ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବୀ, ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ । ଗୃହରେ ଦିଆଯାଉଛି ବିଦାୟୀ ଭାଷଣ । ପୁଣି ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଲାମନବୀ ଆଜାଦଙ୍କ ବିଦାୟକାଳୀନ ଦିବସରେ ନିଜର ବାର୍ତ୍ତା ପ୍ରେରଣ କରିଛନ୍ତି ମୋଦି । ଆଉ ଏହି ବାର୍ତ୍ତା କେବଳ ବିଦାୟର ନଥିଲା ବଂର ଏହା ଥିଲା ଭାବପୂର୍ଣ୍ଣ ବାର୍ତ୍ତା । ଯେଉଁଥିରେ ଭାବବିହ୍ବଳ ହୋଇପଡିବା ସହ ନିଜର ଅଶ୍ରୁକୁ ସମ୍ବରଣ କରିପାରିନଥିଲେ ପ୍ରଧାନମନ୍ତ୍ରୀ ।

ଗୁଲମ ନବୀ ଆଜାଦଙ୍କ ଅନେକ ଘଟଣାକୁ ସଂସଦରେ ମନେ ପକାଇଥିଲେ ମୋଦି । ପରିବାର ମୁଖିଆ ଭାବେ ଆଜାଦ ନିଜର ଦାୟିତ୍ୱ ତୁଲାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ସରକାରରେ ରୁହନ୍ତୁ ଅବା ବିପକ୍ଷରେ । ସର୍ବଦା ଦେଶ ପାଇଁ କରିଯାଇଥିବା କାର୍ଯ୍ୟ ତାଙ୍କୁ ଗୃହ ମନେପକାଇବ । ସେହିପରି କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଗୁଲାମନବୀଙ୍କ ଭୂମିକାକୁ ଗୃହରେ ସ୍ମୃତି ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ।

ନିଜ ସମ୍ବୋଧନରେ ମୋଦି କହିଛନ୍ତି, କାଶ୍ମୀରରେ ଗୁଜୁରାଟ ଯାତ୍ରୀଙ୍କ ଉପରେ ଯେବେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏନେଇ ପ୍ରଥମେ ତାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଗୁଲାମନବୀ ଆଜାଦ । ଏ ଫୋନ କେବଳ ସୂଚନା ଦେବା ପାଇଁ ନଥିଲା ବଂର ଏହା ଥିଲା ଜଣେ ପରିବାରର ମୁଖିଆଙ୍କ ଫୋନ । ନିଜେ ଏହି ଘଟଣାରେ କୋହ ସମ୍ଭାଳିପାରିନଥିଲେ । ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇବା ସହ ସେମାନଙ୍କୁ ସ୍ବାନ୍ତନା ପ୍ରକଟ କରିବାକୁ ଅନୁରୋଧ କରିଥିଲେ । ଏହି ମୂହୂର୍ତ୍ତକୁ ଗୃହରେ ମନେ ପକାଇ ଭାବବିହ୍ବଳ ହେବା ସହ ଗୁଲାମନବୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply