ଟେକ୍ ଅଫର ଠିକ୍ ପୂର୍ବରୁ ଯାତ୍ରୀ କହିଲେ- ମୁଁ କରୋନା ପଜିଟିଭ, ଆଉ ତା’ପରେ…

1 min read
UK Detains One Russian Plane Amid Ukraine Russia War No Fly Zone

ନୂଆଦିଲ୍ଲୀ:  ଦିଲ୍ଲୀରୁ ପୁଣେ ଯାଉଥିବା ଏକ ବିମାନଟି ଟେକଅଫ୍ ପୂର୍ବରୁ ଯାତ୍ରୀ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ଜଣାପଡିଥିଲା । ଯାହା ପରେ ସମସ୍ତ ଯାତ୍ରୀଙ୍କ ଗହଣରେ ଆତଙ୍କ ଖେଳି ଯାଇଥିଲା । ଏମିତିକି ପୂରା ବିମାନକୁ ଖାଲି କରିବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପୁଣେ ଅଭିମୁଖେ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍ 6E 286 ଆଉ କିଛି ସମୟ ପରେ ଟେକଅଫ କରିବାକୁ ଯାଇଥାନ୍ତା । ହେଲେ ଏହା ପୂର୍ବରୁ ଜଣେ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡିଥିଲା । ଘଟଣାଟି ଗୁରୁବାର ସନ୍ଧ୍ୟା ସମୟର । ଉଡାଣ ପୂର୍ବରୁ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରଙ୍କୁ କହିଥିଲେ ଯେ ସେ ନିଜର କରୋନା ଟେଷ୍ଟ କରାଇଥିଲେ ଆଉ ଏବେ ରିପୋର୍ଟ ପଜିଟିଭ ବାହାରିଛି ।

ଏହି ଯାତ୍ରୀ ଜଣକ ମହାରାଷ୍ଟ୍ର ଯିବାକୁ ଥିବା ବେଳେ ବୋର୍ଡିଂ କରିବା ପୂର୍ବରୁ ଆରଟି-ପିଆରସି ଟେଷ୍ଟିଂ କରାଇଥିଲେ । ହେଲେ ବିମାନ ଟେକଅଫ୍ କରିବା ପୂର୍ବରୁ ତାଙ୍କ ରିପୋର୍ଟ ମିଳିଥିଲା । ଯାହା ପଜିଟିଭ ବାହାରିଥିଲା ।

ଏହି ଖବର ଜଣାପଡିବା ପରେ ବିମାନକୁ ପାର୍କିଂ ୱେକୁ ନିଆଯାଇଥିଲା ଏବଂ ସମସ୍ତ ଯାତ୍ରୀକୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାମଧ୍ୟରେ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଯାଇଥିଲା ।

Leave a Reply