spot_img
Home Blog Page 6156

ଏହି ୫ଟି ଜିଲ୍ଲାରେ ଘନ କୁହୁଡି, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେବଢିବାରେ ଲାଗିିଛି ଶୀତ । ଏବେ ଶୀତରେ ଥରୁଛି ସାରା ଓଡ଼ିଶା। ଏହି ସ୍ଥିତି ଆଗକୁ ଜାରିରହିବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୩ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଲାଗି ରହିବ । ଶୀତ ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଦେଖାଦେବ । ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ଭଦ୍ରକ ଜିଲ୍ଲାରେ ଘନକୁହୁଡି ଦେଖାଦେବ।

ଏହା ସହିତ ପୁରୀ, ନୟାଗଡ଼,  ସୁନ୍ଦରଗଡ଼, ଝାରସୁଡାରେ ଓ କେନ୍ଦ୍ରାପଡାରେ ମଧ୍ୟ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସକାଳୁ କୁହୁଡି ସାଙ୍ଗକୁ ଶୀତ ଜାରି ରହିବ ବୋଲ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୩ଦିନ ପରେ ତାପମାତ୍ରା ୨ ରୁ  ୩ ଡିଗ୍ରୀ ବଢିବ ବୋଲି ଆକଳନ କରାଯାଇଛି।

କୋଭାକ୍ସିନର ମଞ୍ଜୁରୀ ଉପରେ ଉଠୁଛି ପ୍ରଶ୍ନ, ଜବାବ ରଖିଲେ ଆଇସିଏମଆର୍ ଡିଜି

ନୂଆଦିଲ୍ଲୀ: କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।

ଏହା ମଧ୍ୟରେ କରୋନା ଟିକାର ମଞ୍ଜୁରୀ ଉପରେ ପ୍ରଶ୍ନ ଉଠିଛି। ଯାହାର ଜବାବ ରଖିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗଭ। ସେ ଏହା ନିଶ୍ଚିତ କରିଛନ୍ତି ଯେ ଅନ୍ୟ ଟିକା ଅପେକ୍ଷା ଭାରତରେ ନିର୍ମିତ ଉଭୟ ଟିକା ଅଧିକ ପ୍ରଭାବଶାଳୀ।

Big Decision Can Be Taken On First Day Of The New Year Regarding The Corona Vaccine

ଟୀକାକରଣ କାର୍ଯ୍ୟକ୍ରମ କେବେଠୁ ଆରମ୍ଭ ହେବ? ଗଣମାଧ୍ୟମର ଏଭଳି ଏକ ପ୍ରଶ୍ନର ଉତ୍ତରରେ ଆଇସିଏମଆର ଡିଜି କହିଛନ୍ତି ଯେ, ଟିକାକୁ ଅନୁମୋଦନ କରାଯାଇଥିବା ବେଳେ ସେଗୁଡିକୁ ଷ୍ଟୋର କରାଯାଇଛି । ଅନେକ ରାଜ୍ୟରେ ଡ୍ରାଏ ରନ୍ କରାଯାଇଥିଲା ଯାହା ସଫଳ ମଧ୍ୟ ହୋଇଛି । ଟୀକାକରଣ କାର୍ଯ୍ୟକ୍ରମ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତ ବାୟୋଟେକର କୋଭାକ୍ସିନକୁ ବ୍ୟାକଅପ୍ ଭାବରେ ବ୍ୟବହାର କରାଯିବ। ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମ ପାଖରେ ଏବେ ଦୁଇଟି ଟିକା ରହିଛି । ଯଦିଓ ବ୍ରିଟେନରେ ଚିହ୍ନଟ ନୂଆ ଷ୍ଟ୍ରେନ୍ ଚିନ୍ତାର କାରଣ ପାଲଟିଛି ।  ଆମର ଟିକା ବ୍ରିଟେନର ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବଶାଳୀ ହେବ। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଷ୍ଟୋର୍ କରାଯାଇପାରିବ । ଆହୁରି ମଧ୍ୟ ଏହି ଟିକାର ଦୁଇଟି ଡୋଜ ୨୮ ଦିନ ମଧ୍ୟରେ ଦିଆଯିବ ।

 

 

ଆତ୍ମହତ୍ୟା କରିବାକୁ ଆସିଥିବା କହି ପୋଲ ତଳକୁ ଡେଇଁ ପଡ଼ିଲେ ଯୁବତୀ

ବୁର୍ଲା: ସମ୍ବଲପୁର ବୁର୍ଲାରେ ଯୁବତୀଙ୍କ ଆତ୍ମହତ୍ୟା । ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଯବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ପୋଲିସ ଏବଂ ଅଗ୍ନିଶମ ବାହିନୀ ଯୁତୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କ ପରିଚୟ ମିଳିନଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି  ।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଗତକଲା ସଂଧ୍ୟା ପ୍ରାୟ ୬.୩୦ ସୁଧା ମହାନଦୀ ପୋଲ ଉପରେ କାନ୍ଦୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ । ସେଠାରେ ଉପସ୍ଥିତ ଲୋକେ ଯେତେବେଳେ ତାଙ୍କୁ ପଚାରି ଥିଲେ ସେ କହିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ଆସିଛନ୍ତି । ସେତେବେଳେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ।

ତେବେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ । ଏ ସମ୍ପର୍କରେ ଯେତେବେଳେ ଯୁବତୀ ଜଣଙ୍କ ଜାଣିବାକୁ ପାଇଲେ ସେତେବେଳେ ସେ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

୨୫ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିରଜୁ କୁଲୁ ନିଖୋଜ

ରାଉରକେଲା: ପୁଣି ନିଖୋଜ ହୋଇଗଲେ ରାଉରକେଲାର ବହୁଚର୍ଚ୍ଚିତ ବିରଜୁ କୁଲୁ । ଶନିବାର ରାତିରୁ ବିରଜୁ କୁଲୁ ନିଖୋଜ ଥିବା ନେଇ କୁତ୍ରା ଥାନାରେ ମାମଲା ରୁଜୁ ହୋଇଛି । ଆଖ ପାଖ ଥାନାକୁ ବି ଏନେଇ ସୂଚନା ଦିଆଯାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ପୋଲିସକୁ ମଧ୍ୟ ବିରଜୁ ନିଖୋଜ ନେଇ ପ୍ରଶାସନ ପକ୍ଷରୁ ଜଣାଯାଇଛି । ବିରଜୁଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୁଚନା ଦେଇଛନ୍ତି ।

Pak Returnee Birju Kulu Goes Missing, FIR Lodged

ଦୀର୍ଘ ୨୫ ବର୍ଷ ପରେ ଗତ ନଭେମ୍ବର ମାସ ୧୩ ତାରିଖରେ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ଜଙ୍ଗରପଡ଼ାକୁ ଫେରିଥିଲେ ବିରଜୁ କୁଲୁ । ସେ ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ କଟାଇବା ପରେ ଗାଁକୁ ଫେରିଥିଲେ । ତାଙ୍କୁ ପ୍ରଶାସନ ଓ ତାଙ୍କ ପରିବାର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରସାରଣ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ ବିରଜୁ ।

ମୋବାଇଲ୍ ମୋହ ନେଉଛି ଜୀବନ; ବୌଦ୍ଧରେ ଭାସିଗଲ ନାବାଳକ, ଇବରେ ଯୁବତୀ ନିଖୋଜ

ବୌଦ୍ଧ/ରାଉରକେଲା: ମହଙ୍ଗା ପଡ଼ୁଛି ମୋବାଇଲରେ ସେଲଫି । ଅକାଳରେ ଝରି ପଡ଼ୁଛି ଅମୂଲ୍ୟ ଜୀବନ । ଗୋଟିଏ ଦିନରେ ୨ଟି ସ୍ଥାନରେ ସମାନ ଘଟିଛି । ସେଲଫି ନେବାବେଳେ ବୌଦ୍ଧରେ ନାବାଳକ ଝରଣା ସ୍ରୋତରେ ଭାସି ଯାଇଥିବାବେଳେ ସୁନ୍ଦରଗଡ଼ ଇବ୍ ନଦୀର କନାକୁଣ୍ଡରେ ନିଖୋଜ ହୋଇଯାଇଛନ୍ତି ଯୁବତୀ । ଉଭୟଙ୍କ କାରଣ ଗୋଟିଏ- ମୋବାଇଲ୍ ସେଲଫି ।

Selfie Killed Minor In Boudh, Youth Missing In Kanakund Rourkela

ବୌଦ୍ଧ ପୁରୁଣା କଟକ କୁମ୍ଭୀଝର ଜଳପ୍ରପାତରେ ପାହାଡ଼ ଉପର ଝରଣା ସ୍ରୋତରୁ ସେଲ୍‌ଫି ନେବାବେଳେ ନାବାଳକଙ୍କ ଗୋଡ଼ ଖସି ଯାଇଥିଲା । ପାହାଡ଼ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । କନ୍ଧମାଳ ଖଜୁରୀପଡ଼ା ଅଗ୍ନିଶମ ବାହିନୀ ନାବାଳକଙ୍କୁ ଉଦ୍ଧାର କରି ଅଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବୌଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳଳର ଜ୍ୟୋତିସ୍ମାନ ନାଏକ ।

Selfie Killed Minor In Boudh, Youth Missing In Kanakund Rourkela

ସେହିଭଳି ସେଲଫି ନେବା ବେଳେ ନଦୀରେ ପଡ଼ି ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଇବ୍ ନଦୀର କନାକୁଣ୍ଡରେ ଏ ଘଟଣା ଘଟିଛି । ପଥର ଉପରେ ସେଲଫି ନେଉଥିବା ବେଳେ ଗୋଡ଼ ଖସି ନଦୀରେ ପଡିଯାଇଥିଲେ ଯୁବତୀ । ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନି । ରାଜଗାଙ୍ଗପୁର ଅଞ୍ଚଳର ୧୪ ଜଣ ସାଙ୍ଗ ହୋଇ ଭୋଜି କରିବାକୁ କନାକୁଣ୍ଡ ନିକଟକୁ ଆସିଥିଲେ । ଭୋଜି ଚାଲିଥିବା ବେଳେ ନଦୀ ନିକଟ ପଥର ଉପରେ ସେଲଫି ନେବାକୁ ଯାଇଥିଲେ ଯୁବତୀ । ତେବେ ଅସାବଧାନତା କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀରେ ପଡିଯାଇଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ତାଙ୍କୁ ଭସାଇ ନେଇଥିବା ପରିବାର ଲୋକେ କହିଛନ୍ତି ।

ଗାଜିଆବାଦ ଶ୍ମଶାନ ଛାତ ଭୁଶୁଡିବା ଘଟଣା, ଶୋକବ୍ୟକ୍ତ କଲେ ନବୀନ ପଟ୍ଟନାୟକ

ଲକ୍ଷ୍ନୌ: ଶବ ଦାହ କରିବାକୁ ଯାଇଥିଲେ, କିନ୍ତୁ ନିଜେ ଶବ ସାଜିଲେ । ଜଣେ କି ଦୁଇ ଜଣ ନୁହନ୍ତି, ଶ୍ମଶାନରେ ଲିଭିଗଲା ୨୩ ଜଣଙ୍କ ଜୀବନ ଦୀପ । ଏଭଳି ଦୁଃଖଦ ଘଟଣା ଘଟିଛି ଗାଜିଆବାଦର ମୁରାଦନଗର ଅଞ୍ଚଳରେ । ଏହି ଘଟଣା ଆଜି ସମଗ୍ର ଦେଶରେ ଶୋକବାର୍ତ୍ତା ବିଛାଇଛି । ଉତ୍ତରପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଗାଜିଆବାଦର ମୁରାଦନଗରର ବମ୍ବା ରୋଡ୍‌ରେ ଥିବା ଶ୍ମଶାନରେ କିଛି ଲୋକେ ଏକ ଶବ ଦାହ କରିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ହେବାରୁ ପ୍ରାୟ ୪୦ଜଣ ଶ୍ମଶାନରେ ଥିବା ଏକ ପୁରୁଣା କୋଠାଘରେ ଆଶ୍ରୟ ନେଇଥିଲେ । ବର୍ଷା କାରଣରୁ କୋଠାର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା । ଫଳରେ କୋଠା ତଳେ ସମସ୍ତେ ଚାପି ହୋଇଯାଇଥିଲେ । ସ୍ଥିତି ଏଭଳି ହୋଇଥିଲା, କୋଠା ତଳୁ କେହି ବି ବାହାରି ପାରିନଥିଲେ ।

ଖବରପାଇ ପୋଲିସ, ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ, ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୃତ୍ୟୁ ତାଲିକା ବଢିଥିବା ଜଣାପଡିଛି । ସେପଟେ ସ୍ଥାନୀୟ ଅଞ୍ଚଳ ଏହି ଘଟଣାକୁ ନେଇ ନିସ୍ତବ୍ଦ ପାଲଟିଯାଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ସମସ୍ତେ ହୋଇଛନ୍ତି ମର୍ମାହତ  ।

ହଷ୍ଟେଲ ଲାଗି ଆସିଲା SoP, ବାହାର ଖାଦ୍ୟ ଖାଇ ପାରିବେନି ଅନ୍ତେବାସୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ କେବଳ ସ୍କୁଲ୍ ଖୋଲିବ ତା’ନୁହେଁ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ହଷ୍ଟେଲ ଖୋଲିବ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି । ଗାଇଡଲାଇନ୍ ମାନି ସରକାରୀ ସହ ଘରୋଇ ସ୍କୁଲର ହଷ୍ଟେଲ ମଧ୍ୟ ଖୋଲିବ । ତେବେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଅଭିଭାବକଙ୍କ ଲିଖିତ ଅନୁମତି ଆଣିଲେ ହିଁ ହଷ୍ଟେଲରେ ରହିବେ । ତା’ଛଡ଼ା ଯେଉଁ ଛାତ୍ରଛାତ୍ରୀଙ୍କ ଘରେ ରହିବାର ସୁବିଧା ନଥିବା ଏବଂ ଅନଲାଇନ୍ ଶିକ୍ଷାର ବ୍ୟବସ୍ଥା ନଥିବ ସେମାନଙ୍କୁ ହଷ୍ଟେଲର ରହିବାର ସୁଯୋଗ ମିଳିବ ।

ହଷ୍ଟେଲ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସାନିଟାଇଜ୍ ହେବା ସହ ସାମାଜିକ ଦୂରତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସହ ଉତ୍ତମମାନର ଖାଦ୍ୟ ପ୍ରତି ଧ୍ୟାନ ଦେବେ । ସ୍ୱାସ୍ଥ୍ୟ ଜନିତ କିଛି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କ କରିବେ । ହଷ୍ଟେଲକୁ ଆସୁଥିବା ଏବଂ ରହିବାକୁ ଥିବା ସମସ୍ତଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । ହଷ୍ଟେଲରେ ଜରୁରୀ କାମ ଥିବା କର୍ମଚାରୀଙ୍କ ବ୍ୟତୀତ ପ୍ରବେଶ ଲାଗି ଅନ୍ୟ କାହାରିକୁ ଅନୁମତି ଦିଆଯିବ ନାହିଁ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି କୌଣସି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ।

ପ୍ରତିଦିନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସାଧାରଣ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ଲିଖିତ ଆକାରରେ ରଖାଯିବ । ସମସ୍ତ ଛାତ୍ରଛାତ୍ରୀଙ୍କ ସାପ୍ତାହିକ ସ୍ୱାସ୍ଥ୍ୟ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ ସହାୟତାରେ କରାଯିବ । ଛାତ୍ରଛାତ୍ରୀଙ୍କୁ ଗରମ ଏବଂ ସୁଷମ ଖାଦ୍ୟ ଦେବାକୁ ହଷ୍ଟେଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ଛାତ୍ରଛାତ୍ରୀ ବାହାରୁ ଖାଦ୍ୟ ମଗାଇ ଖାଇପାରିବେ ନାହିଁ ।

କୋଭିଡ୍ ପ୍ରୋଟୋକଲ ମାନି ହଷ୍ଟେଲରେ ଶାରିରୀକ ଦୂରତାକୁ ଧ୍ୟାନ ଦିଆଯିବ । ହଷ୍ଟେଲରେ ପର୍ଯ୍ୟାପ୍ତ ସ୍ଥାନ ନଥିଲେ ଅନ୍ୟ ଜାଗାରେ ରହିବା ବ୍ୟବସ୍ଥା କରାଯିବ । ଅନ୍ତେବାସୀଙ୍କ ବେଡ୍ ମଧ୍ୟରେ ଦୂରତା ରହିବ । ହଷ୍ଟେଲରେ ଅନ୍ୟ ସହ ଯଥାସମ୍ଭବ କମ୍ ମିଶିବେ । ଅନ୍ତେବାସୀଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପାଇଁ କାଉନସିଲର ରହିବେ । ସପ୍ତାହକୁ ଥରେ ମେଡିକାଲ ଟିମ୍ ରୋଷେଇ ଏବଂ ରହଣୀର ତଦାରଖ କରିବେ । ଖେଳ, ନାଚ, ଗୀତ ଆଦି ବନ୍ଦ ରହିବ । କୌଣସି ଛାତ୍ରଛାତ୍ରୀ ପାଠ୍ୟସାମଗ୍ରୀ, ମାସ୍କ, ପେନ୍ ଭଳି ଉପକରଣ ଅନ୍ୟ ସହ ଆଦାନ ପ୍ରଦାନ କରିବେ ନାହିଁ । ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଥିଲେ ହଷ୍ଟେଲରେ ୨୪ରୁ ୩୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ହ୍ୟୁମିଡିଟି ୪୦ରୁ ୭୦ ପ୍ରତିଶତ ରହିବ ।

ହଷ୍ଟେଲରେ ସାନିଟାଇଜର ରଖାଯିବ । ପ୍ରତିଦିନ ହଷ୍ଟେଲ ଓ ଶୌଚାଳୟ ସଫା କରାଯିବ । ହଷ୍ଟେଲ ଖୋଲିବା ପୂର୍ବରୁ ବିଶୁଦ୍ଧ ପାଣି, ବିଦ୍ୟୁତ୍ ବ୍ୟବସ୍ଥା ସହ ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯିବ । ବ୍ୟର୍ଜ୍ୟ ପରିଚାଲନା ପାଇଁ ଗାଇଡଲାଇନ୍ ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରତିଦିନ ହଷ୍ଟେଲ ରୋଷେୟାଙ୍କ ଥର୍ମାଲ୍ ସ୍କ୍ରିନିଂ ହଷ୍ଟେଲ ପ୍ରବେଶ ପୂର୍ବରୁ ହେବ । ରୋଷେୟା ସବୁବେଳେ ମାସ୍କ ପିନ୍ଧିବେ । ନିଆଁ ଜନିତ ଦୁର୍ଘଟଣା ରୋକିବାକୁ ସାନିଟାଇଜର ରୋଷେଇ ଶାଳରେ ବ୍ୟବହାର କରିବେ ନାହିଁ । କାଶିବା, ଛିଙ୍କିବା, ଶୌଚାଳୟ ଯିବା, ଫୋନରେ କଥାହେବା ପରେ ଅତିକମରେ ୪୦ ସେକେଣ୍ଡ ଯାଏ ହାତ ସଫା କରିବେ ।

ଅଭିନେତ୍ରୀ ବର୍ଷାଙ୍କ ସହ ଭଜନରେ ଝୁମିଲେ ଦିବ୍ୟାଙ୍ଗ

ଭୁବନେଶ୍ୱର: କିଛି ଦିନ ପୂର୍ବେ, କୋରାପୁଟ କୁଇ ସମାଜର ଝିଅ ନମିତାଙ୍କ ଗୀତ ଗଣମାଧ୍ୟମରେ ବହୁତ ଭାଇରାଲ ହୋଇଥିଲା। ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହା ପରେ ତାଙ୍କୁ ଡକରା ପଡ଼ିଥିଲା ସିଲଭର୍‌ ସିଟି କଟକରୁ। ସେଠାରେ ତାଙ୍କ କଣ୍ଠରେ ରେକର୍ଡିଂ ହେଲା କାଳିଆ ଭଜନ। ଆଉ ଏହି ଭଜନର ଏକ ନିଆରା ଭିଡିଓ ତିଆରି କରାଇଛନ୍ତି ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ। ଯାହାକି ଆସନ୍ତା କାଲି ବିଶ୍ୱ ବ୍ରେଲି ଦିବସ ଅବସରରେ ଲଞ୍ଚ ହେବ।

 

ଓଡିଶାର ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଓଡି ବାବା ମ୍ୟୁଜିକ ଷ୍ଟୁଡିଓଜର ପ୍ରଯୋଜନାରେ ନିର୍ମିତ ଏହି ଗୀତ ଟି ନିଶ୍ଚିତ ଭାବରେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଓ ଏସିଡ ପିଡୀତାଙ୍କ ମନରେ ଉତ୍ସାହ ଭରିଦେବ ବୋଲି ମତପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

୧୪ ବର୍ଷୀୟା ନମିତାଙ୍କ ଏହି ଭଜନର ଭିଡିଓରେ ଦେଖିବାକୁ ମିଳିବ ଓଲିଉଡ କ୍ୱିନ ବର୍ଷାଙ୍କୁ। ଭିଡିଓର ବିଶେଷତ୍ୱ ହେଉଛି ଏଥିରେ ଏସିଡ ପୀଡ଼ିତା ପ୍ରମୋଦିନି, ଦୁଷ୍ଟିବାଧିତ ଓ ଦିବ୍ୟାଙ୍ଗ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି। ଏହାର ଆଉ ଏକ ବିଶେଷତ୍ତୱ ହେଉଛି ଗୀତରେ ସମସ୍ତ କଳାକାର ସମ୍ବଲପୁରୀ ଫୋଷାକ ପରିଧାନ କରିଛନ୍ତି। ଏଥସହ ଓଡ଼ି ସଂସ୍କୃତି ଓ ପରମ୍ପରାର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଆସନ୍ତାକାଲି ଜାନୁଆରୀ ୪ ତାରିଖ ସୋମବାର, ସକାଳ ୮ଟା ବେଳେ ନନ୍ଦିଘୋଷ ଟିଭିରେ ଏହାକୁ ଲଞ୍ଚ କରାଯିବ।

ମ୍ୟୁଜିକ ସାଇନଟିଷ୍ଟ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନା ଏବଂ ଓଡ଼ିବାବା ବ୍ୟାନରରେ ପ୍ରଜୋଜିତ ଏହି ଗୀତର ଭିଡିଓରେ ସନ୍ଧ୍ୟାରାଣୀ, ଆଶା ବାହାଦୁର, ପୂର୍ଣ୍ଣିମା ରାଉତ, ପ୍ରମୋଦିନି ରାହୁଳ, ଦିପା ସାହା, ଭାସ୍କର ସାହା ପ୍ରଭୃତି ଅଭିନୟ କରିଛନ୍ତି। ଆଉ ଏଥିରେ ଗେଷ୍ଟ ଅପିୟରାନ୍ସ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଭିଡିଓକୁ କୋରିଓଗ୍ରାଫ କରିଛନ୍ତି ଦେବାଶୀଷ ସାହୁ। ଗୀତଟିର ଶବ୍ଦ ସଂଯୋଜନା କରିଛନ୍ତି ବିଜୟ ମଲ୍ଲ। ଆସନ୍ତା କାଲି ସକାଳ ୮ଟାରେ ନନ୍ଦିଘୋଷ ଟିଭିର ପ୍ରଣାମ ଓଡ଼ିଶା କାର୍ଯ୍ୟକ୍ରମରେ ବର୍ଷା ନିଜେ ଏହାକୁ ଲୋକାର୍ପିତ କରିବେ।

ହରିୟାଣା ସୀମା ଲଘିଂବାକୁ ଚାଷୀଙ୍କ ଉଦ୍ୟମ, ଅବରୋଧ ବେଳେ ପୋଲିସର ଗ୍ୟାସ ମାଡ

ଚଣ୍ଡୀଗଡ଼: ଆଲୋଚନା କରିବାକୁ ସରକାର ଧାର୍ଯ୍ୟ କରିଛନ୍ତି ସମୟ । ରାଜି ହୋଇଛି କୃଷକ ସଂଗଠନ । କେଇଟି ଘଣ୍ଟା ପରେ ଉଭୟ ପକ୍ଷ ମଧ୍ୟରେ ନୂତନ କୃଷି ଆଇନକୁ ନେଇ ବସିବ ବୈଠକ । ସେପଟେ ମାସରୁ ଅଧିକ ଦିନ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନ ସାହଜହାଁପୁରରେ ବ୍ୟାପକ କରିଛି ପ୍ରଦର୍ଶନ । ରାଜ୍ୟ ବାହାରକୁ ବାହାରୁଥିବା କୃଷକ ସଂଗଠନର ଏହି ବିକ୍ଷୋଭ ସମାବେଶକୁ ହରିୟାଣା ସୀମାରେ ଅଟକାଇଥିଲା ପୋଲିସ । ପରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଥିବା ସ୍ଥିତି ଥିଲା ଆୟତରେ ପରିଧି ବାହାରେ ।

ସୀମା ଆରପାରିକୁ ଯିବାକୁ ଚେଷ୍ଟିତ ଥିଲେ ଚାଷୀ, ଅବରୋଧ କରିବାକୁ ପ୍ରୟାସ କରୁଥିଲେ ପୋଲିସ । ଫଳରେ ହରିୟାଣା ବର୍ଡରରେ ଉଗ୍ର ରୂପ ନେଇଥିଲା ଏହି ବିକ୍ଷୋଭ । ସ୍ଥିତି ଏମିତି ହୋଇଥିଲା କି, ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଲାଠି ଚାର୍ଡ କରିବାକୁ ବାଧ୍ୟ ହୋଇଥିଲା ପୋଲିସ, ପରେ ଲୁହା ବିହା ଗ୍ୟାସ ମଧ୍ୟ ମାଡ କରିଥିଲା ହରିୟାଣା ପୋଲିସ । କୃଷକ- ପୋଲିସର ଏହି ଛକାପଞ୍ଝା ଭିତରେ ନାକେଦମ ହୋଇଥିଲା ସୁରକ୍ଷା ବାହିନୀ । ସେପଟେ ସୀମାରେ ଏହି ଘଟଣାକୁ ନେଇ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଠପ ହୋଇଯାଇଥିଲା ଯାନବାହନ ଚଳାଚଳ । ରାସ୍ତା ଉପରେ ଅଟକି ରହିଥିଲେ ଭାରି ଯାନ ଠାରୁ ଆରମ୍ଭ କରି ମଟରସାଇକେଲ ।

ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ପଦଯାତ୍ରା ଜାରି ରଖିଥିବା କୃଷକଙ୍କୁ ଶେଷରେ ଧାରକେଡ ନିକଟରେ ରୋକିବାରେ ସଫଳ ହୋଇଥିଲା ପୋଲିସ । ଏହା ପୂର୍ବରୁ ଗୁରୁବାର ମଧ୍ୟ ରାଜସ୍ଥାନର ଏକ କୃଷକ ସଂଗଠନ ଟ୍ରାକ୍ଟର ଯୋଗେ ହରିଆଣା ବର୍ଡରରେ ପ୍ରବେଶ କରିବା ସହ ଜବରଦସ୍ତି ଧସେଇ ପସିଥିଲେ । ଏପଟେ ରାଜ୍ୟର ଏହି ସଂଗଠନ ଦିଲ୍ଲୀ ଯିବାକୁ ତୟାରି ହେଉଥିବା ବେଳେ ସଜାଗ ରହିଥିଲା ରାଜ୍ୟ ପୋଲିସ ।

ହାର୍ଦ୍ଦିକ ଅପହରଣରେ ଟଙ୍କା କ୍ଲାଇମାକ୍ସ, ସାଢ଼େ ୭ ଲକ୍ଷ ମାଗିଥିଲେ ୮ ଅଭିଯୁକ୍ତ

ଗଜପତି: ଚର୍ଚ୍ଚିତ ୭ ବର୍ଷର ହାର୍ଦ୍ଦିକ ଅପହରଣ ଉପରୁ ପରଦା ଉଠାଇଲା ପୋଲିସ । ଗଜପତି ପୋଲିସ ହାର୍ଦ୍ଦିକ ଅପହରଣ ମାମଲାରେ ଜଣେ ନାବାଳକ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପହରଣ ପଛର କାରଣ ଟଙ୍କା ବୋଲି ସ୍ପଷ୍ଟ କରିଛି ପୋଲିସ । ବାପାଙ୍କ କାଜୁ ବ୍ୟବସାୟରୁ ପୁଅକୁ ଅପହରଣ ମାମଲାରେ ପୋଲିସ ହାତରେ ବଡ଼ ପ୍ରମାଣ ଲାଗିଥିବା ବେଳେ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Police Arrested 8 Accused In Hardhik Kidnapping Case Kashinagar

ମାମଲାରେ କାଶୀନଗର ପୋଲିସ ସ୍ଥାନୀୟ ଅଞ୍ଚଳର କର୍ମୀ ଚୈତନ୍ୟ, ଗୁନାପୁ କଲ୍ୟାଣ କୁମାର, ପ୍ରଶାନ୍ତ ଲିମା, ବିନୋଦ ଲିମା, ରବି ମାଛ, ଜାକୋବ ମିଶାଲ, ପୂର୍ଣ୍ଣ ଚନ୍ଦ୍ର ସୌରାଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ୨୦୦ ଟଙ୍କା, ଗୋଟିଏ କାର, ୫ଟି ବାଇକ ସହ ଏକାଧିକ ମୋବାଇଲ ଜବତ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ- ବାଇକରେ ଆସି ବାପାକୁ ଖୋଜୁଥିଲେ, ପୁଅକୁ ଉଠାଇ ନେଲେ

Police Arrested 8 Accused In Hardhik Kidnapping Case Kashinagar

ଗତ ଡିସେମ୍ବର ୧୬ ତାରିଖ ସନ୍ଧ୍ୟାରେ କାଶୀନଗରର ଜାମି ଗୋପୀଙ୍କ ପୁଅ ଘର ଆଗରେ ଖେଳୁଥିବା ବେଳେ ବାଇକରେ ଆସି ଦୁର୍ବୃତ୍ତ ଅପହରଣ କରି ନେଇଯାଇଥିଲେ । ପୂରା ଫିଲ୍ମ ଷ୍ଟାଇଲରେ ବାପା କେଉଁଠି ବୋଲି ପଚାରିବା ସହ ବାପାଙ୍କୁ ଦେଖାଇବାକୁ କହି ହାର୍ଦ୍ଦିକ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଆଉ ୧୮ ତାରିଖରେ ଘରଠାରୁ ୩ କିଲୋମିଟର ଦୂର କଇଠପଦରର ଜାମିଙ୍କ ନିର୍ମାଣାଧିନ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା ହାର୍ଦ୍ଦିକ । ପୋଲିସ ଏହି ମାମଲାରେ ଅପରାଧିକ ଗନ୍ଧ ବାରି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ।

Police Arrested 8 Accused In Hardhik Kidnapping Case Kashinagar

ଏଥିରେ ଗଜପତି ପୋଲିସକୁ ସଫଳତା ମିଳିଛି । ଗଜପତି ଏସପି ତପନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଥିଲା । ପୋଲିସ ଅପହରଣ ମାମଲା ଉପରୁ ପରଦା ହଟାଇଛି । ଅପରାଧୀ ପ୍ରଥମେ ହାର୍ଦ୍ଦିକର ମୁଣ୍ଡଜାମିନ ରଖି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ୭ ଲକ୍ଷ ୫୦ ହଜାର ଟଙ୍କାରେ ଡିଲ୍ ତୁଟିଥିଲା । ଜାମି ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ପୁଅକୁ ଅପହରଣ କରି ବାପାଙ୍କୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ଅପହରଣରେ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ଅପହରଣର ୪୦ ଘଣ୍ଟା ପରେ ମିଳିଲା ହାର୍ଦ୍ଦିକ, ନିର୍ମାଣାଧିନ ଘରୁ ଉଦ୍ଧାର କଲେ ସମ୍ପର୍କୀୟ