spot_img
Home Blog Page 6103

ଶେଷରେ ନରମିଲା ହ୍ୱାଟ୍ସଆପ୍: ପ୍ରାଇଭେସି ପଲିସିକୁ ରଖିଲା ସ୍ଥଗିତ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସିକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଏତେ ମାତ୍ରାରେ ବିରୋଧ ହେବା ପରେ ଶେଷରେ ନରମିଛି ହ୍ୱାଟ୍ସଆପ୍। ପ୍ରାଇଭେସି ପଲିସିକୁ ୩ ମାସ ପାଇଁ ସ୍ଥଗିତ ରଖିଛି।

ନିକଟରେ ହ୍ୱାଟ୍ସଆପ୍ ନିଜ ପ୍ରାଇଭେସି ପଲିସିରେ କିଛି ପରିବର୍ତ୍ତନ ଆଣିଥିଲା। ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡ଼ିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ। ଯଦି ୟୁଜର୍ସ ମାନେ ଫେବୃଆରୀ ୮ ତାରିଖ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଏହାକୁ ନେଇ ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ହ୍ୱାଟସ୍‌ଆପ୍‌ ପଛଘୁଞ୍ଚା ଦେଇଛି।

ନିକଟରେ କମ୍ପାନୀ ସ୍ପଷ୍ଟୀକରଣ ଦେବା ସତ୍ୱେ ବି ଏହି ପଲିସିକୁ ବ୍ୟବହାରକାରୀଙ୍କ ସମେତ ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସଂଗଠନ ମାନେ ବିରୋଧ କରିଛନ୍ତି। ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ୱାଟ୍ସଆପ୍ ବଦଳରେ ସିଗନାଲ୍ ଆପ୍ ଆଡେ ମୁହାଁଉଛନ୍ତି । ଏପରିକି ସିଗନାଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟାରର ଟପ୍ ଚାର୍ଟରେ ରହିଛି। ତେଣୁ ଉପୋଭୋକ୍ତାଙ୍କୁ ମନେଇବା ପାଇଁ ହ୍ୱାଟସ୍‌ଆପ୍‌ ପକ୍ଷରୁ ପ୍ରାଇଭେସି ପଲିସିକୁ ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖାଯାଇଛି।

ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ୟୁଜରଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି। ଆସନ୍ତା ଫେବୃଆରୀ ୮ ତାରିଖରେ କୌଣସି ବି ହ୍ୱାଟସ୍‌ଆପ୍‌ ଆକାଉଣ୍ଟ  ସସ୍‌ପେଣ୍ଡ ବା ଡିଲିଟ କରିବାକୁ ପଡ଼ିବ ନାହିଁ । ହ୍ୱାଟସ୍‌ଆପ୍‌ରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରି ଅଧିକ କାମ ଚାଲିଛି। ଆସନ୍ତା ମେ’ ୧୫ରେ ନୂଆ ଅପଡେଟ୍‌ ଅପସନ୍‌ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ ବୋଲି ହ୍ୱାଟସ୍‌ଆପ୍‌ କହିଛି।

 

ଟିକା ନେବା ପରେ ମୁଁ ଏକ୍‌ଦମ ଭଲ ଅଛି, ଗୁଜବରେ କେହି ବିଶ୍ୱାସ କରନ୍ତୁ ନାହିଁ: କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ଏବେ ୧୬୧ଟି ଟିକାକରଣ କେନ୍ଦ୍ରରେ ଚାଲିଛି କରୋନା ଟିକାକରଣ। ଟିକା ନେବା ପରେ ୩୦ ମିନିଟ ଅବଜର୍ଭେସନରେ ରହୁଛନ୍ତି ଟିକା ନେଇଥିବା ବ୍ୟକ୍ତି। ତେବେ ଟୀକା ନେବା ପରେ କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଟିକା ନେବା ପରେ ସେ କିପରି ଅନୁଭବ କରିଛନ୍ତି କ୍ୟାମେରା ସାମ୍ନାରେ କହିଛନ୍ତି। ସେ କହିଛନ୍ତି ଟିକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମୋତେ ହୋଇ ନାହିଁ। ଟିକା ନେବା ପରେ ଅଧଘଣ୍ଟା ଗାଇଡଲାଇନ ଅନୁଯାୟର ରେଷ୍ଟ କଲି। ମୁଁ ସାଧାରଣ ଟିକା ନେବାପରି ଅନୁଭବ କଲି।

ସମସ୍ତେ ଟିକା ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଟିକାକୁ ନେଇ ଆସୁଥିବା ଗୁଜବ ରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। କ୍ୟାପିଟାଲ ହସ୍ପଟାଲର ୧୫୦୦ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନେବେ। ଆଉ ଆଜିଥ୍ରୋମାଇସିନ କିମ୍ବା ମେଡ଼ିସିନ୍ ଖାଇବା ଆବଶ୍ୟକ ନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ।

ପାଇଖାନା ଯୋଗାଣରେ ଦୁର୍ନୀତି, ୨ ବିଡିଓ, ଜଣେ ଜେଇ ନିଲମ୍ବିତ

ଭୁବେନଶ୍ୱର: ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ବିରୋଧୀ ଛାଟ। ନବୀନ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ଗପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨ ଜଣ ଓଏଏସ୍ ଅଧିକାରୀ ଓ ଜେଣ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏହି ତିନିଜଣ ଅଧିକାରୀ ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା ବଣ୍ଟନରେ ଅନିୟମିତତା କରିଥିବା ଜଣାପଡ଼ିଛି । ସ୍ପଷ୍ଟ ପ୍ରମାଣ ପାଇବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି ।

ନିଲମ୍ବିତ ହୋଇଥିବା ଦୁଇ ଓଏଏସ୍ ଅଧିକାରୀଙ୍କ ଭିତରେ ରହିଛନ୍ତି ଓଡ଼ିଶା ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିବା ସ୍ବାଭିମାନ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ଚିତ୍ରେକାଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ଲରିମନ ଖରେସଲ । ଅନ୍ୟ ଜେଣ ଓଏଏସ୍ ଅଧିକାରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବନ୍ଦ୍ର ବାହାଦୁର । ପୁଣି ସମାନ ଅଭିଯୋଗରେ ଝରିଗାଁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ ମଧ୍ୟ ଚାକିରିରୁ ନିଲମ୍ବନ କରାଯାଇଛି ।

ଆଜି ଯଦି ଭୋଟ୍‍ ହୁଏ, ଦେଶରେ ଏନ୍‍ଡିଏ ଖସିବ, ପୂର୍ଣ୍ଣ ବହୁମତ ପାଇବା ବି କଷ୍ଟକର ହେବ

0

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତୀୟ ରାଜନୀତି ପାଇଁ ଅନେକ ଆହ୍ୱାନ ଚଲାପଥରେ ଓଗାଳ ହୁଏ । ସେଥିରେ ପଞ୍ଚାୟତଠୁ ରାଜ୍ୟ ସରକାର ଗଠନ ଯାଏ ରାଜନୀତି, ବିଭିନ୍ନ ସଂଗଠନର ଦାବି, ଆନ୍ଦୋଳନ, ଧମକ ଏବଂ ପରିବର୍ତ୍ତିତ ରାଜନୀତିକ ସମୀକରଣ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରି ନୂଆ ଏକ ବିରୋଧାଭାସ ସୃଷ୍ଟି କରିଦିଏ । ଯଦିଓ ଏବର୍ଷର ମାସଟିଏ ବି ସରି ନାହିଁ ତଥାପି ଦେଶର ମତ ବା “ଦେଶ୍‍ କା ମୁଡ୍‍’ କୁଆଡ଼େ ଯିବ ବା ଯାଉଛି ତାହା ଆଗକୁ ହେବାକୁ ଥିବା ନିର୍ବାଚନକୁ ନିଶ୍ଚିତ ପ୍ରତିଫଳିତ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ପୁଣି ସଦ୍ୟ ପ୍ରକାଶିତ ଏବିପି-ସି’ ଭୋଟର ତାଲିକାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ୧୦୦ ଆସନର ଘାଟା ସହିବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଇଛି । ଯଦି ଏହା ହୁଏ ତେବେ ଆଜି ନିର୍ବାଚନ ହେଲେ ଏନ୍‍ଡିଏ କେନ୍ଦ୍ରରେ ସରକାର ଗଠନ ପାଇଁ ଅନ୍ୟ ଆଞ୍ଚଳିକ ଓ କ୍ଷୁଦ୍ର ଦଳଙ୍କ ପାଖରେ ହାତ ପତାଇବାକୁ ବାଧ୍ୟ ହେବ ।
ପ୍ରଥମେ ରାଜ୍ୟମାନଙ୍କ କଥା:
ଏବର୍ଷ ଆସାମ, କେରଳ, ତାମିଲ୍‍ନାଡ଼ୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ନିର୍ବାଚନ ହେବାକୁ ଯାଉଛି । କୌଣସି ସମ୍ଭାବ୍ୟ ସାମ୍ବିଧାନିକ ସଙ୍କଟକୁ ଏଡ଼ାଇବା ଲାଗି ଏପ୍ରିଲ୍‍ ଅଥବା ମେ ମାସରେ ଭୋଟ୍‍ ଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୁକ୍ତ ଘୋଷଣା କରିପାରନ୍ତି । ପୁଣି ଯଦି ସବୁ କିଛି ଠିକ୍‍ ଚାଲେ ତେବେ ରାଷ୍ଟ୍ରପତି ଶାସନରେ ପରିଚାଳିତ ଜମ୍ମୁ ଓ କଶ୍ମୀରରେ ବି ଏ ବର୍ଷ ନିର୍ବାଚନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ଜମ୍ମୁ ଓ କଶ୍ମୀରକୁ ଛାଡ଼ି ଯଦି ଅନ୍ୟ ପାଞ୍ଚଟି ରାଜ୍ୟ କଥା ଚିନ୍ତା କରାଯାଏ ତେବେ ଆସାମ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳ ଶାସନ କରୁଛନ୍ତି । କିନ୍ତୁ ଏହି ରାଜ୍ୟଗୁଡ଼ିକ ଭାରତୀୟ ରାଜନୀତିକ ପାଣିପାଗକୁ ଶେଷ ମୁହୂର୍ତ୍ତରେ ବି ବଦଳାଇ ଦେବା କ୍ଷମତା ବହନ କରନ୍ତି । ତାଛଡ଼ା ଆସାମ ଓ ପୁଡୁଚେରୀରେ ନିଜ କ୍ଷମତା ବଞ୍ଚାଇ ରଖିବା ଲାଗି ଓ ଅନ୍ୟ ରାଜ୍ୟଗୁଡ଼ିକୁ ଦଖଲ କରିବା ଲାଗି ଉଭୟ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ କରିବା ବାଞ୍ଛନୀୟ । ଏଣୁ ଏପ୍ରିଲ୍‍ ଅଥବା ମେ ମାସରେ ହେବାକୁ ଥିବା ଏହି ନିର୍ବାଚନଗୁଡ଼ିକରେ ସାରା ଭାରତର ମିଡିଆ ଓ ଜନସାଧାରଣଙ୍କ ଧ୍ୟାନ ଆକର୍ଷିତ ହେବା ସ୍ୱଭାବିକ ।

ଯଦିଓ ଓଡ଼ିଶାରେ ଏମିତି କିଛି ପରିବର୍ତ୍ତନ ଆଶଙ୍କା ହୋଇ ନାହିଁ କିନ୍ତୁ ଏବର୍ଷ ଆମ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାଛଡ଼ା ପିପିଲି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ନିଶ୍ଚିତ ହେବ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଏବେ ଖାଲି ପଡ଼ିଛି । ଏଣୁ ଆମ ରାଜ୍ୟର ପ୍ରତିଟି ଘରେ ରାଜନୀତିକ ଉଷ୍ମତା ନିଶ୍ଚିତ ଭାବେ ବାରି ହେବ ।

ସରକାର ପାଇଁ କସରତ ଚାଲିଥିବା ରାଜ୍ୟୱାରୀ ପରିସ୍ଥିତିକୁ ନଜର ପକାଇଲେ କେରଳ, ତାମିଲ୍‍ନାଡ଼ୁ ଏବଂ ପଶ୍ଚିମବଙ୍ଗ ଯଦିଓ ତୃତୀୟ ପକ୍ଷଙ୍କ ଦ୍ୱାରା ଅଧିକୃତ କିନ୍ତୁ କେନ୍ଦ୍ରରେ ଶାସନ ଏବଂ ବିରୋଧୀ ଦଳ ନେତୃତ୍ୱ ନେଉଥିବା ବିଜେପି ଓ କଂଗ୍ରେସ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବେ । କେରଳରେ ଏବେ ବାମପନ୍ଥୀ ଶାସନ ଚାଲିଛି । ଏହି ରାଜ୍ୟର ରାଜନୀତିକ ଇତିହାସରେ ବାମପନ୍ଥୀ ଯଥେଷ୍ଟ ସୁଦୃଢ଼ ରହିଛି । କେବେ କେବେ କଂଗ୍ରେସ ମେଣ୍ଟ କରିଛି କିନ୍ତୁ ବିଜେପି ପାଇଁ ସୁଯୋଗ ସୃଷ୍ଟି ହୋଇ ନାହିଁ । ଏଣୁ ଗଡ଼ ଭେଦି ନିଜର ପଦ୍ମ ଫୁଟାଇବାକୁ ଦଳୀୟ ନେତାମାନେ ଚାହିଁବେ ।

ତାମିଲ୍‍ନାଡ଼ୁରେ ଆମ୍ମାଙ୍କ ଦେହାନ୍ତ ପରେ ପାର୍ଟି ଯଦିଓ ରହିଛି କିନ୍ତୁ ପରୋକ୍ଷରେ ତାହା ବିଜେପି ଆଶୀର୍ବାଦପ୍ରାପ୍ତ ବୋଲି ଚର୍ଚା ହୁଏ । ଏଠି ଶାସକ ଏଆଇଏଡିଏମ୍‍କେର ପରମ ବିରୋଧୀ ହେଉଛି ଡିଏମ୍‍କେ । ଏଣୁ ଯଦି ମେଣ୍ଟ ନହୁଏ ତେବେ ଯିଏ ସରକାରକୁ ଆସିବ ତା’ ପାଇଁ କେନ୍ଦ୍ରୀୟ ଆବଶ୍ୟକତା ରହିବ ।

ପଶ୍ଚିମବଙ୍ଗରେ ଏବେ ସ୍ଥିତି ଗମ୍ଭୀର ଦେଖାଯାଉଛିି । କିନ୍ତୁ ତୃଣମୂଳ କଂଗ୍ରେସକୁ ଉପଡ଼ିବା କଷ୍ଟକର । ଏବିପି-ସି’ ଭୋଟର ସର୍ବେକ୍ଷଣ ଅନୁସାରେ ଏଠାରେ ବିଜେପିର ସ୍ଥିତି ନଗଣ୍ୟ ହେବ । ୨୯୪ ଆସନ ବିଶିଷ୍ଟ ବିଧାନସଭାରୁ ୨୫୭ ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ଅନ୍ୟ ବାମ ସହଯୋଗୀଙ୍କ ହାତରେ ଯିବ । ବାକି ୪୭ ଆସନରେ ବିଜେପି ନିଜର କରାମତି ଦେଖାଇପାରେ । ଏ ସଂଖ୍ୟା ଯଦି ସତ ହୁଏ ତେବେ ବିଜେପିର ଅସ୍ତିତ୍ୱ ୨୩ରୁ ୪୭କୁ ବଢ଼ିବ । ଅର୍ଥାତ୍‍ ଦୁଇଗୁଣିତ ହୋଇପାରେ । କିନ୍ତୁ ଲୋକସଭା ଆସନ ପାଇଁ ଯଦି ନିର୍ବାଚନ ହୁଏ ତେବେ ବିଜେପି ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ଏନ୍‌ଡିଏକୁ ମାତ୍ର ୭ ଆସନରେ ସୀମିତ କରିଛି ସର୍ବେକ୍ଷଣ। ଏଥିରେ କୁହାଯାଇଛି ଯେ, ପରିସ୍ଥିତି ଏପରି ରହିଲେ ୟୁପିଏ ୧ଆସନ ପାଇବ। ଏବଂ ୩୪ ଆସନ ଅନ୍ୟମାନଙ୍କ ହାତକୁ ଯିବ। ୨୦୧୯ ନିର୍ବାଚନରେ ଦଳ ୧୮ଟି ଆସନେ ବିଜୟୀ ହୋଇଥିଲା। ପୂର୍ବ ନିର୍ବାଚନରେ ଏହି ବିଜୟୀ ଆସନ ସଂଖ୍ୟା ମାତ୍ର ୨ ଥିଲା।

 

କିନ୍ତୁ କେରଳରେ ଏନ୍‍ଡିଏର ଖାତା ଖୋଲିବ ନାହିଁ । ସେଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତ ଆସନକୁ ଅକ୍ତିଆର କରିବ । ସେହିପରି ତାମିଲ୍‍ନାଡ଼ୁରେ ବିଜେପି ଗୁରୁତର ହେବ । ନିର୍ବାଚନ ପରେ ବିଧାନସଭାକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହେଉଥିବା କେନ୍ଦ୍ର ସରକାରୀ ଦଳ କିନ୍ତୁ ଲୋକସଭା ପାଇଁ ଆସନ ଗୋଟାଇବାରେ ୨୦୨୪ ବେଳକୁ ସମସ୍ୟାରେ ପଡ଼ିପାରେ । ଏହି ରାଜ୍ୟରେ ସମସ୍ତ ୩୯ ଆସନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ହାତକୁ ଯିବ ବୋଲି ଅନୁମାନ କରାଯାଇଛି । ସେହିପରି ଆସାମରେ ମଧ୍ୟ ବିଜେପି ଲାଗି ନକରାତ୍ମକ ସ୍ଥିତି ଦେଖା ଦେଇପାରେ । ଏଠାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ୬ ଆସନରେ ସମ୍ଭାବ୍ୟ ବିଜୟ ପାଇବାକୁ ଥିଲାବେଳେ ୟୁପିଏକୁ

ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଟିକା ନେବା ପରେ ମତାମତ ନେଲେ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ନେଇ ଟିକାକରଣ। ସକାଳ ୧୦ଟା ୩୦ ମିନିଟରେ ହୋଇଥିଲା ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ସ୍ୱସ୍ଥ୍ୟକର୍ମୀ ନେଉଛନ୍ତି ଟିକା। ତେବେ ଟିକାକରଣ ଆରମ୍ଭ ହେବା ପରେ ଟିକା ନେଇଥିବା ପ୍ରଥମ ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଟିକା ନେବା ପରେ ସେ ଏବେ କମିତି ଅନୁଭବ କରୁଛନ୍ତି ପଚାରି ବୁଝିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ରେ ଟିକା ନେଇଥିବା ଡିଏଚଏଚ ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କୁ ଟିକା ନେବା ପରେ କେମିତି ଲାଗୁଛି ବୋଲି ମତାମତ ନେଇଥିଲେ ନବୀନ। ପରେ ଗଞ୍ଜାମ ସିଟି ହସ୍ପିଟାଲର ଡକ୍ଟରଙ୍କ ସହ କଥା ହେଲେ ନବୀନ। ଏହି ମେଗା ଭ୍ୟାକ୍ସିନେସନ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

ବହୁ ଅପେକ୍ଷାର ଆଜି ଅନ୍ତ ଘଟିଛି। କୋଭିଡ ପାଇଁ ଆଜିଠୁ ଭ୍ୟାକ୍ସିନେନସନ ଆରମ୍ଭ ହୋଇଥିବାରୁ ନବୀନ ଖୁସି ଜାହିର କିରଛନ୍ତି। ଟିକାକରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିବା ସହ ଏହା ଆମ ପାଇଁ ଉପାଦେୟ ବୋଲି ପରାମର୍ଶ ଦେଇଛନ୍ତି। ଆଗକୁ ଟିକାକରଣ ଜାରି ରହିବ ।

କରୋନା କାଳର ଦୁଃଖଦ ଦିନକୁ ମନେ ପକାଇ ଭାବୁକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶନିବାରଠାରୁ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ଦେଶବ୍ୟାପୀ ଟିକା ଦିଆଯାଉଛି। ଟିକାକରଣ କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶକୁ ସମ୍ଭୋଧନ କରିଥିଲେ। ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା କାଳର ଦୁଖଦ ସ୍ମୃତିକୁ ମନେ ପକାଇ ଭାବୁକ ହୋଇ ପଡ଼ିଥିଲେ।

କରୋନା ବିରୋଧରେ ଦେଶର ପ୍ରାରମ୍ଭିକ ଲଢେଇକୁ ମନେ ପକାଇ ସେ କହିଥିଲେ ଯେ, ସେତେବେଳେ ଆମ ପାଖରେ କରୋନା ବିରୋଧରେ ଯୁଦ୍ଧ ପାଇଁ ଦୃଢ ଭିତ୍ତିଭୂମି ନଥିଲା। ଭାବୁକ ମୋଦି କହିଥିଲେ ଯେ, କରୋନା ବିରୋଧରେ ଆମ ଲଢେଇ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ଥିଲା। ଏହି ମୁସ୍କିଲ ଲଢେଇ ଲଢିବା ପାଇଁ ଆମେ ନିଜ ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବା ନାହିଁ। ଏହି ପ୍ରତିଜ୍ଞା ସବୁ ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ସ୍ୱାସ୍ଥ୍ୟକର୍ମୀଙ୍କ ବଳିଦାନକୁ ମନେ ପକାଇ ସେ କହିଥିଲେ ଯେ, ଶହ ଶହ ସଂଖ୍ୟାରେ ଏମିତି ସାଥି ଥିଲେ ଯେଉଁମାନେ କେବେ ମଧ୍ୟ ଘରକୁ ଫେରିଲେ ନାହିଁ। ଗୋଟିଏ ଗୋଟିଏ ଜୀବନକୁ ବଞ୍ଚାଇବାକୁ ଯାଇ ସେମାନେ ନିଜ ଜୀବନ ବଳିଦାନ କଲେ। ତେଣୁ କରୋନାର ପ୍ରଥମ ଟିକା ସ୍ୱାସ୍ଥ୍ୟକର୍ମୀଙ୍କୁ ଲଗାଇ ସମାଜ ଋଣ ଶୁଝୁଛି ।

ମନେ ପକାଇଲେ ସଂଘର୍ଷର ଦିନ

ମୋଦି ସଂଘର୍ଷ କାଳକୁ ମନେ ପକାଇ କହିଥିଲେ ଯେ, ବିଦେଶରୁ ଫେରୁଥିବା ଭାରତୀୟଙ୍କ ଟେଷ୍ଟ୍ ପାଇଁ ଯେତେବେଳେ ବିଦେଶରେ ଟେଷ୍ଟ୍ ମେସିନ୍ ସଂଖ୍ୟା କମ ପଡିଲା ସେତେବେଳେ ଭାରତ ପୁରା ଲାବ୍ ସେଠାକୁ ପଠାଇଥିଲା । ଭାରତ ଯେଉଁଭଳି ଭାବେ କରୋନାର ମୁକାବିଲା କରିଥିଲା ଆଜି ତାକୁ ପୁରା ବିଶ୍ୱ ପ୍ରଶଂସା କରୁଛି । କେନ୍ଦ୍ର,ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଏକାଠି ହୋଇ କେମିତି ଭଲ କାମ କରି ପାରିବେ ତା’ର ଉଦାହରଣ ଆଜି ଭାରତ ଦୁନିଆକୁ ଦେଇଛି ।

କିଡ୍‌ନୀ ଦେବା ନାଁରେ ଠକେଇ ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବ କିଡ୍‌‌ନୀ ଦଲାଲ

ଭୁବନେଶ୍ୱର: ଭୁବନେଶ୍ୱରରେ କିଡ୍‌ନୀ ଦେବା ନାଁରେ ଠକେଇ ମାମଲା। ଆଜି ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ନୟାପଲ୍ଲୀ ଥାନା ପୋଲିସ। ୩ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡ ସମୟରେ ରାକେଟ ପଛରେ କିଏ କିଏ ଅଛନ୍ତି, କିଡ୍‌ନୀ ରାକେଟର ଚେର କେତେ ବାଟ ଲମ୍ବିଛି। ଏନେଇ ଅଧିକ ଖୋଳତାଡ କରିବ ପୋଲିସ। ଭୁବନେଶ୍ୱର ନୟାପଲ୍ଲୀରେ ୫ଲକ୍ଷ ୫୦ ହଜାର, ଲକ୍ଷ୍ମୀସାଗରରେ ୩ଲକ୍ଷ ୧୯ ହଜାର ଓ ମଞ୍ଚେଶ୍ୱରରେ ୧୮ ଲକ୍ଷ ୫୩ ହଜାର ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି।

ହିମାଂଶୁ କିଡନୀ ପ୍ରତିରୋପଣ ପାଇଁ ଘରୋଇ ହସପିଟାଲ ଡାକ୍ତର ଓ ଡୋନରଙ୍କ ପାଇଁ କିଛି ପିଲାଙ୍କ ଲିଙ୍କରେ ଥିବା ପୋଲିସ ସନ୍ଦେହ କରୁଛି। କିଡନୀ ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ରହିଛି। ଡିଏମଇଟିଙ୍କ ବିନା ଅନୁମତିରେ କିଡନୀ ପ୍ରତିରୋପଣ ହୁଏନାହିଁ। ହେଲେ ଏଠି ସରକାରଙ୍କ ନିୟମକଙ୍କୁ ଉଲ୍ଲଂଘନକରି ଲୋକଙ୍କଠାରୁ ଟଙ୍କା ଲୁଟୁଥିଲା ହିମାଂଶୁ। ଏହା ସହ ତାର ସମ୍ପତ୍ତିକୁ ମଧ୍ୟ ଆଟାଚ କରିବ ପୋଲିସ। ତଦନ୍ତ ବେଳେ ୱାନ ମ୍ୟାନ ଆର୍ମି ଭଳି ଠକେଇ କରୁଥିବା ଡିସିପି ସୂଚନା ଦେଇଛନ୍ତି। ଯିଏ ବି କିଡନୀ ଦେବାକୁ କହୁଛି ସେ ଲୋକଙ୍କଠାରୁ ସତର୍କ ରୁହନ୍ତୁ। ଯିଏ ବି ଠକେଇ ଶିକାର ହୋଇଛନ୍ତି ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତି।

ଓଡ଼ିଶାରେ ଆରମ୍ଭ ହେଲା କରୋନା ଟିକାକରଣ, ରବିବାରେ ବନ୍ଦ ରହିବ ସୋମବାରୁ ପୁଣି ଆରମ୍ଭ ହେବ

ଭୁବନେଶ୍ୱର: ଧୈର୍ଯ୍ୟ ଓ ଅପେକ୍ଷାର ଅବସାନ ଘଟିଛି। କରୋନା ଲଢ଼େଇରେ ଏବେ ଟିକାନେଉଛି ଓଡ଼ିଶା। ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଟିକାକରଣ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା ଟିକା। ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦଆଯିବ।

ଏହି ହିସାବରେ ୧୬ ହଜାର ୧୦୦ ଜଣଙ୍କୁ ଟିକା ଦିଆଯିବ। ଆସନ୍ତା କାଲି ଟକି ଦିଆଯିବ ନାହିଁ। କାରଣ ଗୋଟିଏ ଦିନ ଟିକା ନେଇଥିବା ବ୍ୟକ୍ତି ମାନଙ୍କୁ ଅବଜର୍ଭ କରାଯିବ। ସୋମବାର ଠାରୁ ଟିକାକରଣ ଯେଉଁଭଳି ଚାଲିବା କଥା ସେମିତି ଚାଲିବ। ତେବେ ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକାକରଣ କେନ୍ଦ୍ରରେ ଥିବା ଅବଜର୍ଭେସନ ଗୃହରେ ୩୦ ମିନିଟ ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯିବ।

ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଆସିଛି। ତାକୁ ୨୫ ତାରିଖ ସୁଧା ରାଜ୍ୟର ୩ ଲକ୍ଷ ୨୮ ହଜାର ହେଲ୍ଥ ଓ୍ୱାର୍କରଙ୍କୁ ଦିଆଯିବ। ଯେତିକି ଟିକା ଆସିଛି ସେଥିଲେ ଏକ ଲକ୍ଷ ୯୨ ହଜାର ଲୋକଙ୍କୁ ଦିଆଯାଇପାରିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

ଭବ୍ୟ ରାମ ମନ୍ଦିର ପାଇଁ ୫ ଲକ୍ଷ ୧୦୦ ଟଙ୍କା ଦେଲେ ରାଷ୍ଟ୍ରପତି

0

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମନ୍ଦିର ନିର୍ମାଣ ପାଇଁ ସେ ୫ ଲକ୍ଷ ୧୦୦ ଟଙ୍କାର ଚେକ୍‌ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆର୍ଥିକ ସହାୟତା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମ ଦିନରେ ରାଷ୍ଟ୍ରପତି ଟଙ୍କା ପ୍ରଦାନ କରି ଏହାର ଶୁଭାରମ୍ଭ କରିଛନ୍ତି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସହ ସଭାପତି ଗୋବିନ୍ଦ ଦେବ ଗିରଜୀ ମହାରାଜ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ତାଙ୍କ ସହ ଭିଏଚପିର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷର ଆହୁଜା ଉପସ୍ଥିତ ରହିଥିଲେ।

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେଣୁ ଆମେ ତାଙ୍କ ଠାରୁ ଏହି ଅଭିଯାନ ଆରମ୍ଭ କରିଛୁ ବୋଲି ଭିଏଚପିର କୁମାର କହିଛନ୍ତି। ଏଥିସହିତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଲକ୍ଷେ ଟଙ୍କାର ଚେକ୍‌ ଦେଇଛନ୍ତି। ଏହି ଅର୍ଥ ସଂଗ୍ରହ ଅଭିଯାନ ଫେବୃଆରୀ ୨୭ ଯାଏ ଚାଲିବ।

ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଚେତିଲା ପୋଲିସ, ୪ ଦିନରେ ଧରାପଡ଼ିଲା ଚେନ୍‌ ଲୁଟେରା

ଢ଼େଙ୍କାନାଳ: ନନ୍ଦିଘୋଷ ଟିଭିର ମହା ପ୍ରଭାବ। ଖବର ପ୍ରସାରଣର ୪ ଦିନ ଭିତରେ ବନ୍ଧାହେଲେ ଚେନ ଲୁଟେରା। ଆଉ ଏବେ ପୋଲିସର ଟାର୍ଗେଟ ରେ ଧଳା ଜହର ବେପାରୀ। ଏପଟେ ଚେନ ଲୁଟେରାଙ୍କୁ ଧରିବା ନେଇ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଦେଇଛନ୍ତି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ। ଦୀର୍ଘ ୨ ବର୍ଷ ଧରି ଧଳା ଜହାର ଓ ଚେନ ଲୁଟେରାଙ୍କ ଆତଙ୍କ ରେ ଆତଙ୍କିତ ଥିଲେ ଢେ଼ଙ୍କାନାଳ ବାସୀ।

ଦିନକୁ ଦିନ ସହର ରେ ଧଳା ଜହର ବେପାର ବଢିବା ସହିତ ସୁନା ଚେନ ଲୁଟେରା ଗ୍ୟାଙ୍ଗ ଲୋକଙ୍କ ସମସ୍ୟା କୁ ଦ୍ୱିଗୁଣିତ କରିଥିଲା। ସାଧାରଣ ମହିଳା ଟିଏ ଘରୁ ବାହାରିବା ସମୟରେ ନିଜକୁ ସୁରକ୍ଷିତ ମଧ୍ୟ ମଣୁ ନଥିଲେ। ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ଏନେଇ ଗତ କିଛିଦିନ ତଳେ ଚେନ ଲୁଟେରା ଓ ଧଳା ଜହର କାରବାରର ଖବର ନନ୍ଦିଘୋଷ ଟିଭି ରେ ପ୍ରସାରଣ ହୋଇଥିଲା।

ଯାହାକୁ ନେଇ ଚେତିଛି ପୋଲିସ ବିଭାଗ। ନୂତନ ଭାବେ ଯୋଗ ଦେଇଥିବା ଏସ୍‌ପି ଘଟଣାକୁ ଗମ୍ଭୀର ସହିତ ନେଇ ଆରମ୍ବ କରିଥିଲେ ଖୋଲତାଡ଼। ମାତ୍ର ୪ ଦିନ ଭିତରେ ଧରିଥିଲେ ଚେନ ଲୁଟେରାକୁ।