ବାଇ ଲ’ ଲାଗୁ ହେଲେ ପ୍ରଭାବିତ ହେବେ ସେବାୟତ ପରିବାର

1 min read

ଭୁବନେଶ୍ୱର:   ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ପ୍ରଭୁ ଲିଙ୍ଗରାଜ । ଏହା ସହିତ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ରହିଛି । ଭକ୍ତି ଭାବର ସହିତ ସମସ୍ତେ ବନ୍ଧା । ସେ ସେବାୟତ ହୁଅନ୍ତୁ ବା ଭକ୍ତ । କିନ୍ତୁ NMAର ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ ଏହା ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଓ ସେବାୟତ ପ୍ରଭାବିତ ହେବେ ।

ଲିଙ୍ଗରାଜ ମନ୍ଦିର ସହ ଯୋଡ଼ି ହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗର ସମ୍ପର୍କ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ । ଏଠାରେ କୋଟିକୋଟି ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି । ଏକାମ୍ର କ୍ଷେତ୍ରର ସମସ୍ତ ସମ୍ପତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ପ୍ରଭାବିତ କରିବ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ଯଦି ବାଇ ଲ ଲାଗୁ ହେବ ତେବେ ପ୍ରକଳ୍ପର ଉନ୍ନତିକରଣରେ ବାଧାପ୍ରାପ୍ତ ହେବ ।

ଅବଶ୍ୟ ଏହି ବାଇ ଲ’ରେ ନିକଟ ଅତୀତରେ ଶ୍ରୀମନ୍ଦିରକୁ ମଧ୍ୟ ସାମିଲ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାରୁ NMA ସଚିବ ଏହି ବାଇ ଲ’କୁ ପ୍ରତ୍ୟାହାର କରିଥିଲେ ।

ଆମେ କୌଣସି ରାଜନୈତିକ ଦଳ ସହିତ ଯଡ଼ିତ ନୁହେଁ । ଆମେ କେବଳ ସେବାୟତ ମାନଙ୍କର ସମସ୍ତ ସୁବିଧା ଓ ଅସୁବିଧାକୁ ନଜରରେ ରଖି ଉକ୍ତ ବାଇ ଲ’କୁ ପ୍ରତ୍ୟାହାର କରିବାକୁ କହୁଛୁ ବୋଲି ବୟାନ ଦେଇଛନ୍ତି ସେବାୟତଙ୍କ ସମ୍ପାଦକ । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଗଣ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେବାୟତସଂଘ ପକ୍ଷରୁ କୁହାଯାଇଛି ।

Leave a Reply