ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି

Odisha Assembly Budget Session, BJD To Raise Centre's Negligence

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭାର ୫୪ ନମ୍ବ ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଦଳ ବଜେଟ୍ ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗ ଉଠାଯିବ । ଏଥିସହ ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ କେନ୍ଦ୍ର ୬୦ ହଜାର କୋଟି ଟଙ୍କା କାଟିଛି । ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Odisha Assembly Budget Session, BJD To Raise Centre's Negligence

ବିଜେଡି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ୍ ହେବା ସହ ଅଧ୍ୟକ୍ଷତା କରିଥିଲେ । କାଲିଠାରୁ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ ।

୨୨ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । କାଲିଠାରୁ ଏପ୍ରଲ ୯ ଯାଏ ଚାଲିବ ଅଧିବେଶନ । ଅଧିବେଶନରେ ମୋଟ ୩୧ ଟି କାର୍ଯ୍ୟଦିବସ ରହିଛି । ୬ଟି ବିଲ୍ ପାରିତ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଶାସକ ଦଳ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଅଧିବେଶନ ସମୟରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

Leave a Reply