ଈଶ୍ୱର ବେହେରା ମାମଲାର ଆଜି ଚୂଡ଼ାନ୍ତ ରାୟ, ଗୁପ୍ତ ତଥ୍ୟ ପଡ଼ୋଶୀ ଦେଶକୁ ଦେଉଥିବା ଅଭିଯୋଗ

1 min read

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଈଶ୍ୱର ଚନ୍ଦ୍ର ବେହେରା ମାମଲାରେ ଗୁରୁବାର ଦିନ ଆସିବ ଚୂଡ଼ାନ୍ତ ରାୟ । ପୂର୍ବରୁ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ଦୌରା ଜଜ୍‌ କୋର୍ଟର ଏଡ଼ିଜେ-୧ରେ ରାୟ ପ୍ରକାଶ ପାଇବାକୁ ଯାଉଛି।

ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ଯୋଗାଇ ଦେଇଥିବା ଅଭିଯୋଗରେ ଚାନ୍ଦିପୁର ପୋଲିସ ଗତ ୨୦୧୪ ମସିହା ଡ଼ିସେମ୍ବର ୨୨ ତାରିଖରେ ଈଶ୍ୱର ବେହେରାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଈଶ୍ୱର ବେହେରା ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା । ଜାମିନ ଆବେଦନ ଖାରଜ ହେଇ ଯାଉଥିବାରୁ ଗତ ୭ ବର୍ଷ ଧରି ଈଶ୍ୱର ବିଚାରାଧୀନ କଏଦୀ ଭାବେ ବାଲେଶ୍ୱର ଜେଲ୍‌ରେ ଅଛନ୍ତି ।

ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଜଣେ ଠିକା କ୍ୟାମେରା ମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ ଈଶ୍ୱର । ଏହି ସମୟରେ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କିତ ତଥ୍ୟ ଶତ୍ରୁ ପକ୍ଷର ଜଣେ ଏଜେଣ୍ଟଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।

Leave a Reply