରେ ସହିଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ ।’ ମୁଖ୍ୟମନ୍ତ୍ରୀ କହିଛନ୍ତି- ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ । ସାରା ବିଶ୍ୱ ସହ ଓଡ଼ିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ ।

Memorial To Build In Memory Of Martyred Covid Warrior In Bhubaneswar

ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ୍ ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥି- ସରକାର ଆପଣମାନଙ୍କ ସହିତ ଅଛନ୍ତି । ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ । ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁଁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ । ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

Memorial To Build In Memory Of Martyred Covid Warrior In Bhubaneswar

ମାଲକାନଗିରି, କଟକ, ବରଗଡ଼, ବାଲେଶ୍ୱର ଓ ଗଞ୍ଜାମରେ ଉପସ୍ଥିତ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସହିଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ- ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଓଡ଼ିଶା ସଫଳତାର ସହ କୋଭିଡ୍ ଯୁଦ୍ଧର ମୁକାବିଲା କରିପାରିଛି । ୧୦ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଆଗମନ ସମୟରେ ରାଜ୍ୟର ପରିଚାଳନା ଉଲ୍ଲେଖନୀୟ ଥିଲା ବୋଲି ସେ କହିଛନ୍ତି । ଆମର ସଠିକ୍ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କୋଭିଡ୍ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Memorial To Build In Memory Of Martyred Covid Warrior In Bhubaneswar

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଛନ୍ତି- ଓଡ଼ିଶା ଅତ୍ୟନ୍ତ ସଫଳତାର ସହ କୋଭିଡ୍ ଯୁଦ୍ଧର ମୁକାବିଲା କରିଛି । ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ସହିଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ସହିଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ସହିଦଙ୍କ ପରିବାରକୁ ସହାୟତା ଦିଆଯିବ । ଏହି କାର୍ଯ୍ୟକ୍ରମରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସମ୍ପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।

ଜାନୁଆରି ୧ରୁ ଏହିସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍

ଆଉ ମାତ୍ର କିଛି ସମୟ ବାକି ରହିଲା ନୂଆ ବର୍ଷକୁ । ଏହାପରେ ଆପଣଙ୍କ କ୍ୟାଲେଣ୍ଡର ୨୦୨୦ରୁ ୨୦୨୧କୁ ବଦଳିଯିବ। କିନ୍ତୁ କିଛି ବ୍ୟକ୍ତିଙ୍କ ପାଇଁ ଏହି ନବବର୍ଷ ନେଇଆସିଛି ଖରାପ ଖବର। ଆସନ୍ତା କାଲିଠୁ ଆପଣ Android 4.3.0 ଓ iOS 9ର ତଳ ଭର୍ଜନ ସ୍ମାର୍ଟଫୋନଗୁଡ଼ିକରେ ଆଉ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ଯଦି ଆପଣ ବି ଏହି ଭର୍ଜନର ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଅପଗ୍ରେଡ କରାନ୍ତୁ।

ଏହି ସବୁ ଫୋନରେ ହ୍ୱାଟ୍ସଆପ କରିବନି କାମ:

ଆପଲ୍ କମ୍ପାନୀର के iPhone 4, iPhone 4S, iPhone 5, iPhone 5S, iPhone 6, ଓ iPhone 6Sକୁ iOS 9କୁ ଅପଡେଟ୍ କରିବାକୁ ପଡ଼ିବ । ନଚେତ ଏଥିରେ ହ୍ୱାଟ୍ସଆପ କାମ କରିବା ବନ୍ଦ ହୋଇଯିବ। ସେହିଭଳି ଯଦି ଆଣ୍ଡ୍ରଏଡ ଫୋନ୍ କଥା କହିବା ତେବେ Android 4.0.3 ଭର୍ଜନ ଥିବା ଫୋନ୍ଗୁଡ଼ିକ ଯେମିତିକି HTC Desire, LG Optimus Black, Motorola Droid Razr, Samsung Galaxy S2 ଆଦି ଫୋନଗୁଡ଼ିକରେ ଆସନ୍ତା କାଲିଠୁ ହ୍ୱାଟ୍ସଆପ କାମ କରିବ ନାହିଁ।

ପୂରୁଣା ଭର୍ଜନଗୁଡ଼ିକରେ ହ୍ୱାଟ୍ସଆପ୍‌  ବନ୍ଦ ହେବାର କାରଣ- ଏଥିରେ ହ୍ୱାଟ୍ସଆପ୍‌ର ନୂଆ ଫିଚର୍‌ଗୁଡ଼ିକ କାମ କରୁନାହିଁ। ହ୍ୱାଟ୍ସଆପ୍‌ରେ ଲଗାତାର ନୂଆ ନୂଆ ଫିଚର ଆସୁଛି, କିନ୍ତୁ ପୂରୁଣା ମୋବାଇଲ୍‌ ଅପରେଟିଂ ସିଷ୍ଟମ ଯୋଗୁ ଏଗୁଡ଼ିକ କାମ କରୁନାହିଁ। ତେଣୁ ଆପଣ ବି ନିଜ ଫୋନ୍‌ର ଅପରେଟିଂ ସିଷ୍ଟମକୁ ଅପ୍‌ଗ୍ରେଡ୍ କରିଦିଅନ୍ତୁ। ନହେଲେ ଆପଣଙ୍କ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ।

ଆପଣଙ୍କ ଫୋନ୍ କେଉଁ ଅପରେଟିଂ ସିଷ୍ଟମ୍ କାମ କରେ କିପରି ଜାଣିବେ:

  • ଯଦି ଆପଣ ଜଣେ ଆଇଫୋନ୍ ବ୍ୟବହାରକାରୀ, ତେବେ ପ୍ରଥମେ Settingsକୁ ଯାଆନ୍ତୁ।
  • ତା’ପରେ General ଉପରେ ଟ୍ୟାପ୍ କରନ୍ତୁ।
  • Informationକୁ ଯାଇ, ଆପଣ ନିଜର ଆଇଫୋନର ସଫ୍ଟୱେର୍ ବିବରଣୀ ପାଇପାରିବେ।

ଆଣ୍ଡ୍ରଏଡ୍ ବ୍ୟବହାରକାରୀ କିପରି ପାଇବେ ନିଜ ଫୋନର ଅପରେଟିଂ ସିଷ୍ଟମ୍:

  • ଆଣ୍ଡ୍ରଏଡ୍ ବ୍ୟବହାରକାରୀ ପ୍ରଥମେ Settingsକୁ ଯାଆନ୍ତୁ।
  • ଏଠାରେ About Phoneରେ ଯାଇ ଉପଭୋକ୍ତା ନିଜ ଫୋନର ଅପରେଟିଂ ସିଷ୍ଟମ୍ ବିଷୟରେ ଜାଣିପାରିବେ।
  • ଯଦି ଆପଣଙ୍କ ପାଖରେର ଫୋନ୍ ଅପଡେଟ୍ କରିବାର ବିକଳ୍ପ ଅଛି, ତେବେ ତୁରନ୍ତ କରନ୍ତୁ।
  • ଯେଉଁ ଉପଭୋକ୍ତାଙ୍କର ଫୋନ୍ ଅପଡେଟ୍ କରିବାର ବିକଳ୍ପ ନାହିଁ, ସେମାନଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ନୂଆ ଫୋନ୍ କିଣିବାକୁ ପଡ଼ିବ।

 

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ସଭାନେତ୍ରୀ

ନୂଆଦିଲ୍ଲୀ: ବଦଳିଲେ ବିଜୁ ମହିଳା ଦଳର ସଭାନେତ୍ରୀ । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ନୂଆ ସଭାନେତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳର ସାଧାରଣ ସମ୍ପାଦକ ଗଣମାଧ୍ୟମ ବ୍ୟାପାର ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

MLA Snehangini Chhuria Appointed As President Of Biju Mahila Dal

ସ୍ନେହାଙ୍ଗିନୀ ଛୁରିଆ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଅତାବିରା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ଶିକ୍ଷକତାରୁ ରାଜନୀତିକୁ ଆସିଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ । ସେହିଭଳି ୨୦୧୪ରୁ ୨୦୧୭ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଥିଲେ ସ୍ନେହାଙ୍ଗିନୀ ଛୁରିଆ ।

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କରୋନା ପାଇଁ ଶ୍ରେଣୀଗୃହରେ ପାଠପଢ଼ା ବନ୍ଦ ରହିଛି । ଏହାରି ଭିତରେ ଦୁନିଆ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଛି । ନୂଆ ଆଶା ସହ ଆସୁଛି ନୂଆ ବର୍ଷ । ୨୦୨୦ ଭଳି ୨୦୨୧ ବର୍ଷରେ ବାହ୍ୟାତ ହେବନି ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସିବିଏସଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ମେ ୪ରୁ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଜୁନ୍ ୧୦ ତାରିଖ ମଧ୍ୟରେ ସରିବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି । ତେବେ, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ ନୁହେଁ ବରଂ ଅଫଲାଇନରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ପରୀକ୍ଷା ତାରିଖ ଘୋଷଣା ପରେ ସ୍କୁଲରେ ପ୍ରାକ୍ଟିକାଲ, ପ୍ରୋଜେକ୍ଟ ପାଇଁ ତାରିଖ ସ୍ଥିର କରିଛି ସିବିଏସଇ । ମାର୍ଚ୍ଚ ୧ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଥିଓରୀ ପରୀକ୍ଷା ଯାଏଁ ସ୍କୁଲରେ ପ୍ରାକ୍ଟିକାଲ ଲାଗି ଅନୁମତି ଦିଆଯିବ । ଏଥିପାଇଁ ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଡାଟା ସିଟ୍ ଜାରି କରାଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ଔକାତ ତୁମର ନାହିଁ, ଏମିତି କହି ଶ୍ରମିକଙ୍କୁ ଟ୍ରେନରୁ ଓହ୍ଲାଇ ଦେଲେ ଟିଟିଇ

0

କୋଡରମା : ସେମାନଙ୍କ ପାଖରେ ବୈଧ ଟିକେଟ୍ ଥିଲା । କିନ୍ତୁ ତାଙ୍କ ବେଶଭୁଷା ଟିଟିଇଙ୍କୁ ପସନ୍ଦ ଆସିନଥିଲା । ତେଣୁ ଭୁବନେଶ୍ୱର ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଟିଟିଇ ଦୁଇ ଜଣ ଶ୍ରମିକଙ୍କୁ ଧକ୍କା ଦେଇ ଟ୍ରେନରୁ ଓହ୍ଲାଇ ଦେଇଛନ୍ତି । ଟିଟିଇଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିର ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି ।


ବୁଧବାର ଦିନ ଦୁଇ ଜଣ ଶ୍ରମିକ ରାମଚନ୍ଦ୍ର ଯାଦବ ଓ ଅଜୟ ଯାଦବ ଭୁବନେଶ୍ୱର ଆସିବା ପାଇଁ ରାଜଧାନୀ ଏକ୍ସପ୍ରେସର ବି-୨ କୋଚରେ ଚଢିଥିଲେ । ସେମାନଙ୍କ ପାଖରେ ବୈଧ ଟିକେଟ୍ ଥିଲା । କିନ୍ତୁ ଟିଟିଇଙ୍କ ପାଇଁ ଦୁଇ ଜଣ ଶ୍ରମିକ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ଅସହନୀୟ ଥିଲା । ଟିକେଟ୍ ରଖିଥିବା ସତ୍ୱେ ସେ ଦୁଇ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଯିବାକୁ କହିଥିଲେ । ଦୁଇ ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ଟିଟିଇ ସେମାନଙ୍କୁ ଧମକ ଦେବା ସହ ଟ୍ରେନରୁ ଓହ୍ଲାଇ ଯିବାକୁ କହିଥିଲେ । ସେ କହିଥିଲେ ଯେ, ତୁମେ ଦୁଇ ଜଣ ଶ୍ରମିକ,ତୁମର ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବାର ଔକାତ ନାହିଁ । କେବଳ ଏତିକି ନୁହେଁ ଟ୍ରେନରୁ ନଓହ୍ଲାଇଲେ ତୁମ ମାନଙ୍କ ଉପରେ ୫ ହଜାର ଟଙ୍କାର ଫାଇନ୍ ପକାଇବି ବୋଲି ଟିଟିଇ ଧମକ ଦେଇଥିଲେ ।

ଟିଟିଇଙ୍କ ଏଭଳି କାଣ୍ଡକାରଖାନା ଚାଲିଥିବା ବେଳେ ବାକି ଯାତ୍ରୀ ମୁକଦର୍ଶକ ସାଜିଥିଲେ । ଟ୍ରେନରୁ ଓହ୍ଲାଇବା ପରେ ଦୁଇ ଶ୍ରମିକ କୋଡରମା ଷ୍ଟେଶନ ମାଷ୍ଟରଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଧନବାଦ ରେଳ ମଣ୍ଡଳ ଅଧିକାରୀଙ୍କ ପାଖକୁ ପଠାଯାଇଛି ବୋଲି ଷ୍ଟେଶନ ମାଷ୍ଟର କହିଛନ୍ତି ।

Covishield Vaccine: କୋଭିସିଲ୍ଡ୍ କେତେ ସୁରକ୍ଷିତ ? କେତେ ରହିବ ଦାମ ? ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର କରି ସାରିଛି । ଏହା ସହିତ କରୋନା ସୁସ୍ଥ ହାର ୯୬ ପ୍ରତିଶତ ହୋଇଛି । ଯାହା ଏକ ଭଲ ଖବର କାରଣ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି । ଯାହା ଆମେରିକା ଭଳି ଦେଶ ତୁଳନାରେ ଢେର କମ । ଏମିତିରେ ନୂଆ ବର୍ଷ ସହ ଟିକା ନୂଆ ଆଶା ଆଣିଛି । ଦେଶରେ ତିଆରି ହେଉଥିବା କୋଭିସିଲ୍ଡ ଭାରତକୁ କୋଭିଡ୍ ସୁରକ୍ଷା କବଚ ଯୋଗାଇ ଦେବ ବୋଲି ଆଶା କରାଯାଉଛି । ତେବେ ଏହି ଟିକା କେତେ ସୁରକ୍ଷିତ ଓ ଏହାର ମୂଲ୍ୟ କେତେ ରହିବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆସନ୍ତୁ ସେହି ସବୁ ପ୍ରଶ୍ନର ଉତ୍ତର ଜାଣିବା ।

କେମିତି ତିଆରି ହେଉଛି କୋଭିସିଲ୍ଡ ?

ସିରମ ଇନଷ୍ଟିଚ୍ୟୁଟ୍ ଅନୁସାରେ ଭ୍ୟାକ୍ସିନ୍ ତିଆରି ହେବା ପରେ ଏହାକୁ ଛୋଟ ଶିଶିରେ ଭର୍ତ୍ତି କରାଯାଇଥାଏ । ତା’ପରେ ଏହାର ପ୍ୟାକେଜିଂ ହୋଇଥାଏ । ଭ୍ୟାକ୍ସିନକୁ ଶିଶିରେ ଭର୍ତ୍ତି କରିବା ବେଳେ ଏହାକୁ ଧ୍ୟାନରେ ରଖାଯାଏ ଯେ, ଯେମିତି ଶିଶି ମଧ୍ୟକୁ ଟିକା ଛଡା ଆଉ କିଛି ଯିବ ନାହିଁ ।
କେଉଁଠି ରହିବ ଭ୍ୟାକ୍ସିନ୍ ?
ଲଜିଷ୍ଟିକ୍ କାରଣରୁ ଆରମ୍ଭରେ ଟିକା ପହଂଚିବାରେ ବିଳମ୍ବ ହେବ । ତେବେ ସବୁକିଛି ବ୍ୟବସ୍ଥିତ ହେବା ପରେ ଟିକା ସୁରୁଖୁରୁରେ ଲୋକଙ୍କ ପାଖରେ ପହଂଚିବ । ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କ ଅନୁସାରେ ଟିକାର ଡୋଜ୍ ଅନ୍ତିମ ଥର ପାଇଁ ଚେକ୍ ହେବା ପରେ ପ୍ୟାକ୍ କରି ଦିଆଯିବ । ତା’ପରେ ଏହାକୁ ବାକ୍ସରେ ବନ୍ଦ କରି ଡ୍ରାଏ ଆଇସ ସହ ରଖାଯିବ ।ଏହାପରେ ଫ୍ରିଜର ଟ୍ରକ୍ ଜରିଆରେ ଟିକାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ନିଜ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଟିକାକୁ ଟ୍ରକରୁ କୋଲ୍ଡ ଷ୍ଟୋରେଜକୁ ନିଆଯିବ ।

ଗୋଟିଏ ଶିଶିରେ ୧୦ ଡୋଜ୍

ପୁନାୱାଲାଙ୍କ ଅନୁସାରେ ଗୋଟିଏ ଶିଶିରେ ୧୦ ଡୋଜ୍ ରହିବ । ଶିଶି ଖୋଲା ଯିବାର ୪ରୁ ୫ ଘଣ୍ଟା ଭିତରେ ଏହାକୁ ବ୍ୟବହାର କରିବାକୁ ପଡିବ । ୧୦ ଡୋଜକୁ ୫ ଜଣ ବ୍ୟକ୍ତିଙ୍କୁ ଦିଆ ଯାଇ ପାରିବ । ଟିକା ଟ୍ରାଏଲ କାଳରେ କିଛି ବ୍ୟକ୍ତି ମୁଣ୍ଡବିନ୍ଧା ଓ ଜ୍ୱର ଅଭିଯୋଗ କରିଥିଲେ । ସାମାନ୍ୟ ଔଷଧ ଦ୍ୱାରା ଏହି ଲକ୍ଷଣର ଚିକିତ୍ସା ହୋଇଥିଲା । ପୁନାୱାଲାଙ୍କ ଅନୁସାରେ ଟିକାକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖା ଯାଇପାରିବ । ୧୦ ଦିନ ପର୍ଯ୍ୟନ୍ତ ଏହା ଖୋଲାରେ ରହିଲ ମଧ୍ୟ କିଛି ଅସୁବିଧା ନାହିଁ କିନ୍ତୁ ଆମେ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଟିକାକୁ ଷ୍ଟୋର କରିବାକୁ ପରାମର୍ଶ ଦେଉଛୁ ବୋଲି ପୁନାୱାଲା କହିଛନ୍ତି ।

ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବି କୋଭିସିଲ୍ଡ୍

ମିଡିଆ ରିପୋର୍ଟ ଅନୁସାରେ କୋଭିସିଲ୍ଡ ବ୍ରିଟେନରୁ ଆବିଷ୍କୃତ ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ପ୍ରଭାବି ରହିବ ବୋଲି ପୁନାୱାଲା କହିଛନ୍ତି । ତେବେ ସେ ଲୋକଙ୍କୁ ଦୁଇ ଡୋଜ୍ ମଧ୍ୟରେ କିଛି ଅନ୍ତର ରଖିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ଡୋଜ ନେବାର ଦୁଇ ମାସ ପରେ ଦ୍ୱିତୀୟ ଡୋଜ୍ ନେଲେ ଅଧିକ ଲାଭ ମିଳିବ । ପୁରା ଲାଭ ପାଇଁ ଦୁଇଟି ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

୩୫୦୦ କୋଟି ଟଙ୍କା ଖର୍ଚ୍ଚରେ SCBର ହେବ ନବକଳେବର, ଲକ୍ଷ୍ୟ ଏମ୍ସ ପ୍ଲସ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା ପାଇଁ ଓଡ଼ିଶାବାସୀଙ୍କର ବିଶ୍ୱାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ଏଥିପାଇଁ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏସସିବିକୁ ବିଶ୍ୱ ସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ 5T ଅଧିନରେ କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ଲକ୍ଷ୍ୟ- ଏମ୍ସ ପ୍ଲସ୍ । ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ, ଯାହାକି 5T କାର୍ଯ୍ୟକ୍ରମର ମୁଖ୍ୟ ଆଧାର । ୨୦୨୧ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକ ଏକ ନୂଆ ଯୁଗର ସଂକେତ ଦେଉଛି ।

SCB Medical Renovation by Invest Of 3500 Cores

ମେଡିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ- ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଲକ୍ଷ୍ୟ ଓଡ଼ିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡ଼ିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମ ମାଟିରେ ସେମାନଙ୍କ ଦକ୍ଷତାକୁ ଓଡ଼ିଶାବାସୀଙ୍କ ସେବାରେ ଲଗାଇ ପାରିବେ, ସେଥିପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

SCB Medical Renovation by Invest Of 3500 Cores

୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ୩ ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ ।

ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଏସସିବି ମେଡିକାଲ କଲେଜ ହସ୍ପିଟାଲର ସୁପରିଚାଳନ ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ । ଯାହାକି, ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କୃଷି ଆଇନ୍ ବିରୋଧରେ ପ୍ରସ୍ତାବକୁ ବିଜେପି ବିଧାୟକଙ୍କ ସମର୍ଥନ

ଥିରୁବନନ୍ଥପୁରମ: ୩ ଗୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଅଧିକ ସମୟ ହେଲା ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ କେରଳ ବିଧାନସଭାରେ କେନ୍ଦ୍ରର ନୂଆ ବିବାଦିତ କୃଷି ଆଇନ୍ ବିରୋଧରେ ପ୍ରସ୍ତାବ ଆଣିଛନ୍ତି ପି.ବିଜୟନ ସରକାର । ଆଉ ଏହି ପ୍ରସ୍ତାବକୁ ବିଜେପିର ଏକମାତ୍ର ଓ.ରାଜଗୋପାଳ ସମର୍ଥନ କରିଛନ୍ତି । ଏହି ପ୍ରସ୍ତାବରେ କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରାଯାଇଛି ।

BJP MLA Supports Resolution Against New Farmers Law In Kerala Assembly

ନିଜର ବିଧାୟକଙ୍କ ବିରୋଧକୁ ସହଜରେ ଗ୍ରହଣ କରିପାରିନି ବିଜେପି । କେରଳ ବିଜେପି ନେତା କେ.ଏସ୍ ରାଧାକ୍ରିଷ୍ଣନ୍ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । କହିଛନ୍ତି- ମୁଁ ବୁଝିପାରୁନି ଓ.ରାମଗୋପାଳ କାହିଁକି କେନ୍ଦ୍ର ସରକାରଙ୍କ ବିରୋଧରେ ଗଲେ, ଏହା ଆଶ୍ଚର୍ଯ୍ୟଜନକ । ସମସ୍ତେ ଜାଣନ୍ତି ଜଣେ ସଦସ୍ୟ କିଛି କରିପାରିବେ ନାହିଁ । ତାଙ୍କୁ ପ୍ରସ୍ତାବକୁ ବିରୋଧ କରିବାର ଥିଲା । ଏହା ଇଚ୍ଛା ଓ ବିଜେପିର ଭାବନା ବିରୋଧୀ ଅଟେ ।

ଓ.ରାଜଗୋପାଳଙ୍କ ପ୍ରତିକ୍ରିୟା

ଅଧିବେଶନ ପରେ ଓ.ରାଜଗୋପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ‘ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ପ୍ରସ୍ତାବରେ କିଛି କଥାକୁ ନେଇ ନିଜ ରାୟ ରଖିଥିଲି । ଯାହାକୁ ନେଇ ବିଚାରରେ ପାର୍ଥକ୍ୟ ଥିଲା । ମୁଁ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛି । କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ଫେରାଇ ନେବା ଉଚିତ୍ ।’