କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

1 min read
PM Modi Targets Congress Said Confusion Party In Loka Sabha

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ରଖିଛନ୍ତି । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ‘ଠେଲାୱାଲା, ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ଦିଆଯାଇଛି । ଏହା ଆଧାର ଓ ଜନଧନ ପାଇଁ ସମ୍ଭବ ହୋଇଛି । ମନେ ରଖିବା ଦରକାର କେଉଁମାନେ ଆଧାରକୁ ରୋକିବା ଲାଗି ପ୍ରୟାସ କରି କୋର୍ଟ ଯାଇଥିଲେ ।’ କଂଗ୍ରେସକୁ ସମାଲୋଚନା କରି କନଫ୍ୟୁଜ୍ ପାର୍ଟି ବୋଲି ମୋଦି କହିଛନ୍ତି । କଂଗ୍ରେସ ରାଜ୍ୟସଭାରେ ଗୋଟିଏ ମତ ରଖୁଥିବା ବେଳେ ଲୋକସଭାରେ ଆଉ ଗୋଟିଏ ମତ ରଖୁଛି ।

ପିଏମ୍ ମୋଦି କୃଷି ଆଇନକୁ ନେଇ ଏହାକୁ ଐତିହାସିକ କହିଛନ୍ତି । କଂଗ୍ରେସ କୃଷି ଆଇନର (ରଙ୍ଗ)କୁ ନେଇ ଚର୍ଚ୍ଚା କରୁଥିଲା । କଂଗ୍ରେସ ଆଇନର ତଥ୍ୟ ଉପରେ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା । ସେମିତି ହୋଇଥିଲେ କୃଷକଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚି ପାରିଥାନ୍ତା । କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଜବାବ ଦେଇ ମୋଦି କହିଛନ୍ତି- ଭଗବାନଙ୍କ କୃପାରୁ କରୋନାରେ ଦୁନିଆ ଦୋହଲି ଯାଇଥିବା ବେଳେ ଭାରତ ବଞ୍ଚି ଯାଇଛି । କରୋନା କାଳରେ ନର୍ସ ଓ ଡକ୍ଟର ଭଗବାନ ସାଜିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଭଗବାନଙ୍କ ରୂପରେ ଆସିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି- ‘ଆନ୍ଦୋଳନରତ କୃଷକଙ୍କ ଭାବନାକୁ ସରକାର ଓ ସଂସଦ ଆଦର କରେ । ଏଥିପାଇଁ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଲଗାତାର କୃଷକ ସଂଗଠନ ସହ ଆଲୋଚନା କରୁଛନ୍ତି । ଚର୍ଚ୍ଚା ବେଳେ ମନରେ ଥିବା ଦ୍ୱନ୍ଦ୍ୱ ଦୂର ଲାଗି ପ୍ରୟାସ କରାଯାଇଛି । ଯଦି ଆଇନରେ କିଛି ତ୍ରୁଟି ରହିଛି ଏବଂ ଏହାଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବ ତ ଏଥିରେ ପରିବର୍ତ୍ତନ କରିବାରେ କିଛି ନାହିଁ । ଏହା ଦେଶବାସୀଙ୍କ ପାଇଁ । ଯଦି ଆବଶ୍ୟକତା ପଡ଼େ ଏଥିରେ ପରିବର୍ତ୍ତନ କରାଯିବ ।’

Leave a Reply