spot_img
Home Blog Page 6130

ଉଡ଼ାଣ ଭରିବାର ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ, ଫ୍ଲାଇଟରେ ଥିଲେ ୫୯ ଯାତ୍ରୀ

ଜାକର୍ତ୍ତା: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଭରିବା ପରେ ଏକ ବିମାନ ନିଖୋଜ ହୋଇ ଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ଶ୍ରୀବିଜୟ ଏୟାରର ବିମାନ ସଂଖ୍ୟା (SJ182)ରେ ୫୯ ଯାତ୍ରୀ ଥିଲେ । ଏହି ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିମାନ ବାବଦରେ କୌଣସି ସୂଚନା ମିଳିନାହିଁ ।

ଉଡ଼ାଣର ୪ ମିନିଟ୍ ପରେ ଗାଏବ

ନିଖୋଜ ବିମାନଟି ବୋଇଂ ୭୩୭-୫୦୦ ଶ୍ରେଣୀର । ଯାହାକି ଶନିବାର ସନ୍ଧ୍ୟାରେ ଜାକର୍ତ୍ତାର ସୋକାର୍ନା-ହଟ୍ଟା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । କୁହାଯାଉଛି ଉଡ଼ାଣ ଭରିବାର ୪ ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା ।

ମିନିଟକରେ ୧୦ ହଜାର ଫୁଟ୍ ତଳକୁ ଖସିଗଲା

ରାଡାରରେ ବିମାନଟି ମାତ୍ର ଗୋଟିଏ ମିନିଟ୍ ସମୟ ମଧ୍ୟରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସୁଥିବା ଟ୍ରାକ କରାଯାଇଥିଲା । ଯାହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା ବଢ଼ିଯାଇଛି । କୌଣସି ବିମାନ ଏତେ ଦ୍ରୁତଗତିରେ ତଳକୁ ଖସିଲେ କ୍ରାଶ୍ ହେବାର ସମ୍ଭାବନା ବଢ଼ି ଯାଇଥାଏ । ବିମାନର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଲାଗି ଇଣ୍ଡୋନେସିଆ ସରକାର ପଦକ୍ଷେପ ନେଇଛନ୍ତି ।

ବସ୍ ପାଇଁ ବିଳମ୍ବରେ ସ୍କୁଲ୍ ପହଞ୍ଚୁଥିଲେ ଛାତ୍ର, ଆଇପିଏସ୍ ଅରୁଣ ବୋଥ୍ରା କଲେ ସହାୟତା

ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ୟବଧାନ ପରେ ରାଜ୍ୟରେ ଖୋଲିଛି ବିଦ୍ୟାଳୟ । କୋଭିଡ୍ ସଂକ୍ରମଣକୁ ଦେଖି ସ୍କୁଲ୍ ବସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ତେବେ, ସବୁ ଅଭିଭାବକଙ୍କ ପକ୍ଷେ ପିଲାଙ୍କୁ ସବୁଦିନ ବିଦ୍ୟାଳୟରେ ଛାଡ଼ିବା ସମ୍ଭବପର ନୁହେଁ । ଏଥିପାଇଁ ଅନେକ ଛାତ୍ର ସ୍କୁଲ୍ ଯିବା ପାଇଁ ଟାଉନ୍ ବସ୍ ଉପରେ ନିର୍ଭରଶୀଳ । ବସ୍ ଉପରେ ନିର୍ଭର କରୁଥିବା ରାଜଧାନୀର ଜଣେ ଛାତ୍ର କରିଥିବା ଟ୍ୱିଟକୁ ନେଇ ଏବେ ଚର୍ଚ୍ଚାରେ ।

ସାଇ ଅନ୍ୱେଶ ଅମ୍ରୁତମ ପ୍ରଧାନ ନାମକ ଛାତ୍ର ଭୁବନେଶ୍ୱର ଏମବିଏସ୍ ପବ୍ଲିକ୍ ସ୍କୁଲରେ ପଢ଼ନ୍ତି । ଆଉ ସେ ବସରେ ସବୁବେଳେ ସ୍କୁଲକୁ ଯାଆନ୍ତି । ତେବେ ବସ ସମୟ ବଦଳିଯାଇଥିବାରୁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ର ଜଣଙ୍କ ଲେଖିଥିଲେ ସ୍କୁଲ ସମୟ ହେଉଛି ସକାଳ ୭ଟା ୩୦ । କିନ୍ତୁ ମୁଁ ଯାଉଥିବା ୧୩ ନମ୍ବର ରୁଟର ପ୍ରଥମ ବସ୍ ଲିଙ୍ଗିପୁରରୁ ସକାଳ ୭ଟା ୪୦ରେ ଛାଡ଼ୁଛି । ଏଥିପାଇଁ ମୋତେ ସ୍କୁଲ ପହଞ୍ଚିବାରେ ଅନେକ ଅସୁବିଧାର ସାମନା କରିବାକୁ ପଡ଼ୁଛି ।

ସମସ୍ୟା ବିଷୟରେ ଲଖିବା ସହ ଟ୍ୱିଟରେ ଛାତ୍ର ଜଣଙ୍କ କ୍ରୁଟ କର୍ତ୍ତୃପକ୍ଷ ଏବଂ ମୋ ବସର ଏମଡି ତଥା ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଟ୍ୟାଗ୍ କରିଥିଲେ । ଲେଖିଥିଲେ ଦୟାକରି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ, ମୁଁ ଆପଣଙ୍କ ଠାରେ ଋଣୀ ହୋଇ ରହିବି ।

ଛାତ୍ରଙ୍କ ଟ୍ୱିଟର ଜବାବ ଦେବା ସହ ପଦକ୍ଷେପ ନେଇଛନ୍ତି ଆଇପିଏସ୍ ବୋଥ୍ରା । ଟ୍ୱିଟ୍ କରି ଅରୁଣ ବୋଥ୍ରା ଲେଖିଛନ୍ତି- ପ୍ରିୟ, ସାଇ ବସର ସମୟ ଆସନ୍ତା ସୋମବାରଠାରୁ ପରିବର୍ତ୍ତନ କରାଯାଇଛି । ଏବେ ବସ୍ ୭ଟାରୁ ଗଡ଼ିବ । ଏହାଦ୍ୱାରା ତୁମକୁ ଆଉ ବିଳମ୍ବ ହେବନାହିଁ । ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଏହି ନିଷ୍ପତ୍ତିକୁ ସୋସିଆଲ୍ ମିଡିଆରେ ଲୋକ ସ୍ୱାଗତ କରିଛନ୍ତି ।

ଜାନୁଆରୀ ୧୬ରୁ ଟିକାକରଣ, ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ଟିକା

ନୂଆଦିଲ୍ଲୀ: ଶେଷରେ ସେଇ ତାରିଖର ଘୋଷଣା ହୋଇଛି ଯାହାକୁ ଦେଶ ଅନେକ ଦିନ ଧରି ଅପେକ୍ଷା କରିଥିଲା। କରୋନାକୁ ହରାଇବା ପାଇଁ ଦେଶବ୍ୟାପି ଆରମ୍ଭ ହେବ ଟିକାକରଣ। ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଦେଶବ୍ୟାପୀ ଏମାନଙ୍କ ସଂଖ୍ୟା ୩ କୋଟି ବୋଲି ଆକଳନ କରାଯାଇଛି।

ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ତଥା ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏହା ପରେ ୫୦ ବର୍ଷରୁ କମ ବୟସ୍କଙ୍କୁ ଟିକା ଦିଆଯିବ। ଏହି ଶ୍ରେଣୀରେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ସର୍ବମୋଟ ୩୦ କୋଟି ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଟିକାକରଣକୁ ସୂଚାରୁ ରୁପେ ତୁଲାଇବା ପାଇଁ ନିକଟରେ ଦେଶର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ଚାଲିଥିଲା। ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ହୋଇଛି।

ଟିକାକରଣ କେନ୍ଦ୍ରରେ ୩ କକ୍ଷ ରହିବ। ପ୍ରଥମ କକ୍ଷରେ ଟିକା ନେବାକୁ ଆସିଥିବା ବ୍ୟକ୍ତି ଅପେକ୍ଷା କରିବେ। ସେଠାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟ କକ୍ଷରେ ଟିକା ଦିଆଯିବ। ତୃତୀୟ କକ୍ଷରେ ଟିକା ନେଇଥିବା ବ୍ୟକ୍ତି ୩୦ ମିନଟ ପର୍ଯ୍ୟନ୍ତ ଅପେକ୍ଷା କରିବେ। ସେଠାରେ ତାଙ୍କ ଉପରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଟିକାର ପ୍ରତିକ୍ରିୟା ଉପରେ ନଜର ରଖିବେ।

କୋଭାକ୍ସିନର ଟ୍ରାଏଲ୍ ଡୋଜ ପରେ ଯୁବକଙ୍କର ମୃତ୍ୟୁ, ସ୍ତ୍ରୀ କହିଲେ ମୋତେ ନଜଣାଇ ଡାକ୍ତର ତାଙ୍କୁ ଟିକା ଦେଇଥିଲେ

ନୂଆଦିଲ୍ଲୀ: କରୋନା କହରରେ ଏବେ ପୁରା ବିଶ୍ୱ ଘାଣ୍ଟି ଚକଟି ହେଲାଣି। ଅଦୃଶ୍ୟ ରାକ୍ଷସ ୧୦ ମାସ ମଧ୍ୟରେ ଅନେକ ଜୀବନ ନେଇଛି। ପ୍ରତି ଦିନ ଏହି କରୋନା ସହ ଲଢ଼େଇ କରୁଛି ମାନବ ସମାଜ। ଅଦୃଶ୍ୟ ରାକ୍ଷସ ଠାରୁ ବଞ୍ଚିବା ପାଇଁ ଏକ ମାତ୍ର ଅସ୍ତ୍ର ହେଉଛି କରୋନା ଟିକା। ଆଉ ଏହି ଟିକାକୁ ବିଭିନ୍ନ ଦେଶ ତିଆରି କରିବାରେ ଲାଗିପଡ଼ିଛନ୍ତି। ତେବେ କରୋନା ଟିକା ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି। ଭାରତରେ ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ନିର୍ମିତ ସ୍ୱଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ୍ ଲୋକଙ୍କୁ ଆଉ ମାତ୍ର କିଛି ଦିନ ପରେ ଦିଆଯିବ। କିନ୍ତୁ ଟିକାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଆଶା ଥିବା ବେଳେ କିଛି ଘଟଣା ଲୋକଙ୍କୁ ନିରାଶ କରୁଛି। କରୋନା ଟିକା କୋଭାକ୍ସିନର ଟ୍ରାଏଲ ଡୋଜ ନେବା ପରେ ଜଣଙ୍କର ମୃତ୍ୟୁ ହୋଇଛି।

କୋଭାକ୍ସିନ୍‌ର ଟ୍ରାଏଲ୍‌ ଡୋଜ୍‌ ନେବାର ମାତ୍ର ୯ ଦିନ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଏବେ ସମସ୍ତଙ୍କୁ ଭୟଭିତ କରାଇଛି। ମୃତକଙ୍କର ନାମ ହେଉଛି ଦୀପକ ମରାବି। ଦୀପକଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ମୃତ୍ୟୁକୁ ନେଇ ପ୍ରଶ୍ନ କରିଛନ୍ତି। ଦୀପକଙ୍କୁ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ନିର୍ମିତ ସ୍ୱଦେଶୀ କରୋନା ଭ୍ୟାକ୍ସିନର ଟ୍ରାୟଲ ଡୋଜ ଦିଆଯାଇଥିଲା। ଯାହା ପରେ ତାଙ୍କର ଏପରି ଅଚାନକ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି। ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ସେ ଘରେ ନଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ଟିକା ଦିଆଯାଇଥିଲା।

କୋଭାକ୍ସିନ ଉପରେ ଟ୍ରାଏଲ୍ ଟିକା ଦିଆଯାଇଥିବା ୪୭ ବର୍ଷିୟ ସ୍ୱେଚ୍ଛାସେବୀ ଦୀପକ ମରାବିଙ୍କ ଡିସେମ୍ବର ୨୧ ରେ ଭୋପାଲର ପିପୁଲ୍ସ ମେଡିକାଲରେ ମୃତ୍ୟୁ ଘଟିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ  ଦେହକୁ ଉଦ୍ଧାର କରିବା ପରେ ଡିସେମ୍ବର ୨୨ ରେ ତାର ଶବ ବ୍ୟବଛେଦ କରାଯାଇଥିଲା। ପ୍ରାଥମିକ ରିପୋର୍ଟରେ ଦୀପକଙ୍କ ଶରୀରରେ ବିଷ ଥିବା ଜଣାପଡ଼ିଥିଲା। କିନ୍ତୁ ଏହା କୋକିନ କି ଡ୍ରଗ୍ସ ତାହା ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟ ପରେ ନିଶ୍ଚିତ ହେବ। ଦୀପକଙ୍କ ଶରୀରର ଭିସେରା ପୋଲିସକୁ ହସ୍ତାନ୍ତର କରାଯାଇଛି।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଜିଭାଇ ସିଂ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି କଥା ଦେଇଛନ୍ତି । ଏବଂ ଦୀପକ ମରାବି ଙ୍କ ସାନପୁଅ ପୱନଙ୍କ ହୃଦୟରେ ଏକ ଛିଦ୍ର ଅଛି, ଯାହାକୁ ସେ ବ୍ୟକ୍ତିଗତ ଭାବେ ଚିକିତ୍ସା କରିବେ ବୋଲି କଥା ଦେଇଛନ୍ତି । ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭରତ ବାୟୋଟେକର ଟିକା କୋଭାକ୍ସିନ ପରୀକ୍ଷା କରିବା ପରେ ଦୀପକ ମରାଭୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ସେ ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି।

ସିଡନି ଟେଷ୍ଟରେ ମଦ୍ୟପ ଦର୍ଶକଙ୍କ ଉତ୍ପାତ, ଭାରତୀୟ ଖେଳାଳୀଙ୍କୁ ଦେଲେ ଗାଳି

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ କାଳରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଅଭଦ୍ରାମି ସାମ୍ନାକୁ ଆସିଛି । ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ କାଳରେ ଉପସ୍ଥିତ ଥିବା କିଛି ଦର୍ଶକ ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ଗାଳିଗୁଲଜ କରିଛନ୍ତି । ମଦ ନିଶାରେ ଚୁର ଥିବା ଏହି ଦର୍ଶକ ମାନେ ସିରାଜଙ୍କ ସହ ବୁମରାହଙ୍କ ବିରୋଧରେ ଜାତିଆଣ ଟିପ୍ପଣି କରିଥିବା ଟିମ୍ ଇଣ୍ଡିଆ ଅଭିଯୋଗ କରିଛି ।

ଏହି ଘଟଣା ପରେ ଭାରତୀୟ କ୍ରିକେଟ୍ ଟିମ୍ ଅଧିକାରିକ ଭାବେ ଅଭିଯୋଗ କରିଛି । ଅଭିଯୋଗ ଅନୁସାରେ ସିରାଜଙ୍କୁ ଗତ ଦୁଇ ଦିନ ଧରି ଦର୍ଶକ ଗାଳି କରୁଥିଲେ । ଏନେଇ କ୍ୟାପଟେନ ରହାଣେ ଅମ୍ପାୟରଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ତୃତୀୟ ଦିନର ଖେଳ ସରିବା ସହିତ ଔପଚାରିକ ଭାବେ ଅଭିଯୋଗ କରାଯାଇଛି । ଟିମ୍ ସୂତ୍ର ଅନୁସାରେ ମଦ ନିଶାରେ ଚୁର ଥିବା ଦର୍ଶକ ସିରାଜଙ୍କୁ ଗାଳି ଗୁଲଜ କରିଥିଲେ । ଟିମ୍ ଅନୁସାରେ ଦର୍ଶକଙ୍କ କମେଣ୍ଟ ଅତ୍ୟନ୍ତ ଅପମାନଜନକ ଥିଲା । କେବଳ ସିରାଜ ନୁହନ୍ତି ଟିମର ଅନ୍ୟତମ ଷ୍ଟାର ବୋଲର ଜସପ୍ରିତ ବୁମରାହଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଦର୍ଶକ ଗାଳିଗୁଲଜ କରିଥିଲେ ।

India lodge complaint Of Racial Abuse Against Siraj, Bumrah At SCG

ଅଷ୍ଟ୍ରେଲିଆ ଖବର କାଗଜ ଡେଲି ଟେଲିଗ୍ରାଫ୍ ଅନୁସାରେ ଡ୍ରେସିଂ ରୁମ ବାହାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍,ଆଇସିସି ଓ ଷ୍ଟାଡିୟମ ସୁରକ୍ଷା ଅଧିକାରୀ ଏନେଇ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ବୁମରାହ ଓ ସିରାଜ ମଧ୍ୟ ଉପସ୍ଥିତ ଥିଲେ ।

ଏମିତିରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଏଭଳି ବ୍ୟବହାର କିଛି ନୂଆ ନୁହେଁ । ଅଷ୍ଟ୍ରେଲିଆ ଖେଳାଳି ଯଦି ପଡ଼ିଆ ଭିତରେ ମାନସିକ ଚାପ ସୃଷ୍ଟି ପାଇଁ ସ୍ଲେଜିଂ କରିଥାନ୍ତି ତେବେ ଦର୍ଶକ ମଧ୍ୟ ଅତିଥି ଖେଳାଳିଙ୍କୁ ଚାପରେ ରଖିବାକୁ ବିଭିନ୍ନ ପ୍ରକାର କମେଣ୍ଟ ଜୋରରେ ଦେଇଥାନ୍ତି । ବାଉଣ୍ଡରି ଲାଇନରେ ଥିବା ଖେଳାଳି ଏହିଭଳି ଦର୍ଶକଙ୍କ ଅଧିକ ଶିକାର ହୋଇଥାନ୍ତି ।

ରେକର୍ଡିଂ ଖୋଲୁଛି ଠକେଇ ଗୁମର, ଧାରଣାକାରୀଙ୍କୁ ପ୍ରଲୋଭିତ କରି ମଗାଯାଉଥିଲା ଟଙ୍କା

ଭୁବନେଶ୍ୱର: ରାଜଧାନୀରୁ ବାହାରକୁ ଲମ୍ବିଛି ଏଏନଏମ ଠକେଇ ଚେର । ରାଜ୍ୟର ସମସ୍ତ ଜିଲ୍ଲାରେ ହୋଇଛି ଠକେଇ । ସ୍ଥାୟୀ ନିଯୁକ୍ତି ଆଳରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଭୁବନେଶ୍ୱରର ହୋଇଥିବା କହିଛି କମିଶନରେଟ ପୋଲିସ ।

Call Records Reveals Cheating Details On Name Of Permanent Job To ANM

ଗୋଟିଏ ପଟେ ଆନ୍ଦୋଳନ ଅନ୍ୟପଟେ ଠକେଇ । ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ପୁଣି ଏକ ବଡ଼ ଖୁଲାସା କରିଛି କମିସନରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ, ଏଭଳି ଏକ ରେକର୍ଡିଂ ଭାଇରାଲ୍ ହେବାପରେ ପୋଲିସ ଅଡ଼ୁଆ ସୂତାରୁ ଖିଅ ଖୋଜିବାରେ ଲାଗିଛି । ସାରା ରାଜ୍ୟରେ ଏହି ରାକେଟ ରହିଛି । ଅନେକ ଜିଲ୍ଲାକୁ ଠକେଇର ଚେର ଲମ୍ବିଛି । ବିଭିନ୍ନ ଜିଲ୍ଲାରୁ ଏହି ଠକେଇକୁ ଅପରେଟ୍ କରୁଛନ୍ତି କିଛି ଏଜେଣ୍ଟ । ପୋଲିସ ହାତରେ ଏ ସମ୍ପର୍କିତ କିଛି ମୋବାଇଲ ରେକର୍ଡିଂ ଲାଗିଛି । ଅଭିଯୁକ୍ତ କେ.ଅଶ୍ୱିନୀ ଦୋରାଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଖୁବଶୀଘ୍ର ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

Call Records Reveals Cheating Details On Name Of Permanent Job To ANM

କ୍ୟାପିଟାଲ ଥାନା ପୋଲିସ ହାତରେ ଗୋଟିଏ ରେକର୍ଡିଂ ଅଡିଓ ଲାଗିବା ପରେ ଆନ୍ଦୋଳନ ପଛରେ ଥିବା ଅଭିସନ୍ଧି ଜଣାପଡ଼ିଥିଲା । ଏଥିରେ କେ.ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଥିଲା । ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଥିଲା । ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । କେ.ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଅନ୍ୟ ସହଯୋଗୀ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟିଥିବାର ପ୍ରମାଣ ଲାଗିଛି ପୋଲିସ ହାତରେ ।

Call Records Reveals Cheating Details On Name Of Permanent Job To ANM

ଏଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଦୋଷୀଙ୍କ ବିରୋଧରେ ୭ ବର୍ଷ ପର୍ଯ୍ୟନ୍ତ ସଜ୍ଜାର ଆଇନ୍ ଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । କୋଭିଡ୍ ପରିସ୍ଥିତିରେ ରାଜ୍ୟର ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହୋଇନଥିବା ବେଳେ ସ୍ଥାୟୀ ନିଯୁକ୍ତି ଆଳରେ ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଆଉ ଏହି ଠକେଇ ପଛରେ କିଛି ମୁଷ୍ଟିମେୟ ଲୋକଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଛି ।

୧୦୦ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧି ରେକର୍ଡ ସୃଷ୍ଟି କଲେ ମହିଳା, ମିଳିଲା ଏମିତି ପୁରସ୍କାର

ନୂଆଦିଲ୍ଲୀ: ପ୍ରତିଦିନ ସମସ୍ତେ ଭଳିକି ଭଳି ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ ପ୍ରତିଦିନ ସୁନ୍ଦର ଓ ଷ୍ଟାଇଲିସ ଡ୍ରେସ ପିନ୍ଧିବାକୁ ଭଲପା’ନ୍ତି । କିନ୍ତୁ ଆପଣଙ୍କୁ ଯଦି ଶହେ ଦିନ ପାଇଁ ଗୋଟିଏ ଡ୍ରେସକୁ ପିନ୍ଧି ରହିବାକୁ କୁହାଯାଏ ତେବେ ଆପଣ ଗୋଟିଏ ଡ୍ରେସ ପିନ୍ଧି ରହିପାରିବେ କି ? ଏ ପ୍ରଶ୍ନର ଉତ୍ତରରେ ଅଧିକାଂଶ ନା’ ଶୁଣିବାକୁ ମିଳିବ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏକି ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧି ବିତାଇଛନ୍ତି । କଥାଟା ବିଶ୍ୱାସ ହେଉନଥିଲେ ମଧ୍ୟ ସତ ।

ଦ ମିରର୍‌ର ରିପୋର୍ଟ ମୁତାବକ, ସାରା ଗତ ୧୬ ସେପ୍ଟେମ୍ବର୨୦୨୦ରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ସେହି ଗୋଟିଏ ଡ୍ରେସକୁ ଶହେ ଦିନ ଯାଏଁ ପିନ୍ଧି ସାରା ନିଜର ସମସ୍ତ କାମ କରିଥିଲେ, ଏପରିକି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ସାରା ଡ୍ରେସକୁ ଭିନ୍ନ ଭିନ୍ନ ପ୍ରକାର ଷ୍ଟାଇଲ କରି ପିନ୍ଧିଥିଲେ । ସେ ସେହି ଟପକୁ କେତେବେଳେ ସ୍କଟ ସହ ତ ପୁଣି କେତେବେଳେ ପ୍ୟାଣ୍ଟ ସହ ପିନ୍ଧୁଥିଲେ ।

ସାରା କହିଛନ୍ତି ଯେ, ଏମିତି କରିବା ଦ୍ୱାରା ମୋତେ ଆଗକୁ ବଢିବାର ପ୍ରେରଣା ମିଳିବ । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୧ ତାରିଖ ମଧ୍ୟରେ ଡ୍ରେସ୍ କିମ୍ବା କୌଣସି ଜିନିଷ କିଣିବି ନାହିଁ ବୋଲି ସାରା କହିଛନ୍ତି । ‘ମୋ ବୟସ ହିସାବରେ ମୋ ପାଖରେ ଅଲଗା ଅଲଗା କାର୍ଯ୍ୟକ୍ରମକୁ ଯିବା ପାଇଁ ଡ୍ରେସ୍ ଆଲମିରାରେ ରହିଛି । ମୁଁ ମୋ ଆଲମିରାକୁ ସଫା କରିବାକୁ ଘୋଷଣା କରୁଛି । ମୁଁ ଅପେକ୍ଷା କରିବି ଆଉ ଦେଖିବି ଯେ ଆଗାମୀ ବର୍ଷ ମୁଁ କଣ ପିନ୍ଧୁଛି ।’

ଗତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜକୁ କପଡା କମ୍ପାନୀ ବ୍ରାଣ୍ଡ ବୁଲ ଆଣ୍ଡ ଆରମ୍ଭ କରିଥିଲା। ଡ୍ରେସ୍ ଅଧିକ ଧୋଇଲେ ପୃଥିବୀକୁ ହେବାକୁ ଥିବା କ୍ଷତିରୁ ରକ୍ଷା କରିବା, ଏହି ଚ୍ୟାଲେଞ୍ଜର ଉଦ୍ଧେଶ୍ୟ ଥିଲା।। ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି । କେବଳ ଗୋଟିଏ ଡ୍ରେସ ପିନ୍ଧି ରହିବା ଏହି ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ନଥିଲା ବରଂ, ଏହାଦ୍ୱାରା ପୋଷାକ ପସ୍ତୁତିର ମୂଲ୍ୟ ହ୍ରାସ କରିବା ସହ ଏହାକୁ ଧୋଇବା ଖର୍ଚ୍ଚ ମଧ୍ୟ ହ୍ରାସ କରି ଥିଲା ।

ଖଣ୍ଡୁଆଳି ଗାଁରେ ୧୬ କରୋନା ସଂକ୍ରମିତ ଚିହ୍ନଟ: କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ଆଠଗଡ଼: ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । କଟକ ଜିଲ୍ଲା ଆଠଗଡ଼ ବ୍ଳକ୍‌ ରାଧାକୃଷ୍ଣପୁର ଖଣ୍ଡୁଆଳି ଗାଁରେ ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳାଙ୍କ ସମେତ ୫ ଛୁଆ ଥିବା ଜଣାପଡିଛି । ଗାଁରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଯାଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ,ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ ଅଧିକାରୀ, RJK ଟିମ। ଲୋକମାନଙ୍କୁ ସଚେତନ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦିଲୀପ ଦାସ । ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ ୧୬ଜଣ କରୋନା ପଜିଟିଭ୍‌ ହୋମ ଆଇସୋଲେସନରେ ଅଛନ୍ତି । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗାଁର ଦୁଇ ପ୍ରବେଶ ପଥରେ ବାଉଁଶ ବାନ୍ଧି ଆବଧ କରାଯାଇଛି।

ଏଥିସହିତ ପଢ଼ନ୍ତୁ: ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..

ଧରା ପଡ଼ିଲା ଚୀନ ସୈନିକ,ଲଦ୍ଦାଖରେ ଅନୁପ୍ରବେଶ ଉଦ୍ୟମ ବିଫଳ

ଲେହ: ଲଦ୍ଦାଖରୁ ଆସିଛି ବଡ଼ ଖବର । ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରି ଧରା ପଡ଼ିଛି ଚୀନ ସୈନିକ । ଏହି ଚୀନ ସୈନିକ ଭାରତୀୟ ସୀମା ଭିତରେ ଥିବା ଚୁସୁଲ ସେକ୍ଟରର ଗୁରୁଙ୍ଗ୍ ଘାଟି ପାଖରେ ଧରା ପଡ଼ିଛି । ତେବେ ଜେରା ବେଳେ ସେ ଭୁଲରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିବା କଥା କହିଛି ।

ଏବେ ସୈନିକକୁ ଜେରା କରାଯାଉଛି । ଜେରାରେ ସନ୍ତୁଷ୍ଟ ହେଲେ ତାକୁ ଚୀନ ଅଧିକାରୀଙ୍କୁ ପ୍ରତ୍ୟାର୍ପଣ କରାଯିବ । ରିପୋର୍ଟ ଅନୁସାରେ ଜାନୁଆରୀ ୮ ତାରିଖ ଦିନ ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚୀନ ସୈନିକଙ୍କୁ ବୁଲୁଥିବା ଦେଖିବାକୁ ମିଳିଥିଲା । ପେଙ୍ଗୋଙ୍ଗ୍ ହ୍ରଦର ଦକ୍ଷୀଣ ତଟରୁ ତାକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏଲଏସିରେ ଭାରତ ଓ ଚୀନ୍ ମଧ୍ୟରେ ଜୁନ ମାସରୁ ଗତିରୋଧ ଜାରି ରହିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସ୍ଥିତି ଏବେ ମଧ୍ୟ ସାମାନ୍ୟ ହୋଇ ନାହିଁ ।

ପୋଲିସର ଉପସ୍ଥିତିରେ ବୋମାମାଡ଼ କଲେ ଜମି ମାଲିକ: ଜଣେ ପୋଲିସ କର୍ମଚାରୀ ଗୁରୁତର

ଆଠଗଡ: ଆଠଗଡ ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୋଲିସ ଉପସ୍ଥିତିରେ ବୋମା ମାଡ । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁରୁତର ପୋଲିସ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ସିମେଣ୍ଟ କମ୍ପାନୀ ର ଲାଇନ ଭିଡାକୁ ନେଇ ଜମି ହିତାଧିକାରୀ ଓ ଓ ପି ଟି ସି ଏଲ୍ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ଚୌଦ୍ବାର SDPO, 2ଜଣ ଆଇ ଆଇ ସି ଓ 2ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥି୍ଲେ । ଏହି ସମୟରେ ବୋମାମାଡ଼ ହୋଇଥିଲା । ଏବେ ବି ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୀର୍ଘ ଦିନ ହେବ ଏହାକୁ ବିରୋଧ କରି ଆସୁଥିଲେ ଜମି ମାଲିକ ମାନେ।

ଏଥିସହିତ ପଢ଼ନ୍ତୁ: ୟା ୟା … ହନି.. ଆଉ ତା’ପରେ ଉଡିଗଲା ମନି,କେମିତି ? ଜାଣନ୍ତୁ..