ଓଡ଼ିଶା ଜଙ୍ଗଲରେ ଆମାଜୋନ୍ ରେନ୍ ଫରେଷ୍ଟ ନିଆଁ: ୨୩୩ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଯେତେ ଦୂରରୁ ଦେଖିଲେ ବି ସ୍ପଷ୍ଟ ଜଣାପଡ଼ୁଛି ନିଆଁର ଆଁ । ଚତ୍କାର କରୁଛି ଜଙ୍ଗଲ, ବ୍ୟଥିତ ହୋଇଛନ୍ତି ସାରା ବିଶ୍ୱର ପ୍ରକୃତିପ୍ରେମୀ । ଗତ କିଛି ଦିନ ହେଲା ଶିମିଳିପାଳରେ ନିଆଁ ନେଇ ଚାରିଆଡ଼ୁ ଉଦବେଗ୍ ପ୍ରକାଶ ପାଇଥିବା ବେଳେ ଏବେ ଏହି ନିଆଁ ଅଧାରୁ ଅଧିକ ଓଡ଼ିଶାର ଜଙ୍ଗଲକୁ ବ୍ୟାପିଲାଣି ।

UNESCO had added the National Park to its list of Biosphere Reserves back  in 2009.

କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ଗଲା ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି । ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଉ କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥିବା ଦୃଷ୍ଟିକୁ ଆସିଛି । ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ନିଆଁ ଲିଭାବା ପରେ ଏହାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ । ଜଙ୍ଗଲ ନିଆଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ସେମାନେ ଏବେ ଜନବସତି ମୁହାଁ ହେବା ସହ ଶିକାରୀଙ୍କ ପଞ୍ଛାରେ  ପଡ଼ୁଥିବା ଖବର ଆସୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ନିଆଁ ଲାଗିଛି । ଯେଉଁଥିରେ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ସ୍ଥିତ ଜଙ୍ଗଲ ବି ରହିଛି । ଖଣ୍ଡଗିରିରେ ଲାଗିଥିବା ନିଆଁରେ କୌଣସି ଜନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରାୟ ଗୋଟିଏ ଏକର ଜଙ୍ଗଲ ଜଳି ଯାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଫଳରେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି ।

Similipal forest fire

           ଆଜି ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୨୩୩ ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଯାହାକି ଭାରତରେ ସର୍ବାଧିକ  । ମୟୂରଭଞ୍ଜର ଶିମିଳିପାଳ ସାଙ୍ଗକୁ ମାଲକାନଗିରି ଜିଲ୍ଲାର ଯନ୍ତରୀ, ନବରଙ୍ଗପୁର, ଟୋହୋରା, ଝରିଗାଁ, ନୂଆପଡ଼ା ଜିଲ୍ଲାର ଭାବସିଲ୍ ବିଟ୍, ଚକଳା ବିଟ୍‌, ବେଲଟୁକୁରି ବିଟ୍, ବରଗଡ଼ ଜିଲ୍ଲାର ଝରାବନ୍ଧ, ସରଗୁନପାଲ୍ଲୀ, କୁଡୋପଲ୍ଲୀ, କୋରାପୁଟର କେରମେଲି, ଲୋକେସେଲି, କଳାହାଣ୍ଡିର କେସିଙ୍ଗା, ବନ୍ଧପରି ବିଟ୍‌ରେ ନିଆଁ ଲାଗିଛି । ଏହା ବ୍ୟତୀତ ବଲାଙ୍ଗୀର, ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସଦ୍ୟତମ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି ।

Wildfire rages on in Odisha's Similipal Tiger Reserve, CM orders action -  India News

  କେବଳ ଯେ, ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ୮୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି । ଏଥିରେ ଓଡ଼ିଶାରେ ସର୍ବାଧିକ ୨୩୩ଟି ସ୍ଥାନ ରହିଥିବା ବେଳେ ତେଲେଙ୍ଗାନାରେ ୧୨୬, ମଧ୍ୟପ୍ରଦେଶରେ ୧୦୭, ଆନ୍ଧ୍ରପ୍ରଦେଶରେ ୭୮, ମହାରାଷ୍ଟ୍ରର ୭୬, ଛତିଗଡ଼ରେ ୭୪, ଝାଡ଼ଖଣ୍ଡରେ ୪୫, ଉତ୍ତରାଖଣ୍ଡରେ ୩୭, ମିଜୋରାମର ୩୧, ପଶ୍ଚିମବଙ୍ଗରେ ୧୫ଟି ସ୍ଥାନ ରହିଛି । ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୨ଟିରେ ଥିବା ବିଭିନ୍ନ ଜଙ୍ଗଲରେ ଆଜି ବି ନିଆଁ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ୍ ଏଫ ଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି ।

Leave a Reply