କରୋନା ଭୂତାଣୁ ପ୍ରତିହତ କରିବାରେ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ

1 min read

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟାପକ ବ୍ୟବହାର ପାଇଁ ଅନୁମତି ମିଳିଛି। ଅକ୍ସଫୋର୍ଡ ଟିକା କୋଭିସିଲ୍ଡ କରୋନା ଭୂତାଣୁ ପ୍ରତିହତ କରିବା କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ତେଣୁ ଏହାର ବ୍ୟାପକ ବ୍ୟବହାର କରିବାକୁ ଅନୁମତି ଦେଇଛି WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। କରୋନାର ସାଉଥ୍ ଆଫ୍ରିକା ଷ୍ଟ୍ରେନ ଉପରେ କୋଭିସିଲ୍ଡର ପ୍ରଭାବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ଏହାକୁ ସୁରକ୍ଷିତ ଓ ପ୍ରଭାବଶାଳୀ ଦର୍ଶାଇଛନ୍ତି ।

ଏହାସହ ଯେଉଁ ଯେଉଁ ଦେଶରେ ସାଉଥ୍ ଆଫ୍ରିକା ଷ୍ଟ୍ରେନ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି, ସେଠାରେ କୋଭିସିଲ୍ଡକୁ ବହୁଳ ବ୍ୟବହାର କରାଯିବା ଆବଶ୍ୟକ । ଏହାଛଡ଼ା ଏହି ଟିକା ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବଶାଳୀ ବୋଲି ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ ଅଫ୍ଏକ୍ସଫର୍ଟ୍ସ ଅନ୍ ଇମୁନାଇଜେଶନ ପକ୍ଷରୁ କୁହାଯାଇଛି ।

Oxford's Covishield gets emergency use approval in India

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୭ ତାରିଖରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଥିବା ଏହି ଟିକା  ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରକାଶ କରିଥିଲା। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କହିବା ମୁତାବକ, କୋଭିସିଲ୍ଡ ଟିକା କରୋନାର ମୂଳ ଭୂତାଣୁ ଓ ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ସମାନ ଭାବେ ପ୍ରଭାବଶାଳୀ। ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ ଟିକା ସକ୍ଷମ ବୋଲି ଟିକା ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ପୋଲାର୍ଡ ସୂଚନା ଦେଇଥିଲେ।

ଅନ୍ୟପଟେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ କେତେ ପ୍ରଭାବଶାଳୀ ଜାଣିବାକୁ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଥିଲେ।

Leave a Reply