ଦିବ୍ୟାଙ୍ଗ କେନ୍ଦ୍ରରୁ ଚାଲାଣ ହେଉଥିଲେ ଯୁବତୀ, ଅବଗତ କଲା ପୋଲିସ

ଭୁବନେଶ୍ୱର: ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣାରେ ପୋଲିସ ହାତରେ ଲାଗିଛି ପୁଣି ରୋଚକ ତଥ୍ୟ । କେବଳ ଏଠି ଭିନ୍ନକ୍ଷମ ଯୁବତୀଙ୍କୁ ନେଇ ସେକ୍ସ ରାକେଟ ନୁହେଁ ବଂର ଏହି ସ୍ଥାନରୁ ଯୁବତୀ ଚାଲାଣ ହେଉଥିବା ତଦନ୍ତ ବେଳେ ସୁରାକ ପାଇଛି ପୋଲିସ । ଏନେଇ ମହିଳା ଥାନାରେ ଅଭିଯୋଗ ପଂଜିକରଣ କରାଯାଇଛି ।

ଯୁବତୀ ଚାଲାଣ ଘଟଣାରେ କଟକର ରାଣୀ ମହୁମାଛି ଓ ଲୁଲୁ ଜଡିତ ଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି । ଭିନ୍ନ ସଂସ୍ଥାରେ ଚାଲିଥିବା ଯୌନ କେଳେଙ୍କାରୀ ବାବଦରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଛି ପୋଲିସ । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଘଟଣା ସଂପର୍କରେ ପ୍ରଥମେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି ।

ସରକାରୀ ବାବୁଙ୍କୁ କିଭଳି ଉକ୍ତ ସଂସ୍ଥାର ଯୁବତୀଙ୍କୁ ହିଁ ଭେଟି ଦିଆଯାଉଥିଲା ସେନେଇ ନନ୍ଦିଘୋଷ ଟିଭିରେ ମୁହଁ ଖୋଲିଥିଲେ ଜଣେ ପୀଡ଼ିତା । ଟଙ୍କାର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏମିତି କହି ଏହି ଅନ୍ତେବାସୀଙ୍କ ଦେହ ଧନ୍ଦାରେ ଲଗାଇବାକୁ ଚେଷ୍ଟା କରିଥିଲେ ମହିଳା ପ୍ରଶିକ୍ଷକ । ଆର୍ଥିକ ଅନଟନରେ ଥିବା ନୀରିହ ଭିନ୍ନକ୍ଷମ ଛାତ୍ରୀଙ୍କୁ ଏଭଳି କହି କାବୁ କରୁଥିଲେ ସଂସ୍ଥାର ସଂପାଦକ ତଥା ରାକେଟକୁ ସକ୍ରିୟ ଭାବେ ଚଲାଇଥିବା ମହିଳା ପ୍ରଶିକ୍ଷକ । ସେପଟେ ଅଭିଯୋଗ ପରେ ଭିନ୍ନକ୍ଷମ କେନ୍ଦ୍ରର ସମ୍ପାଦକ ନିଖୋଜ ଥିବାବେଳେ ରବିବାର ତାଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ ।

Leave a Reply