୪ ବର୍ଷ ପରେ ତାମିଲନାଡ଼ୁ ରାଜନୀତିକୁ ଫେରିଲେ ‘ଚିନ୍ନାମା’

1 min read

ଚେନ୍ନାଇ: ନିର୍ବାଚନ ପୂର୍ବରୁ ବଡ଼ ହଲଚଲ୍ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତିକ ଉଷ୍ଣତା ବଢ଼ିଛି । ୪ ବର୍ଷ ଜେଲରେ ରହିବା ପରେ ଫେରିଛନ୍ତି ଶଶିକଳା । ଇଏ ସେହି ଶଶିକଳା ଯିଏକି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବେଶ୍ ଘନିଷ୍ଠ ଥିଲେ । ସୋମବାର ଶଶିକଳା କର୍ଣ୍ଣାଟକରୁ ତାମିଲନାଡ଼ୁ ଫେରିଛନ୍ତି ।

Sasikala Return Tamilnadu After 4 Years Chinamma

ତାମିଲନାଡ଼ୁ ସୀମା ଅତିକ୍ରମ ପରେ ଶଶିକଳାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି ସମର୍ଥକ । ଡ୍ରୋନରୁ ଗୋଲାପ ବର୍ଷା କରିବା ସହ କିଲୋମିଟର କିଲୋମିଟର ବ୍ୟାପି ଶଶିକଳାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ଶଶିକଳା ତାମିଲନାଡ଼ୁ ଆସିବା ପରେ ମନ୍ଦିର ଯାଇ ଦର୍ଶନ କରିଥିଲେ । ଶଶିକଳାଙ୍କ ଗାଡ଼ିର ସମ୍ମୁଖ କାଚରେ ଜୟଲଳିତାଙ୍କ ଫଟୋ ଥିବା ଦେଖିବାକୁ ମିଳିଛି ।

Sasikala Return Tamilnadu After 4 Years Chinamma

ପ୍ରାୟ ୬୬ କୋଟି ଟଙ୍କା ହେରଫେର ମାମଲାରେ ଶଶିକଳା ବିଗତ ୪ ବର୍ଷ ହେଲା ଜେଲରେ ସଜ୍ଜା କାଟୁଥିଲେ । ଜେଲ୍ ଯିବା ପୂର୍ବରୁ ଶଶିକଳା, ଜୟଲଳିତାଙ୍କ ବେଶ୍ ଘନିଷ୍ଠଙ୍କ ମଧ୍ୟରେ ଗଣତି ହେଉଥିଲେ । ଏଥିପାଇଁ ଶଶିକଳା ତାମିଲନାଡ଼ୁରେ ‘ଚିନ୍ନାମା’ ଭାବେ ବେଶ୍ ପରିଚିତ ।

Sasikala Return Tamilnadu After 4 Years Chinamma

ତାମିଲନାଡ଼ୁରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଆଗକୁ ଥିବାରୁ ସମସ୍ତଙ୍କ ନଜର ରହିଛି ଶଶିକଳାଙ୍କ ଉପରେ । AIADMKରେ ଶଶିକଳାଙ୍କ ପାଇଁ କୌଣସି ସ୍ଥାନ ନାହିଁ କି ତାଙ୍କ ସହ ଦଳର କୌଣସି ସମ୍ପର୍କ ନାହିଁ ବୋଲି AIADMK ପକ୍ଷରୁ କୁହାଯାଇଛି । କିନ୍ତୁ, ଶଶିକଳା ଗାଡ଼ିରେ AIADMKର ପତାକା ଲଗାଇ ଫେରିଛନ୍ତି । ଶଶିକଳାଙ୍କ ସହ ତାଙ୍କ ପୁତୁରା ଟିଟିଭି ଦିନାକରଣ ମଧ୍ୟ ଥିଲେ ।

Sasikala Return Tamilnadu After 4 Years Chinamma

ଶଶିକଳା ଫେରିଥିବା ବେଳେ କଣ ରହିବ ତାଙ୍କର ଆଗାମୀ ରାଜନୀତିକ ପଦକ୍ଷେପ । କଣ AIADMK ଉପରେ ଅଧିକାର ସାବ୍ୟସ୍ତ କରିବେ ଶଶିକଳା ନା ନିଜେ ନିର୍ବାଚନ ଲଢ଼ିବେ । ଏବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଏଥିସହ ପଢ଼ନ୍ତୁ- ଦିଲ୍ଲୀରେ ଚେନ୍ନାଇ ପ୍ଲାନ, ତାମିଲନାଡ଼ୁ ନିର୍ବାଚନ ପାଇଁ AIADMK ଓ ଶଶିକଳା ମିଶ୍ରଣ ନେଇ କଥାବାର୍ତ୍ତା ଆରମ୍ଭ

Leave a Reply