ମାଓବାଦୀଙ୍କ ଯୋଜନା ପଣ୍ଡ, ୪୦ କିଲୋ ଆଇଇଡି ନିଷ୍କ୍ରିୟ କଲେ ସିଆର୍‌ପିଏଫ୍

1 min read

ରାଞ୍ଚି: ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ । ଯବାନଙ୍କ କ୍ଷତି ଘଟାଇବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର । କମ୍ବିଂ କରୁଥିବା ରାସ୍ତାରେ ବିସ୍ଫୋରଣ ଘଟାଇବାର ଯୋଜନା ରଚିଛନ୍ତି ମାଓବାଦୀ । ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ଏମିତି କିଛି ଘଟଣା ଘଟାଇବାକୁ ଚାଲ ରଚିଥିଲେ ମାଓବାଦୀ । କିନ୍ତୁ କିଛି ଘଟିବା ପୂର୍ବରୁ ଷଡଯନ୍ତ୍ରର ଗନ୍ଧ ବାରି ପାରିବାରେ ସକ୍ଷମ ହୋଇଥିଲେ ସିଆର୍‌ପିଏଫ୍ ।

ସୂଚନା ମୁତାବକ ନବନିର୍ମିତ ଚାଇବାସା-ଗୋଇଲକେରା ରାସ୍ତାରେ କମ୍ବି କରୁଥିଲେ ସିଆରପିଏଫ ବାହିନୀ । ହଠାତ୍ ମେଟାଲ ଡିଟେକ୍ଟର ଦ୍ବାରା ଠାବ କରାଯାଇଥିଲା ୪୦ କିଲୋ ଆଇଇଡି । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ । ଏହାକୁ ମାଓବାଦୀମାନେ ଖଞ୍ଜିଥିବା କୁହାଯାଉଛି । ନିଷ୍କ୍ରିୟ ବେଳେ ବିସ୍ଫୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା ।

Leave a Reply