ବନ୍ଧା ହେଲେ ଶିକ୍ଷକ, ଜାଲ୍ ସାର୍ଟିଫିକେଟ୍ ଦେଇ ୬ ବର୍ଷ ହେଲା କରିଥିଲେ ଚାକିରି

Nabarangapur Teacher Arrested For Producing Fake Certificate For Service

ନବରଙ୍ଗପୁର: ଧରାପଡ଼ିଲା ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲିଆତି । ବନ୍ଧାହେଲେ ଜେଲ୍ ଗଲେ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ ଦେଇ ୨୦୧୩ ମସିହାରୁ ନବରଙ୍ଗପୁର ଜିଲ୍ଲାରେ ଚାକିରି କରି ଆସୁଛନ୍ତି । ଶ୍ରୀକାନ୍ତଙ୍କୁ କୋଷାଗୁମୁଡ଼ା ବ୍ଲକର ବାକଟିଗୁଡ଼ା ସ୍କୁଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା । ଶିକ୍ଷା ସହାୟକ ଭାବେ ୬ ବର୍ଷ କାର୍ଯ୍ୟ କରିବା ପରେ ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଶ୍ରୀକାନ୍ତ ।

Nabarangapur Teacher Arrested For Producing Fake Certificate For Service

ସାର୍ଟିଫିକେଟ୍ ତର୍ଜମା ବେଳେ ଜାଲ୍ ଥିବା ଜଣାପଡ଼ିଥିଲା । ଏହାପରେ ୭ ମାର୍ଚ୍ଚ ୨୦୨୦ରେ କୋଷାଗୁମୁଡ଼ା ବିଇଓ ଥାନାରେ ଏତଲା ଦେଇଥିଲେ । ଏତଲା ପରଠାରୁ ଫେରାର୍ ଥିଲେ ଶ୍ରୀକାନ୍ତ । ଆଜି କୋଡ଼ିଙ୍କା ପୋଲିସ ଶ୍ରୀକାନ୍ତଙ୍କୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ବନସର ଗାଁରୁ ଗିରଫ କରିଥିଲା । ସେହିଭଳି ବଜ୍ରଗଡ଼ ସ୍କୁଲରେ ଶିକ୍ଷା ସହାୟକ ଭାବେ କାମ କରୁଥିବା ମାନସ ପରିଡ଼ାଙ୍କ ନାଁରେ ବିଇଓ ଏତଲା ଦେଇଛନ୍ତି । ମାନସ ମଧ୍ୟ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି ।

Leave a Reply