ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ବଙ୍ଗୀୟ ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

ପୁରୀ: ବଙ୍ଗୀୟ ଭକ୍ତଙ୍କୁ ପୋଲିସର ମାଡ଼ ଅଭିଯୋଗ  । ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପଶ୍ଚିମବଙ୍ଗର ଜଣେ ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଥିବା ଭକ୍ତ ଅଭିଯୋଗ କରିଛନ୍ତି  । ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ  । ଦର୍ଶନ ସାରି ପଶ୍ଚିମଦ୍ୱାର ଦେଇ ଫେରିଥିଲେ  । ତାଙ୍କ ସହ ଜଣେ ବୟସ୍କା ବୃଦ୍ଧା ଥିବା ବେଳେ ତାଙ୍କୁ ସେ ପଶ୍ଚିମଦ୍ୱାର ଗୁମୁଟ ତଳେ ବସାଇ ଅଟୋ ଡାକିବା ପାଇଁ ବାହାରକୁ  ଯାଇଥିଲେ  । ଅଟୋ ଡାକି ଗୁମୁଟ ତଳେ ବସିଥିବା ବୟସ୍କା ବୃଦ୍ଧାଙ୍କୁ ଆଣିବାକୁ ଯାଇଥିବା ବେଳେ ପୋଲିସ ପ୍ରିୟବ୍ରତଙ୍କୁ ଅଟକାଇ ଥିଲା  । ତେବେ ସେ ପୋଲିସକୁ ଅନୁରୋଧ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ‘କୋଟିଆ’ ଶୁଣାଣି : ଅଦାଲତ ଅବମାନନା ନେଇ ଓଡ଼ିଶା ସରକାରଙ୍କ ଆବେଦନ

Leave a Reply