ବିଧାନସଭା ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

1 min read

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଫେବୃଆରୀ ୧୭ ତାରିଖରେ ବସିବ ଏହି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା , ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସର ବିଧାୟକ ଦଳର ନେତା ଉପସ୍ଥିତ ରହିବେ । ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା ।

ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ୨୦୨୧-୨୨ର ଆର୍ଥିକ ବର୍ଷର ରାଜ୍ୟ ବଜେଟ। ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି । ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବ ।

Budget 2021, How Much Will Get Odisha From Centre ?

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ ଆସିବାକୁ ଥିବାବେଳେ ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ରାଜ୍ୟର ବ୍ୟୟ ମଞ୍ଜୁର ବିଲ ଆଗତ ହେବ ।

ଦୁଇଟି ପର୍ଯ୍ୟାୟରେ ଚଳିତବର୍ଷ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁୟାରୀ ୧୮ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରଲ ୯ ପର୍ଯ୍ୟନ୍ତ ଚାଲିବା ନେଇ ଦିନ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୧୮ରେ ବଜେଟ ଆରମ୍ଭ ହେବା ସହ ମାର୍ଚ୍ଚ ୩୧ରେ ବିଧାନସଭାରେ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ୍ ଆଗତ ହେବ ।

Leave a Reply