ଘର କରୁଛ, ଟଙ୍କା ଦିଅ… କହି ଆକ୍ରମଣ କଲା ଦୁର୍ବୃତ୍ତ

Miscreants Attacked Man Demanding Money In Bolangir

ବଲାଙ୍ଗିର: ଦିନକୁ ଦିନ ବଲାଙ୍ଗିର ସହର ଅସୁରକ୍ଷିତ ହୋଇ ପଡ଼ୁଛି । ଦିନ ଦ୍ୱିପ୍ରହରରେ ନିଶା ଖାଇ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ । ବଲାଙ୍ଗୀର ସହରର କନ୍ଧପାଲିପଡ଼ାରେ ଘର ନିର୍ମାଣ ବେଳେ ଅଜଣା ଦୁର୍ବୃତ୍ତ ଆସି ଦାଦାବଟି ମାଗିଥିଲା । ଦେବାକୁ ମନା କରିବାରୁ ଏକ ଧାରୁଆ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ଫେରାର ମାରିଛି ଦୁର୍ବୃତ୍ତ । ବଲାଙ୍ଗିର ସହରର ନବକିଶୋର ଆଣ୍ଠୋନୀ କନ୍ଧପାଲିପଡ଼ାରେ ନୂତନ ଘର ନିର୍ମାଣ କରୁଛନ୍ତି । ଘର ନିର୍ମାଣ ଚାଲିଥିବା ବେଳେ ଅପରାହ୍ଣ ୩ଟା ବେଳେ ନବକିଶୋର ସେଠାରେ ଠିଆ ହୋଇଥିଲେ ।

Miscreants Attacked Man Demanding Money In Bolangir

ହଠାତ୍ ଜଣେ ଅଜଣା ଦୁର୍ବୃତ୍ତ ଆସି ଘର ନିର୍ମାଣ କରୁଛ ଟଙ୍କା ଦିଅ… ବୋଲି କହିଥିଲେ । ତେବେ ନବକିଶୋର ଟଙ୍କା ଦେବାକୁ ବାରଣ କରିବାରୁ ଦୁର୍ବୃତ୍ତ ଧାରୁଆ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ନବକିଶୋରଙ୍କ ପାଟି ଶୁଣି ଘରକାମ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply