ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଭିଜିଲାନ୍ସ କୋର୍ଟ

1 min read

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା IFS ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି । ଅଭୟଙ୍କ ସହ ଟାଟା ମୋଟର୍ସ ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଜାମିନ ମିଳିଛି । ଉଭୟ ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏନେଇ ଓକିଲ ଅରୂପ ଚାନ୍ଦର ସୂଚନା ଦେଇଛନ୍ତି ।

Vigilance Court Granted Conditional Bail To Abhaykant Pathak And His Son

ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା । ଅଭୟଙ୍କ ଅମାପ ସମ୍ପତ୍ତି ଖୋସି ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି । ତା’ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ ।

 Vigilance Court Granted Conditional Bail To Abhaykant Pathak And His Son

ଉଭୟଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ଘନ ଘନ ଜେରା କରିଥିଲା ଭିଜିଲାନ୍ସ । ସରକାର ଅଭୟଙ୍କ ଚାକିରିରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ପରେ ପରେ ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ପରେ ତାଙ୍କୁ ବି ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ୍ ଦେଇଥିବା ବେଳେ ପ୍ରଦୀପଙ୍କୁ ଜାମିନ୍ ମିଳିନାହିଁ ।

Vigilance Court Granted Conditional Bail To Abhaykant Pathak And His Son

ପାଠକ ବାପପୁଅଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ସେମାନେ ଏବେ ଜେଲରୁ ମୁକୁଳି ପାରିବେ ନାହିଁ । ଅଭୟକାନ୍ତ ଓ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ଓ ଖାରବେଳ ନଗର ଥାନାରେ ମାମଲା ରହିଛି । ଏବେ ସମସ୍ତେ ଝାରପଡ଼ା ଜେଲରେ ଅଛନ୍ତି ।

Leave a Reply