ଯୁବତୀଙ୍କୁ ପ୍ରଥମେ ଇଞ୍ଜେକସନ, ପରେ ହାତ ଗୋଡ଼ ବାନ୍ଧି ଜାଳିଦେବା ଉଦ୍ୟମ

କଟକ: କଟକ ମାନସିଂପଟଣାରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ । କଲେଜ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ପାଇଁ କରିଛନ୍ତି ଉଦ୍ୟମ ।  ସୂଚନା ମୁତାବକ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଛନ୍ତି । ଘରୁ ଧୁଆଁ ବାହାରୁଥିବା ଦେଖି ଘର ମାଲିକ ତାଙ୍କୁ ଉଦ୍ଧାର କରିବା ସହ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି  । କିନ୍ତୁ କେଉଁ ସ୍ଥିତିରେ ନିଆଁ ଲାଗିଲା ତାର ତଦନ୍ତ କରୁଛି ପୋଲିସ ।

ଖବର ଅନୁଯାୟୀ ଗୁରୁତର ଆହତ ଥିବା ଯୁବତୀ ଜଣକ ଯୁକ୍ତ ୨ ବିଜ୍ଞାନ ଛାତ୍ରୀ । କଟକ ମାନସିଂପାଟଣାରେ ଏକ ଭଡା ଘର ନେଇ ରହୁଥିଲେ । ସେ ଏକାକୀ ଥିବା ବେଳେ ୪ଜଣ ଦୁର୍ବୃତ୍ତ ଘରେ ପଶି ପ୍ରଥମେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ପରେ ଇଞ୍ଜେକ୍ସନ ଦେଇ ବେହୋସ କରିଦେଇଥିଲେ । ସଂଜ୍ଞାହୀନ ହେବା ପରେ ଛାତ୍ରୀଙ୍କ ହାତ ଗୋଡ ବାନ୍ଧି ଘରେ ପକାଇଦେଇ କିରୋସିନ ଢାଳି ପୋଡିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଘରେ ନିଆଁ ଲାଗିଥିବା ଖବର ପାଇ ଘର ମାଲିକ ପହଞ୍ଚି ପୋଲିସ ଓ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଯାଉଛି ।

ଏକ ଫଟୋକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏଠି ପ୍ରଶ୍ନ ଉଠୁଚି, ମୁଖା ପିନ୍ଧା ୪ ଦୁର୍ବୃତ୍ତ କିଏ । କାହିଁକି କଲେଜ ଛାତ୍ରୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଙ୍କୁ ମାଡ ମାରିବା ଓ ଇଞ୍ଜେକ୍ସନ ଦେବା ପଛର କାରଣ କ’ଣ । ଛାତ୍ରୀଙ୍କ ସହ ଦୁର୍ବୃତ୍ତଙ୍କର ପୂର୍ବ ଶତ୍ରୁତା ଥିଲା କି । କେଉଁ ଫଟୋକୁ ନେଇ ଛାତ୍ରୀଙ୍କୁ ଜାଳିବାକୁ ଉଦ୍ୟମ କରିଥିଲେ । ମରଣାନ୍ତକ ଆକ୍ରମଣ ପଛରେ ଉଦ୍ଦେଶ୍ୟ କ’ଣ । ଏ ସମସ୍ତ ଘଟଣାର ତଦନ୍ତ କରୁଛି ପୋଲିସ   ।

Leave a Reply