ଭାରତ ଫେରିବେ ମୋଦି, ପିଏନବି ଦୁର୍ନିତୀର ହେବ ଫର୍ଦ୍ଦାଫାସ

ନୂଆଦିଲ୍ଲୀ: ଭାରତ ଫେରିବେ ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁ୍କ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ କରିବା ସହ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ନିରବ ମୋଦି ଆବେଦନ କରିଥିବା ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ।

ଲଣ୍ଡନ କୋର୍ଟ କହିଛନ୍ତି ନିରବ ମୋଦି ଭାରତ ଫେରିଲେ ତାଙ୍କ ବିରୁଦ୍ଧରେ ରହିଥିବା ମାମଲା ଚାଲିବ । ସେହିପରି ଭାରତରେ ତାଙ୍କ ସହ ଅନ୍ୟାୟ କଣ ପାଇଁ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଅନ୍ୟାୟ ହେବ ନହେବ ତାହାର କୈଣସି ପ୍ରମାଣ ନାହିଁ । କୋର୍ଟଙ୍କ ଏଭଳି ରାୟ ପରେ ନିରବ ମୋଦିଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଯାଇଛି ।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦି ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଗତ ମାସରେ ନେଇ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ଶେଷ ରାୟ ଶୁଣାଇଛନ୍ତି ଲଣ୍ଡନ କୋର୍ଟ ।

Leave a Reply