ସ୍କୁଲ ଖୋଲିଲା ପରେ ବଢ଼ିଲା କରୋନା ସଂକ୍ରମଣ, କେରଳରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ଶିକ୍ଷକ ପଜିଟିଭ

From April No Class Will Held In Sunday In Schools Says Education Minister

କୋଜିକୋଡ୍: ରାଜ୍ୟରେ ସ୍କୁଲ ଖୋଲିଲା ପରେ ପୁଣି ବଢ଼ିଲା ସଂକ୍ରମଣ । କେରଳରେ ସ୍କୁଲ ଖୋଲିବାର ଦିନ କେଇଟା ପରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ଶିକ୍ଷକ ତଥା ଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଚନ୍ତି ।

କରୋନା କାଳ ପରେ ବିଭିନ୍ନ ରାଜ୍ୟରେ ସ୍କୁଲ ଗୁଡିକରେ ପାଠପଢ଼ା ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ କେରଳରେ ଗତ ଜାନୁୟାରୀ ୧ରୁ ସ୍କୁଲ ଖୋଲିଥିଲା। ମଲ୍ଲପୁରମ୍ ଜିଲ୍ଲାରେ ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ତନ୍ମଧ୍ୟରେ ପରେ ଶତାଧିକ ପଜିଟିଭ୍ ମାମଲା ସାମନାକୁ ଆସିଛି । ଦୁଇଟି ଯାକ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ଜଣ ଶିକ୍ଷକ ତଥା ଶିକ୍ଷୟିତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କ ଦେହରେ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ସ୍କୁଲରେ କୋଭିଡ୍ ଟେଷ୍ଟ କରାଯାଇଥିଲା। କେବଳ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ କରୋନା ସଂକ୍ରମଣ ବଢ଼ିବା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ତେବେ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply