‘ଟୁଲକିଟ୍’ ମାମଲାରେ ଗିରଫ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ମିଳିଲା ଅଗ୍ରୀମ ଜାମିନ

ମୁମ୍ବାଇ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ସାମାଜିକକର୍ମୀ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ଆଶ୍ୱସ୍ତି। ନିକିତାଙ୍କୁ କୋର୍ଟ ଟ୍ରାଞ୍ଜିଟ୍ ବେଲ୍ ପ୍ରଦାନ କରିଛନ୍ତି। ନିକିତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି।

ଗ୍ରେଟା ଥନବର୍ଗ ଟୁଲ୍କିଟ ମାମଲାରେ ସମ୍ପୃକ୍ତ ଥିବା ନିକିତାଙ୍କୁ ହାଇକୋର୍ଟ ୩ ସପ୍ତାହ ପାଇଁ ଅଗ୍ରୀମ ଜାମିନ ଦେଇଛନ୍ତି। ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଜଦି ନିକିତାଙ୍କୁ ଗିରଫ କରାଯାଏ, ତାହେଲେ ତାଙ୍କୁ ୨୫ ହଜାର ଟଙ୍କା ବଣ୍ଡରେ ଜାମିନ ମିଳିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ପିଡି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତି ବୈଠକ ଏହି ନିଷ୍ପତ୍ତି ନେଇଛନ୍ତି।ସୂଚନାଯୋଗ୍ୟ, ସ୍ୱିଡେନର ପରିବେଶବିତ୍  ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟକୁ ସେୟାର କରିଥିଲେ। ଦିଶା ସେହି ଟୁଲକିଟକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଥିବା ଦିଲ୍ଲୀ ପୋଲିସ୍ ଅଭି୍ଯୋଗ କରିଥିଲା। ଆଉ ଏକଥା ଦିଶା ନିଜେ କୋର୍ଟରେ ମାନିଛନ୍ତି ମଧ୍ୟ। ତେବେ ଏହି ମାମଲାରେ । ତେବେ ଏଭଳି କରି ଦିଶା ଆନ୍ଦୋଳନକୁ ଆହୁରୀ ତିବ୍ର କରିବାକୁ ଲୋକଙ୍କୁ ଭଡକାଉଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ଦିଶାଙ୍କ ସହଯୋଗୀ ନିକିତା ଓ ଶାନ୍ତନୁଙ୍କ ନାଁରେ ଦିଲ୍ଲୀ ପୋଲିସ ଜାମିନ ବିହୀନ ପରୱାନା ଜାରି କରିଥିଲା । ପୂର୍ବରୁ ଶାନ୍ତନୁଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ଆଜି ନିକିତାଙ୍କୁ ଜାମିନ କୋର୍ଟ ପ୍ରଦାନ କରିଛନ୍ତି।

Leave a Reply