ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ: ୧୪୫ ରନରେ ସମସ୍ତ ୱିକେଟ ହରାଇଲା ଭାରତ

1 min read

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ କମାଲ କରୁଛନ୍ତି ସ୍ପିନର । ଇଂଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଦିତ୍ବୀୟ ଦିନରେ ୧୪୫ ରନରେ ଅଟକିଛି ଭାରତ । ଅର୍ଥାତ ୧୪୫ ରନରେ ସମସ୍ତ ୱିକେଟ ହରାଇଛି ଦଳ । ତେବେ ପ୍ରଥମ ଦିନର  ୯୯ ରନରେ  ୩ଟି ୱିକେଟ ହରାଇଥିବା ଦଳ ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରିଥିଲା ।

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଘାତକ ବୋଲିଂ ସହ ମାତ୍ର ୬.୨ ଓଭରରେ ୩ଟି ମେଡେନ ଓଭର ସହ ୮ ରନ ବ୍ୟୟରେ ଅବିଶ୍ବସନୀୟ ଭାବେ ୫ ୱିକେଟ ହାସଲ କରିଛନ୍ତି । ଷ୍ଟାର ସ୍ପିନର ଜାକ ଲିଚ 4ଟି ୱିକେଟ ହାତେଇଛନ୍ତି । ରୋହିତ ଶର୍ମା ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୬୬ ରନର ଇଂନିସ ଖେଳିଛନ୍ତି ।

ତେବେ ଭାରତ ପକ୍ଷରୁ ବିରାଟ କୋହଲି ୨୭ ଓ ରବିଚନ୍ଦ୍ରନ ଅଶ୍ବିନ୧୭ ରନ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା, ୱାସିଂଟନ ସୁନ୍ଦର ଓ ଅକ୍ଷର ପଟେଲ ବିନା କୌଣସି ରନରେ ପାଭିଲିୟନ ଫେରିଥିଲେ । ସେହିପରି ଶୁଭମଲ ଗିଲ ମାତ୍ର ୧୧ ରନ, ରାହାଣେ ୭ ଏବଂ ଋଷଭ ପନ୍ତ ୧ ରନ କରିବାରେ ସକ୍ଷମ ହୋଇଥିଲେ ।

Leave a Reply