ପୋଲିସକୁ ଚୋର ଭାବି ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ, ୨ ଆହତ

ଢେଙ୍କାନାଳ: ଚୋର ସନ୍ଦେହରେ ପୋଲିସକୁ ପିଟିଲେ ଗାଁ ଲୋକେ । ଢ଼େଙ୍କନାଳ ସଞ୍ଜପଡା ଗାଁରେ ପୋଲିସ୍ ଗାଁ ଲୋକେ ମୁହାଁମୁହିଁ । ଚୋର ଧରିବାକୁ ସାଧା ପୋଷାକରେ ଗାଁକୁ ଯାଇଥିବା ପୁଲିସକୁ ଚୋର ଭାବି ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଛନ୍ତି ସ୍ଥାନୀୟ ଲୋକେ । ଆକ୍ରମଣରେ ୨ଜଣ ପୋଲିସ୍ ଆହତ ହୋଇଛନ୍ତି । ପୁଲିସ ସେମାନଙ୍କର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗାଁରେ ୪ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ପୋଲିସ୍ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ଗତ ୪ ତାରିଖରେ ଗାଁରେ କିଛି ଦୁର୍ବୃତ୍ତ ପାଇସ ଚୋରୀ କରିବାକୁ ଆସିଥିଲେ । ଗାଁ ଲୋକ ପୋଲିସରେ ଖବର ଦେବାପରେ ୩ ଜଣ ଅଭିଯୁକଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଚୋର ମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା ଏବଂ ତାକୁ ଧରିବା ପାଇଁ ଦୁଇ ଜଣ ପୋଲିସ ସାଧା ପୋଷାକରେ ଗାଁକୁ ଆସିଥିଲେ ।  ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ଏବଂ ତାକୁ ଗିରଫ କରି ଫେରିବା ସମୟରେ ଗାଁ ଲୋକ ତାଙ୍କୁ ପିଲା ଚୋର ବୋଲି ଭାବି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ପୋଲିସର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ତାଙ୍କୁ ଛାଡ଼ିନଥିଲେ । ପରବର୍ତ୍ତୀ ସମୟରେ ପଅଁରପାଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ପୋଲିସକୁ ମଧ୍ୟ ଗାଁ ଲୋକ ମାଡ଼ ମାରିବାକୁ ପଛାଇନଥିଲେ । ଏମିତିକି ପୋଲିସ ଗାଡ଼ି ଏବଂ ଚୋର ଧରିବା ପାଇଁ ଆସିବାକୁ ବ୍ୟବହାର ହୋଇଥିବା କାରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଗାଁ ଲୋକ ।

ପରବର୍ତ୍ତୀ ସମୟରେ ଗାଁରେ ୪ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ ହୋଇଛି । ପୋଲିସ୍ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଥିବା ଜଣା ପଡିଛି ।

Leave a Reply