spot_img
Home Blog Page 6150

କଟକ ମାହାଙ୍ଗାରେ ଡବଲ ମର୍ଡର ଘଟଣା: ୪ଜଣଙ୍କୁ ଗିରଫ କଲା ମାହାଙ୍ଗା ପୋଲିସ

କଟକ: କଟକ ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସିବାରେ ଲାଗିଛି ବିଭିନ୍ନ ପ୍ରକାରର ପ୍ରତିକ୍ରିୟ । ତେବେ ପରିବାର ଲୋକଙ୍କ ସଠିକ୍‌ ଅଭିଯୋଗ ପାଇଁ ଦାବି କରିଥିଲେ । ପରିବାର ଲୋକଙ୍କର ଅଭିଯୋଗ ପରେ ଗ୍ରାମାଞ୍ଚଳ ଏସ୍‌ପିଙ୍କ ଦ୍ୱାରା ତ୍ୱରିତ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ୪ଜଣଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ । ୪ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଛି ।

ଗତକାଲି ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ।

କଟକ ଗ୍ରାମାଞ୍ଚଳ ପୋଲିସ ନେତୃତ୍ବରେ ୫ଟି ଟିମ୍ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛର କାରଣ ଓ ତଦନ୍ତ ଅଗ୍ରଗତି ସଂପର୍କରେ ପ୍ରେସମିଟ୍‌ରେ ସବିଶେଷ ସୂଚନା ଦିଆଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି । ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ଏକ ବାଇକରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦ରୁ ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ।

ଅଜଣା ଜନ୍ତୁକୁ ଠାବ କରିବା ପାଇଁ ଜଙ୍ଗଲରେ ଲାଗିଲା ସିସିଟିଭି, ପାଦ ଚିହ୍ନ ଚିହ୍ନଟ ପାଇଁ ପଡ଼ିଲା ବାଲି

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆତଙ୍କ ଘଟଣା। ଅଭିଯୋଗ ପରେ ଅଜଣା ଜନ୍ତୁଙ୍କୁ ଚିହ୍ନଟ ସହ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗତ ତିନି ଦିନରେ ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗ୍ରାମର ଦୁଇଟି ଗାଈ ଓ ୧୫ଟି ଛେଳିର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୨୨ଟି ଛେଳି ନିଖୋଜ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜନ୍ତୁକୁ ଠାବ କରିବା ପାଇଁ ଜଙ୍ଗଲରେ ତିନଟି ସିସିଟିଭି ଲଗାଯାଇଥିବା ବେଳେ ପାଦ ଚିହ୍ନ ଚିହ୍ନଟ କରିବା ପାଇଁ ବାଲି ପକାଯାଇଛି। ଅଜଣା ଜନ୍ତୁ ଚିହ୍ନଟ ହୋଇନଥିଲେ ମଧ୍ୟ ଚିତା ବାଘ ନେଇ ସନ୍ଦେହ କରାଯାଉଥିବା ଦେବଗଡ ଡିଏଫଓ ସୂଚନା ଦେଇଛନ୍ତି। ସେପଟେ ଅଜଣା ଜନ୍ତୁଙ୍କୁ ଧରିବା ସହ ମରିଥିବା ଗାଈ ଓ ଛେଳି ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଅଧୁରା କାର୍ଯ୍ୟ ହେବ ପୂରା, ଜାଣନ୍ତୁ ଆଜିର ରାଶିଫଳ

ଆଜିର ପଞ୍ଚାଙ୍ଗ

ପୌଷ ମାସ କୃଷ୍ଣପକ୍ଷ,ସପ୍ତମୀ ତିଥି  । ଧନୁ ୨୨ ଦିନ,ଉତ୍ତରଭାଦ୍ର ନକ୍ଷତ୍ର ସନ୍ଧ୍ୟା ୬ଟା ୨୩ ପର୍ଯ୍ୟନ୍ତ  । ଏହା ପରେ ହସ୍ତା ନକ୍ଷତ୍ର ଆରମ୍ଭ ହେବ  । ସୂର୍ଯ୍ୟ ଧନୁ ରାଶିରେ ଏବଂ ଚନ୍ଦ୍ର କନ୍ୟା ରାଶିରେ ରହିବେ  । ଯୋଗିନୀ ବାୟବ୍ୟରେ ରହିବେ ସନ୍ଧ୍ୟା ୪ଟା ୦୭ ପରେ ଐଶାନ୍ୟକୁ ଯିବେ  ।

ଶୁଭ ସମୟ- ଦିନ ୧୦ଟା ୦୪ ରୁ ଦିନ ୧୦ଟା ୪୭  । ସନ୍ଧ୍ୟା ୭ଟା ୫୯ ରୁ ରାତି ୧୧ଟା ୨୩ ମଧ୍ୟରେ  । ଅଶୁଭ ସମୟ- ଦିନ ୨ଟା ୩୬ ରୁ ଦିନ ୩ଟା ୫୮ ମଧ୍ୟରେ  । ଆଜି ମୃତେ ୩ ପାଦ ପୁଷ୍କର ଦୋଷ ଲାଗୁଛି ସନ୍ଧ୍ୟା ୬ଟା ୨୩ ପର୍ଯ୍ୟନ୍ତ ରହିଛି  । ଭୂମି,ଅନ୍ନ,ତିଳକାଞ୍ଚନ ଦାନ କରନ୍ତୁ  ।

ମେଷ-

ଅଶ୍ୱିନୀ ନକ୍ଷତ୍ର – ଅଧୁରା କାର୍ଯ୍ୟ ନିଶ୍ଚିତ ଭାବରେ ପୁରା ହୋଇଯିବ  ।

ଦ୍ୱିଜା ନକ୍ଷତ୍ର-ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ  ।

କୃତ୍ତିକା ନକ୍ଷତ୍ର- ଆର୍ଥିକ ଓ ମାଙ୍ଗଳିକ କାର୍ଯ୍ୟକୁ ନେଇ ଶୁଭ ସୂଚନା ପାଇବେ  ।

ଗଙ୍ଗାଜଳରେ କର୍ପୂର ମିଶାଇ ନିଜ ଉପରେ ଛିଞ୍ଚି ଦିଅନ୍ତୁ  ।

ବୃଷ-

କୃତ୍ତିକା ନକ୍ଷତ୍ର- ବନ୍ଧୁ ପରିଜନଙ୍କ ସହିତ ମତାନ୍ତର ଯୋଗୁ ସୁଖ ହାନୀ ଘଟିବ  ।

ରୋହିଣୀ ନକ୍ଷତ୍ର- ନିଜ ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା,ସମ୍ମାନ ପାଇଁ ଅତି ଖୁସି ରହିବେ  ।

ମୃଗଶିରା ନକ୍ଷତ୍ର- ପିଲାଙ୍କ ଚିନ୍ତା ଯୋଗୁ ସୁଖହାନୀ,ପରିବାରରେ ଅସନ୍ତୋଷ ଦେଖା ଦେବ  ।

ପକ୍ଷୀମାନଙ୍କୁ ଖାଦ୍ୟପାଣି ରଖନ୍ତୁ  ।

ମିଥୁନ-

ମୃଗଶିରା ନକ୍ଷତ୍ର- ବଡଭଉଣୀଙ୍କ ସହ ମତାନ୍ତର ହୋଇପାରେ, ସତର୍କ ରୁହନ୍ତୁ  ।

ଆର୍ଦ୍ରା ନକ୍ଷତ୍ର- ପୂଜାର୍ଚ୍ଚନାରେ ସମୟ କଟିବ  ।

ପୁନର୍ବସୁ ନକ୍ଷତ୍ର-ବନ୍ଧୁ କିମ୍ବା ଭାଇ,ଭଉଣୀଙ୍କ ସହ ମତାନ୍ତର ହୋଇପାରେ  ।

ମା’ଙ୍କ ମନ୍ଦିରରେ ଦୁବ,ନାଲି ମନ୍ଦାର ଅର୍ପଣ କରନ୍ତୁ  ।

କର୍କଟ-

ପୁନର୍ବସୁ ନକ୍ଷତ୍ର- ବ୍ୟବସାୟୀମାନଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇପାରେ  ।

ପୁଷ୍ୟା ନକ୍ଷତ୍ର- ଯେ କୌଣସି କ୍ଷେତ୍ରରେ ଅର୍ଥ ଲଗାଇଲେ ବି ଲାଭ ପାଇବେ  ।

ଅଶ୍ଲେଷା ନକ୍ଷତ୍ର- ଧନ ଲାଭ, ସମ୍ମାନ ସହ କର୍ମକ୍ଷେତ୍ରରେ ଉନ୍ନତି ହେବ  ।

ଘରେ ନିଜ ମା’ଙ୍କୁ ପ୍ରଣାମ କରି ଦହି ଖାଇବାକୁ ଦିଅନ୍ତୁ  ।

ସିଂହ-

ମଘା ନକ୍ଷତ୍ର- କୌଣସି ବନ୍ଧୁଙ୍କ ଯୋଗୁ ଅସୁବିଧାରେ ପଡିପାରନ୍ତି  ।

ପୂର୍ବାଫାଲଗୁନି ନକ୍ଷତ୍ର- ଦିନଟି ଭଲ ରହିବ, ସବୁ କାର୍ଯ୍ୟରେ ସଫଳ ରହିବେ  ।

ଉତ୍ତରାଫାଲଗୁନି ନକ୍ଷତ୍ର- କୌଣସି କଥାକୁ ନେଇ ବାପାଙ୍କ ସହ ମତାନ୍ତର ହୋଇପାରେ  ।

ସୂର୍ଯ୍ୟଦେବଙ୍କର ବୀଜ ମନ୍ତ୍ର ପାଠ କରି ତମ୍ବାପାତ୍ରରେ ଜଳ ଦାନ କରନ୍ତୁ  ।

କନ୍ୟା-

ଉତ୍ତରାଫାଲଗୁନି- ଦିନଟି ମଧ୍ୟ ରହିବ, କୌଣସି ଦ୍ରବ୍ୟ ହଜିଯାଇପାରେ  ।

ହସ୍ତା- ଉଭୟ ପୁରୁଷ,ମହିଳାମାନଙ୍କ ପାଇଁ ଦିନଟି ଭଲ ରହିବ  ।

ଚିତ୍ରା- ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ  ।

ସବୁଜ ରଙ୍ଗର ଯେ କୌଣସି ଦ୍ରବ୍ୟ ବ୍ୟବହାର କରନ୍ତୁ  ।

ତୁଳା-

ଚିତ୍ରା ନକ୍ଷତ୍ର- ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ  ।

ସ୍ୱାତୀ ନକ୍ଷତ୍ର- ଆୟ ଯେତିକି ବ୍ୟୟ ମଧ୍ୟ ସେତିକି ରହିବ, ପରିବାରରେ ଶାନ୍ତି ରହିବ  ।

ବିଶାଖା ନକ୍ଷତ୍ର- ଭାଇ କିମ୍ବା ଗୁରୁଜନଙ୍କ ସହ ମତାନ୍ତର ହୋଇପାରେ  ।

ଘରେ ଆଜି କିଛି କର୍ପୂର ଆଳତି କରନ୍ତୁ  ।

ବିଛା-

ବିଶାଖା ନକ୍ଷତ୍ର- ବାହାରକୁ ଗଲେ ଯାନବାହନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ  ।

ଅନୁରାଧା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ  ।

ଜ୍ୟୋଷ୍ଠା ନକ୍ଷତ୍ର- ଧନ ଲାଭ, ବନ୍ଧୁ ମିଳନ ହୋଇପାରେ  ।

ଆଜି କେଶରର ତିଳକ ଲଗାଇ ଘରୁ ବାହାରିବେ  ।

ଧନୁ-

ମୂଳା ନକ୍ଷତ୍ର- କୌଣସି ବନ୍ଧୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଅପମାନ ପାଇପାରନ୍ତି  ।

ପୂର୍ବାଷାଢା ନକ୍ଷତ୍ର-ପରିବାର ଏବଂ କର୍ମ କ୍ଷେତ୍ରରେ ନିଜର ପରିଶ୍ରମ ଯୋଗୁ ମାନ,ସମ୍ମାନ ପାଇବେ  ।

ଉତ୍ତରାଷାଢା ନକ୍ଷତ୍ର- ସାମାନ୍ୟ କଥା ଆପଣଙ୍କୁ ଅପମାନତି କରାଇପାରେ  ।

ନିଜ ଘର ସମ୍ମୁଖରେ ହଳଦୀ,ଅଟାରେ ସ୍ବସ୍ଥିକ ଚିହ୍ନ ଆଙ୍କନ୍ତୁ  ।

ମକର-

ଉତ୍ତରାଷାଢା ନକ୍ଷତ୍ର- ମନ ଖରାପ ଯୋଗୁ ଦିନଟି ଖରାପରେ କଟିବ  ।

ଶ୍ରବଣା ନକ୍ଷତ୍ର ବହୁ ଦିନରୁ ଚିନ୍ତା କରିଥିବା କାମରେ ସଫଳତା ପାଇବେ  ।

ଧନିଷ୍ଠା ନକ୍ଷତ୍ର – ନିଜର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ  ।

କଳାରାଶି ଓ ଗୁଡ ମିଶାଇ ଓସ୍ତଗଛ ମୂଳରେ ଅର୍ପଣ କରନ୍ତୁ  ।

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- କଠିନ ପରିଶ୍ରମ କରିଲେ ବି ସଫଳତା ମିଳିବ ନାହିଁ  ।

ଶତଭିଷା ନକ୍ଷତ୍ର- କର୍ମକ୍ଷେତ୍ରରେ ଥିବା ବ୍ୟକ୍ତି ଓ ଗୃହିଣୀମାନେ ନିଜ କ୍ଷେତ୍ରରେ ପ୍ରଶଂସା ପାଇବେ  ।

ପୂର୍ବଭାଦ୍ର ନକ୍ଷତ୍ର- ଅର୍ଥଜନିତ ସମସ୍ୟା ଯୋଗୁ ଚିନ୍ତାରେ ରହିବେ  ।

ବଳଦକୁ ବିରିଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ  ।

ମୀନ-

ପୂର୍ବଭାଦ୍ର ନକ୍ଷତ୍ର- କୌଣସି ଅଘଟଣ ଯୋଗୁ ଅଣ୍ଟାରେ ଆଘାତ ଲାଗିପାରେ  ।

ଉତ୍ତରଭାଦ୍ର ନକ୍ଷତ୍ର- ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ  ।

ରେବତୀ ନକ୍ଷତ୍ର- ବଡଭାଇଙ୍କର ସହଯୋଗରେ ନିଶ୍ଚୟ ସଫଳତା ପାଇବେ  ।

କୁଆ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ  ।

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

 

ନିଆଁ ପୁଇଁଲେ ମଧ୍ୟ ଗରମ ଧରୁନି ହାତ ପାପୁଲି, ରାଜ୍ୟରେ ମଞ୍ଜ ଥରାଉଛି ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ପୁରା ଓଡ଼ିଶା। ଜ୍ୟାକେଟ୍‌ ପକେଟରୁ ହାତ ବାହାରିବା ପାଇଁ ଅମଙ୍ଗ ହେଉଛି। ଏଭଳି ଶୀତରେ ବୟସ୍କ ଲୋକେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। ତେବେ ଏମିତି ସ୍ଥିତି ଆଗକୁ ଜାରିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ସୂଚନା ମିଳିଛି।

ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଦ, କୋରାପୁଟ, ପୁରୀ, ମାଲକାନଗିରି, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଝାରସୁଡାରେ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ତେବେ ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସକାଳୁ କୁହୁଡି ସାଙ୍ଗକୁ ଶୀତ ଜାରି ରହିବ ବୋଲ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଉତ୍ତର-ପଶ୍ଚିମ ଭାରତରେ ଘୂର୍ଣ୍ଣିବଳୟ ହେତୁ ଉତ୍ତରା ଥଣ୍ଡା ପବନ ଗୁଜରାଟ ଆଡ଼କୁ ବହୁଛି। କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପବଳୟକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ବହୁଛି। ଫଳତଃ ଓଡ଼ିଶା ସଂଲଗ୍ନ ଉତ୍ତର ଓ ପଶ୍ଚିମରେ ଥିବା ରାଜ୍ୟମାନଙ୍କରେ ଥଣ୍ଡା କମିଛି। ଓଡ଼ିଶାକୁ ମଧ୍ୟ ଆସନ୍ତାକାଲିଠାରୁ ବଙ୍ଗୋପସାଗରୀୟ ପବନ ଗୁରୁଚାପବଳୟ ଦେଇ ପ୍ରବାହିତ ହେବା ଯୋଗୁଁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ବୋଲି ଡ. ପଶୁପାଳକ କହିଛନ୍ତି।

ପରୀ ହତ୍ୟା ଘଟଣା: ନାରକୀୟ କାଣ୍ଡର ସତ କହିବ ନାର୍କୋ ଟେଷ୍ଟ

ଭୁବନେଶ୍ୱର: ଆଇନ ପଞ୍ଝାରୁ ଖସି ପାରିବନି ପରୀ ହତ୍ୟା ଅଭିଯୁକ୍ତ। ସରୋଜର ନାର୍କୋଟେଷ୍ଟ ପାଇଁ କୋର୍ଟରେ ଏସ୍‌ଆଇଟିର ଆବେଦନ ଉପରେ ଆଜି ହେବ ଶୁଣାଣି। ଗତକାଲି ସରୋଜ କୋର୍ଟରେ ହାଜର ହୋଇଥିଲା । ତେବେ ଆଜି କୋର୍ଟ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି। କେତେ ମିଛ ଓ ସତ କହୁଛି ସରୋଜ ସେଠୀ ? କେତେ ଶୁଣାଉଛି ମନଗଢ଼ା ଗପ ? ଏସବୁର ଟେର୍ ପାଇବାକୁ ସରୋଜର ହେବ ନାର୍କୋ ଆନାଲିସିସ ଟେଷ୍ଟ।

ଏଥିପାଇଁ  ନୟାଗଡ଼ ପୋକ୍ସୋ କୋର୍ଟରେ ଏସ୍‌ଆଇଟି ଆବେଦନ କରିଛି। ସେପଟେ କୋର୍ଟ ମାନୁଆଲ ଅନୁସାରେ ଗିରଫର ୧୪ ଦିନ ପରେ କଡ଼ା ସୁରକ୍ଷା ଭିତରେ ସରୋଜକୁ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପରେ ସାମ୍ନାକୁ ଆସିଥିଲା ସରୋଜର ରାକ୍ଷସ ରୂପ। ତାକୁ ଗିରଫ ପରେ ଗତ ୨୪ ତାରିଖରେ ନିଜେ କରିଥିବା ବର୍ବର କାଣ୍ଡର ସିନ୍ ରିକ୍ରିଏଟ କରି ଦେଖାଇସାରିଛି ସରୋଜ।

Jadupur Villagers Alleged BJP Doing Politics On Pari Case

ପରୀକୁ ହତ୍ୟା କରିବାରେ ବ୍ୟବହୃତ ଗାମୁଛାକୁ ଏସଆଇଟି ଜବତ କରିଛି। ଏହା ସହିତ ପୋଖରିରୁ ମିଳିଛି ପରୀର ଲେଗିଙ୍ଗ୍‌ସ। ସରୋଜ ନିଜର ପାପ ମାନିଥିବା ବେଳେ ଅଧିକ ପ୍ରମାଣ ପାଇଁ ନାର୍କୋଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି ଏସ୍‌ଆଇଟି।

ଗାଜିଆବାଦ ଶ୍ମଶାନଘାଟ ଦୁର୍ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଠିକାଦର

ଲକ୍ଷ୍ନୌ: ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଘଟିଥିବା ଶ୍ମଶାନ ଭୁଶୁଡିବା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ । ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ବିରୋଧରେ ଅଭିଯୋଗ ଆସିଥିଲେ ମଧ୍ୟ ଫେରାର ଥିଲା ଦଲାଲ ଅଭିଯୁକ୍ତ । ସେପଟେ ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତ ଭୁଶୁଡିପଡିଛି । ଫଳରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଇଓ, ଇଂଜିନିୟର ଏବଂ ସୁପରଭାଇଜରକୁ ଗିରଫ କରାଯାଇଥିଲେ । ସୋମାବାର ମଧ୍ୟ ରାତ୍ରିରେ ମୁଖ୍ୟ ଅଭିଯୁକ୍ତ ଅଜୟ ତ୍ୟାଗୀକୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଧାରା ୩୦୪, ୩୩୭,୩୩୮,୪୨୭ ଏବଂ ୪୦୯ ରୁଜୁ କରାଯାଇଛି ।

ସେପଟେ ଘଟଣାଘଟିବା ଦିନ ପୋଲିସ ତିନିଜଣଙ୍କୁ ଗିରଫ କରିଥିଲା । କିନ୍ତୁ ଫେରାର ରହିଥିଲା ମୁଖ୍ୟ ଅଭିଯୁକ୍ତ ତଥା ଠିକାଦାର ଅଜୟ ତ୍ୟାଗୀ । ପୋଲିସ ଧରିବା ପାଇଁ ୨୫ ହଜାର ଟଙ୍କରା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ରବିବାର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଦାହ କରିବାକୁ ସମ୍ପର୍କୀୟ ଯାଇଥିବାବେଳେ ପ୍ରବଳ ବର୍ଷା ହୋଇଥିଲା । ପରେ ସମସ୍ତେ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଛାତ ଭୁଷୁଡିପଡିଥିଲା । ଫଳରେ ୨୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଉଡ଼ା ଅତିଥିଙ୍କୁ ହାତଠାରି ସ୍ୱାଗତ କରିଛି ବିସ୍ତୀର୍ଣ୍ଣ ଚିଲିକା, ଆରମ୍ଭ ହେଲା ପକ୍ଷୀ ଗଣନା

ଖୋର୍ଦ୍ଧା: ଶୀତ ଆସିଲେ ନିଳାମ୍ବୁ ଚିଲିକା ପକ୍ଷୀ ମାନଙ୍କର ଆଢ଼ୁଆଳରେ ସଜେଇ ହୁଏ। କିଚିରି ମିଚିରି ଶବ୍ଦରେ ଲୁଚିଯାଏ ଚିଲିକାର କୁଳୁକୁଳୁ ଶବ୍ଦ। କାରଣ ଚିଲିକାର ଥଣ୍ଡା ଅନ୍ଧାର ହାତଠାରି ସ୍ୱାଗତ କରିବା ପରେ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ। ତେବେ ଏମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଦେଶରୁ ପ୍ରତି ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ।

ଏହି ଆଧାରରେ ସକାଳ ୬ଟା ଠାରୁ  ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟ  ମଧ୍ୟ୍ୟାହ୍ନ  ୧୨ଟା ପର୍ଯ୍ୟନ୍ତ ଚାଲିବ। ଗଣନା କାର୍ଯ୍ୟରେ  ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା  କାର୍ଯ୍ୟ କରୁଛନ୍ତି । ଚିଲିକାର ଟାଙ୍ଗୀ, ସାତପଡ଼ା, ନୂଆପଡା, ରମ୍ଭା, ବାଲୁଗାଁ, ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।

କୋଭାକ୍ସିନର ନିରାପଦକୁ ନେଇ ବିରୋଧିଙ୍କ ପ୍ରଶ୍ନ, ୨୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଲେ କମ୍ପାନୀ ମୁଖ୍ୟ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଭାରତକୁ ମିଳିଛି ଆସ୍ୱସ୍ତି । ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ । କିନ୍ତୁ ଏହାକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବାବେଳେ ଟିକାର ପରିଣାମକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛନ୍ତି ବିରୋଧି ରାଜନୈତିକ ଦଳ । ଏପରିସ୍ଥଳେ ମୁହଁ ଖୋଲିଛନ୍ତି କମ୍ପାନୀ ମୁଖ୍ୟ କୃଷ୍ଣା ଏଲ୍ଲା ।

ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା କହିଛନ୍ତି, କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ । ଏହା କେବଳ ଭାରତରେ ବ୍ୟବହାର ହେଉନାହିଁ । ବଂର ଏହା ସହିତ ବିଶ୍ୱର ୧୨ଟି ଦେଶରେ କମ୍ପାନୀ ଟିକା ପରୀକ୍ଷା କରିଛି । ପାକିସ୍ତାନ, ନେପାଳ, ବାଲାଂଦେଶ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହାଦର କ୍ଲିନିକାଲ ଟ୍ରାଏଲ କରାଯାଇଛି ।

ରବିବାର ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କିନ୍ତୁ ବଡକଥା ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଟିକା କୋଭିସିଲ୍ଡର ବ୍ୟବହାରକୁ ନେଇ କେହି ପ୍ରଶ୍ନ କରିନାହାଁନ୍ତି । କିନ୍ତୁ ଭାରତୀୟ କମ୍ପାନୀ କୋଭାକ୍ସିନକୁନେଇ ପ୍ରଶ୍ନ କରିଛନ୍ତି ବିପକ୍ଷ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ।

ଏହି ସମସ୍ତ ଘଟଣାକୁ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି କମ୍ପାନୀ ନିର୍ଦେଶକ । ସେ କହିଛନ୍ତି ଏହାକୁ ନେଇ ରାଜନୀତି ନହେଉ । କମ୍ପାନୀ ପ୍ରସ୍ତୁତ କରିଥିବା ଟିକାକୁ ଜରୁରୀକାଳୀନ ପରିକ୍ଷଣ ପାଇଁ ଅନୁମତି ମିଳିଛି । ଏହାର କୈଣସି ପାର୍ଶ୍ୱପ୍ରତିକ୍ରିୟା ଘଟିବ ନାହିଁ । ୨୦୦ ପ୍ରତିଶତ ଗ୍ୟାରେଣ୍ଟି କମ୍ପାନୀ ଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାଓଟେକ୍ ମୁଖ୍ୟ ।

ସବୁ ପିଜୁଳି ଖାଇଦେଲ ବୋଲି ନାତୁଣୀ କହିବାରୁ ଏସିଡ୍ ପିଇଦେଲେ ଜେଜେମାଆ

ଇନ୍ଦୋର: ରାଗ, ଋଷା ସମସ୍ତଙ୍କ ମନରେ ଥାଏ । ହେଲେ ୫ ବର୍ଷର କୌଣସି କଅଁଳ ଛୁଆ କେବେ ରାଗରେ କିଛି କହିନଥାଏ । କାରଣ ବାଳୁତ ପାଟିରେ ବାଟୁଳି ବାଜି ନଥାଏ । ମନକୁ ଯାହା ଆସେ କହିଦିଏ ୫ ବର୍ଷର ଛୁଆ । ହେଲେ ୫ ବର୍ଷର ଛୁଆର କଥାରେ ୭୫ ବର୍ଷୀୟ ବୟସ୍କ କେବେ ଏସିଡ୍ ପିଇ ଦେବ । ଏ କଥା ହୁଏତ କେହି ଭାବି ନଥିବେ । ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଯେଉଁଠି ୭୫ ବର୍ଷର ମହିଳା ଏସିଡ୍ ପିଇ ଦେଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ୫ ବର୍ଷର କଅଁଳ ନାତୁଣୀର କଥାରେ ଅରାଜି ଥିବା ଜେଜେମାଆ ରାଗରେ ଏସିଡ୍ ପିଇ ଦେଇଥିଲେ ।

Grand Daughter Says You Eaten All Gauva, Grand Mother Drinked Acid In Indore

ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ ୫ ବର୍ଷର ନାତୁଣୀ କଥାରେ ରାଗି ଯାଇଥିଲେ । ନାତୁଣୀ କହିଥିଲା, ଜେଜମାଆ ତୁମେ ଗଛରୁ ସବୁ ପିଜୁଳି ଖାଇ ଦେଇଛି । ଏହି କଥା ବୃଦ୍ଧା ଜଣଙ୍କୁ ବହୁତ ବାଧି ଥିଲା । ଆଉ ରାଗରେ ଏସିଡ୍ ପିଇ ଦେଇଥିଲେ ବୃଦ୍ଧା ଜଣଙ୍କ । ବେଟମା ପୋଲିସ ମାମଲାର ତଦନ୍ତ କରୁଛି ।

ମୃତ ମହିଳାଙ୍କ ପୁଅ କୈଳାଶ କୁଶବାହ କହିଛନ୍ତି- ମୋ ୫ ବର୍ଷର ଝିଅ ମୋ ମାଆକୁ ସବୁ ପିଜୁଳି ଖାଇ ଦେଇଥିବା କହିଥିଲା । କେବେଳ ଏତିକି କଥାରେ ଅରାଜି ହୋଇ ପଡ଼ିଥିଲେ ମାଆ । ଏସିଡ୍ ପିଇଦେବା ସହ କହିଥିଲେ ମୁଁ ସବୁ ପିଜୁଳି ଏକୁଟିଆ ଖାଇନାହିଁ । ଛୋଟ ଛୁଆ ମଧ୍ୟ ମୋତେ ଉପହାସ କରୁଛନ୍ତି ।

ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ବେଟମା ପୋଲିସ୍ ଇନୁସାରେ ମୃତ ମହିଳା ଜଣଙ୍କ ୭୫ ବର୍ଷୀୟା ମୀରା ବାଇ । ଯିଏ କି ବେଟମାର ମନ୍ତ୍ରୀ ନଗରରେ ରୁହନ୍ତି । ୫ ବର୍ଷର ଛୁଆ ଜେଜେମାଆଙ୍କୁ ପିଜୁଳି ଖାଇଥିବା କହିଥିଲା । ଏଥିରେ ଅରାଜି ଥିବା ବୃଦ୍ଧା ଏସିଡ୍ ପିଇ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ, ଟପ-୧ରେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୧୯ ସିଭିଲ ସର୍ଭିସ ପରୀକ୍ଷା ରାଙ୍କ । ୮୯ ପରୀକ୍ଷାର୍ଥୀଙ୍କ ତାଲିକା ୟୁପିଏସସି ୱେବସାଇଟରେ ପ୍ରକାଶ ପାଇଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ଅଛନ୍ତି ହର୍ଷବର୍ଦ୍ଧନ ସିଂ ଏବଂ ଦ୍ୱିତୀୟ ସ୍ଥନରେ ରହିଛନ୍ତି ବିନିତ ରଞ୍ଜନ ।

ସେହିପରି ତୃତୀୟ ସ୍ଥାନରେ ମହମ୍ମଦ ୟାକୁବ ଏବଂ ପଞ୍ଚମ ସ୍ଥାନରେ ଶ୍ରେୟା ତ୍ୟାଗୀ ରହିଛନ୍ତି । ଗତବର୍ଷ ଅଗଷ୍ଟ ୮ ତାରିଖରେ ୮୨୯ ଜଣଙ୍କ ରାଙ୍କ ପ୍ରକାଶ ପାଇଥିଲା । ଆଜି ୮୯ ଜଣଙ୍କ ତାଲିକା ୟୁପିଏସସି ୱେବସାଇଟରେ ପ୍ରକାଶ ପାଇଛି ।