ଇଣ୍ଡିଆନ ଏୟାରଫୋର୍ସ ପ୍ରଥମ ଥର କଲା ଏକ ଖାସ୍‌ ପ୍ରଜାତିର କୁକୁର ମୁତୟନ

ନୂଆଦିଲ୍ଲୀ:   ଉଡ଼ା ଜାହାଜର ଉଡ଼ାଣ ରାସ୍ତାରେ ପକ୍ଷୀ ମାନଙ୍କର ଯିବା ଆସିବା ଏକ ପ୍ରକାରର ଘାତକ ସାଜୁଛି । ଏହି ବିପଦ ଏୟାରପୋର୍ଟ ଏବଂ ଏୟାରବେସ୍ ‌ଉପରେ ଅଧିକ ରହୁଛି । ଏଥିରୁ ମୁକୁଳିବା ନିହାତି ଭାବରେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ବାୟୁସେନାରେ ପ୍ରଥମ ଥର ଏକ ଭିନ୍ନ ପ୍ରଜାତିର କୁକୁର ମୁତ୍ତୟନ ହୋଇଛି । ବାୟୁସେନାର ଆଗ୍ରା ଆୟାରବେସରେ ୪ଟି ଭାରତୀୟ ପ୍ରଜାତିର ମୁଡହୋଲ କୁକରଙ୍କୁ ସାମିଲ କରାଯାଇଛି ।

ମୁଡହୋଲ ପ୍ରଜାତିର କୁକୁର ଭାରତର କର୍ଣ୍ଣାଟକରେ ଅଧିକ ଉପଲବ୍ଧ । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ବିମାନ ସହିତ ପକ୍ଷୀଙ୍କର ଧକ୍କା ହେବା ଘଟଣା କମ୍‌କରାଯିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରଜାତିର କୁକୁର ରନଓ୍ୱେରେ ଆସୁଥିବା ପକ୍ଷୀ ଏବଂ ଅନ୍ୟ ଜୀବଙ୍କୁ ସେଠାରୁ ଦୂରକୁ ହଟାଇବାର କାମ କରିବେ । ଏମାନଙ୍କୁ କର୍ଣ୍ଣାଟକର ମୋଡହୁଲ ସ୍ଥିତ କାନାଇନ ରିସର୍ଚ ଆଣ୍ଡ୍‌ଇନଫର୍ମେସନ ସେଣ୍ଟରରୁ ଅଣାଯାଇଛି । ଏହି ସ୍ଥାନ କାରଣରୁ ଏମାନଙ୍କ ନାମକରଣ ମଧ୍ୟ ଏହିଭଳି ହୋଇଛି ।

ଏହି କୁକୁରଙ୍କୁ ପକ୍ଷୀ ମାନଙ୍କୁ ଡରାଇବା ପାଇଁ ଖାସ୍‌ପ୍ରଶିକ୍ଷଣ ଦିଆଯିବ । ଭାରତରେ ଏକାଧିକ ଏୟାରବେସରେ ପକ୍ଷୀ ଧକ୍କା ଏକ ବିରାଟ ସମସ୍ୟା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଡହୋଲ କୁକୁରଙ୍କୁ ହୁଏତ ପ୍ରଥମ ଥର ଭାରତୀୟ ବାୟୁସେନାରେ ମୁତୟନ କରାଯାଇଛି, କିନ୍ତୁ ଏମାନଙ୍କୁ ପୂର୍ବରୁ ଭାରତୀୟ ସେନାରେ ସାମିଲ କରାଯାଇଛି ।

Leave a Reply