spot_img
Home Blog Page 6126

ନିଜ ନିର୍ବାଚନ ମଣ୍ଡଳିରେ ଖଟ୍ଟରଙ୍କୁ ବିରୋଧ, ଗସ୍ତପୂର୍ବରୁ ଭାଙ୍ଗିଦେଲେ ଷ୍ଟେଜ୍

ଚଣ୍ଡିଗଡ଼: ନିଜ ନିର୍ବାଚନ ମଣ୍ଡଳିରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଦେଶରେ କୃଷକ ଆନ୍ଦୋଳନର ନିଆଁ ଜଳୁଥିବା ବେଳେ କରନାଲ ଜିଲ୍ଲାର କୈମଳା ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନିଜ ନିର୍ବାଚନ ମଣ୍ଡଳିରେ ହେଉଥିବା ଏହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ମୁଖ୍ୟମନ୍ତ୍ରୀ ଖଟ୍ଟର । କୃଷକଙ୍କ ସହ ଆଲୋଚନା କରିବା ସହ ନୂଆ କୃଷି ଆଇନର ଫାଇଦା କହିଥାନ୍ତେ । ତେବେ, ଖଟ୍ଟର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ଦେଖା ଦେଇଥିଲା ଉତ୍ତେଜନା । ହଜାର ହଜାର କୃଷକ କୃଷି ଆଇନକୁ ବିରୋଧ କରି କଳା ପତାକା ଦେଖାଇବା ସହ ଖଟ୍ଟରଙ୍କ ବିରୋଧରେ ନାରାବାଜି କରିଥିଲେ ।

Karnal Farmer Protest CM Manohar Lal Police Lathi Charge

କୃଷକଙ୍କ ବଢ଼ୁଥିବା ସଂଖ୍ୟା ଓ ଆନ୍ଦୋଳନକାରୀଙ୍କୁ ରୋକିବାକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଚେଷ୍ଟା କରିଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ଚାଷୀଙ୍କ ଉପରେ ପ୍ରୟୋଗ କରିଥିଲା । ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ଦେଇଛନ୍ତି ।

Karnal Farmer Protest CM Manohar Lal Police Lathi Charge

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗର ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଚାଷୀ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳରତ କୃଷକ ସେଠାରୁ ଚାଲି ଯାଇଥିବା ବେଳେ ବିପୁଳ ପରିମାଣରେ ପୋଲିସ ମୁତୟନ କରାଯାଇଛି ।

Karnal Farmer Protest CM Manohar Lal Police Lathi Charge

କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ମିତ ଷ୍ଟେଜରେ କୃଷକ ଭଙ୍ଗାରୁଜା କରିବା ସହ ବସିବାକୁ ଥିବା ଚେୟାର ଭାଙ୍ଗି ଦେଇଛନ୍ତି । ହେଲିପ୍ୟାଡରେ କୃଷକ ଏକାଠି ହୋଇ ନାରାବାଜି କରିଥିଲେ । କୃଷକଙ୍କ ବିରୋଧକୁ ଦେଖି ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଗସ୍ତକୁ ବାତିଲ୍ କରିଦେଇଛନ୍ତି ।

ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୪୨ ଲକ୍ଷ ଟଙ୍କା ବଢ଼ିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ୧୦ କୋଟି ୩୫ ଲକ୍ଷ । ୨୦୧୯-୨୦ରେ ସେ ୩୦ ଲକ୍ଷ ଟଙ୍କାର ଗୃହ ଋଣ କରିଥିବା କହିଛନ୍ତି ।

Pratap Jena

୨୦୨୦ ମାର୍ଚ୍ଚ ସୁଦ୍ଧା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି ପାଖାପାଖି ଅଢ଼େଇ କୋଟି ଟଙ୍କା ।

Niranjan Pujari

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଜମିବାଡ଼ି ସହ ରହିଛି ୨ଟି ଗାଡ଼ି । ତାଙ୍କର ଗୋଟିଏ ବୁଲେଟ୍ ଓ ଗୋଟିଏ ଇଟିଅସ କାର୍ ଅଛି । ତାଙ୍କ ପାଖରେ ୨୩୦ ଗ୍ରାମର ସୁନା ଥିବା ମଧ୍ୟ ତାଲିକାରେ ରହିଛି ।

Sushanta Singh

ମନ୍ତ୍ରୀ ତୁଷାରକାନ୍ତି ବେହେରା ବି ନିଜ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ତାଙ୍କ ପାଖରେ ଗୋଟିଏ ଫିଆଟ ପୁଣ୍ଟୋ ଗାଡ଼ି ରହିଛି । ତାଙ୍କ ନାଁରେ କୌଣସି ଘର ନାହିଁ, ୧୪୦ ଗ୍ରାମର ଗହଣା ଅଛି ।

Tusharikanti Behera

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ୨ଟି କାର୍ ଥିବା ବେଳେ, ଗୋଟିଏ ମୋଟର ସାଇକେଲ୍ ରହିଛି । ଏହାସହ ତାଙ୍କ ପାଖରେ ୧୦୦ ଗ୍ରାମର ସୁନା ଅଳଙ୍କାର ରହିଛି । ତାଙ୍କ ପତ୍ନୀଙ୍କ ପାଖରେ ରହିଛି ୩୫୦ ଗ୍ରାମର ସୁନା ଅଳଙ୍କାର ।

Arun Sahoo

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ନିଜର ସମ୍ପତ୍ତି ତାଲିକା । ତାଙ୍କ ପାଖରେ ୪ଟି କାର୍, ଗୋଟିଏ ଟ୍ରାକ୍ଟର ଓ ବୁଲେଟ୍ ଥିବା ସେ ଦର୍ଶାଇଛନ୍ତି । ଏହାସହ ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ସହ ୧୪ ଲକ୍ଷ ଟଙ୍କାର ଗାଡ଼ି ଲୋନ୍ ଥିବା ସେ ଦର୍ଶାଇଛନ୍ତି ।

Tukuni Sahu

କୋଟିପତି ମନ୍ତ୍ରୀ ଅଶୋକ ପଣ୍ଡା

Ashok Panda

୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା

ଗୋଟିଏ ଇନୋଭା ଓ ଗୋଟିଏ ସ୍କୁଟର

୨୩ ଗ୍ରାମର ସୁନା ଓ ୬ ଗ୍ରାମର ରୁପା ଗହଣା

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଚଳାଚଳ ସମ୍ପତ୍ତି

Naba Das

୧୬ଟି ମରସିଡିଜ୍ ବେଞ୍ଜ

୮୦ଟି ବ୍ୟବସାୟିକ ଗାଡି

ମନ୍ତ୍ରୀଙ୍କର ଦାମୀଗାଡ଼ି ସଉକ

ସମ୍ପତ୍ତି ତାଲିକାରେ ବିକ୍ରମ କେଶରୀ ଆରୁଖ କୋଟିପତି

୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା

ବିକ୍ରମ ଆରୁଖଙ୍କର ସୁନା ଗହଣା ସଉକ

୨ଟି କାର୍ ଓ ଗୋଟିଏ ସ୍କୁଟର

ଦିବ୍ୟଶଙ୍କର ମିଶ୍ର ୭ କୋଟି ୩୧ ଲକ୍ଷ ୭୬ ହଜାର  ୪୦୮ ଟଙ୍କା

Property details of Odisha Minister Arun Sahoo, Naba Das

୩ଟି ବ୍ୟାଙ୍କ ଆକାଉଣ୍ଟ ଓ ପୋଷ୍ଟ ଅଫିସରେ ଗୋଟି ଆକାଉଣ୍ଟ

ଛତିଶଗଡ଼ ରାୟପୁରରେ ରହିଛି ବ୍ୟାଙ୍କ ଆକାଉଣ୍ଟ

ଗୋଟିଏ ଇନୋଭା ଓ ଗୋଟିଏ ଜେଷ୍ଟ ଗାଡ଼ି

ସମୀର ଦାଶଙ୍କ ପାଖରେ ଅଛି ୨ କୋଟି ୨୩ ଲକ୍ଷ ୭୫ ହଜାର ୭୬୧ ଟଙ୍କା

Schools To Open In Odisha From 8th January 

ପୈତୃକ ସମ୍ପତ୍ତିର ୧୭ଟି ଚାଷ ଜମି

ମାଆ’  ନିଜ ନାଁରେ କିଣିଛନ୍ତି ୭ଟି ଜମି

ଶିକ୍ଷାମନ୍ତ୍ରୀଙ୍କ ସୁନା ଗହଣା ସଉକ

୧୭ଟି ବ୍ୟାଙ୍କ ଆକାଉଣ୍ଟ, ୧୮ଟି ବୀମା

ପଦ୍ମିନୀ ଦିଆନଙ୍କ ପାଖରେ ୩୫ ଲକ୍ଷ ୯୧ ହଜାର ୬୪୬ ଟଙ୍କା 

ଦୁଇଟି କାର୍, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ସ୍କୁଟି

ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ପ୍ରେମାନନ୍ଦଙ୍କ ସମ୍ପତ୍ତି ୫୩ ଲକ୍ଷ ୯୫ ହଜାର ୫୨୯ ଟଙ୍କା

ସମ୍ପତ୍ତି ତାଲିକା ଦେଲେ ପଦ୍ମନାଭ ବେହେରା

Property details of Odisha Minister Arun Sahoo, Naba Das

ମନ୍ତ୍ରୀଙ୍କର ଅଛି ୪ଟି ବ୍ୟାଙ୍କ ଆକାଉଣ୍ଟ, ୪ଟି ବୀମା

୨ଟି କାର୍, ୬୦ ଗ୍ରାମ ସୁନା ଗହଣା

ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମ୍ପତ୍ତି 

୪ଟି ଚାଷ ଜମି, ୬ଟି ଅଣ କୃଷି ଜମି

ମନ୍ତ୍ରୀଙ୍କର ଭୁବନେଶ୍ବରରେ ଅଛି ଘର

ଗୋଟିଏ କାର୍ ଓ ୩ଟି ମୋଟର ସାଇକେଲ୍

ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସମ୍ପତ୍ତି 

ମନ୍ତ୍ରୀଙ୍କର ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କାର ସମ୍ପତ୍ତି

ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ମନ୍ତ୍ରୀ

୫ଟି ବ୍ୟାଙ୍କରେ ପାଖାପାଖି ୨କୋଟି ଜମା ରହିଛି

ଗୋଟିଏ କାର, ୧ ଏକର ଚାଷ ଜମି

୪ଟି ବାସୋପଯୋଗୀ ଜମି

୧୨ ଲକ୍ଷ ୨୫ ହଜାର ଟଙ୍କାର ଋଣ

ଜଗନ୍ନାଥ ସାରକା, ଏସସି, ଏସଟି ବିକାଶ ମନ୍ତ୍ରୀ

୬ଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା

ଗୋଟିଏ କାର, ଗୋଟିଏ ବାଇକ୍

୨୦ ଗ୍ରାମ୍ ସୁନା, ୧୮ ଏକରରୁ ଅଧିକ ପୈତୃକ ଜମି

୯ଟି ସ୍ଥାନରେ ବାସୋପଯୋଗୀ ଜମି

ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଖାଦ୍ୟ ଯୋଗାଣ ମନ୍ତ୍ରୀ

Property details of Odisha Minister Arun Sahoo, Naba Das

୩ଟି ଘର, ୫ଟି ବ୍ୟାଙ୍କ ଆକାଉଣ୍ଟ

୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟାଙ୍କ ଋଣ

୯ଲକ୍ଷ ୬୦ ହଜାର ଟଙ୍କାର ସୁନା

୪୭ ହଜାର ୫ଶହ ଟଙ୍କାର ରୂପା ରହିଛି

ସ୍ଥାବର ସମ୍ପତ୍ତି ୪୩ ଲକ୍ଷ ୩୫ ହଜାର ୩୫୪

ଅସ୍ଥାବର ସମ୍ପତ୍ତି ୧୫ ଲକ୍ଷ ଟଙ୍କା

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପତ୍ତି  

ପ୍ରଫୁଲ୍ଲ ମଲ୍ଲିକଙ୍କ ୩୯ ଲକ୍ଷ ୨୮, ୮୩୧ ଟଙ୍କା

ମାହଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ଼, ଅଭିଯୁକ୍ତର ମା’ ଦେଲେ ଚାଞ୍ଚଲ୍ୟକର ବୟାନ

କଟକ: ମାହଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ଆସିଲା ନୂଆ ମୋଡ଼ । ଅଭିଯୁକ୍ତର ମା’ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ‘ମୋ ଜୀବନ ପ୍ରତି ବିପଦ ଅଛି, ତେଣୁ ମୁଁ ଗାଁ ଛାଡ଼ି ବାହାରେ ରହୁଛି’ ପୂର୍ବରୁ ମୃତ କୂଳମଣିଙ୍କ ପୁଅ ଓ ତାଙ୍କ ସହଯୋଗୀମାନେ ଘରେ ପଶି ଦୁଇ ପୁଅକୁ ମାଡ଼ ମାରିଥିଲେ । ଜଣଙ୍କୁ ଲଙ୍ଗଳା କରି ନିର୍ଧୁମ ଛେଚିଥିଲେ । ଖାଲି ସେତିକି ନୁହେଁ ମତେ ମଧ୍ୟ ମାରିବାକୁ ଧମକ ଦେଇଥିଲେ । ଘରକୁ ଗଲେ ମାରିଦେବେ ବୋଲି ଧମକ ଦେଇଥିଲେ । ତେଣୁ ମୁଁ ଗାଁକୁ ଯାଉନି ।

ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନର ମା’ଙ୍କ ଏଭଳି ବୟାନ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ପଞ୍ଚାନନକୁ ଗିରଫ କରାଯିବା ବେଳେ ମଧ୍ୟ ସେହି ଏନେଇ ଅଭିଯୋଗ କରିଥିଲା । ଆଉ କୂଳମଣିଙ୍କ ପୁଅ ଏଭଳି ଆକ୍ରମଣ କରିଥିବା ପ୍ରତିଶୋଧ ପରାୟଣ ହୋଇ ସେ ହତ୍ୟା କରିଥିବା କହିଥିଲା ।

ଏନେଇ ସେତେବେଳେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ବୟାନ ଦେଇଛନ୍ତି ପଞ୍ଚାନନର ମା’ ମାତାଜୀ ସେଠୀ । ଦଳିତ ପରିବାର ଉପରେ ଆକ୍ରମଣ ପରେ ମାତାଜୀ ସେଠୀଙ୍କୁ ଭେଟିଥିଲା ଜାତୀୟ ଦଳିତ ମହାସଂଘର ଏକ ଟିମ୍ ।

 ଦଳିତ ମହାସଂଘ ପକ୍ଷରୁ ସଭାପତି ଲିଟୁ ଦାସ ଦାବି କରିଛନ୍ତି ଯେ, ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଯଦି ସେମାନଙ୍କୁ ଗିରଫ କରାନଯାଏ ତେବେ ଆଗାମୀ ବଡ଼ ଆନ୍ଦୋଳନ କରାଯିବ । ଖାଲି ସେତିକି ନୁହେଁ ଅଭିଯୁକ୍ତ ପଞ୍ଚାନନର ମା’ଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇବାକୁ ସଂଘ ଦାବି କରିଛି ।

କୋରାପୁଟର ଯୁବକଙ୍କୁ ଉଠାଇନେଲା ମୁମ୍ବାଇ ATS

ଜୟପୁର: ମୁମ୍ବାଇ ଏଟିଏସ୍ ସ୍କାନରରେ କୋରାପୁଟର ଯୁବକ । କଳାଗୁଡ଼ାର ଖଗବତି ପାଙ୍ଗି ନାମକ ଯୁବକଙ୍କୁ ମୁମ୍ବାଇ ଆଣ୍ଟି ଟେରଜିମ୍ ସ୍କ୍ୱାଡ୍ ଉଠାଇ ନେଇଛି । ଏକ ମାମଲାରେ ଛାନଭିନ୍ନ ଲାଗି ମୁମ୍ବାଇ ଏଟିଏସ୍ ଯୁବକ ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି ।

Koraput youth picked up by Mumbai ATS

ମୁମ୍ବାଇ ଏଟିଏସ୍ ଯୁବକଜଣଙ୍କୁ ନେଇ ଜୟପୁର ସଦର ଥାନାରେ ପହଞ୍ଚିଛି । ତେବେ ନିର୍ଦ୍ଦିଷ୍ଟ କେଉଁ ମାମଲାରେ ଯୁବକଜଣଙ୍କୁ ଏଟିଏସ୍ ଉଠାଇ ନେଇଛି ଜଣାପଡ଼ିନାହିଁ ।

ବିସ୍ତୃତ ଖବର ପାଇଁ ଦେଖୁଥାନ୍ତୁ ଆମ ୱେବସାଇଟ୍ https://nandighoshatv.com/

ପ୍ରତି ଟିକାକରଣ ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ୍

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ହେବ କୋଭିଟ୍ ଟିକାକରଣ । ଏଥିପାଇଁ ଓଡ଼ିଶାରେ ପ୍ରସ୍ତୁତି ସରୁଛି । ଟିକାକରଣ ସେସନ୍ ସାଇଟରେ ଦୁଇ ଦୁଇଥର ଡ୍ରାଏ ରନ୍ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୬୦ ସେସନ୍ ସାଇଟରେ ଟିକାକରଣ ହେବ । ସରକାରୀ ହସ୍ପିଟାଲ, ସିଏଚସି, ପିଏଚସି, ପ୍ରାଇଭେଟ ହସ୍ପିଟାଲକୁ ମିଶାଇ ମୋଟ ୧୬୦ ସ୍ଥାନରେ ହେବ ଟୀକାକରଣ । ରାଜ୍ୟ ସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଆଲୋଚନା ହୋଇଛି ।

100 Health Workers To Get Vaccine In Every Session Site Of Odisha

ପର୍ଯ୍ୟାୟ କ୍ରମେ ଉପକରଣ ଆସୁଛି । ଏବେ ଉପଲବ୍ଧ ଥିବା ଉପକରଣରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଅସୁବିଧା ନାହିଁ । ଯେଉଁଠି ଡ୍ରାଏ ରନ୍ କରାଯାଇଥିଲା ସେଠି ସବୁକିଛି ପ୍ରସ୍ତୁତ ଅଛି । ଆଉ କିଛି ଟିକାକରଣ ସେଣ୍ଟର ଚିହ୍ନଟ ଚାଲିଛି । ଟିକାକରଣର ଆରମ୍ଭ ଦିନ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ତେବେ କେବେ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

100 Health Workers To Get Vaccine In Every Session Site Of Odisha

ସେ ଆହୁରି କହିଛନ୍ତି- ଖୁବ୍ ନିକଟରେ ଟିକାକରଣ ହେବ । କମ୍ପାନୀ ପାଖରୁ ସିଧାସଳଖ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋରକୁ ଟିକା ଆସିବ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନାରେ ନିଶ୍ଚିତ ପକ୍ଷେ କୌଣସି ନିର୍ଯାସ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇ ଅନୁମତି ଦେଇଥିଲେ ।

ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି । ଭାରତୀୟ ବଂଶୋଦ୍ଭବ ସନ୍ତୋଖି ରାଜପଥ ପରେଡରେ ସାମିଲ୍ ହେବେ ।

Suriname Indian Origin President To Be Republic Day Chief Guest

ସୂଚନାଯୋଗ୍ୟ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇଥାନ୍ତେ । କିନ୍ତୁ ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପ୍ରକୋପ ବଢ଼ିବା ପରେ ସେ ଭାରତ ଗସ୍ତ ରଦ୍ଦ କରିଛନ୍ତି । ଏହାପରେ ସରକାରଙ୍କ ପକ୍ଷରୁ ସୁରିନାମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଯାହାକୁ ସେ ଗ୍ରହଣ କରିଛନ୍ତି ।

Suriname Indian Origin President To Be Republic Day Chief Guest

ଏହା ପୂର୍ବରୁ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ୨ ଦେଶ ମଧ୍ୟରେ ଲୋକ ବିନା ଭିସାରେ ଯିବାଆସିବା ପାଇଁ ଶନିବାର ପ୍ରସ୍ତାବ ଦେଇଥିଲେ । ଏଥିସହ ଦ୍ୱିପାକ୍ଷିକ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ବଦ୍ଧ ମଜଭୁତ୍ କରିବାକୁ ସମର୍ଥନ କରିଥିଲେ । ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ଶନିବାର ପ୍ରବାସୀ ଭାରତୀୟ ଦିବସରେ ସାମିଲ୍ ହୋଇ ଏହି ପ୍ରସ୍ତାବ ଦେଇଥିଲେ ।

ଅସ୍ତ୍ରବିରତିରେ ଗର୍ଜିଲା ଅସ୍ତ୍ର; ଭାରତୀୟ ସେନାର ଜବାବ, ପାକିସ୍ତାନର ୩ ଯବାନ ନିହତ

ଜମ୍ମୁ -କାଶ୍ମୀର: ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା । ଅସ୍ତ୍ରର ପ୍ରଶ୍ନକୁ ଅସ୍ତ୍ରରେ ଉତ୍ତର ଦେଲା ଭାରତ । ରଜୌରୀ ସେକ୍ଟରରେ ବଦମାସୀ ପାକିସ୍ତାନର ବଦଲା ନେଇଛି ଭାରତ । ରବିବାର ଏଲଓସି ଅଞ୍ଚଳର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଘଟଣା ବିଷୟରେ ଖବର ପାଇବା ପରେ ଜବାବ ଦେଇଛି ଭାରତ । ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ସୈନିକ ନିହତ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ରବିବାର ଏଲଓସିରେ ପାକିସ୍ତାନ ସେନା ନିଜପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ନାସୌରୀ ସେକ୍ଟରକୁ ଟାର୍ଗେଟ କରିବା ସହ ଗୁଳିମାଡ କରିଥିଲା ପାକ୍ । ଖବର ପାଇବା ପରେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛି । ଯବାନଙ୍କସ ଗୁଳିରେ ପାକିସ୍ତାନର ୩ ସୈନିକ ନିହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି । ସେହିପରି ପାକିସ୍ତାନର ଚାରୋଟି ଆଉଟପୋଷ୍ଟକୁ ଗୁଳିମାଡ କରି ଉଡାଇ ଦେଇଛନ୍ତି ଭାରତୀୟ ଜବାନ ।

ଆଉ ଲୋଡ଼ାନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ: ଜାନୁଆରୀ ୨୧ରୁ ହଟିବ କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଜାନୁଆରୀ ୨୧ରୁ ହଟିବ କଟକଣା । ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ ଦର୍ଶନ କରିପାରିବେ ଶ୍ରର୍ଦ୍ଧାଳୁ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ସୂଚନା । 65000 ଭକ୍ତ ପରୀକ୍ଷାମୂଳକ ବ୍ୟବସ୍ଥା ସମୟରେ ଦର୍ଶନ କରିଛନ୍ତି। 25000 ଭକ୍ତ 3 ତାରିଖ ପରଠାରୁ ସାଧାରଣ ବ୍ୟବସ୍ଥା ରେ ଦର୍ଶନ କରିଛନ୍ତି। 65 ବର୍ଷରୁ ଅଧିକ ବୟସର ଭକ୍ତଙ୍କ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।  ଅଧିକ ରୁ ଅଧିକ ଭକ୍ତଙ୍କ ଗହଳିକୁ ଏଡ଼ାଇବା ପାଇଁ ଦରକାର ପଡ଼ିଲେ ବ୍ୟାରିକେଡର ବ୍ୟବସ୍ଥା କରାଯିବ । ସପ୍ତାହରେ ଥରେ ଗୋଟିଏ ଦିନ ପାଇଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । 30000 ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି ।  ଅଧିକ ମାତ୍ରାରେ ଭକ୍ତ ଆସିଲେ ସ୍ବତନ୍ତ ବ୍ୟବସ୍ଥା ଗ୍ରହଣ କରିବା ନେଇ ଜିଲ୍ଲାପାଳ ନେବେ ନିଷ୍ପତ୍ତି ।

ଏଥିସହିତ ପଢ଼ନ୍ତୁ: ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ସିଂହଦ୍ୱାର: ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କରୁଛନ୍ତି ଭକ୍ତ

ଦର୍ଶକଙ୍କ ଅଭଦ୍ରାମୀରେ ଅତିଷ୍ଠ ସିରାଜ; କ୍ଷମା ମାଗିଲା ଅଷ୍ଟ୍ରେଲିଆ, ବିଦାହେଲ ୬ ଦର୍ଶକ

ସିଡନି: ଗ୍ରାଉଣ୍ଡରେ ଖେଳ ଚାଲିଛି । ଷ୍ଟାଡିୟମରେ ଅଭଦ୍ରାମୀ ବଢୁଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାରି ରହିଥିବାବେଳ ଦେଖିବାକୁ ମିଳିଛି ଏଭଳି ଅପ୍ରୀତିକର ପରିସ୍ଥିତି । ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜଙ୍କୁ ଅଭଦ୍ର ଏବଂ ଅରୁଚୀକର ମନ୍ତବ୍ୟ ପ୍ରଦାନ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ । ଏପରି ଅଭିଯୋଗ ଆସିବା ପରେ ଅଭଦ୍ରାମୀ କରୁଥିବା ଦର୍ଶକଙ୍କୁ ଗ୍ୟାଲେରୀରୁ ବିଦା କରିଛି ପୋଲିସ । ସେପଟେ ଉକ୍ତ ଘଟଣାକୁ ନେଇ ଟିମ ଇଣ୍ଡିଆକୁ କ୍ଷମା ମାଗିଛି କଙ୍ଗାରୁ ବାହିନୀ ।

ମହମ୍ମଦ ସରାଜଙ୍କୁ ଲଗାତର ଦୁଇଟି ଟେଷ୍ଟରେ ଜାତିଆଣ ମନ୍ତବ୍ୟ ଦେବା ସହ ଗାଳି ଗୁଲଜ କରି ଆସୁଥିଲେ ଅଷ୍ଟ୍ରେଲିଆ ଦର୍ଶକ । କେବଳ ଯେ ଏମାନଙ୍କ ଟାର୍ଗେଟରେ ସିରାଜ ନଥିଲେ ବଂର ବୋଲର ବୁମରାହଙ୍କୁ ମଧ୍ୟ ଦେଇଛନ୍ତି ଜାତିଆଣ ଟିପ୍ପଣି । ମଦ୍ୟପ ଦର୍ଶକଙ୍କ ଅସହ୍ୟ ଅଭଦ୍ରାମୀରେ ଅତିଷ୍ଠ ହୋଇ ସିରାଜ ପ୍ରଥମେ କ୍ୟାପଟେନ ରାହାଣେଙ୍କୁ କରିଥିଲେ ଏବିଷୟରେ ଅବଗତ । ପରେ ଉଭୟେ ଫିଲ୍ଡ ଅମ୍ପାୟରଙ୍କ ନିକଟରେ କରିଥିଲେ ଅଭିଯୋଗ । ଏଭଳି ଅଭିଯୋଗ ପାଇବା ପରେ ତତକ୍ଷାଣତ ଫିଲ୍ଡ ଅମ୍ପାୟର, ମ୍ୟାଚ ରେଫରୀ ଏବଂ ଟିଭି ଅମ୍ପାୟରଙ୍କ ସହ ଆଲୋଚନା କରି ପୋଲିସକୁ ଡାକିଥିଲେ ।

କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଖେଳ । ଥମିଯାଇଥିଲା କୋଳାହଳ । ଏବଂ ଗ୍ୟାଲେରୀରେ ପ୍ରବେଶ କରିଥିଲା ପୋଲିସ । ଭାରତୀୟ ଖେଳାଳୀଙ୍କ ପ୍ରତି ଅରୁଚୀକର ମନ୍ତବ୍ୟ ଏବଂ ଜାତିଆଣ ଆକ୍ଷେପ କରୁଥିବା ୬ ଦର୍ଶକଙ୍କୁ ଷ୍ଟାଡିୟମରୁ ବିଦା କରିଥିଲା ଅଷ୍ଟ୍ରେଲିଆ ପୋଲିସ । ସେପଟେ ଉକ୍ତ ଘଟଣାରେ କ୍ରିକେଟ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ କ୍ଷମା ମାଗିବା ସହ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି ।

ରବିବାରରେ ଖୋଲିଛି ସ୍କୁଲ, ଚାଲିଛି ପାଠପଢା

ଭୁବନେଶ୍ୱର: ରବିବାର ବାଜିଲା ସ୍କୁଲ ଘଣ୍ଟି । ଛୁଟି ଦିନରେ ମଧ୍ୟ ସ୍ୱାଭାବିକ ଚାଲିଲା ସ୍କୁଲ। କ୍ଳାସରୁମରେ ପାଠ ପଢିଲେ ଛାତ୍ରଛାତ୍ରୀ। ରାଜଧାନୀ ଭୁବନେଶ୍ବରରେ ସରକାରୀ ଏବଂ ଘରୋଇ ସ୍କୁଲରେ ପାଠପଢା ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ମଧ୍ୟରେ ପାଠପଢା ଚାଲିଛି। ସ୍କୁଲରେ ଠିକ ଭାବରେ ଏସଓପି ପାଳନ ହେଉଛି କି ନାହିଁ ଏନେଇ ତଦାରଖ କରୁଛନ୍ତି ଜିଲ୍ଲା ଏବଂ ବ୍ଳକ ଶିକ୍ଷା ଅଧିକାରୀ। ସଂପୂର୍ଣ୍ଣ ଭୁବନେଶ୍ୱର କୁ ୨୬ କ୍ଳଷ୍ଟର କରାଯାଇଛି। ଗୋଟିଏ କ୍ଳଷ୍ଟର ରେ ୧୦ ଟି ସ୍କୁଲ ରହିଛି। ଏଥିପାଇଁ ୨୬ ଟି ବାଇକ ଟିମ ଗଠନ କରାଯାଇଛି ।

ସେହିପରି ଗୋଟିଏ ଟିମରେ ୬ଜଣ ମେମ୍ବର ରହିଛନ୍ତି । ଟିମରେ ୨ ହେଡମାଷ୍ଟର, ୨ ଆସିଷ୍ଟଣ୍ଟ ଟିଚର ମଧ୍ୟ ଅଛନ୍ତି । ସେମାନେ ସ୍କୁଲ ସ୍କୁଲ ବୁଲି ସ୍ଥିତ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ମାନେ ସାମାଜିକ ଦୂରତା ରକ୍ଷାକରୁଛନ୍ତି କି ନାହିଁ, ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ, ସାନିଟାଇଜର ଏବଂ ସ୍କୁଲ ସ୍ୱଚ୍ଛ ଅଛି କି ନାହିଁ ତାର ତଦାରଖ କରୁଛନ୍ତି । ତେବେ ରବିବାର ହେଲେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ବେଶ ଉତ୍ସାହର ସହ ପାଠ ପଢୁଥିବା କହିଛନ୍ତି ବିଇଓ ।

ସେପଟେ ଯୁକ୍ତ ଦୁଇ କଲେଜରେ ଚାଲୁରହିଛି ପାଠପଢା। ସବୁଦିନ ଭଳି ରବିବାର ଉପସ୍ଥାନ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି। ଆସନ୍ତା କାଲି ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ ଥିବାବେଳେ ଏଥିପାଇଁ ଶେଷ ହୋଇଛି  ପ୍ରସ୍ତୁତି ପ୍ରକ୍ରିୟା । କଲେଜକୁ ସାନିଟାଇଜ କରାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଗୋଟିଏ ବେଞ୍ଚରେ ଦୁଇ ଜଣ ବସିବେ ଏବଂ ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀ ମାନେ କ୍ଳାସ କରିବେ ବୋଲି ସୂଚନା ଦେଇଛନ୍ତି  କଲେଜ ଅଧ୍ୟକ୍ଷ  ।