spot_img
Home Blog Page 6074

ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଲେ ଭାରତ ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହେବ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଚୀନକୁ ନେଇ ଭାରତୀୟ ବାୟୁସେନା ମୁଖ ଆରକେଏସ୍ ଭାଦୋରିଆଙ୍କ ବଡ଼ ବୟାନ । ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ବାୟୁସେନା ମୁଖ୍ୟ ଭାଦୋରିଆ । ସେ କହିଛନ୍ତି ଚୀନ ଯଦି ଆକ୍ରାମଣାତ୍ମକ ଆଭିମୁଖ୍ୟ ଆପଣାଇବା ତେବେ ଆମେ ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହେବୁ ସେ ଚୀନକୁ ଚେତାଇ ଦେଇଛନ୍ତି । ।   ଶ୍ରୀ ଭଦୋରିଆ ଶନିବାର ଯୋଧପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ।

Bhadauria named IAF chief days before retirement | India News - Times of India

ଏଥିସହିତ ସେମାନେ ଡିଆରଡିଓ ସହ ମିଶି ଏଏମସିଏ ଏୟାରକ୍ରାଫ୍ଟ ପ୍ରଜେକ୍ଟ ଅନୁଯାୟୀ ପଞ୍ଚମ ପିଢ଼ିର ଫାଇଟର ବିମାନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି । ତେବେ ଏଥିରେ ଷଷ୍ଠ ପିଢ଼ିର କିଛି ବୈଶିଷ୍ଟ ରଖିବାକୁ ଚେଷ୍ଟା କରିବୁ । କିନ୍ତୁ ଆମର ପ୍ରାଥମିକତା ପଞ୍ଚମ ପିଢ଼ିର ବୈଶିଷ୍ଟକୁ ନେଇ ଫାଇଟର ଏୟାରକ୍ରାଫ୍ଟ କରିବା । ଏଥିସହିତ ଭାରତକୁ ୮ଟି ରାଫେଲ୍ ମିଳିସାରିଥିବା ବେଳେ ଅନ୍ୟ ୩ ରାଫେଲ ବିମାନ ଭାରତକୁ ଖୁବଶୀଘ୍ର ମିଳିଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏବଂ ଏଥିଲାଗି ପାଇଲଟଙ୍କୁ  ଲଗାତାର ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି ।

ସୂଚନା ଥାଉ କି, ରାଜସ୍ଥାନର ଯୋଧପୁରରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚଦିବସୀୟ ଡେଜର୍ଟ ନାଇଟ-୨୧ରେ ମେଗା ଯୁଦ୍ଧାଭ୍ୟାସର ଆରମ୍ଭ ହେବ । ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନା ସହିତ ଫ୍ରାନ୍ସ ବାୟୁସେନା ମଧ୍ୟ ଭାଗନେବ । ଏଣୁ ଫ୍ରାନ୍ସରୁ ଫାଇଟର ଜେଟ୍ ବିମାନ ସମରାଭ୍ୟାସରେ ଯୋଗଦେବାକୁ ଭାରତ ଆସିସାରିଛନ୍ତି  ।

ଗୋରୁ ଚରାଇବା ବେଳେ ଗଣ୍ଡଗୋଳରୁ ଡବଲ ମର୍ଡର, ଘରେ ନେଲେ ଜଙ୍ଗଲର ପ୍ରତିଶୋଧ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରାସିଂହା ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତା ଓ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗଡ଼ିଲା ୨ ଜଣଙ୍କ ମୁଣ୍ଡ । ଗାଈ ଚରାଇ ଯାଇଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

Double Muder In Deogaon Of Bolangir District

ଏଥିରେ ଉତକ୍ଷିପ୍ତ ହୋଇ ଗାଈ ଚରାଉଥିବା ଧନମତ ରାଉତ ଧରିଥିବା ଟାଙ୍ଗିଆରେ ଶ୍ରୀପତି ଭେଶ୍ରାକୁ ଅତର୍କିତ ଆକ୍ରମଣ କରିଥିଲେ । ଶ୍ରୀପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମ ସୁନା ଓ ବ୍ରହ୍ମା ସୁନା ଗୁରୁତର ଆହତ ହୋଇଥିଲେ । ଉଭୟ ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Double Muder In Deogaon Of Bolangir District

ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ଘରକୁ ପଳାଇ ଆସିଥିବା ଧନମତକୁ ହତ୍ୟା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ହତ୍ୟାକାରୀ ଧନମତ ରାଉତକୁ ଘରୁ ଟାଣି ଆଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

ସୁଭାଷଙ୍କ ମୃତ୍ୟୁକୁ ନେଇ କଣ କହୁଥିଲା ଏହି ୩ଟି କମିଶନ, କାହା ଚାପରେ ଅଧା ରହିଗଲା ତଦନ୍ତ

ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି। ଏଭଳି ସିଂହ ନାଦ ଦେଇ ଦେଶକୁ ସ୍ୱାଧୀନତା ଆଡ଼କୁ ଟାଣି ନେଉଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହଠାତ ନୀଳ ଆକାଶରେ ଲୀନ ହୋଇଯାଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନରୁ ଭାରତକୁ ଫେରୁଥିବା ସମୟରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚର୍ଚ୍ଚା ହେଲା। ହେଲେ ସୁଭାଷଙ୍କ ମୃତ୍ୟୁ ନେଇ ଦ୍ୱନ୍ଧ୍ୱ ସମସ୍ତଙ୍କ ମନରେ ରହିଥିଲା। ସେଥିପାଇଁ ସ୍ୱାଧୀନ ଭାରତରେ ନେତାଜୀ ମିଷ୍ଟ୍ରିର ସମାଧାନ ପାଇଁ ଗଠିତ ହୋଇଥିଲା ତିନୋଟି କମିସନ।

ପ୍ରଥମେ ୩ ଜଣିଆ ସାହାନାଓ୍ୱାଜ କମିଶନ ରିପୋର୍ଟ ଦେଲେ ବିମାନ ଦୁର୍ଘଟଣାରେ ନେତାଜୀ ମୃତ। ହେଲେ ତଦନ୍ତରେ ସାମିଲ ଥିବା ନେତାଜୀଙ୍କ ବଡ଼ ଭାଇ ସୁରେଶ ଚନ୍ଦ୍ର ବୋଷ ଏହାକୁ ବିରୋଧ କରି ଅଲଗା ଭାବେ ଉପସ୍ଥାପନ କରିଥିଲେ ଡିସେଂଟିଏଣ୍ଟ dissentient ରିପୋର୍ଟ। ହେଲେ ଏହି ରିପୋର୍ଟ କୁ ସରକାର ସଂସଦରେ ଉପସ୍ଥାପନ କରିନଥିଲେ। ତେବେ ସାହାନାଓ୍ୱାଜ ରିପୋର୍ଟକୁହିଁ ଏହି ଡିସେଂଟିଏଣ୍ଟ ରିପୋର୍ଟ ହିଁ ଅଧିକ ବିବାଦିଅ କରିଥିଲା।

ପ୍ରଧାନମନ୍ତ୍ରୀ ନେହେରୁଙ୍କ ମୃତ୍ୟୁ ସମୟ ମେ ୨୭ ତାରିଖ ୧୯୬୪ ରେ ଦେଖିବାକୁ ମିଳିଥିଲା ଏହି ଫୋଟୋ। ଭଳଭାବେ ଦେଖନ୍ତୁ ନେହେରୁଙ୍କ ମୃତ୍ୟୁ ସମୟ ମେ୨୭ ତାରିଖର ଏହି ଫୋଟୋ କୁ। ନେହେରୁଙ୍କ ମୃତ ଶରୀର ନିକଟରେ ଏ ସାଧୁ ଜଣକ କିଏ। ଏ କଣ ନେତାଜୀ ? ଏଇ ଗୋଟିଏ ପ୍ରଶ୍ନ ଏତେ ବିବାଦ ଠିଆ କରିଥିଲା ଯେ ନେହେରୁଙ୍କ ମୃତ୍ୟୁକୁ ନେଇ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ଵୋଷଙ୍କ ଫାଇଲ ଭଳି ସବୁଦିନପାଇଁ ସିକରେଟ ବକ୍ସରେ ବନ୍ଦ ହୋଇ ରହିଗଲା। ଏହି ଫୋଟୋକୁ ନେଇ ଦେଶରେ ଝଡ ଉଠିଲା । ସଂସଦରେ ମଧ୍ୟ ହୋହଲା ହେଲା।

ଶେଷରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୧ ଜୁଲାଇ ୧୯୭୦ ମସିହାରେ ଗଠନ କଲେ ଜଣିକିଆ ଡିଜି ଖୋସଲା କମିଶିନ। ପଞ୍ଜାବ ହାଇକୋର୍ଟର ଏହି ପୂର୍ବତନ ବିଚାରପତିଙ୍କ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ବାରିହେଉଥିଲା ନେତାଜୀଙ୍କ ମୃତ୍ୟୁ ରହସ୍ୟର ଗନ୍ଧ। ଖୋସଲା କମିଶନ ସେଇମାନଙ୍କ ସାଖ୍ୟା ନେଇଥିଲା ଯେଉଁମାନେ କହିଥିଲେ ନେତାଜୀ ଜୀବିତ। ହେଲେ ତିନି ଜଣଙ୍କୁ ଛାଡ଼ି। ଋଷରେ ରାଷ୍ଟ୍ରଦୂତ ଥିବା ସମୟରେ କୁହାଯଏ ବିଜୟଲକ୍ଷ୍ମୀ ଜାଣିବାକୁ ପାଇଥିଲେ ନେତାଜୀ ଅଛନ୍ତି ଋଷରେ।

 

ଋଷରୁ ଆସି କୋଲକାତା ବିମାନ ବନ୍ଦରରେ ଓହ୍ଲାଇବା ପରେ ବିଜୟଲକ୍ଷ୍ମୀ କହିଥିଲେ ମୋ ନିକଟରେ ଏପରି କିଛି ଖବର ଅଛି ଯାହା ସ୍ୱାଧୀନତାର ଖୁସିଠାରୁ ଦୁଇଗୁଣ ଖୁସି ଭାରତୀୟଙ୍କୁ ଦେବ। ହେଲେ ସେ କିଛି କହିନଥିଲେ। ନେହେରୁଙ୍କ ଚାପାରେ ବିଜୟଲଷ୍ମୀ କୌଣସି କଥା କହିନଥିଲେ ସୁବାଷଙ୍କୁ ନେଇ। ଆଉ ତାପରେ ସବୁଦିନ ପାଇଁ ରାଜନୀତିରୁ ଓହରି ଯାଇଥିଲେ।

ଏହାପରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମଧ୍ୟ ଋଷର ରାଷ୍ଟ୍ର ଦୂତ ସମୟରେ ନେତାଜୀଙ୍କୁ ଦେଖିଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ହେଲେ ବିଜୟଲକ୍ଷ୍ମୀଙ୍କ ଭଳି ରାଧାକ୍ରିଷ୍ଣନ ମଧ୍ୟ ନିରବ ରହିଥିଲେ। ଆଉ ଶେଷରେ ବନିଥିଲେ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି। ତେବେ ଏହାଠାରୁ ଚାଂଚଲ୍ୟକର ଘଟଣା ଥିଲା ଖୋସଲା କମିଶନ ହବିବୁର ରେହେମାନଙ୍କ ସାଖ୍ୟ ନେବାକୁ ଗୁରୁତ୍ୱ ନଦେବା।

ବିଗେଷ୍ଟ କଭର ଅଫ ରେ ଏହି ଚିଠି କହୁଛି ହବିବୁର କେବେବି ସତ କହିନଥାନ୍ତେ। କାରଣ ସେ ବନ୍ଧା ପଡ଼ିଥିଲେ ନେଟଜୀଙ୍କ ପାଖରେ କରିଥିବା ଶପଥ ନିକଟରେ। ୧୯୭୮ ମସିହାରେ ପାକିସ୍ତାନରେ ହବିବୁର ରେହେମାନଙ୍କ ମୃତ୍ୟୁ ହେଲା ଏକଥା ସତ। କିନ୍ତୁ ଜୀବନ କାଳ ବ୍ୟାପି ସତକଥାକୁ କେବେ ବି ଖୋଲିନଥିଲେ।

ଏହାପରେ ଶେଷରେ ଗଠନ ହୋଇଥିଲା ଜଷ୍ଟିସ ମୁଖାର୍ଜୀ କମିଶନ। ମୁଖାର୍ଜୀ କମିଶନ କିନ୍ତୁ ଅନେକ ସତ ପଦାକୁ ଆଣିଥିଲା। ଡିଏନ୍‌ଏ ରିପୋର୍ଟ ରେ ସତ କଣ ଆଣିବାକୁ ଅଣ୍ଟା ଭିଡିଥିଲା। ହେଲେ ଏନେଇ ଚିତା ଭସ୍ମର ଟେଷ୍ଟ ବିଦେଶରେ କରିବାକୁ କମିଶନ କହିଥିଲେ। କାରଣ ଜଳିଯାଇଥିବା ହାଡ ଖଣ୍ଡ ରୁ ଡିଏନ୍‌ଏ ମନିକ୍ୟୁଲ ପାଇବା କଠିନର ବ୍ୟାପାର। ଏହି ପରୀକ୍ଷାର କୌଣସି ଭିତ୍ତିଭୂମି ଭାରତରେ ନଥିଲା। ହେଲେ ତତ୍କାଳୀନ ଭାରତ ସରକାର ଶୁଣିନଥିଲେ। ଏଥିପାଇଁ ସତ ପୁଣି ପରଦା ପଛରେ ଲୁଚିଯାଇଥିଲା।

ସବୁ ଜିଲ୍ଲାରେ ବିଜେଡି ଆୟୋଜନ କରିବ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ

ବାରିପଦା/ଭୁବନେଶ୍ୱର: ଗାଁରେ ଥିବା କ୍ରୀଡ଼ାବିତକୁ ପ୍ରୋତ୍ସାହନ ଯୋଗାଇଦେବ ବିଜେଡି । ସବୁ ଜିଲ୍ଲାରେ ଦଳ କରିବ କ୍ରିକେଟ ଓ ଫୁଟବଲ୍ ପ୍ରିମିୟର୍ ଲିଗ । ମୟୂରଭଞ୍ଜ ଜିଲ୍ଲାରୁ ଆଜି ଏହାର ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଜିଲ୍ଲାରେ କରିବା ପାଇଁ ଯୋଜନା କରିଛି ଦଳ । ବିଜେଡିର ଏପରି ଆୟୋଜନରେ ରାଜେନୖତିକ ଗନ୍ଧ ବାରିଛନ୍ତି ବିରୋଧୀ । ବିରୋଧୀ ଏହାକୁ ଭୋଟ୍ ରାଜନୀତି କହୁଥିବା ବେଳେ ବିଜେଡି କହିଛି ଯୁବକଙ୍କ ସାମଗ୍ରିକ ବିକାଶ ।

BJD To Host Cricket And Footbal League In All District Of Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଖେଳର ଆୟୋଜନ କରିବ ବିଜେଡି । ସବୁ ଜିଲ୍ଲାରେ ପ୍ରିମିୟର୍ ଲିଗ୍ କରାଯିବ । ଆଜି ମୟୂରଭଞ୍ଜ ଜିଲ୍ଲାରୁ ଶୁଭାରମ୍ଭ ହୋଇଛି ଏମପିଏଲ ବା ମୟୂରଭଞ୍ଜ ପ୍ରିମିୟର୍ ଲିଗ । ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଖେଳ ଆୟୋଜନ ହେବ । ବାରିପଦା ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ରାଇରଙ୍ଗପୁରରେ ହେବ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଖେଳ ମାଧ୍ୟମରେ ଯୁବକଙ୍କ ସହ ଅଧିକ ଯୋଡ଼ିହେବ ଦଳ । କେବଳ କ୍ରିକେଟ କି ଫୁଟବଲ ନୁହେଁ ଅନ୍ୟ ଅଞ୍ଚଳର ଲୋକପ୍ରିୟ ଖେଳକୁ ନେଇ ଯୁବକ ଯୁବତୀଙ୍କୁ ଦଳ ନିଜ ଆଡ଼କୁ ଆକୃଷ୍ଟ କରିବ ଦଳ ଆରମ୍ଭ କରିଛି ବ୍ଲୁପ୍ରିଣ୍ଟ । ଲକ୍ଷ୍ୟ କିନ୍ତୁ ଗାଁ ପ୍ରତିଭାଙ୍କୁ ଆଗକୁ ଆଣି ପ୍ରୋତ୍ସାହିତ କରିବା । ବିଜେଡିର ଏପରି ଆୟୋଜନକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

BJD To Host Cricket And Footbal League In All District Of Odisha

ପ୍ରିମିୟର ଲିଗ ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ପରେ ଜିଲ୍ଲା ସ୍ତରରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି- ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ ଆୟୋଜିତ ହେଉଛି । ଯେଉଁମାନେ ଏହାକୁ ବିରୋଧ ବା ସମାଲୋଚନା କରୁଛନ୍ତି ସେମାନେ ଯୁବକଙ୍କ ସାମଗ୍ରିକ ବିକାଶ ଚାହୁଁନାହାନ୍ତି ବୋଲି ବିଜେଡି କହିଛି ।

BJD To Host Cricket And Footbal League In All District Of Odisha

କ୍ରିକେଟ ଓ ଫୁଟବଲ ବିଜେତା ଟିମ୍ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଲେ ରନର୍ସ ଅପ ପାଇଁ ୫୦ ହଜାର ଟଙ୍କାଷ । ମ୍ୟାନ୍ ଅଫ ଦି ସିରିଜ୍ ବିଜେତାଙ୍କୁ ହିରୋ ସିବିଜି ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ପୁରସ୍କାର ପ୍ରଦାନ କରାଯିବ । ୨୦୧୯ ନିର୍ବାଚନ ପୂର୍ବରୁ ଯୁବକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜୁ ଯୁବ ବାହୀନି ଗଠନ ହୋଇଥିଲା ।

BSFକୁ ବଡ଼ ସଫଳତା: କାଠୁଆ ଅଞ୍ଚଳରେ ଠାବ କଲା ଆତଙ୍କୀ ସୁଡ଼ଙ୍ଗ

0

ଜମ୍ମୁ-କଶ୍ମୀର: କଠୁଆ ଅଞ୍ଚଳରେ ଠାବ ହେଲା ଆତଙ୍କୀ ସୁଡ଼ଙ୍ଗ । ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ କରିଥିବା ହୀନ ଯୋଜନାକୁ ପଣ୍ଡ କରିଛନ୍ତି ବିଏସ୍ଏଫ୍‌ (ସୀମା ସୁରକ୍ଷା ବଳ) ଯବାନ । କଠୁଆର ପଂସାର ଅଞ୍ଚଳରେ ଏହି ସୁନଙ୍ଗ ଠାବ ହୋଇଛି । ୩୦ଫୁଟ ଗାଢ଼ ବିଷିଷ୍ଟ ୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗ ଠାବ କରାଯାଇଛି । ଦଶ ଦିନ ପୂର୍ବରୁ ଭାରତୀୟ ଯବାନ ସମାନ ଏକ ସୁଡ଼ଙ୍ଗ ଠାବ କରିଥିଲେ । ଏବେ ପୁଣି ପାକିସ୍ତାନ ପଟୁ କରାଯାଇଥିବା ସମାନ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି । ବର୍ଡର ଆଉଟପୋଷ୍ଟରେ ଆଣ୍ଟି ଟନେଲିଂ ଅପରେଶନ ବେଳେ ଏହି ୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗ ଠାବ କରାଯାଇଛି । ଏହି ସୁଡ଼ଙ୍ଗ ୬ରୁ ୮ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଆତଙ୍କବାଦୀମାନେ ସୀମା ପାର କରି ଯିବା ଆସିବା ପାଇଁ ଏହି ସୁଡ଼ଙ୍ଗର ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି । ସୁଡ଼ଙ୍ଗ ଠାବ ହୋଇଥିବା ଅଞ୍ଚଳରେ ଗତ କିଛିବର୍ଷ ହେବ ଆତଙ୍କବାଦୀ ଗତିବିଧି ନଜରକୁ ଆସିଛି । ଦଶ ଦିନ ପୂର୍ବରୁ ଭାରତୀୟ ଯବାନ ସମାନ ଏକ ସୁଡ଼ଙ୍ଗ ଠାବ କରିଥିଲେ । ଗତ ୬ମାସ ମଧ୍ୟରେ ସୀମା ସୁରକ୍ଷା ବଳର ଯବାନମାନେ ଜମ୍ମୁରେ ୧୦ଟି ସୁରଙ୍ଗର ସନ୍ଧାନ ପାଇ ଏହାକୁ ବନ୍ଦ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜୟ ଶ୍ରୀରାମ ନାରାରେ ଚିହିଁକି ଉଠିଲେ, ଭାଷଣ ଦେବାକୁ ମନା କଲେ ମମତା

ତାଲିମ୍ କେନ୍ଦ୍ରରେ ନିଲାମ ହେଉଛି ଭିନ୍ନକ୍ଷମଙ୍କ ଇଜ୍ଜତ

ଭୁବନେଶ୍ୱର: ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ । ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ତାଲିମ୍ କେନ୍ଦ୍ରର ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବା ପାଇଁ ସଂସ୍ଥାର ମୁଖ୍ୟ ଏଭଳି କାଣ୍ଡ କରୁଥିବା ଭିଡିଓ ଭାଇରାଲ ହୋଇଛି । ଥାନାରେ ମାମଲା ରୁଜୁ ପରେ ସଂସ୍ଥାର ମୁଖ୍ୟ ଫେରାର ହୋଇଯାଇଛନ୍ତି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଭୁବନେଶ୍ବର ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । କିନ୍ତୁ ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲର୍ଗାଲ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଜଣେ ଯୁବତୀଙ୍କୁ ଏକ କୋଠରୀରେ ଛାଡ଼ିବା ପରେ ଦଲାଲ ଜଣକ ବାହାର ପଟୁ ତାଲା ପକାଇ ଫେରି ଆସୁଛି । ଭିଡିଓରେ କିଛି ଅଶ୍ଲୀଳ କଥାବାର୍ତ୍ତା ମଧ୍ୟା ରହିଛି । ସଂସ୍ଥାର ସମ୍ପାଦକ ନିଜେ ମଧ୍ୟ କିଛି ଇଙ୍ଗିତ କରୁଥିବା ଭିଡିଓରେ ଦେଖାଯାଉଛି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଯୁବତୀଙ୍କ ଅଭିଯୋଗ ଅନୁସାରେ ଏଠାରେ ବାହାରୁ ଯୁବତୀମାନଙ୍କୁ ଅଣାଯାଇ ଅଫିସରମାନଙ୍କୁ ଖୁସି କରାଯାଏ । ଯଦି କେହି ନ ମିଳନ୍ତି ତେବେ ଟ୍ରେନିଂ ନେଉଥିବା ଭିନ୍ନକ୍ଷମ ଯୁବତୀ ନହେଲେ ଅଫିସରେ କାମ କରୁଥିବା ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଏ । ଭିଡିଓ ନେଇ ଆମେ ସମ୍ପୃକ୍ତ ବାବୁଙ୍କ ସହ ଯୋଗାଯୋଗ କରିଥିଲୁ ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ସେ ଏସବୁ ବିଷୟରେ ଜାଣିନଥିବା କହିଛନ୍ତି । ଭାଇରାଲ୍ ଭିଡିଓରେ ଥିବା ଯୁବତୀଙ୍କ ବିଷୟରେ ସେ ଜାଣିନଥିବା କହିଛନ୍ତି । ଏୟାରଫିଲ୍ଡ ଥାନାରେ ଏନେଇ ମାମଲା ଦାଏର ହୋଇଛି । ସେବେଠୁ ସମ୍ପୃକ୍ତ ସମ୍ପାଦକ ଫେରାର୍ ଥିବା ଜଣାପଡ଼ିଛି । ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ଅନେକ ବଡ଼ ବଡ଼ ବାବୁଙ୍କ ମୁଖା ଖୋଲିଯିବାର ସମ୍ଭାବନା ରହିଛି ।

ଜୟ ଶ୍ରୀରାମ ନାରାରେ ଚିହିଁକି ଉଠିଲେ, ଭାଷଣ ଦେବାକୁ ମନା କଲେ ମମତା

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିବା ପାଇଁ ଆମନ୍ତ୍ରିତ ହେବା ବେଳକୁ ସେଠାରେ ଉପସ୍ଥିତ ଲୋକେ ଜୟ ଶ୍ରୀରାମ୍ ସ୍ଳୋଗାନ୍ ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମମତା ।

ଏଥିସହିତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଂଯୋଜକ ମଧ୍ୟ ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟଦା ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିସହିତ ମମତା ମଧ୍ୟ ସମାନ କଥା ଦୋହରାଇଥିଲେ । ସେ କହିଥିଲେ ଏହା କୌଣସି ରାଜେନୖତିକ କାର୍ଯ୍ୟକ୍ରମ ନୁହେଁ । ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ସୁଭାଷ ବୋଷଙ୍କ ଜୟନ୍ତୀ ପଶ୍ଚିମବଙ୍ଗରେ ପାଳନ କରିଥିବାରୁ ମୁଁ ଖୁସି । କିନ୍ତୁ ଜଣଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଅପମାନିତ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହିତ ଭାଷଣ ଦେବାକୁ ମନା କରିବା ସହ ଜୟ ହିନ୍ଦ ଓ ଜୟ ବାଙ୍ଗଳା କହି ନିଜ ଆସନ ଆଡ଼କୁ ଚାଲିଯାଇଥିଲେ ।

ଏଥିସହିତ ପଢ଼ନ୍ତୁ: ‘ନେତାଜୀଙ୍କ ଯୋଗଦାନକୁ ପିଢ଼ି ପରେ ପିଢ଼ି ଅବଗତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ’

ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା, ଜଣେ ଅଟକ

ବ୍ରହ୍ମପୁର: ନକଲି… ନକଲି… ନକଲି… । ବିଷକୁ ବି ନକଲି କରୁଛନ୍ତି ବ୍ୟବସାୟୀ । ବ୍ରହ୍ମପୁରରେ ପୁଣି ଥରେ ନକଲି ଗୁଟଖା କାରଖାନା ଠାବ ହୋଇଛି । ଆସ୍କା ରୋଡ୍ ଅଞ୍ଚଳରେ ରେଡ୍ କରି ବଡ଼ବଜାର ଥାନା ପୋଲିସ ଠାବ କରିଛି ନକଲି ଗୁଟଖା କାରଖାନା । ସେଠାରୁ ଲକ୍ଷାଧିକ ଟଙ୍କାର ପ୍ୟାକେଟ୍ ଗୁଟଖା ସହ ୧୦ରୁ ଅଧିକ ମେସିନ୍ ଜବତ କରିଛି ପୋଲିସ ।

Bramhapur Police Busted Duplicate Gutkha Factory, Held One

ମାମଲାରେ ପୋଲିସ ହାଉସିଂ ବୋର୍ଡ କଲୋନୀର ଇ.ରାଜେଶ୍ୱର ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । କେବଳ ନକଲି ପୁଡ଼ିଆ ନୁହେଁ ନକଲି କୁରକୁରେ ସହ ଲେଜ୍ ଆଦି ସାମଗ୍ରୀ ଇ.ରାଜେଶ୍ୱର ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି । ରାଜେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

‘ନେତାଜୀଙ୍କ ଯୋଗଦାନକୁ ପିଢ଼ି ପରେ ପିଢ଼ି ଅବଗତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ’

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଶନିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିକାର ଦିନକୁ ପରାକ୍ରମ ଦିବସଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି ।

          ପ୍ରଧାନମନ୍ତ୍ରୀ ପ୍ରଥମେ କୋଲକାତାର ନ୍ୟାସନାଲ ଲାଇବ୍ରେରୀ ଗସ୍ତ କରି ସେଠାରେ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି  । ଏଥିସହିତ ଭିକ୍ୱୋରିଆ ମେମୋରିଆଲରେ ଆୟୋଜିତ ପ୍ରଦର୍ଶନୀରେ ମଧ୍ୟ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହିତ ରାଜ୍ୟପାଳ ଜଗଦୀପ ଧନଖଣ୍ଡ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଅଛନ୍ତି । ତେବେ ଏହି ଅବସରରେ ଡାକ ଟିକଟ ଜାରି କରାଯାଇଛି ।

ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କୋଲକାତା ଗସ୍ତ ତାଙ୍କୁ ଭାବପ୍ରବଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ପିଲାବେଳେ ସେ ଯେବେ ବି ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ଶୁଣୁଥିଲେ ତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଉଥିଲା ।

ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ, ଆମେ ପିଢ଼ି ପରେ ପିଢ଼ିକୁ ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ଯୋଗଦାନ ନେଇ ଅବଗତ କରାଇବା । ଏଣୁ ଏହି ଧାରାକୁ ଆଗକୁ ମଧ୍ୟ ବଜାୟ ରଖିବା ନେଇ ଦେଶବାସୀ ନେତାଜୀ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ।

ନିଖୋଜ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ୪ ସାଙ୍ଗ ଗିରଫ

ବାରିପଦା: ଶତ୍ରୁତାକୁ ନେଇ ସାଙ୍ଗକୁ ହତ୍ୟା । ବନ୍ଧୁତ୍ୱର ରଜ୍ଜୁରେ ଲାଗିଲା ରକ୍ତର ଛିଟା । ୧୮ ତାରିଖରୁ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସୁନାପୋଷି ଗାଁର ବିମଳ ସିଂ ନିଖୋଜ ଥିଲେ । ବିମଳ ନିଖୋଜ ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ବିମଳଙ୍କ ସାଙ୍ଗସାଥୀଙ୍କ ମୋବାଇଲ୍ ଟ୍ରାକ୍ କରି ମୃତଦେହ ଉଦ୍ଧାର କରିଛି । ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସମସ୍ତେ ବିମଳର ସାଙ୍ଗ ବୋଲି ଜଣାପଡ଼ିଛି ।

Bangiriposi Police Arrested Four Friend In Bimal Murder Case

କୌଣସି କାରଣରୁ ବିମଳ ଓ ତା’ସାଙ୍ଗମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଶତ୍ରୁତାରେ ପରିଣତ ହଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିବା ଅନ୍ୟ ସାଙ୍ଗମାନେ ବିମଳକୁ ପଥରରେ ଛେଚି ହତ୍ୟା କରିଥିଲେ । ବାଙ୍ଗିରିପୋଷ ପୋଲିସ ୪ ଅଭିଯୁକ୍ତ ଦୁର୍ଗା ମାରାଣ୍ଡି, ସନାତନ ମୁର୍ମୁ, ଦୀପକ ନାଏକ ଏବଂ ଜଗନ୍ନାଥ ସୋରେନକୁ ଗିରଫ କରିଛି ।