ଗୁରୁବାର ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ, ସୁରକ୍ଷା ପାଇଁ RPFର ଅତିରିକ୍ତ ୨୦ କମ୍ପାନୀ ମୁତ୍ତୟନ

PTI3_5_2019_000090B

ନୂଆଦିଲ୍ଲୀ: କୃଷି ବିଲ ବିରୋଧରେ ଆନ୍ଦୋଳନ କ୍ରମରେ ଆସନ୍ତାକାଲି ଭାରତୀୟ କିଶାନ ୟୁନିୟନ(ବିକେୟୁ) ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିବ । ବିକେୟୁ ମୁଖପାତ୍ର ରାକେଶ ଟିକାଏତ ଏ ସମ୍ପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ହୋଇଥିବା ଚକା ଜାମ୍ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା । ତେବେ ଆସନ୍ତାକାଲିର ରେଳରୋକରେ କୌଣସି ରାଜ୍ୟକୁ ରିହାତି ମିଳିବ ନାହିଁ ବୋଲି ଟିକାଏତ କହିଛନ୍ତି ।

ଟିକାଏତ କହିଛନ୍ତି ଯେ, ଆସନ୍ତାକାଲିର ଆନ୍ଦୋଳନରେ ଗାଁ ଲୋକ ଅଧିକ ସଂଖ୍ୟାରେ ଯୋଗ ଦେବେ । କେନ୍ଦ୍ର ସରକାର ଗତ ୮ ମାସ ଧରି ସବୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଉ ନାହାନ୍ତି କିନ୍ତୁ ଅନ୍ୟକ୍ଷେତ୍ରରେ କଟକଣା ଉଠାଇଛନ୍ତି । ସେ କହିଛନ୍ତି ଯେ, ଚକାଜାମରେ କିଛି ରାଜ୍ୟଙ୍କୁ ରିହାତି ଦିଆଯାଇଥିଲା । କିନ୍ତୁ ଏଥର ସେମିତି ହେବ ନାହିଁ । ଏଥର ସବୁ ରାଜ୍ୟରେ ରେଳ ରୋକ କରାଯିବ ।


ଅନ୍ୟପକ୍ଷରେ ରେଳରୋକକୁ ଦୃଷ୍ଟିରେ ରଖି ରେଳବାଇ ରେଲୱେ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ)ର ୨୦ ଅତିରିକ୍ତ କମ୍ପାନୀକୁ ମୁତ୍ତୟନ କରିଛି । ଏଥର ରେଳରୋକ ଆନ୍ଦୋଳନରେ ପଶ୍ଟିମବଙ୍ଗ, ଉତ୍ତର ପ୍ରଦେଶ, ପଂଜାବ ଓ ହରିଆନାକୁ ବିକେୟୁ ଫୋକସରେ ରଖିଛି ।

Leave a Reply