ରବିବାର ଶ୍ରଦ୍ଧାଳୁଙ୍କ ଲାଗି ଖୋଲା ରହିବ ଶ୍ରୀମନ୍ଦିର

Devotee Can Visits Jagannath Temple Puri In Sunday

ପୁରୀ: ରବିବାର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେନି ଭକ୍ତ । ଏଣିକି ରବିବାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଅନ୍ୟ ୩ ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ । ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ପୂର୍ବରୁ ପୁରୀବାସୀଙ୍କୁ ସକାଳ ୬ଟାରୁ ୭ଟା ଯାଏ ଦର୍ଶନ ସୁଯୋଗ ମିଳୁଥିଲା । ଏଣିକି ସମସ୍ତେ ଦର୍ଶନ କରିପାରିବେ । ପୂର୍ବଭଳି ଧାଡ଼ି ଦର୍ଶନ ବ୍ୟବସ୍ଥା ଜାରି ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Devotee Can Visits Jagannath Temple Puri In Sunday

କିଛି ଶ୍ରଦ୍ଧାଳୁ ମନ୍ଦିର ଭିତରେ ଛେପ, ଖଙ୍କାର ପକାଉଛନ୍ତି । ଧରାପଡ଼ିଲେ ଏକ ହଜାର ଟଙ୍କା ଜରିମାନା ନିଆଯିବ । ଏଥିପାଇଁ ସ୍କ୍ୱାଡ୍ ଗଠନ କରାଯିବ । ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତା’ଛଡ଼ା ଉତ୍ତର ଦ୍ୱାର ନିକଟରେ ଥିବା ଜୋତା, ବ୍ୟାଗ ରଖିବା ସ୍ଥାନରେ ଶ୍ରଦ୍ଧାଳୁ ଜିନିଷପତ୍ର ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

୧୨ ତାରିଖରୁ ନୂଆ ବ୍ୟବସ୍ଥା ଲାଗୁ ହେବ । ଆନନ୍ଦବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ । ଭକ୍ତ ଶ୍ରୀଜିଉଙ୍କ ପଦ୍ମ ବେଶ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply