spot_img
Home Blog Page 6063

Kisan Tractor Rally: ଲାଲକିଲାରେ ପଶିଲେ ଆନ୍ଦୋଳନକାରୀ ଚାଷୀ

0

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ରଣହୁଙ୍କାର। ଅଧିକ ହିଂସାତ୍ମକ ହେବାରେ ଲାଗିଛି ଚାଷୀଙ୍କ ଟ୍ରାକ୍ଟର ରାଲି ।  ପ୍ରଥମେ ବାରିକେଡ ଭାଙ୍ଗିବା ପରେ ଏବେ ଚାଷୀମାନେ ଲାଲ୍ କିଲାରେ ଧସେଇ ପଶିଛନ୍ତି। ପୁଲିସର କଡ଼ା ସୁରକ୍ଷାବଲୟକୁ ଭାଙ୍ଗି ଆନ୍ଜୋଳନକାରୀ ଚାଷୀ ଲାଲକିଲ୍ଲା ଭିତରକୁ ପ୍ରବେଶ କରିଛନ୍ତି। ଏବଂ ସେଠାରେ ପହଞ୍ଚି ନାରାବାଜି କରିବା ସହ ଚାଷୀ ସଗଠନର ପତାକାକୁ ଲାଲକିଲା ଉପରେ ଲଗାଇବାକୁ ଚେଷ୍ଟା କରିଛନ୍ତି।

ଆଇଟିଓ ଛକରୁ ଦିଲ୍ଲୀର ଅନେକ ସ୍ଥାନରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଚାଷୀ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଛନ୍ତି। ନିକଟରେ ଥିବା ନଅ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କରିନେଇଛି।

ଚାଷୀଙ୍କ ରାଗରୁ ପବ୍ଲିକ ଟ୍ରାନ୍ସପୋର୍ଟ ବି ବର୍ତ୍ତି ନାହିଁ। ଅନେକ ବସକୁ ଭଙ୍ଗା ରୁଜା କରିଛନ୍ତି ଚାଷୀ। ଶାନ୍ତିପୂର୍ଣ୍ଣ ଭାବେ ହେବାକୁ ଥିବା ଏହି ଚାଷୀଙ୍କ ଟ୍ରାକଟର ରାଲି ଏବେ ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଛି।

ସାଧାରଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିଲା ମହିଳା ଅଧିକାରୀଙ୍କ ଦବଦବା

ନୂଆଦିଲ୍ଲୀ: ଦେଶର ପ୍ରଥମ ତିନ ମହିଳା ଫାଇଟର ପାୟଲଟ ମଧ୍ୟରୁ ଜଣେ ଫ୍ଲାଇଟ ଲେଫ୍ଟେନାଣ୍ଟ ଭାବନା କାନ୍ଥ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ଶାମିଲ ହୋଇଛନ୍ତି । ଏହା ବ୍ୟତୀତ ୧୪୦ ଏୟାର ଡିଫେନ୍ସ ରେଜିମେଣ୍ଟର କ୍ୟାପଟେନ ପ୍ରିତୀ ଚୌଧୁରୀ ମଧ୍ୟ ପରେଡରେ ସାମିଲ ହୋଇଥିଲେ । ସେ ସେନା ତରଫରୁ ପରେଡରେ ସାମିଲ ହୋଇଥିବା ଏକମାତ୍ର ମହିଳା ଦଳ କମାଣ୍ଡର ଅଟନ୍ତି ।

୨୮ ବର୍ଷିୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭବନା କାନ୍ଥ ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ଭାବରେ ଆର-ଡେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ କାରଣ ସେ ଏକ IAF ଟେବୁଲର ଅଂଶ ଥିଲେ ଯେଉଁଥିରେ ହାଲୁକା ଯୁଦ୍ଧ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ସୁଖୋଇ -୩୦ ପ୍ରଦର୍ଶିତ ହୋଇଥିଲା । ଫ୍ଲାଇଟ୍ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋର ଚାରୋଟି ଚପର ଗଠନରେ  Mi -17 V5 ହେଲିକପ୍ଟର ଉଡ଼ିବା ବେଳେ ରାଜପଥ ଉପରେ ଫ୍ଲାଇପାଷ୍ଟ ହୋଇଥିବା ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ।

ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ, ମାସେ ପାଇଁ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ, ମାସେ ପାଇଁ ଆନ୍ଦୋଳନ ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି । ତେଣୁ ଆସନ୍ତା ଏକ ମାସ ପାଇଁ ଆନ୍ଦୋଳକୁ ସ୍ଥଗିତ ରଖାଯାଇଛି । ଫେବ୍ରୁଆରୀ ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥାନ୍ତା ।

ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ସ୍ୱାସ୍ଥ୍ୟକର୍ମୀମାନେ କଳା ବ୍ୟାଚ୍‌ ପିନ୍ଧି ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରୁଥିଲେ । ଏମିତିକି ଟିକା ଆସିବା ପରେ ସେମାନେ କରୋନା ଟିକା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ କରୋନା ଟିକା ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ତେବେ ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ସେ କହିଛନ୍ତ, କ୍ୟାଡର ରିଷ୍ଟ୍ରକ୍ଚର ଓ ପଦୋନ୍ନତି ନେଇ ଆଲୋଚନା ହୋଇଛି । ଆସନ୍ତା ୨୮ ତାରିଖରେ ୧୫ ହଜାର କର୍ମୀ ଟୀକା ନେବେ । ଏଣିକି କଳା ବ୍ୟାଚ୍‌ ପିନ୍ଧି ଆନ୍ଦୋଳନ ମଧ୍ୟ ସ୍ଥଗିତ ରହିଲା । ମାସେ ପରେ ପୁଣି ଆଲୋଚନା ହେବ

ପ୍ରେଷ୍ଟିନ ପାର୍କ ଆପାର୍ଟମେଣ୍ଟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ପ୍ରେଷ୍ଟିନ ପାର୍କ ଆପାର୍ଟମେଣ୍ଟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋଭିଡ଼ କଟକଣା ଭିତରେ ଏହି ଦିବସ ପାଳନ କରିଛନ୍ତି ଆପାର୍ଟମେଣ୍ଟର ସଦସ୍ୟ । ଏହି ଅବସରରେ ସୋସାଇଟିର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହା ସହ ସୋସାଇଟିର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବାକୁ ଅଭିଭାଷଣ ପ୍ରଦାନ କରିଥିଲେ । ଭାଷ୍କର ଚନ୍ଦ୍ର ସାହୁ ଓ ଅମୀୟ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହଯୋଗ ପ୍ରଦାନ କରିଥିଲେ ଶୈଳେନ୍ଦ୍ର ବିଶ୍ୱାଳ । ସଂପାଦକ କିସନ ଅଗ୍ରଓ୍ବାଲଙ୍କ ସହ ସୁଜିତ ପରିଡ଼ା, ଉପ ସଭାପତି ରାମା ରାଓ, ଯୁଗ୍ମ ସଂପାଦକ ଦେଜିନା ବେହେରା,ରତିକାନ୍ତ ବିଶ୍ୱାଳ,ମମତା ରଥ ଉପସ୍ଥିତ ରହିଥିଲେ ।

୨୪ ଘଣ୍ଟାରେ ଦେଶରେ ୯ ହଜାର ୧୦୨ କରୋନା ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି କରୋନା ଟିକାକରଣ । ଅନ୍ୟପଟେ ହ୍ରାସ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି ମାମଲା ସାମନାକୁ ଆସିଛି ।

ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୭୬ ହଜାର ୮୩୮କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆରୋଗ୍ୟ ହାର୍ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୧୫ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ଏପର୍ଯ୍ୟନ୍ତ ୧ କୋଟି ୩ ଲକ୍ଷ ୪୫ ହଜାର ୯୮୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ବେଳେ, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୮୭ରେ ପହଞ୍ଚିଛି । ଅନ୍ୟପଟେ ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୁଦ୍ଧା ୧୯ ଲକ୍ଷ ୫୦ ହଜାର ୧୮୩ ଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି ।

ସହରରେ ନୂଆ ପାଠଗାର, ଏକାଠି ୬୦ ଜଣ ପଢ଼ିପାରିବେ

କେନ୍ଦୁଝର: ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର, ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ କରି ପାରିବ । ଏହା କେନ୍ଦୁଝରରେ ଏକ ପାଠାଗାର ଉଦ୍‌ଘାଟନ ଅବସରରେ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟ ଶଙ୍କର ମିଶ୍ର । ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ DMFର ଆର୍ଥିକ ସହାୟତାରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାର ନିର୍ମାଣ କରାଯାଇଛି ।

Captain Dibya shankar Mishra

କେନ୍ଦୁଝରଗଡ଼ ମୁନିସିପାଲିଟି ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ପାଠାଗାରକୁ ଲୋକାର୍ପଣ କରିଛନ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । କେନ୍ଦୁଝର ସହରରେ ଥିବା ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ଗ୍ରାମାଞ୍ଚଳର ବହୁ ଗରିବ ଛାତ୍ରାଛାତ୍ରୀ ପାଠ ପଢ଼ୁଥିବା ବେଳେ ପୁସ୍ତକ ଅଭାବରୁ ସେମାନଙ୍କ ପାଠ ପଢାରେ ବହୁ ଅସୁବିଧା ହୋଇଥାଏ । ଏପରିକି ଜିଲ୍ଲାରେ ଥିବା ଏକମାତ୍ର ଜିଲ୍ଲା ପାଠାଗାର ବହୁଦିନ ହେବ ନିଜ ଅସ୍ତିତ୍ୱ ହରାଇ ସାରିଛି ।

ଏହାକୁ ଦେଖି DMF ଅର୍ଥରୁ କେନ୍ଦୁଝର କୋର୍ଟ ନିକଟରେ ନୂଆ ପାଠାଗାର ନିର୍ମାଣ କରାଯାଇଛି । ୪୨.୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପଠାଗାରରେ ଏକା ସାଙ୍ଗରେ ୬୦ ଜଣ ବସି ପଢିବାର ବ୍ୟବସ୍ଥା ରହିଛି । କିନ୍ତୁ ଏବେ କରୋନା ପାଇଁ ଏକ ସମୟରେ ୩୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତି ହୋଇଛି ।

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଅନେକ କ୍ଷେତ୍ରରେ ଓଡ଼ିଶାର ବିକାଶ ହେଉଛି

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ମହାନ ସଂଗ୍ରାମୀ, ଶହୀଦ ବୀର ଯବାନ ଓ ଶହୀଦ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ବିବିଧତା ହିଁ ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧ କରିଛି । ଏହି ବିଭିଧତାର ସୁରକ୍ଷା ସହ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ଆମେ କାମ କରିବା ଦରକାର, ଏହା ହିଁ ଆମ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ କରିବ ବୋଲି ସାଧାରଣତନ୍ତ୍ର ଦିବସରେ ନିଜ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସହିଦ୍ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ସେ ଆହୁରି କହିଛନ୍ତି, ଓଡିଶା ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଆଖିଦୃଶିଆ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି । ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ୱତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି ।

ଶାଢ଼ିରେ ଗୁଡ଼ାଇ ପେଟିରେ ପୁରାଇ ନବଜାତକୁ ଫିଙ୍ଗିଦେଲେ..

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ନବଜାତ ଶିଶୁ ହତ୍ୟା ପ୍ରସଙ୍ଗ । ନବଜାତ ଶିଶୁକୁ ଜନ୍ମ ଦେଇ ପାଣିରେ ଫିଙ୍ଗିଦେଲେ । ନଦୀରେ ଭାସୁଛି ନବଜାତ ଶିଶୁ ପୁତ୍ରର ମୃତଦେହ । ଶାଢ଼ିରେ ଘୋଡାଇ ପେଟି ଭିତରେ ପୁରାଇ କେହି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହି ଘାଟ ନିକଟରେ ଏହି ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଶିଶୁ ପୁତ୍ରଟି ନବଜାତକ ବୋଲି ସୂଚନା ମିଳିଛି । ଏମିତି କି ଶିଶୁ ପୁତ୍ରର ନାଭି ମଧ୍ୟ କଟାଯାଇ ନାହିଁ । ତେବେ ଶିଶୁ ପୁତ୍ରକୁ ଶାଢ଼ିରେ ଘୋଡ଼ାଇବା ପରେ ଏକ ପେଟିରେ ଭର୍ତ୍ତି କରି ନଦୀକୁ ଫିଙ୍ଗା ଯାଇଛି ବୋଲି ସନ୍ଦେହ କରାଯାଉଛି । ପେଟି ଟି ଭାସିଯାଇଥିବା ବେଳେ ଶାଢ଼ିରୁ ବାହାରି ମୃତଦେହଟି ପାଣିରେ ଭାସୁଛି ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି । ନବଜାତ ଶିଶୁକୁ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଛି । ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ଖୋଳତାଡ଼ ଚାଲିଛି । ଆଖ ପାଖରେ ଥିବା ମେଡିକାଲ ଓ ନର୍ସିଂହୋମ୍‌ରେ ପୋଲିସ ପକ୍ଷରୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି ।

ବାହାରିଲା ଟ୍ରାକ୍ଟର ରାଲି: ବାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପଶିଲେ ଚାଷୀ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟ ପୂର୍ବରୁ ବାହାରିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ସିଂଘୁ ସୀମାରେ ପୋଲିସ ଲଗାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଚାଷୀ ଦିଲ୍ଲୀକୁ ପସିଛନ୍ତି। ସିଂଘୁ ସୀମାରୁ କଞ୍ଝଓ୍ବାଲା ଚୌକ୍‌ ଅଭିମୁଖେ ରାଲି ଆରମ୍ଭ ହୋଇଛି। ପଞ୍ଜାବର କିଷାନ ମଜଦୁର୍ ସଂଘର୍ଷ ସମିତି ସହ ଜଡ଼ିତ ଚାଷୀମାନେ ଟ୍ରାକ୍ଟର ପରେଡ ଆରମ୍ଭ କରିଛନ୍ତି।

ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀକୁ ପଶିବାରୁ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବ୍ୟବହାର କରିଛି। ସେପଟେ ଦିଲ୍ଲୀର ସ୍ବରୂପ ନଗରଠାରେ ଚାଷୀଙ୍କୁ ଫୁଲଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ। ଦିଲ୍ଲୀ ପୋଲିସ ଦେଇଥିବା ରୁଟ୍‌ରେ ନୁହଁ, ଆମ ଇଚ୍ଛାରେ ରାଲି ନେବୁ ବୋଲି କିଷାନ ମଜଦୂର ସଂଘର୍ଷ ସମିତି ଅଧ୍ୟକ୍ଷ ସତନାମ ସିଂ ପନ୍ନୁ କହିଛନ୍ତି।

ସେପଟେ ଟିକ୍‌ରି ବର୍ଡରରେ ବି ଆନ୍ଦୋଳନକାରୀ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି। ଟ୍ରାକ୍ଟର ପରେଡ୍‌ ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ଧସେଇ ପଶିଛନ୍ତି ଚାଷୀ । ଧନ୍‌ସା ସୀମାରେ ବି ଚାଷୀଙ୍କ ଟ୍ରାକ୍ଟର ପରେଡ୍‌ ବାହାରିଛି। ଅନ୍ୟପଟେ ଚିଲ୍ଲା ବର୍ଡରରୁ ଦିଲ୍ଲୀ-ନୋଏଡ଼ା ଲିଙ୍କ ରୋଡ୍‌ ଦେଇ ଟ୍ରାକ୍ଟର ରାଲି ବାହାର କରିବାକୁ ଚାଷୀ ପ୍ରସ୍ତୁତ ହୋଇ ରହିଛନ୍ତି। ଗାଜିପୁର ସୀମାରେ ବି ସମାନ ସ୍ଥିତି।

ଆଇନ ଶୃଙ୍ଖଳା ନେଇ ୟୁପି ପୋଲିସ ଓ ଚାଷୀ ନେତାଙ୍କ ସହ ଆଲୋଚନା ହୋଇଛି। ପୂର୍ବ ଦିଲ୍ଲୀ ଡିସିପିଙ୍କ ମୁତାବକ ପରେଡ୍‌ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ଲଗାଯାଇଛି ।

 

ଏଟିଏମ୍‌ରୁ ବାହାରୁଛି କାଗଜ ପେଷ୍ଟ ଥିବା ନୋଟ୍, ଚିନ୍ତାରେ ଚାଷୀ ଆନନ୍ଦ ବିଶି

ବୌଦ୍ଧ: ଏଟିଏମ୍‌ରୁ ବାହାରୁଛି ରିପ୍ୟାରିଂ ନୋଟ୍‌ । ଚିନ୍ତାରେ ଚାଷୀ । କେମିତି ଚଳାଇବେ ଏହି ଟଙ୍କା । ବ୍ୟାଙ୍କକୁ ଫେରାଇଲେ ଏହି ଟଙ୍କା ନେବ ତ ? ଏଭଳି ଅନେକ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ଚାରିଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ । କରଡ଼ାକୋଠା ଗ୍ରାମର ଜଣେ ଚାଷୀ ଆନନ୍ଦ ବିଶି ଏହି ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଆସିଥିଲେ । ସେଠାରେ ପହଞ୍ଚିବା ପରେ ସେ ଦୁଇ ଥର ଟଙ୍କା ଉଠାଇଥିଲେ । ଥରକେ ୯ ହଜାର ହିସାବରେ ସେ ମୋଟ ୧୮ ହଜାର ଟଙ୍କା ଉଠାଇଥିଲେ ।

ହେଲେ ଦୁର୍ଭାଗ୍ୟର କଥା ଏଟିଏମ୍‌ରୁ ବାହାରିଥିବା ନୋଟ୍‌ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୬ଟି ୫ଶହ ଟଙ୍କିଆ ନୋଟ୍‌ରେ କାଗଜ ପେଷ୍ଟ କରାଯାଇଛି । ୧୮ ହଜାର ଟଙ୍କାରୁ ପ୍ରାୟ ୮ ହଜାର ଟଙ୍କାର ନୋଟ୍‌ ଅଚଳ ରହିଥିବାରୁ ଚାଷୀ ଆନନ୍ଦ ବିଶି ଏବେ ଚିନ୍ତାରେ ।

ସୂଚନାଯୋଗ୍ୟ ଯୋଗ୍ୟ ଏଟିଏମ୍‌ରୁ ଏଭଳି କାଗଜ ପେଷ୍ଟ ଥିବା ଟଙ୍କା ବାହାରିବା ପରେ ଆନନ୍ଦ ନିକଟସ୍ଥ ବ୍ୟାଙ୍କକୁ ଯାଇଥିଲେ । ହେଲେ ବ୍ୟାଙ୍କ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ । ବ୍ୟାଙ୍କ ପକ୍ଷରୁ ସମବେଦନା ଜଣାଇବା ଓ ଅସୁବିଧା ବୁଝିବା ତ ଦୂରର କଥା, ତାଙ୍କୁ ବ୍ୟାଙ୍କରେ କ୍ୟାସିୟର ନାହାନ୍ତି ବୋଲି କହି ଫେରାଇ ଦିଆଗଲା । ଏବେ ଏତେ ପରିମାଣର ଟଙ୍କା ସେ କେମିତି ଫେରିପାଇବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି ।

ଆନନ୍ଦଙ୍କ ଅଭିଯୋଗ ଅନୁସାରେ ଏସବିଆଇ ଏଟିଏମ୍‌ରେ କର୍ମଚାରୀ ମାନେ ସଦ୍ୟ ଟଙ୍କା ଲୋଡ୍‌ କରି ଯିବା ପରେ ପରେ ସେ ଟଙ୍କା ଉଠାଇବାକୁ ଏଟିଏମ୍‌ରେ ପ୍ରବେଶ କରିଥିଲେ ।