ପୁରୀରେ ଆରମ୍ଭ ହେଲା ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ

1 min read

ପୁରୀ: ଆଜି ଠାରୁ ପୁରୀରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ l ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଏହି ସମୂହ ସଫେଈ ଅଭିଯାନରେ ବଡଦାଣ୍ଡକୁ ସ୍ବେଛାସେବୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ସମସ୍ତ ମିଶି ସଫା କରୁଛନ୍ତି । ପ୍ରତ୍ୟେକ ଶନିବାର ସବୁ ବର୍ଗର ସ୍ବେଛାସେବୀ ଏହି ସେବା ଅଭିଯାନରେ ସାମିଲ ହୋଇ ସଫା କରିବେ । ୩ କିଲୋମିଟର ବଡଦାଣ୍ଡକୁ ୫ଟି ଭାଗରେ ବିଭକ୍ତ କରାଯାଇ ସ୍ବେଛାସେବୀଙ୍କ ଦ୍ୱାରା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଛି l ଚିତ୍ରାଙ୍କନ, ଝୋଟି ଚିତା, ତର୍କ ପ୍ରତିଯୋଗିତା, ରଙ୍ଗୋଲି, ପଥପ୍ରାନ୍ତ ନାଟକ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି l କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବାର ଅଛି l ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ସୁନ୍ଦର ବାଲୁକା କଳା l ପୁରୀକୁ ସ୍ଵଛ ରଖିବା ପାଈଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବା ଲକ୍ଷରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି l

ଏଥିସହିତ ପଢ଼ନ୍ତୁ: ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

Leave a Reply