spot_img
Home Blog Page 6104

ମହାମାରୀ ବିରୋଧରେ ଆରମ୍ଭ ହେଲା ମହାସମର

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ।  ଦେଶବ୍ୟାପୀ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାର ଶୁଭାରମ୍ଭ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ କରୋନା ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି।ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ କୋଭିଡ ଟିକାକରଣ ହେଉଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ କୋଭିଡ ଭାକସିନ୍‌ ଦିଆଯିବ। ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି। ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ଟିକା ପ୍ରସ୍ତୁତକାରୀ ପ୍ରଥମ ଟିକା ନେବା ପାଇଁ ହକଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପ୍ରଥମ ପଯର୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ।

ଦେଶର ପ୍ରଥମ ସର୍ବବୃହତ ଟିକାରଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। କେମିତି ଟିକା ଦିଆଯିବ, ସେନେଇ ପୂର୍ବରୁ ଦେଶରେ ୩ଟି ପର୍ଯ୍ୟାୟରେ ଡ୍ରାଏ ରନ କରାଯାଇଥିଲା। ଟିକାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।

ଟିକାର ଦୁଇଟିଯାକ ଡୋଜ୍ ନେବାକୁ ମୋଦି ଅନୁରୋଧ କରିଛନ୍ତି। ଗୋଟିଏ ଟିକା ନେବା ପରେ ଦ୍ୱିତୀୟ ଟିକା ନେବା ମଧ୍ୟରେ ଏକ ମାସର ବ୍ୟବଧାନ ରହିବ। ଟିକା ନେବା ପରେ ଧୈର୍ଯ୍ୟ ହରା ନହୋଇ ସମସ୍ତେ କୋଭିଡ ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ମାସ୍କ ପିନ୍ଧା ସହ ଦୁଇ ଗଜ ଦୂରତା ରକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫ କୋଟି ଭାରତୀୟଙ୍କୁ ଟିକା ଦିଆଯିବ । ବିଦେଶୀ ଟିକାର ଗୋଟିଏର ଡୋଜର ଦାମ ୫ ହଜାର ଟଙ୍କା ଥିବା ବେଳେ, ମାଇନସ ୩୭ ଡିଗ୍ରୀ ତାପମାତ୍ରାରେ ରହିଥାଏ । କିନ୍ତୁ ବିଦେଶୀ ଟିକା ତୁଳନାରେ ଭାରତୀୟ ଟିକା ଶସ୍ତା । ଶିଶୁଙ୍କ ପାଇଁ ୬୦ ପ୍ରତିଶତ ଟିକା ଭାରତରେ ତିଆରି ହୋଇଥାଏ । କରୋନା ଟିକାକରଣ ଅଭିଯାନର ଶୁଭାରମ୍ଭ ସମୟରେ ଭାବୁକ ହୋଇ ପଡିଥିଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ଶୁଭ କାମନା କରିଛନ୍ତି ମୋଦି ।

କିଛି ଦିନ ପରେ ପୁଣି ଫେରିଲା ଶୀତ, କୁହୁଡ଼ିର ଚାଦରତଳେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଲା ଶୀତ। କୁହୁଡ଼ିର ଚାଦରତଳେ ରାଜଧାନୀ ଭୁବନେଶ୍ୱର। ଦିନ ୧୦ଟା ପରେବି ଦେଖାଯାଉନି ରାସ୍ତାଘାଟ। ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ବି କମ୍ ରହିଛି। ସକାଳ ଅପେକ୍ଷା ଅଧିକ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥରେ ଗାଡ଼ାଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ପାଣିପାଗ କେନ୍ଦ୍ରର ସତର୍କତା। ଆହୁରି ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଅନୁଭୁତ ହେବ।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୮ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟର ୯ଟି ସ୍ଥାନରେ ପାରଦ ୧୧ଡ଼ିଗ୍ରୀ  ତଳେରହିଛି। ୫.୮ ଡ଼ିଗ୍ରୀ ସହ ଫୁଲବାଣୀ  ଓଡ଼ିଶାର ଶୀତଳ ସହର ପାଲଟିଛି। ଝାରସୁଗୁଡା ୭.୬, ଦାରିଙ୍ଗବାଡି ୮.୦, ସୁନ୍ଦରଗଡ ୮.୫, କେନ୍ଦୁଝର ୯.୯, ବଲାଙ୍ଗୀର ୧୦.୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮  ଡ଼ିଗ୍ରୀ, ଭୁବନେଶ୍ୱର ରେ ୧୬.୦ ଡ଼ିଗ୍ରୀ ଏବଂ କଟକରେ ୧୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଋଷ ଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଭାରତ, କିନ୍ତୁ ସହିପାରୁନି ଆମେରିକା

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ଭାରତ ତାର ଶକ୍ତି ବଢ଼ାଇବାରେ ଲାଗିଛି। ଫ୍ରାନ୍ସ ଠାରୁ ରାଫେଲ କିଣିବା ପରେ ଏବେ ଋଷ ଠାରୁ ଡଫେନ୍ସ ଫୋର୍ସ ସିଷ୍ଟମ S-୪୦୦ କିଣିବାକୁ ଯାଉଛି। କିନ୍ତୁ ଏହି ଚୁକ୍ତିରେ ଆମେରିକା ନିରାଶ। ଭାରତର ଶକ୍ତି ବଢ଼ୁଥିବା ଦେଖି ସହିପାରୁନି ଆମେରିକା। ଆମେରିକା କହିଛି ଯେ ଋଷ ସହିତ ଏହି ଡିଫେନ୍ସ ଚୁକ୍ତି ପାଇଁ ଆମେରିକା ପକ୍ଷରୁ ଭାରତକୁ କୌଣସି ପ୍ରକାରର ସାହାଯ୍ୟ ମିଳିବ ନାହିଁ। ରକ୍ଷା ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଭାରତର ଏହି ଡିଲ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇପାରେ। କାରଣ ପୂର୍ବରୁ ଆମେରିକା ତାର କାରନାମା ଥରେ ଦେଖାଇସାରିଛି। ଏପରି ଏକ ଚୁକ୍ତି ସମୟରେ ଆମେରିକା ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଭାରତ ୫ ଟି ମିସାଇଲ ଡିଫେନ୍ସ ସିଷ୍ଟମ S-୪୦୦ କିଣୁଛି। କିନ୍ତୁ ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତି ବାତିଲ କରିବାକୁ ଭାରତ ଉପରେ ଚାପ ପକାଉଛି। ଆମେରିକା କହିଛି ଯେ ଯଦି ଭାରତ ଆମେରିକା ସହ କୂଟନୈତିକ ମୁକାବିଲାକୁ ରୋକିବାକୁ ଚାହୁଁଛି, ତେବେ ଏହି ଡିଲକୁ ବନ୍ଦ କରିବା ଉଚିତ। ୨୦୧୭ ରେ ହୋଇଥିବା ଆମେରିକାର ନିୟମ ଅନୁଯାୟୀ ଭାରତକୁ ଋଷ ଠାରୁ ଏହି କ୍ଷେପଣାସ୍ତ୍ର କିଣିବାର କ୍ଷମତା ଦିଆଯାଇନାହିଁ। ୨୦ ଜାନୁଆରୀରେ ଆମେରିକାର ଜୋ ବିଡେନଙ୍କ ନେତୃତ୍ୱରେ ନୂତନ ସରକାରର କାର୍ଯ୍ୟକାଳ ଆରମ୍ଭ ହେବା ସତ୍ତ୍ୱେ ଏହି ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ୱାସ କରାଯାଏ।

ଚୀନ୍ ପରି ପଡ଼ୋଶୀମାନଙ୍କୁ ଧ୍ୟାନରେ ରଖି ପାଇଁ ଏହି ମିକ୍ଷପଣାସ୍ତ୍ରର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଭାରତ ଖୋଲାଖୋଲି ଭାବେ କହିଛି ଯେ ସେ ତାଙ୍କ ଜାତୀୟ ନିରାପତ୍ତାର ସାମଗ୍ରୀ କାହାଠାରୁ କିଣିବ ଏହା କହିବାର ଅଧିକାର କେବଳ କେନ୍ଦ୍ରର ରହିଛି। ଭାରତର ବୈଦେଶିକ ବ୍ୟାପାର ସଚିବ କହିଛନ୍ତି, “ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀ ରହିଛି, । ଭାରତ ସବୁବେଳେ ବୈଦେଶିକ ନୀତି ଅନୁସରଣ କରିଆସୁଛି। ଏହା ଆମର ଚୁକ୍ତି ଏବଂ ଯୋଗାଣ ଉପରେ ରହିଛି।

ଭୁଶୁଡ଼ୁଛି ଲାଲ ଗଡ଼, ବଣ୍ଡା ଘାଟିରେ ସ୍ଥାପନ ହେଲା BSF କ୍ୟାମ୍ପ୍‌

ମାଲକାନଗିରି: ମାଓ ମୁକାବିଲାରେ ଆଉ ଏକ ସଫଳତା। ମାଲକାନଗିରି ବଣ୍ଡା ଘାଟିରେ ସ୍ଥାପନ ହେଲା BSF କ୍ୟାମ୍ପ। ଦଶନ୍ଧୀ ଦଶନ୍ଧୀ ଧରି ବଣ୍ଡା ଘାଟିକୁ କବଜାରେ ରଖିଥିବା ଲାଲବାହିନୀକୁ ଲାଗିଛି ଶକ୍ତ ଝଟକା। ଅଣ୍ଡ୍ରାହାଲ ଠାରେ ବିଏସଏଫ ପକ୍ଷରୁ ନୂଆ କ୍ୟାମ୍ଫ ସ୍ଥାପନ କରାଯାଇଛି। ଯାହାଦ୍ୱାରା ନକ୍ସଲ ଭୟରେ ବିକାଶରୁ ଦୂରରେ ଥିବା ବଣ୍ଡା ଘାଟିରେ ଏବେ ଆରମ୍ଭ ହେବ ବିକାଶର ଅଭିଯାନ।

ଆଗାମୀ ଦିନରେ ମାଓବାଦୀଙ୍କ ଗତି ବିଧି ଉପରେ ନଜର ରଖିବା ସହ ଅଞ୍ଚଳ ବିକାଶଧାରାରେ ସହାୟକ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଅଞ୍ଚଳର ବିକାଶ ହେବା ସହ ମାଓ ଅତ୍ୟାଚାରରୁ ମୁକ୍ତ ହେବେ ବୋଲି ଆସ୍ୱସ୍ଥି ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ସ୍ୱାଭିମାନ ଅଞ୍ଚଳର ବିକାଶଧାରା ପରେ ବଣ୍ତାଘାଟିର ବିକାଶ ଉପରେ ରହିଛି ଅଞ୍ଚଳବାସୀଙ୍କ ନଜର।

ଟିକାକରଣକୁ ନେଇ ପଢ଼ନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। କରୋନା କାୟାରୁ ଏବେ ମୁକୁଳିବାରେ ଲାଗିଛି ଦେଶ। ମହାମାରୀ କରୋନା ଲୋକଙ୍କୁ ବହୁତ ହଇରାଣ ହରକତ କରିଛି। ଏବେ କିନ୍ତୁ ମରିବ କରୋନା ଭୂତାଣୁ । କାରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ। କରୋନା ଟିକାକରଣ ଦେଶରେ ସବୁଠାରୁ ବଡ଼ ଟିକାକରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଆରମ୍ଭ କରିବେ କରୋନା ଟିକାକରଣ। ତେବେ ଟିକାକରଣକୁ ନେଇ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମେ ଆପଣଙ୍କୁ ଆଜି ଏହି ଟିକାକରଣ ସହ ଜଡ଼ିତ ଥିବା ୧୦ ଟି ବଡ କଥା କହିବୁ।

ସକାଳ ୧୦ଟା ୩୦ରେ ଆରମ୍ଭ ହେବ ଟିକାକରଣ ଅଭିଯାନ

ଦେଶରେ ଏହା ହେଉଛି ସବୁଠାରୁ ବଡ଼ ଟିକାକରଣ। ତେବେ ଆଜି ସକାଳ ୧୦ଟା ୩୦ ମିନିଟରେ ସାରା ଦେଶରୁ ଆରମ୍ଭ ହେବ ଟିକାକରଣ। ପୁରା ଦେଶ ଆଜି ଏକ ସମୟରେ ଟିକା ନେବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଭିଯାନକୁ ଆରମ୍ଭ କରିବେ। ଆଜି ଟିକାକରଣରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୋଦି।

ପ୍ରଥମେ ଏମାନଙ୍କୁ ମିଳିବ ଟିକା

ସର୍ବପ୍ରଥମେ ସେବାରେ ନିୟୋଜିତ ଥିବା ୧ କୋଟି ୬୦ ଲକ୍ଷ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏମାନଙ୍କ ମଧ୍ୟରେ ୫ ଲକ୍ଷ ୮୨ ହଜାରରୁ ଅଧିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ୪ ଲକ୍ଷ ୩୧ ହଜାରରୁ ଅଧିକା ସୁରକ୍ଷା କର୍ମଚାରୀ, ୧ କୋଟି ୩ ଲକ୍ଷ ୬୬ ହଜାର ସାମାଜିକ କର୍ମୀ ଏବଂ ପୋର୍ଟାଲ ସେବା ସହିତ ନିୟୋଜିତ ଥିବା ୧ ଲକ୍ଷ ୫ ହଜାରରୁ ଅଧିକ କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି।

ପ୍ରଥମ ଦିନ ୩ ଲକ୍ଷ ଲୋକଙ୍କୁ କରୋନା ଟିକା

ପ୍ରଥମ ଦିନରେ ଟିକାକରଣ ପାଇଁ ପୁରା ଦେଶରେ ୩୦୦୬ଟି ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରଥମ ଦିନ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣର ସମୟ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି ।

ଟିକା ପାଇଁ କଲ ସେଣ୍ଟର

ଟିକାକରଣ ବ୍ୟବସ୍ଥାରେ କୌଣସି ତୃଟି ନହେବା ପାଇଁ କଲ ସେଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। କରୋନା ମହାମାରୀ, ଟିକାର ରୋଲଆଉଟ୍ ଏବଂ କୋ-ଉଇନ୍ ସଫ୍ଟଓେୟାର ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ଏକ ୨୪x୭ କଲ୍ ସେଣ୍ଟର – ୧୦୭୫ ସ୍ଥାପିତ କରାଯାଇଛି।

୧୮ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଟିକା

ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, କରୋନା ଟିକା କେବଳ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ।

ଗର୍ଭବତୀ ମହିଳାଙ୍କୁ ମିଳିବନି ଟିକା

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହି ପରୀକ୍ଷାରେ ସାମିଲ କରାଯାଇନାହିଁ। ତେଣୁ, ଯେଉଁ ମହିଳାମାନେ ଗର୍ଭବତୀ ଅଟନ୍ତି ଏବଂ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ଏହି କରୋନା ଟିକା ନେବା ପାଇଁ ବାରଣ କରାଯାଇଛି।

ଟିକା ପରିବର୍ତ୍ତନ ପାଇଁ ଅନୁମତି ଦିଆଯିବ ନାହିଁ

ସମସ୍ତ ଡୋଜ ପ୍ରଥମ ଡୋଜ ସହିତ ସମାନ ରହିବା ଉଚିତ, ଅର୍ଥାତ୍ ଟିକାକୁ ଇଣ୍ଟରଚେଞ୍ଜିଂର ଅନୁମତି ନାହିଁ ।

ଆରମ୍ଭରୁ ୮୦ ଲକ୍ଷ ହିତାଧିକାରୀଙ୍କ ପଞ୍ଜୀକରଣ

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ କୋ-ଓ୍ୱିନ ଆପ୍ ଅଧୀନରେ ୮୦ ଲକ୍ଷ ହିତାଧିକାରୀ ପଞ୍ଜୀକୃତ ହୋଇସାରିଛନ୍ତି। ସେପଟେ ଏହି ଆପ୍ ମାଧ୍ୟମରେ ଅନ୍ୟ କେହି ପଞ୍ଜୀକୃତ ହୋଇପାରିବେ ନାହିଁ । କେବଳ ଫ୍ରଣ୍ଟଲାଇନରେ ଥିବା ଅଧିକାରୀଙ୍କ ପାଖରେ ଏହାର ଅଧିକାର ରହିଛି। ସାଧାରଣ ଲୋକଙ୍କ ପଞ୍ଜୀକରଣ ପାଇଁ ଚାରୋଟି ଭିନ୍ନ ମଡେଲ୍ ତିଆରି କରାଯାଇଛି।

ଟିକାକରଣର ପ୍ରକ୍ରିୟା

କରୋନା ଟିକା ପାଇଁ କୋ-ୱିନରେ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ। କରୋନା ଟିକା ନେବା ପାଇଁ ପ୍ରଥମେ ଫଟୋ, ID ପ୍ରମାଣକୁ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଯାହା ପରେ ୱାରେଣ୍ଟର ଉପଲବ୍ଧତା ଏବଂ ଗୁଣବତ୍ତା ଉପରେ ଆଧାର କରି ଟୀକାକରଣର ଆଧାର ପ୍ରସ୍ତୁତ କରାଯିବ। ତାପରେ ଆପଣଙ୍କୁ କେବେ ଏବଂ କେଉଁଠାରେ ଟିକା ଦିଆଯିବ ତାହା ଏକ SMS ଜରିଆରେ ଆପଣ ପାଇପାରିବେ।

ଦୁଇଟି ଡୋଜ ନେଲାପରେ ମିଳିବ ପ୍ରମାଣ ପତ୍ର

କରୋନା ଭାକସିନ୍ ର ଦ୍ୱିତୀୟ ଡୋଜ୍ ପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଅନଲାଇନ୍ ଲିଙ୍କ ପଠାଯିବ। ଯାହା ମାଧ୍ୟମରେ ଆପଣ ଇ-ସାର୍ଟିଫିକେଟ୍ ଆଧାରିତ UR କୋଡ୍ ଡାଉନଲୋଡ୍ କରିପାରିବେ।

ଏହି ୬ଟି ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ଆଶା ପୂରଣ ହେବା ସହ ଲଭ୍ ଲାଇଫ ମଧ୍ୟ ଭଲ ରହିବ

ଆଜିର ପଞ୍ଚାଙ୍ଗ:

୧୬ ,ଜାନୁଆରୀ, ୨୦୨୧, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମକର ମାସ ୩ ଦିନ,ପୌଷ ମାସ,ଶୁକ୍ଳପକ୍ଷ,

ସକାଳ ୭ଟା ୫୦ ମିନିଟ୍ ପର୍ଯ୍ୟନ୍ତ ତୃତୀୟା ତିଥି

ଏହାପରେ ଚତୁର୍ଥୀ ତିଥି

କୁମ୍ଭ ରାଶିରେ ଚନ୍ଦ୍ର ରହିବେ

ଶତଭିଷା ନକ୍ଷତ୍ର

ଯୋଗିନୀ ଆଗ୍ନେୟରେ ରହିବେ

ସକାଳ ୭ଟା ୫୦ ମିନିଟ୍ ପରେ ନୈଋତକୁ ଯାତ୍ରା ନିଷେଧ

ମିଥୁନ,ମୀନ ରାଶିର ଘାତଚନ୍ଦ୍ର

ବୃଷ,ସିଂହ,କନ୍ୟା ରାଶିର ଘାତବାର

– ଶୁଭ ସମୟ –

ଦିନ ୧୨ଟା ୨୫ ମିନିଟ୍ ଠାରୁ ଦିନ ୩ଟା ୧୫ ମିନିଟ୍ ପର୍ଯ୍ୟନ୍ତ

– ଅଶୁଭ ସମୟ –

ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ

ଆଜି ମୂଳା ଖାଇବା ନିଷେଧ ଅଟେ

ମେଷ

ଅଶ୍ୱିନୀ ନକ୍ଷତ୍ର – ଆପଣଙ୍କ ପାଇଁ ଦିନଟି ଲାଭ ରହିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ବଢିବ ।

ଦ୍ୱିଜା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ନିଜର ଭାବନା ଓ ବ୍ୟବହାରକୁ ନେଇ କିଛି ସମସ୍ୟା ଆସିପାରେ ।

କୃତ୍ତିକା ନକ୍ଷତ୍ର – ଭାବୁଥିବା କାମ ସହଜରେ ହୋଇଯିବ, ସ୍ବାସ୍ଥ୍ୟ ଭଲ ରହିବ,ପରିବାର ଠାରୁ ସ୍ନେହ,ଆଦର ମିଳିବ ।

ଉପାୟ- ଭଉଣୀ  କିମ୍ବା ଝିଅଙ୍କୁ ମିଠା ପଦାର୍ଥ ଉପହାର ଦିଅନ୍ତୁ ।

ବୃଷ

କୃତ୍ତିକା ଉତ୍ତର – ସଫଳତା ରାସ୍ତା ଖୋଲିଯିବ, ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ, ପୂରା ଦିନ ଖୁସି ରହିବ ।

ରୋହିଣୀ ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ପ୍ରତି କାର୍ଯ୍ୟରେ ବିଳମ୍ବ ହେବ, ବ୍ୟସ୍ତତା ମଧ୍ୟରେ ସମୟ କଟିବ ।

ମୃଗଶିରା ନକ୍ଷତ୍ର – ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ, ଆଶା ସଫଳ ହେବ ।

ଉପାୟ- ଧାର୍ମିକ ସ୍ଥାନରେ  କର୍ପୂର ଦହି ଦାନ କରନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ଭାବୁଥିବା କାମ ସହଜରେ ହୋଇଯିବ, ପରିବାର ଠାରୁ ସ୍ନେହ ଓ ଭଲ ପାଇବା ମିଳିବ ।

ଆର୍ଦ୍ରା ନକ୍ଷତ୍ର – ପଡୋଶୀଙ୍କ ର ସହଯୋଗ ପାଇବେ, ମନୋବଳ ବୃଦ୍ଧି ପାଇବ

ପୁନର୍ବସୁ ନକ୍ଷତ୍ର – ଭଲ କାମ କରି ପ୍ରଶଂସିତ ହେବେ, ବିଶ୍ବାସର ସହ ଆଗକୁ ବଢିବେ, ଦିନଟି ଭଲ ରହିବ ।

ଉପାୟ- ପାରା ମାନଙ୍କୁ ମୁଗ ଦିଅନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ଭାଇଭଉଣୀଙ୍କ ସହ ମଧୁର ସଂପର୍କ ହେବ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ।

ପୁଷ୍ୟା ନକ୍ଷତ୍ର – ପଡୋଶୀଙ୍କ ସହଯୋଗ ଦ୍ୱାରା ମନୋବଳ ବୃଦ୍ଧି ପାଇବ, ଦିନଟି ଭଲରେ କଟିବ ।

ଅଶ୍ଳେଷା ନକ୍ଷତ୍ର – ଖର୍ଚ୍ଚ ବଢିଯିବ, କିଛି କାମ ଅଧାରେ ଅଟକି ଯିବ ।

ଉପାୟ- ମା’ଙ୍କ ପାଖରୁ ୧ ମୁଠା ଅରୁଆ ଚାଉଳ ନିଜ ପାଖରେ ରଖନ୍ତୁ ।

ସିଂହ

ମଘା ନକ୍ଷତ୍ର – ପାରିବାରିକ ସ୍ଥିତି ଅନୁକୁଳ ରହିବ, ପୁରା ଦିନ ହସଖୁସିରେ କଟିବ

ପୂର୍ବା ଫାଲଗୁନୀ- ଦିନଟି ମଧ୍ୟ ରହିବ, ଆପଣଙ୍କ ବ୍ୟବହାରକୁ ନେଇ ସମସ୍ୟା ଆସିପାରେ ।

ଉତ୍ତରା ଫାଲଗୁନୀ- ପୁରା ଦିନ ଆପଣଙ୍କ ସପକ୍ଷରେ ରହିବ, ଜୀବନସାଥିଙ୍କ ପରାମର୍ଶ ଲାଭଦାୟକ ରହିବ ।

ଉପାୟ- ମିଠା ଖାଇ କିଛି ଜଳ ପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନୀ- ସ୍ୱାସ୍ଥ୍ୟ ଭଲ ରହିବ, ମନରେ ଭାବୁଥିବା କାମ ପୂରାହୋଇଯିବ ।

ହସ୍ତା ନକ୍ଷତ୍ର – ଛୋଟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି,ଅସନ୍ତୋଷ ଦେଖାଦେବ,କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ ।

ଚିତ୍ରା ନକ୍ଷତ୍ର – ଦୁରେଇ ଯାଇଥିବା ବନ୍ଧୁମାନଙ୍କ ସହ ସୁସଂପର୍କ ସ୍ଥାପନ ହେବ

ଉପାୟ- ମା କିମ୍ବା ଭଉଣୀଙ୍କୁ ସମ୍ମାନର ସହିତ କିଛି ଉପହାର ଦିଅନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ଆପଣଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଅନ୍ୟମାନେ ଆକର୍ଷିତ ହେବେ ।

ସ୍ୱାତୀ ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ମନ ଖରାପ ରହିବ

ବିଶାଖା ନକ୍ଷତ୍ର – ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ, ପାରିବାରିକ ଜୀବନରେ ରହୁଥିବା କଳହ,ଅଶାନ୍ତି ଦୂର ହେବ ।

ଉପାୟ- ନିଜ ଖାଦ୍ୟରୁ କିଛି ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

ବିଛା

ବିଶାଖା ନକ୍ଷତ୍ର– ପରିବାର ଠାରୁ ସ୍ନେହ,ଶ୍ରଦ୍ଧା ମିଳିବ, ଯାହାଙ୍କୁ ନେଇ ମନୋବଳ ବଢିବ, ନିଜ ଚେଷ୍ଟାରେ ସଫଳ ହେବ ।

ଅନୁରାଧା ନକ୍ଷତ୍ର- ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ, ହଠାତ୍‌ କିଛି ଶୁଭ ଖବର ପାଇପାରନ୍ତି ।

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ କଳହ ଚିନ୍ତା ବଢାଇବ, ବନ୍ଧୁଙ୍କ ସହ କୌଣସି କଥାକୁ ନେଇ  ବିବାଦ ହୋଇପାରେ ।

ଉପାୟ- ମାଟି ପାତ୍ରରେ ମହୁ ରଖି ଠାକୁର ଘରେ ରଖନ୍ତୁ ।

ଧନୁ

ମୂଳା ନକ୍ଷତ୍ର – ପୁରା ଦିନ ଭଲରେ କଟିବ, ସକରାତ୍ମକ ଭାବନା କାର୍ଯ୍ୟରେ ସଫଳତା ଆଣିଦେବ ।

ପୂର୍ବାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ, କିଛି କାମ ଅଧାରେ ଅଟକି ଯିବ ।

ଉତ୍ତରାଷାଢା ନକ୍ଷତ୍ର- ଭାବୁଥିବା କାମ ସହଜରେ ହୋଇଯିବ, ଯାହାକୁ ନେଇ ପୁରା ଦିନ ମନରେ ଉତ୍ସାହ ଭରି ରହିବ ।

ଉପାୟ- ଧାର୍ମିକ ସ୍ଥାନରେ କିଛି ଘିଅ, କର୍ପୂର ଦାନ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ, ଚେଷ୍ଟାରେ ଥିବା କାମକୁ ନେଇ ଭଲ ଖବର ପାଇବେ ।

ଶ୍ରବଣା ନକ୍ଷତ୍ର – ଦିନଟି ଭଲ ରହୁନାହିଁ, କିଛି କଥାକୁ ନେଇ ମନ ଭାରାକ୍ରାନ୍ତ ହେବ, ସତର୍କ ହୋଇ ଚଳନ୍ତୁ ।

ଧନିଷ୍ଠା ନକ୍ଷତ୍ର – ଆତ୍ମବିଶ୍ୱାସର ସହିତ ଆଗକୁ ବଢନ୍ତୁ, ପରିଶ୍ରମ ସାର୍ଥକ ହେବ ।

ଉପାୟ- ତୁଳସୀ ଚଉରାମୂଳର ମାଟିକୁ ମଥାରେ ତିଳକ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ମନର ଭାବନା ବାସ୍ତବ ରୂପ ନେବ, ବନ୍ଧୁଙ୍କର ସହଯୋଗ ପାଇବେ ।

ଶତଭିଷା ନକ୍ଷତ୍ର – ମନୋବଳ ବଢିବା ଦ୍ୱାରା ପ୍ରତିଟି କାମରେ ମିଳିବ ସଫଳତା, ପୂରା ଦିନ ଆପଣଙ୍କ ସପକ୍ଷରେ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର –ଲମ୍ବା ସମୟ ଧରି ଅଟକି ରହିଥିବା କାମ ସହଜରେ ହୋଇଯିବ

ଉପାୟ- ହଳଦୀ ଅଥବା କେଶର ତିଳକ ମଥାରେ ଲଗାନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପରିବାର ସହିତ ସନ୍ତୋଷଜନକ ପରିବେଶ ମଧ୍ୟରେ ସମୟ କଟିବ ।

ଉତ୍ତରଭାଦ୍ର ନକ୍ଷତ୍ର – ନୂଆ କାମ ପାଇଁ କିଛି ଯୋଜନା କରିପାରନ୍ତି, ଯାହାକି ପରିବର୍ତ୍ତୀ  ଅବସ୍ଥାରେ ସଫଳତା ଆଣିଦେବ ।

ରେବତୀ ନକ୍ଷତ୍ର – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ,ପଛ କଥାକୁ ଭାବି ମନ ଖରାପ ରହିବ ।

ଉପାୟ-ଆପଣଙ୍କ କୂଳ ପୁରୋହିତଙ୍କୁ ଫଳ ଦାନ କରନ୍ତୁ ଏବଂ ତାଙ୍କ ଠାରୁ ଆର୍ଶିବାଦ୍ ନିଅନ୍ତୁ ।

ମହାଉପାୟ

ମହୁ ଦ୍ୱାରା କିପରି ଦୂର ହେବ ମଙ୍ଗଳ ଦୋଷ,ଶତ୍ରୁପୀଡା,କୋର୍ଟକଚେରୀ ସମସ୍ୟା । ମଙ୍ଗଳ ଓ ବୃହସ୍ପତି ଗ୍ରହଙ୍କ ସହିତ ମହୁର କି ସଂପର୍କ ରହିଛି । ମହୁ ଦ୍ୱାରା କିପରି ଦୁର ହୋଇପାରିବ ପାରିବାରିକ କଳହ । ରାହୁ ଓ ଶନି ଗ୍ରହ ପୀଡାରୁ ରକ୍ଷା ପାଇଁ କିଭଳି ବ୍ୟବହାର କରିବେ ମହୁ । ମଙ୍ଗଳବାର ଦିନ ୧୦୦ ଗ୍ରାମ୍ ମହୁ ମହାଦେବଙ୍କୁ ଅର୍ପଣ କରନ୍ତୁ । ପ୍ରତିଦିନ ଖାଲି ପେଟରେ ୧ ଚାମଚ ମହୁ ଖାଆନ୍ତୁ । ପାଦରେ ମହୁକୁ ଅଳତା ଭଳି ଲଗାନ୍ତୁ । ଏହା କରିବା ଦ୍ୱାରା ଜାତକରେ ମଙ୍ଗଳ ଦୋଷ ଖଣ୍ଡନ ହୁଏ । ବୈବାହିକ ଜୀବନ ସୁଖଶାନ୍ତିରେ  କଟିଥାଏ । ତମ୍ବା ଲୋଟାରେ ୨୦୦ ଗ୍ରାମ୍ ମହୁ ରଖନ୍ତୁ । ଭୁଜପତ୍ରରେ ଲାଲ ପେନ୍‌ରେ ଶତ୍ରୁଙ୍କର କିମ୍ବା କୋର୍ଟକଚେରୀରେ କେସ୍‌ ଚାଲୁଥିବା ବ୍ୟକ୍ତିଙ୍କର ନାମକୁ ଲେଖି ମହୁ ଡବା ଭିତରେ ରଖି କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ଭୂମି ଖୋଳି ପୋତି ଦିଅନ୍ତୁ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଆଉ କିଛି ଘଣ୍ଟା ପରେ ଓଡ଼ିଶା ନେବ କରୋନା ଟିକା

ଭୁବନେଶ୍ୱର: ସରିବ ଅଦୃଶ୍ୟ ରାକ୍ଷସ ଠାରୁ ଲଢ଼େଇର ଦିନ। ଆଉ ହନ୍ତସନ୍ତ କରି ମାରିବନି କରୋନା ଭୂତାଣୁ। ଲଢ଼େଇ ପାଇଁ ପାଖରେ ପହଞ୍ଚି ସାରିଛି କରୋନା ସଞ୍ଜୀବନି। ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାବାସୀଙ୍କୁ ମିଳିବାକୁ ଯାଉଛି କରୋନା ଟିକା। ଆଜିଠାରୁ ରାଜ୍ୟବାସୀଙ୍କୁ ମିଳିବ କରୋନା ସଞ୍ଜୀବନୀ। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ରାଜ୍ୟରେ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ର ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି।

ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯିବା ସହ ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରହିବେ। ଟିକାକରଣ ପାଇଁ ବିଶ୍ରାମ କକ୍ଷ, ଭ୍ୟାକିସନେସନ କକ୍ଷ, ନିରୀକ୍ଷଣ କକ୍ଷ ପ୍ରସ୍ତୁତ ରଖାଯାଇଛି। ରାଜ୍ୟରେ କୋଭିସିଲ୍ଡ ଟିକାର ୪ ଲକ୍ଷ ୮ହଜାର ଡୋଜ ରହିଥିବା ବେଳେ, କୋଭାକ୍ସିନ ୨୦ହଜାର ଡୋଜ୍ ଗଚ୍ଛିତ ରହିଛି। ଭୁବନେଶ୍ୱରର ୯ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ ଟିକା ଦିଆଯିବା ସହ, ଅନ୍ୟ ଜିଲ୍ଲାର ୧ ଲକ୍ଷ ୮୩ ହଜାର ୫୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଟିକା ଦିଆଯିବ।

ବାହୁରେ ଟିକା ଦିଆଯିବା ସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ ଅବଜର୍ଭେସନରେ ରଖାଯିବ। ୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ଟିକା ବାରଣ କରାଯାଇଛି। ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ଲୋକ, ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀ, କରୋନା ସଂକ୍ରମିତଙ୍କୁ କରୋନା ଟିକା ମନା କରାଯାଇଛି। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମୀ ପଞ୍ଜିକୃତ ହୋଇଥିବାବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ।

ଦେଶରେ କରୋନା ଟିକାକରଣର କାଉଣ୍ଟଡାଉନ ଆରମ୍ଭ…

ନୂଆଦିଲ୍ଲୀ: ଆଉ ଡରାଇ ପାରିବନି କରୋନା। କରୋନା ସଙ୍କଟ ମଧ୍ୟରେ ଦେଶରେ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଟିକା କରଣ। ମହାମାରୀ ବିରୋଧରେ ଆଜିଠୁ ମହାସମର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କରୋନା ଟିକାକରଣ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଅଦୃଶ୍ୟ ରାକ୍ଷସକୁ ହରାଇବାର ଏହି ଅଭିଯାନ ସକାଳ ୧୦ଟି ୩୦ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଭୂତାଣୁ ବିରୋଧରେ ହେବ ମହାବିଜୟ। ବାସ୍, ଆଉ କେଇ ଘଣ୍ଟାର ଅପେକ୍ଷା। ଏ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି ଭାତର।

ପ୍ରଥମ ପର୍ଯ୍ୟାୟରେ ଦେଶରେ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ଦିଆଯିବ ଟିକା। ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦୦ କେନ୍ଦ୍ରରେ ଆରମ୍ଭ ହେବ ଟିକାକରଣ। ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମ ଜାରି ରହିବ। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ମିଳିବ ଟିକା। ପରବର୍ତ୍ତୀ ପର୍ଯ୍ୟାୟରେ ୫୦୦୦ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର।

ଟିକାକରଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକା ପହଞ୍ଚିସାରିଛି। ଦୀର୍ଘ ଦିନ ଧରି କରୋନା ବିରୋଧରେ ଦେଶବାସୀଙ୍କ ଲଢେଇ ଜାରି ରହିଥିବାବେଳେ ଏବେ ତାର ଅନ୍ତ ଘଟିବାକୁ ଯାଉଛି। ଦେଶବାସୀଙ୍କୁ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକସିନ୍ ମିଳିବାକୁ ଯାଉଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୩୦ଟି ଯାକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲାଯିବ । ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷରୁ ବାଣିଜ୍ୟ ବିଭାଗରେ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ୬୦ଟି ପିଜିଟି ପଦବୀକୁ ମଞ୍ଜୁରି ଦେଇଛନ୍ତି ସରକାର ।

 

ଓଡିଆ ପୁଅର ଅଭିନବ ପ୍ରୟାସ, ସ୍ୱଦେଶୀ ଆପରେ ମେଣ୍ଚାଉଛନ୍ତି ଚାହିଦା

ଭୁବନେଶ୍ୱର: କିଏ ଜୀବନ ହରାଇଥିଲା ତ, ଆଉ କିଏ ଜୀବୀକା । ଲଡାଉନରେ ଲକ ହୋଇପଡିଥିବା ଲୋକେ ସଟଡାଉନରେ ଏକଦମ ସନ୍ତୁଳି ହୋଇପଡିଥିଲେ । ଚାକିରୀ ଯିବା ପରେ ଅନେକଙ୍କ ଘରେ ପଡିଥିଲା ଚାବି । କିନ୍ତୁ ଏପରି ଏକ ଦୁଃସ୍ଥିତିରେ ଦୁନିଆକୁ ଦିଶା ଦେଖାଇଛନ୍ତି ଜଣେ ଓଡିଆ ପୁଅ । ଚାକିରୀ ପଛରେ ଧାଇଁବାର ଚିରାଚରିତ ପ୍ରଥାରୁ ବାହାରି ନିଜକୁ ଛିଡା କରିବାର ପ୍ରଚେଷ୍ଟାରେ ରହିଥିଲେ ପ୍ରୟାସରତ । ଆଉ ନିଷ୍ଠାବାନ ଯୁବକ ଜଣଙ୍କ ହେଉଛନ୍ତି ପଳାଶୁଣୀ ଅଞ୍ଚଳର ଆଶୁତୋଷ ପାତ୍ର ।

ବିଶେଷକରି ଆଶୁତୋଷଙ୍କୁ ପ୍ରଭାବିତ କରିଥିଲା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ; ଲୋକାଲ ପର ଭୋକାଲ । ଏହି ନାରା ପରେ ଆଶୁତୋଷ ଏନେଇ ଦୁଇ ପାଦ ଆଗକୁ ବଢ଼ିଥିଲେ। ଗଢ଼ିଥିଲେ ତାସୁକେରୁ (ଜାପାନୀ ଭାଷାରେ ଅନ୍ୟକୁ ସାହାଯ୍ୟ କରିବା) ୱେବ୍‌ସାଇଟ ଏବଂ ମୋବାଇଲ ଆପ୍ । ବିଭିନ୍ନ ବିଦେଶୀ ଅନ୍‌ଲାଇନ ସଫି ଆପ୍ଲିକେସନରେ ଲୋକେ ଟଙ୍କା ଦେଇ ଜିନିଷ କିଣୁଥିବା ବେଳେ ଆଶୁତୋଷ ସଠିକ୍ ମୂଲ୍ୟରେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ପ୍ରସିଦ୍ଧ ଜିନିଷ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ଆରମ୍ଭ କରିଥିଲେ। ଆଶୁତୋଷଙ୍କ ଏହି ଛୋଟିଆ ପ୍ରୟାସ  ସଫଳତାର ପାହାଚ ଚଢୁଛି କହିଲେ ଚଳେ।

ପଳାଶୁଣୀ ଅଞ୍ଚଳର ଆଶୁତୋଷ ପାତ୍ର ଭୁବନେଶ୍ବର ସ୍ଥିତ ସିଆଇଏମଇରୁ ଏମସିଏ ପାଠ୍ୟକ୍ରମ ସାରିବା ପରେ ଭିନ୍ନ କିଛି କରିବାର ନିଶାରେ ଥିଲେ । ଚାକିରୀ ପଛରେ ଧାଇଁବାର ଚିରାଚରିତ ପ୍ରଥାରୁ ବାହାରି କିଛି  ଅଲଗା କରିବା ଏବଂ ତାହା ମାଧ୍ୟମରେ ଅନ୍ୟଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇବା ଆଶୁତୋଷଙ୍କ ମୂଳ ଲକ୍ଷ୍ୟ ଥିଲା । ତେବେ କରୋନା ଯୋଗୁଁ ଲଡାଉନ  ହେବା ପରେ ଲୋକମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ହେଲେ ତାହା ଆଶୁତୋଷଙ୍କ ମନରେ ରେଖାଙ୍କିତ କରିଥିଲା ।  ଲୋକଙ୍କୁ ସଠିକ୍ ମୂଲ୍ୟରେ, ସ୍ଵଳ୍ପ ସମୟରେ  ଆବଶ୍ୟକୀୟ ଜିନିଷ ପହଞ୍ଚାଇବା ଲକ୍ଷ୍ୟ ନେଇ ଅଗଷ୍ଟ  ୧୫ ତାରିଖରେ ସେ ତାସୁକେରୁ ୱେବସାଇଟ୍ ଆରମ୍ଭ  କରିଥିଲେ ।

ନିଜେ ଏକାକୀ ଆରମ୍ଭ କରିଥିବା ଏହି  ୱେବସାଇଟ୍‌ରେ ବର୍ତ୍ତମାନ ୧୦ ଜଣ ଡେଲିଭରୀ ବୟ,  ୨ ଜଣ ମ୍ୟାନେଜର ୩ ଜଣ ଡିଜିଟାଲ ମାର୍କେଟର ଏବଂ  ଅନ୍ୟନ୍ୟ କର୍ମଚାରୀ ରହିଛନ୍ତି । ଭୁବନେଶ୍ୱରର ମିଠା ଯେପରିକି ପାହାଳ ରସଗୋଲା, ଲିଙ୍ଗରାଜ ଲସି, ବିଭିନ୍ନ ମନ୍ଦିରର ପ୍ରସାଦ, ଗ୍ରୋସରୀ ସାମଗ୍ରୀ, ଫଳ ପନିପରିବା, ଆମିଷ ଜିନିଷ ଏବଂ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଉଛି । ଉଲ୍ଲେଖନୀୟ କଥା ଏହିକି ଯେ ଏସବୁ ସାମଗ୍ରୀ ଅର୍ଡର କଲେ ଆପଣଙ୍କୁ କୌଣସି ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୱେବସାଇଟ୍ ଆରମ୍ଭ ହେବା ଦିନରୁ ଏଯାବତ୍ ପ୍ରାୟ ୪୦୦୦ ଲୋକ ଅନ୍‌ଲାଇନରେ ବିଭିନ୍ନ ଜିନିଷ କିଣିସାରିଲେଣି ।

ତେବେ ଲଡାଉନ ସମୟରେ ସାଧାରଣ ପରିବା ଚାଷୀମାନେ ସେମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କଠାରୁ ସିଧାସଳଖ ଜିନିଷ କିଣି ବିକ୍ରି କରିବା ମୋତେ ଖୁବ୍ ଆତ୍ମସନ୍ତୋଷ ଦେଇଥିଲା ବୋଲି ଆଶୁତୋଷ କୁହନ୍ତି । ସେହିପରି କାର୍ତ୍ତିକ ମାଷରେ ହବିଷ୍ୟାଳୀମାନଙ୍କ ମଧ୍ୟରେ ଆସିଏମ୍ ଜଗନ୍ନାଥ ମନ୍ଦିର ଅଭଡ଼ା ସମେତ ବିଭିନ୍ନ ମନ୍ଦିରର ପ୍ରସାଦ ମଧ୍ୟ ଖୁବ୍ ଆଦୃତ ଲାଭ କରିଥିଲା । ଏବ ଭୁବନେଶ୍ବର ଏବଂ ଧୀରେଧୀରେ କଟକରେ ଏହି ଅନ୍‌ଲାଇନ ସେବା ଯୋଗାଇ ଦିଆଯାଉଛି । ଭବିଷ୍ୟତରେ ଏହି ୱେବ୍ସାଇଟକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ପାଇଁ ମୋର ଲକ୍ଷ୍ୟ ଅଛି ବୋଲି ଆଶୁତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ।